• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଆଜିଠୁ ରାଜ୍ୟରେ ୧୮ରୁ ୫୯ ବୟସ ବର୍ଗଙ୍କୁ ମାଗଣା ପ୍ରିକସନ୍ ଡୋଜ୍ ଦିଆଯିବ । କେନ୍ଦ୍ର ସରକାରଙ୍କ ଘୋଷଣା ଅନୁଯାୟୀ ମାଗଣା ପ୍ରିକସନ୍ ଡୋଜ୍ ଟିକାକରଣ ଆରମ୍ଭ ହେଉଛି । ଏହି ଅଭିଯାନ ପ୍ରାୟ ୭୫ ଦିନ ଧରି ଚାଲିବ । ରାଜ୍ୟରେ ୧୮ରୁ ୫୯ ବୟସ ବର୍ଗର ୨ କୋଟି ୬୫ ଲକ୍ଷ ୮୫ ହଜାର ଲୋକଙ୍କ ମଧ୍ୟରୁ ମାତ୍ର ୧% ବା ୧ ଲକ୍ଷ ୫୦ ହଜାର ପ୍ରିକସନ୍ ଡୋଜ୍ ନେଇଛନ୍ତି । ଅବଶିଷ୍ଟ ୯୯ ପ୍ରତିଶତ ମାଗଣା ପ୍ରିକସନ୍ ଡୋଜ୍ ନେଇପାରିବେ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି ।

ଲୋକେ ଅନ୍‌ଲାଇନ୍ ବୁକିଂ କିମ୍ବା ସିଧାସଳଖ ଟିକାକରଣ କେନ୍ଦ୍ରକୁ ଯାଇ ପ୍ରିକସନ୍ ଡୋଜ୍ ନେଇ ପାରିବେ । ସେପଟେ ସ୍ଥିତି ଧୀରେ ଧୀରେ ଜଟିଳ ହେଉଥିବାରୁ ଗତକାଲି ମୁଖ୍ୟ ଶାସନ ସଚିବ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । କଲେଜରେ ଟିକା ଦିଆଯିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଇଂଜିନିୟରିଂ କଲେଜ, ହଷ୍ଟେଲ, ଉଚ୍ଚଶିକ୍ଷାନୁଷ୍ଠାନରେ ଦିଆଯିବ ଟିକା ।

ସେହିପରି ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଟିକାକରଣ ଜୋରଦାର କରିବାକୁ ମଧ୍ୟ ନିର୍ଦ୍ଦେଶ ହୋଇଛି । ରାଜ୍ୟରେ କରୋନାର ଚତୁର୍ଥ ଲହର କାୟା ମେଲାଉ ଥିବାରୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ଭଳି କୋଭିଡ୍ ନିୟମ ପାଳନ ପାଇଁ ଲୋକଙ୍କୁ ପରାମର୍ଶ ଦଆଯାଇଛି । ଏହାସହ ଯେଉଁମାନେ ଟିକା ନେଇନାହାନ୍ତି, ତୁରନ୍ତ ନେବା ପାଇଁ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି । ସେପଟେ ଦେଶରେ ବି କରୋନା ସଂକ୍ରମଣର ଟ୍ରେଣ୍ଡ୍ ୨୦ ହଜାର ପାର୍ କରିଛି ।