ମୋକିମ୍ କହିଲେ କଂଗ୍ରେସରେ ଅଛି ରହିବି । କାର୍ଯ୍ୟାନୁଷ୍ଠାନ ଦାବି କଲେ ତାରା-ସୁର । ଶରତ କହିଲେ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ଅପେକ୍ଷା ।
ମାଟିର ଝିଅ କଥାକୁ ଖଣ୍ଡନ କଲେ ତାରାପ୍ରସାଦ ବାହିନୀପତି । ଯଶୱନ୍ତ ସିଂହ୍ନା ବିହାରର, ତାଙ୍କୁ ବିଜେପି ଭୋଟ ଦେଲା କି ?
ସରିଲା ରାଷ୍ଟ୍ରପତି ନିର୍ବାଚନ ପାଇଁ ମତଦାନ । ହେଲେ ନିର୍ବାଚନ ସରିବା ପରେ କିଛି ଚର୍ଚ୍ଚା ଶୁଣିବାକୁ ମିଳୁଛି। ଦେଖନ୍ତୁ ନବୀନ ଆଉ ମୋକିମଙ୍କୁ ନେଇ କେମିତି ରାଜନୈତିକ ମାହୋଲରେ କଥା ଉଠୁଛି
ଭଦ୍ରକ, ରାଉରକେଲା, କେନ୍ଦୁଝରରେ ବି ତୀବ୍ର ହୋଇଛି ପ୍ରତିବାଦର ସ୍ୱର । ସବୁଠି ଗୋଟିଏ ଦାବି, ଅଶାଳୀନ ମନ୍ତବ୍ୟ ପାଇଁ କ୍ଷମା ମାଗ ନଚେତ୍ ଆଗକୁ ତୀବ୍ର ହେବ ଆନ୍ଦୋଳନ ।
କରୋନା ପଜିଟିଭ୍ ଚିହ୍ନଟ ହେବାରୁ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି ହେବାକୁ ପଡିଥିଲା । ତେଣୁ ସେ ଇଡିକୁ ୪ ସପ୍ତାହର ସମୟ ମାଗିଥିଲେ । ଏହି ସମୟ ୨୨ ଜୁଲାଇରେ ଶେଷ ହେବାକୁ ଯାଉଛି ।
ଶିବସେନା ବିଧାୟକଙ୍କୁ ଉନ୍ନୟନମୂଳକ କାମ ପାଇଁ ଫଣ୍ଡ ମିଳୁ ନଥିଲା । ହେଲେ ସହଜରେ ଏନସିପି ଏବଂ କଂଗ୍ରେସ ବିଧାୟକଙ୍କୁ ଫଣ୍ଡ ମିଳୁଥିଲା ।
ମୁର୍ମୁଙ୍କ ପ୍ରାର୍ଥୀତ୍ୱ ଘୋଷଣା ପୂର୍ବରୁ ବିରୋଧୀଦଳ ପ୍ରାର୍ଥୀ ଘୋଷଣା କରିଛି । ଜଣକୁ ଛିଡ଼ା କରି ଅନ୍ୟ ଜଣକୁ ସମର୍ଥନ କରିବା ଠିକ୍ କଥା ନୁହେଁ କହିଲେ ନରସିଂହ ।
ବିରୋଧ ପ୍ରଦର୍ଶନ ବେଳେ କଂଗ୍ରେସ କର୍ମୀ ଗୋଟିଏ ସ୍କୁଟର ପୋଡି ଦେଇଥିବା ସହ ୩ଟି ସରକାରୀ ବସ୍ ଭଙ୍ଗାରୁଜା କରିଛନ୍ତି ।
ନ୍ୟାସନାଲ ହେରାଲ୍ଡ ମାମଲା(National Herald Case)ରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ED) କାର୍ଯ୍ୟାଳୟରେ ପହଞ୍ଚିଛନ୍ତି। କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରୁ ଚାଲି ଚାଲି ଦଳୀୟ ନେତାଙ୍କ ସହ ରାହୁଲ ଇଡି କାର୍ଯ୍ୟାଳୟରେ ଅଭିମୁଖେ ବାହାରିଥିଲେ। ହେଲେ ବାଟରେ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାଙ୍କୁ ପୋଲିସ୍ ଅଟକାଇ ଥିଲା।
ଲଗାତାର ଦୁଇଥର ହାରିଥିଲେ ୨୦୨୪ରେ ନେତାଙ୍କୁ ଟିକେଟ୍ ଦେବନି କଂଗ୍ରେସ? ଚିନ୍ତନ ବୈଠକରେ ନେତା କି କି ନିଷ୍ପତ୍ତି ନେଲେ? କଂଗ୍ରେସରେ BigElephant କିଏ?
ବ୍ରଜରାଜନଗର ଉପନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟକୁ ନେଇ ବରିଷ୍ଠ ବିଜେପି ନେତା ପ୍ରଦୀପ ପୁରୋହିତଙ୍କ ସାଂଘାତିକ ଅଭିଯୋଗ କରିଛନ୍ତି। ଏଭଳି ପରାଜୟ ପଛରେ ନିଜ ଦଳର ଆତ୍ମଘାତୀ କାର୍ଯ୍ୟ ଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି।
ନବ ସଂକଳ୍ପ ଶିବିରରେ ତିନି ବିଧାୟକ ତାରା ପ୍ରସାଦ ବାହିନୀପତି, ମହମ୍ମଦ ମୋକିମ ଓ ରମେଶ ଜେନାଙ୍କ ଅନୁପସ୍ଥିତିକୁ ନେଇ ଚର୍ଚ୍ଚା ଯୋର ଧରିଛି। ସ୍ୱାସ୍ଥ୍ୟଗତ କାରଣରୁ ଗତକାଲି ସଂକଳ୍ପ ଶିବିରରେ ଯୋଗ ଦେଇପାରିନଥିଲି ବୋଲି ତାରା ବାହିନୀପତି ନିଜ ପ୍ରତିକ୍ରିୟାରେ କହିଛନ୍ତି ।
କଂଗ୍ରେସକୁ ବାଏ ବାଏ କହିଥିବା ହାର୍ଦ୍ଦିକ ପଟେଲ ବିଜେପିରେ ଖୁବ୍ଶୀଘ୍ର ସାମିଲ ହେବାକୁ ଯାଉଛନ୍ତି। ଜୁନ୍ ୨ରେ ସେ ବିଜେପିରେ ଯୋଗଦେବେ ବୋଲି ସୂଚନା ମିଳିଛି।
ଅସଜଡ଼ା ଘରକୁ ସଜାଡ଼ିବା ପାଇଁ ଉଦ୍ୟମ ଆରମ୍ଭ କରିଛି ରାଜ୍ୟ କଂଗ୍ରେସ। ନୂଆ କରି ରାଜ୍ୟ କଂଗ୍ରେସର ମୁଖିଆ ହୋଇଥିବା ଶରତ ପଟ୍ଟନାୟକ ଏବେ ଦଳୀୟ ନେତା ଓ କର୍ମୀଙ୍କୁ ଏକାଠି କରିବାକୁ ରଣନୀତି ପ୍ରସ୍ତୁତି କରିଛନ୍ତି।
ପାର୍ଟି ମୁଖ୍ୟ ଅଖିଳେଶ ଯାଦବଙ୍କ ଉପସ୍ଥିତିରେ ନାମାଙ୍କନ ଭରିଲେ ସିବଲ
ରାଜ୍ୟ କଂଗ୍ରେସ ପାଇଁ ସଞ୍ଜିବନୀ ହେବକି ଉଦୟପୁର ଚିନ୍ତନ ବୈଠକରୁ ମିଳିଥିବା ମନ୍ତ୍ର ? ଲୁପ୍ତପ୍ରାୟ ସ୍ଥିତିରୁ ବଳ ଗୋଟାଇ ଆଗକୁ ବଢିବ କି ଦଳ ? ଏକ ପରିବାର ଏକ ଟିକଟ, ଯୁବ ନେତାଙ୍କୁ ପ୍ରାଧାନ୍ୟ ଓ ଏକଜୁଟ୍ ହୋଇ ଲଢିବା ଲାଗି ନିଆ ଯାଇଥିବା ସଂକଳ୍ପକୁ ସମ୍ମାନ ଦେବେ କି ରାଜ୍ୟର ନେତା ?
ଛତିଶଗଡ଼, ପଞ୍ଜାବ, ରାଜସ୍ଥାନ, ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ ରାହୁଲଙ୍କ ନେତୃତ୍ୱରେ ଦଳକୁ ସଫଳତା ମିଳିଥିଲା ।
କେମିତି ପୂର୍ବଗୌରବ ଫେରି ପାଇବ କଂଗ୍ରେସ? କେମିତି କରିବ ବିଜେପିର ମୁକାବିଲା?
କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀରୁ ଫେରିବା ବେଳେ ତାଙ୍କ ସହ ଥିଲେ ବିଜୟ ପଟ୍ଟନାୟକ । ଉଭୟ ଦୀର୍ଘ ସମୟ ଧରି ବିମାନବନ୍ଦର ଲବିରେ କଥାବାର୍ତ୍ତା ହେଉଥିବା ମଧ୍ୟ ଦେଖାଯାଇଥିଲା ।
ଦରବୃଦ୍ଧି ନିଷ୍ପତ୍ତିରୁ କେନ୍ଦ୍ର ସରକାର ନ ଓହରିଲେ, ଆଗାମୀ ଦିନରେ ଓଡ଼ିଶାକୁ କେନ୍ଦ୍ର ମନ୍ତ୍ରୀ ଆସିଲେ ବିରୋଧ ସହିତ ଅଣ୍ଡାମାଡ଼ କରାଯିବ ବୋଲି ଚେତାଇ ଦେଇଛି ଛାତ୍ର କଂଗ୍ରେସ ।
ଭୁବନେଶ୍ୱରରେ ଯେଉଁ ଅଙ୍କ ଛିଡ଼ି ପାରିଲାନି ସେହି ଅଙ୍କ ଦିଲ୍ଲୀରେ ଛିଡାଇବାକୁ ହାଇକମାଣ୍ଡ ସ୍ଥିର କରିଛନ୍ତି। ସେଠାରେ କାହା ନାଁ ରେ ମୋହର ଲାଗୁଛି ତା’ଉପରେ ସମସ୍ତଙ୍କ ନଜର ରହିଛି।
ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗକୁ ନେଇ ଦିଲ୍ଲୀରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଓ ବିଧାୟକ । ଆଜି ଭୁବନେଶ୍ୱରରୁ ଦିଲ୍ଲୀକୁ ଯାଇଛନ୍ତି ଦଳର ବରିଷ୍ଠ ନେତା ଓ ବିଧାୟକ
ନବରଙ୍ଗପୁର ଝରିଗାଁ ବିଧାୟକ ପ୍ରକାଶ ମାଝୀଙ୍କ ବିରୋଧରେ ଆସିଥିବା ଯୌନ ଶୋଷଣ ଏବଂ ଭୃଣହତ୍ୟା ଅଭିଯୋଗ ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଏଭଳି କହିଛନ୍ତି ବିଧାୟକ ତାରା ପ୍ରସାଦ ବିହିନୀପତି ।
ପାପଡ଼ାହାଣ୍ଡି ବ୍ଲକରେ ବିଭିନ୍ନ ଦୂର୍ନୀତିମୂଳକ କାର୍ଯ୍ୟ ଅଭିଯୋଗ ଆଣି କଂଗ୍ରେସ ପକ୍ଷରୁ ଧାରଣା ଦିଆଯାଇଥିଲା ।