କେବଳ ଦେଶ ବୁଲିବା ନୁହେଁ ବରଂ ପ୍ରତ୍ୟେକ ଲୋକଙ୍କ ସହ ମିଶିବା ପାଇଁ ରାହୁଲ ଯୋଜନା କରୁଥିବା କୁହାଯାଉଛି ।
ନିକଟରେ ନୂଆଦିଲ୍ଲୀରେ ସୋନିଆ ଗାନ୍ଧିଙ୍କୁ ବରିଷ୍ଠ ନେତା ଶଶି ଥରୁର୍ ଭେଟି ଥିଲେ। କଂଗ୍ରେସର ଅଧ୍ୟକ୍ଷ ରେସ୍ରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ଙ୍କ ନାଁକୁ ନେଇ ବି ଜୋରଦାର ଚର୍ଚ୍ଚା ହେଉଛି।
ଅକ୍ଟୋବର ୧୭ ରେ ହେବେ କଂଗ୍ରେସର ସଭାପତି ଚୟନ। କଂଗ୍ରେସର କେନ୍ଦ୍ରୀୟ ନିର୍ବାଚନ ପ୍ରାଧିକରଣ ୫ଜଣ ସଦସ୍ୟଙ୍କୁ ନେଇ ଗଠିତ ହୋଇଛି। ସେମାନେ ନାମାଙ୍କନପତ୍ରରୁ ପ୍ରାର୍ଥୀ ହେବା ପର୍ଯ୍ୟନ୍ତ ଏବଂ ଦଳରେ ଅଂଶଗ୍ରହଣ କରିବା ଏବଂ ସମଗ୍ର ନିର୍ବାଚନ ପ୍ରକ୍ରିୟା କରିବେ। ଜାଣନ୍ତୁ କିଏ ଏମାନେ?
ଏହି ଖବର ସେତେବେଳେ ଚର୍ଚ୍ଚାକୁ ଆସିଲା ଯେତେବେଳେ ସୋନିଆ ଗାନ୍ଧିଙ୍କ ସହ ଶଶି ଥରୁର ଘଣ୍ଟାଏରୁ ଅଧିକ ସମୟ ଧରି ଆଲୋଚନା ସାରି ବାହାରିଥିଲେ ।
ଅକ୍ଟୋବର ୩୧ରୁ କଂଗ୍ରେସ ୨୨୫୦ କିଲୋମିଟର ବ୍ୟାପି ଓଡିଶାରେ ପଦଯାତ୍ରା କରିବ । ଶାସକ ବିଜେଡିର ବିଫଳତା ଲୋକଙ୍କ ଆଗରେ ରଖିବ । ସାରା ଦେଶରେ ବିଜେପି ବିରୋଧରେ ଭାରତ ଯୋଡୋ ପଦଯାତ୍ରା ଚାଲିଥିବା ବେଳେ ଓଡିଶାରେ ଉଭୟ ବିଜେଡି ଓ ବିଜେପିକୁ ଟାର୍ଗେଟ କରି ପଦଯାତ୍ରା ହେବ ।
ଓଡ଼ିଶାରେ ପଦଯାତ୍ରା କେବଳ ବିଜେପିକୁ ଟାର୍ଗେଟ୍ କରି ନୁହେଁ ବରଂ ଉଭୟ ବିଜେପି ଓ ବିଜେଡିକୁ ଟାର୍ଗେଟ କରି ଓଡ଼ିଶାରେ ପଦଯାତ୍ରା କରିବୁ ବୋଲି କଂଗ୍ରେସ ନେତା ଜୟରାମ ରମେଶ କହିଛନ୍ତି। ଏହି ଯାତ୍ରା କ୍ରମରେ ଓଡ଼ିଶାରେ ୨,୨୫୦ କି.ମି. ପଦଯାତ୍ରା ହେବ।
ଭୁବନେଶ୍ୱରରେ ଦିଗବିଜୟ ସିଂହ ଓ ଜୟରାମ ରମେଶ । ଭାରତ ଯୋଡ଼ୋ ଅଭିଯାନର ରୂପରେଖ ପ୍ରସ୍ତୁତ ହେବ ।
ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ‘ଭାରତ ଯୋଡୋ ଯାତ୍ରା’ ଅଭିଯାନ ଦେଶବ୍ୟାପୀ ରାଜନୈତିକ ଆଲୋଡନ ସୃଷ୍ଟି କରିଛି। ୫ ମାସ ମଧ୍ୟରେ ଦେଶର ୧୨ଟି ରାଜ୍ୟ ଦେଇ ଏହି ଯାତ୍ରା ଯିବ । ଏହି ଯାତ୍ରା ଦ୍ୱାରା କଂଗ୍ରେସକୁ ଏକ ନୂଆ ପରିଚୟ ମିଳିବ କି? ଏହା ଦଳୀୟ ତଥା ସମର୍ଥକଙ୍କ ମନବଳକୁ ମଜଭୁତ କରିପାରିବ?
ନିର୍ବାଚନ ହେଲେ କି ଉଦ୍ଦେଶ୍ୟ ପୂରଣ ହେବ ଦଳର ?
ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବା ପରେ ଆରମ୍ଭ ହୋଇଛି ଥଟ୍ଟା ମଜା ।
ଏହା ପୂର୍ବରୁ ରାଜ୍ୟ ବିଜେପି ମୁଖ୍ୟ ସଦାନନ୍ଦ ସେଟ୍ ତନାବଡ଼େ କଂଗ୍ରେସର ବିଧାୟକମାନେ ବିଜେପିରେ ମିଶିବାକୁ ଯାଉଛନ୍ତି ବୋଲି ଦାବି କରିଥିଲେ।
‘ମୁଁ ବାଥ୍ରୁମ୍ ଗଲେ କବାଟ ଧରିକି ଯାଉଛି। କାରଣ ମୁଁ ଅଫିସ୍ରେ ବସୁଛି, ବାଥ୍ରୁମ୍ କବାଟ ଭାଙ୍ଗି ପଡ଼ିଛି।’ କଟକ ମେୟର ସୁବାସ ସିଂ ଗତକାଲି ସିଏମସି କାଉନସିଲ ବୈଠକରେ ଏହି ବକ୍ତବ୍ୟ ଦେଇଥିଲେ। ଆଜି କଟକ ଜିଲ୍ଲା କଂଗ୍ରେସ କଂଗ୍ରେସ୍ ପକ୍ଷରୁ ସୁବାସ ସିଂହଙ୍କ ଉଦ୍ଦେଶ୍ୟରେ କଟକ ମହାନଗର ନିଗମ କମିଶନରଙ୍କୁ ଏକ କବାଟ ଭେଟି ଦିଆଯାଇଛି।
କଂଗ୍ରେସ ଅଧ୍ୟକ୍ଷ ହେବେ କି ରାହୁଲ ଗାନ୍ଧି ? କହିଲେ, ୨୦୨୪ରେ ସବୁ ସ୍ପଷ୍ଟ ହେବ । ଆଗତ ଭବିଷ୍ୟତ ସ୍ଥିର କରିସାରିଛନ୍ତି କି ରାହୁଲ ?
ରାଜନୀତି ସହ ଦୂର ଦୂର ପର୍ଯ୍ୟନ୍ତ ସମ୍ପର୍କ ନଥାଇ ବି ତାଙ୍କ ଫଟୋକୁ ପୋଷ୍ଟରରେ ରଖାଯିବା ପରେ ବିବାଦ ଦେଖାଦେଇଛି ।
କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରା ନେଇ ତେଜିଛି ରାଜନୀତି । ବିଜେପି ଏହାକୁ ନେଇ କଡ଼ା ସମାଲୋଚନା କରିଛି ।
ତାମିଲନାଡୁର କନ୍ୟାକୁମାରୀଠାରୁ ଆରମ୍ଭ ହୋଇ ଜାମ୍ମୁ କାଶ୍ମୀର ଶ୍ରୀନଗରେ ଶେଷ ହେବ ଭାରତ ଯୋଡୋ ଯାତ୍ରା ।
ଆଜି ଦିଲ୍ଲୀ ରାମଲୀଳା ମୈଦାନରେ କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତା କେନ୍ଦ୍ର ସରକାରଙ୍କ ବିରୋଧରେ ବିକ୍ଷୋଭ ଯାତ୍ରା କରିଛନ୍ତି। ଜିଏସ୍ଟି, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ବୃଦ୍ଧି, ଏଲ୍ପିଜି ସିଲିଣ୍ଡର ଓ ତୈଳ ଦର ମହଙ୍ଗା ନେଇ କେନ୍ଦ୍ର ସରକାର ଉପରେ କଂଗ୍ରେସ ବର୍ଷିଛି।
ଅକ୍ଟୋବର ୧୭ରେ ନୂଆ ସଭାପତି ଚୟନ ନେଇ ନିର୍ବାଚନ ହେବାକୁ ଥିବା ବେଳେ, କିଏ ବୁଡ଼ୁ ଥିବା ନାଆର ମଙ୍ଗ ଧରିବ, ଏବେ ତା ଉପରେ ନଜର ।
କଂଗ୍ରେସ ବିଶେଷ କରି ରାହୁଲ ଗାନ୍ଧିଙ୍କୁ ଟାର୍ଗେଟ କରି କାହିଁକି କଂଗ୍ରେସ ଛାଡିଲେ, ସେନେଇ ଖୁଲାସା କରିଛନ୍ତି ଆଜାଦ ।
କଂଗ୍ରେସର କ’ଣ ହେବ ? ବଦଳିବେ କି କଂଗ୍ରେସ ମୁଖିଆ ? ନା ପୁଣି ସେହି ଚିରାଚରିତ ଢଙ୍ଗରେ ଚାଲିବ କଂଗ୍ରେସ ?
ନେତା ନିର୍ବାଚନ ଲାଗି CWC ବୈଠକ ପୂର୍ବରୁ କଂଗ୍ରେସକୁ ବଡ଼ ଝଟକା । ଦଳ ସହ ସମସ୍ତ ପଦପଦବୀ ସହ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ଏକଦା ଗାନ୍ଧି ପରିବାରର ଅତି ଘନିଷ୍ଠ ବରିଷ୍ଠ ନେତା ଗୁଲାମ୍ ନବୀ ଆଜାଦ୍ । ସୋନିଆଙ୍କୁ ଲେଖିଥିବା ୫ ପୃଷ୍ଠାର ଇସ୍ତଫାପତ୍ରରେ ସେ ରାହୁଲଙ୍କ ପିଲାଳିଆମୀ ଓ ଅପରିପକ୍ୱତାକୁ ନେଇ ବର୍ଷିଛନ୍ତି ।
କପିଲ ସିବଲଙ୍କଠୁ ଗୁଲାମନବୀ ଯାଏଁ ଦଳ ଛାଡ଼ିଛନ୍ତି ।
ଗୁଲାମନବୀ, ରାହୁଲ ଗାନ୍ଧିଙ୍କୁ ଟାର୍ଟେଟ କରିବା ସହ କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି ଯେ, ‘ରାହୁଲ ଗାନ୍ଧିଙ୍କ ପ୍ରବେଶ ପରେ କଂଗ୍ରେସରେ ସବୁ ଗଡ଼ବଡ଼ି ଆରମ୍ଭ ହେଲା।