କଟକକୁ ପ୍ରତିଦିନ ଆସୁଛନ୍ତି ହଜାର ହଜାର ଲୋକ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ତିଆରି ହୋଇଥିଲା ପବ୍ଲିକ୍ ଟଏଲେଟ୍ । ହେଲେ ଦୁଃଖର ବିଷୟ, ନିର୍ମାଣକୁ ୭ ମାସ ବିତିଥିଲେ ମଧ୍ୟ ଏଯାଏଁ ତାହା କାର୍ଯ୍ୟକ୍ଷମ ହୋଇପାରୁନି । ସର୍ବସାଧାରଣ ଶୌଚାଳୟ ପାଇଁ ସିଏମସି କୋଟି କୋଟି ଟଙ୍କା ଖର୍ଚ୍ଚ କରିଛି । ସବୁ ସୁବିଧା ଥାଇ ବି ଲୋକମାନେ ଉପକୃତ ହେଉନଥିବାରୁ ଅସନ୍ତୋଷ ବଢିଛି ।
#କଟକରେ_ପବ୍ଲିକ୍_ଟଏଲେଟ୍ରେ_ତାଲା
— ଓଟିଭି (@otvkhabar) March 24, 2025
କଟକକୁ ପ୍ରତିଦିନ ଆସୁଛନ୍ତି ହଜାର ହଜାର ଲୋକ । ଆବଶ୍ୟକତାକୁ ଦୃଷ୍ଟିରେ ରଖି ତିଆରି ହୋଇଥିଲା ପବ୍ଲିକ୍ ଟଏଲେଟ୍ । ହେଲେ ଦୁଃଖର ବିଷୟ, ନିର୍ମାଣକୁ ୭ ମାସ ବିତିଥିଲେ ମଧ୍ୟ ଏଯାଏଁ ତାହା କାର୍ଯ୍ୟକ୍ଷମ ହୋଇପାରୁନି। #PublicToilet #CMC #Cuttack #Odisha #OTV pic.twitter.com/Cmn1TQRqUC
ବାରବାଟୀ ଷ୍ଟାଡିୟମଠୁ ଆରମ୍ଭ କରି ସିଡିଏ ବିଜୁ ପଟ୍ଟନାୟକ ପାର୍କ, ଜଗତପୁର, ବିକାଶ ଭବନ ଆଦି ସ୍ଥାନରେ ତିଆରି ହୋଇଛି ସର୍ବସାଧାରଣ ଶୌଚାଳୟ । ଏଥିପାଇଁ ଖର୍ଚ୍ଚ ହୋଇଛି କୋଟି କୋଟି ଟଙ୍କା । ଗଲା ସେପ୍ଟେମ୍ବରରୁ ନିର୍ମାଣ ବି ସରିଛି । ତଥାପି ଆଜି ଯାଏଁ କାମରେ ଆସୁନି । ସାଧାରଣ ଲୋକଟିଏ ଆଜି ବି ଶୌଚାଳୟ ଯିବାକୁ ଅପଦସ୍ତ ହେଉଛି । କେତେକ ଟଏଲେଟ୍ ତ ଆରମ୍ଭ ହେବା ଆଗରୁ ବିପର୍ଯ୍ୟସ୍ତ ହୋଇଗଲାଣି । ଏମିତିକି ଶୌଚାଳୟରୁ ପଙ୍ଖା ଚୋରେଇ ନେଲେଣି ଦୁର୍ବୃତ୍ତ । ସବୁ ବ୍ୟବସ୍ଥା ଥାଇ ମଧ୍ୟ ଟଏଲେଟ୍ ବନ୍ଦ ରହୁଥିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି ।
ଅଧିକ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଖୁବଶୀଘ୍ର ଚିଟ୍ଫଣ୍ଡ କ୍ଷତିଗ୍ରସ୍ତଙ୍କୁ ମିଳିବ ଟଙ୍କା
ପ୍ରତିଦିନ ବାଦାମବାଡ଼ି, ବାରବାଟୀ ଷ୍ଟାଡିୟମ ଏବଂ ରିଂ ରୋଡ଼ ଅଞ୍ଚଳରେ ହଜାର ହଜାର ଲୋକ ଯାତାୟାତ କରିଥାନ୍ତି । ଆବଶ୍ୟକତାକୁ ଦୃଷ୍ଟିରେ ରଖି ସିଏମସି ତରଫରୁ ଅତ୍ୟାଧୁନିକ ଟଏଲେଟ୍ ନିର୍ମାଣ ହୋଇଛି । ୨୦୨୪ ସେପ୍ଟେମ୍ବରରୁ ଅନେକ ଶୌଚାଳୟର ନିର୍ମାଣ କାମ ସରିଥିବାବେଳେ ଆଉ କିଛିର କାର୍ଯ୍ୟ ଜାରି ରହିଛି । ସେପଟେ ମେୟର କହିଛନ୍ତି, ଟଏଲେଟର ରକ୍ଷଣାବେକ୍ଷଣ ଦାୟିତ୍ୱ ପାଇଁ ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ଟେଣ୍ଡର କରି ଖୁବଶୀଘ୍ର ଏଗୁଡ଼ିକୁ କାର୍ଯ୍ୟକ୍ଷମ କରାଯିବ ।
ବର୍ତ୍ତମାନ ଦେଖିବାକୁ ବାକି ରହିଲା କେବେ ଏହି ଶୌଚାଳୟ କାର୍ଯ୍ୟକ୍ଷମ ହେଉଛି ଏବଂ ଲୋକ ଉପକୃତ ହେଉଛନ୍ତି ।
ଅଧିକ ପଢ଼ନ୍ତୁ:ନୀଳମାଧବଙ୍କ ଦର୍ଶନ କଲେ ମହାମହିମ, ରାଜ୍ୟପାଳ-ମୁଖ୍ୟମନ୍ତ୍ରୀ ଉପସ୍ଥିତ