/odishatv-khabar/media/post_attachments/uploadimage/library/16_9/16_9_0/IMAGE_1666363141.jpg)
Shivraj Patil
ଶିବରାଜ ପାଟିଲଙ୍କ ବିବାଦୀୟ ମନ୍ତବ୍ୟକୁ ବିଜେପି ତୀବ୍ର ସମାଲୋଚନା କରିଛି । କଂଗ୍ରେସ ପକ୍ଷରୁ ବାରମ୍ବାର ହିନ୍ଦୁ ଧର୍ମକୁ ଟାର୍ଗେଟ କରାଯାଉଛି ବୋଲି ବିଜେପି କହିଛି । ସେହିପରି ଶିବରାଜ ପାଟିଲ ପୂର୍ବରୁ ହିନ୍ଦୁ ଆତଙ୍କବାଦ ପ୍ରସଙ୍ଗ ଉଠାଇ ହିନ୍ଦୁ ବିରୋଧୀ ମନୋଭାବର ପରିଚୟ ଦେଇଛନ୍ତି ବୋଲି ବିଜେପି ମୁଖପାତ୍ର ଶେହଜାଦ୍ ପୁନାୱାଲା କହିଛନ୍ତି । ସେହିପରି ବିଶ୍ୱ ହିନ୍ଦୁ ପରିଷଦ ଏବଂ ଆରଏସଏସ୍ ମଧ୍ୟ ଶିବାରଜ ପାଟିଲଙ୍କ ମନ୍ତବ୍ୟ ଉପରେ କଡା ଆପତ୍ତି ଉଠାଇଛି ।
ନିଜର ବିବାଦୀୟ ମନ୍ତବ୍ୟ ଉପରେ ସ୍ପଷ୍ଟୀକରଣ ରଖି ଶିବରାଜ ପାଟିଲ କହିଛନ୍ତି ଯେ, ଜିହାଦ ଶବ୍ବକୁ ଗୀତା ସହ ଯୋଡିନାହାନ୍ତି । ତାଙ୍କ ମନ୍ତବ୍ୟକୁ ଗଣମାଧ୍ୟମ ଭୁଲ ଭାବେ ଭାବେ ଉପସ୍ଥାପନ କରିବା ସହ ନିଜ ଫାଇଦା ପାଇଁ ବ୍ୟବହାର କରିଥିବା କହିଛନ୍ତି । ଏପରିକି ଏହି ପ୍ରସଙ୍ଗରେ ଅଧିକ କିଛି ଲେଖିଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଚେତାବନୀ ଦେଇଛନ୍ତି ।
ଇସଲାମରେ ଯେଉଁ ଜିହାଦ ରହିଛି, ସେହି କଥା ଶ୍ରୀକୃଷ୍ଣ ମଧ୍ୟ କହିଥିବା କଥା ଗଣମାଧ୍ୟମର ପ୍ରଶ୍ନରେ ରାଗି ଯାଇଥିଲେ ଶିବରାଜ ପାଟିଲ । ସେଥିରେ ସେ ଉତକ୍ଷିପ୍ତ ହୋଇ ଗଣମାଧ୍ୟମର ବୁମକୁ ଠେଲି ଦେଇଥିଲେ ।
ସେପଟେ ଇସଲାମ ନେତା ଓ ଧର୍ମଗୁରୁ ଶିବରାଜ ପାଟିଲଙ୍କ ମନ୍ତବ୍ୟକୁ ସମର୍ଥନ କରିଛନ୍ତି । ନିଜ ପ୍ରତିରକ୍ଷା ପାଇଁ ଅସ୍ତ୍ର ଉଠାଇବା ହିଁ ଜିହାଦ ଏବଂ ଏହା ସବୁ ଧର୍ମରେ ଉଲ୍ଲେଖ ରହିଥିବା ମୁସଲିମ ଧମଗୁରୁ ମୌଲାନା ସାଜିଦ ରଶିଦ୍ କହିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)