ବଲାଙ୍ଗିର ପୋଲିସ ଓ ମମିତା ହତ୍ୟା ଅଭିଯୁକ୍ତ ଗୋବିନ୍ଦ ମଧ୍ୟରେ ରହିଛି ମଧୂଚନ୍ଦ୍ରିକା । ମମିତାଙ୍କ ପରିବାରକୁ ବିଜେପିର ୧୫ ଜଣିଆ ପ୍ରତିନିଧି ଦଳ ଭେଟିବା ପରେ ସାମ୍ବାଦିକ ସମ୍ମିଳନୀରେ ଏକଥା କହିଛନ୍ତି ବିଜେପି ନେତା ତଥା ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର ।
ସମ୍ବିତ ପାତ୍ର କହିଛନ୍ତି, ମମିତା ନିଖୋଜ ମାମଲାରେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ସମ୍ପୃକ୍ତି ଥିବା ଜାଣି ମଧ୍ୟ ପୋଲିସ୍ ଏତଲା ରଖି ନଥିଲା। ମନ୍ତ୍ରୀ କଲେଜକୁ ଯିବା, ରାତିରେ ରହିବା, ମହିଳାଙ୍କୁ ଶୋଷଣ ଅଭିଯୋଗ ଆସୁଛି।
ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ମାମଲାରେ ଜୋର ଧରୁଛି ରାଜନୀତି। ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର ଦାବିରେ ଆନ୍ଦୋଳନକୁ ଜୋର କରିଛି ବିଜେପି। ଗତକାଲି ମୟୂରଭଞ୍ଜ ବନ୍ଦ ପରେ ଆଜି ସମ୍ବଲପୁର ବନ୍ଦ ଡାକରା ଦିଆଯାଇଛି।
ମଙ୍ଗଳବାର ବଲାଙ୍ଗିର ଯିବ ବିଜେପିର ସ୍ୱତନ୍ତ୍ର ୧୫ ଜଣିଆ ଟିମ୍ । ମମିତି ମେହେର ହତ୍ୟା ମାମଲା ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ବିଜେପିର ଏହି ଟିମ୍ ମମିତାଙ୍କୁ ପାରିବାରାକୁ ଭେଟିବାକୁ ଯିବ ।
ଜେଏମ୍ଏମ୍ ପକ୍ଷରୁ ଆଜି ବାରିପଦାରେ ଜୋରଦାର ବିକ୍ଷୋଭ । ଆକ୍ରମଣକାରୀଙ୍କ ଗିରଫ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଜେଏମ୍ଏମ୍ କର୍ମୀ ।
ଆଜି ମୟୂରଭଞ୍ଜ ଜିଲ୍ଲା ବନ୍ଦ । ବିଜେପି ପକ୍ଷରୁ ସକାଳ ୬ଟାରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ଏହାର ପ୍ରଭାବ ବାରିପଦା ସହରରେ ଦେଖିବାକୁ ମିଳିଛି ।
ମନ୍ତ୍ରୀ ଦିବ୍ୟଶଙ୍କରଙ୍କ ନାଁରେ ବିଜୟ ମହାପାତ୍ର ଆଣିଲେ ସାଂଘାତିକ ଅଭିଯୋଗ। କହିଲେ, ଗୋବିନ୍ଦ ଓ ମମିତାଙ୍କ ମଧ୍ୟରେ ବୁଝାମଣା ପାଇଁ ଜୋରସୋର ଉଦ୍ୟମ କରାଯାଇଥିଲା। ମନ୍ତ୍ରୀଙ୍କ ରାୟପୁର ବାସଭବନରେ ବୁଝାମଣା ଉଦ୍ୟମ କରାଯାଇଥିଲା ବୋଲି ବିଜୟ ଅଭିଯୋଗ କରିଛନ୍ତି
ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାକୁ ନେଇ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ବହିଷ୍କାର ଦାବିରେ ଆନ୍ଦୋଳନ ଜୋରଦାର କରିବ ବୋଲି ବିଜେପି କହିଛି। ରାଜ୍ୟର କୋଣ ଅନୁକୋଣରେ ପ୍ରତିବାଦ ଜୋରଦାର କରାଯିବ।
ଶିକ୍ଷୟିତ୍ରୀ ମମିତା ମେହେର ମୃତ୍ୟୁ ମାମଲାରେ ବିଜେପିର ରଣହୁଙ୍କାର। ଶିଶୁ ଭବନ ଛକରେ ବିଜେପି ମହିଳା ମୋର୍ଚ୍ଚା କର୍ମୀ ଓ ପୋଲିସ ଧସ୍ତାଧସ୍ତି ହୋଇଥିଲେ। ତେବେ ମହିଳା ପୋଲିସ ଆନ୍ଦୋଳନରତ ବିଜେପି କର୍ମୀଙ୍କୁ ଉଠାଇ ନେଇଯାଇଥିଲେ।
ବାରିପଦାରେ ବିଜେପି, ଜେଏମ୍ଏମ୍ କର୍ମୀଙ୍କୁ ଆକ୍ରମଣ ଘଟଣାରେ ୨ ଜଣ ବିଜେଡି କର୍ମୀଙ୍କୁ ପୋଲିସ ଗିରଫ କରିଛି। ଗିରଫ ଯୁବକଙ୍କ ମଧ୍ୟରୁ ବିଜେଡିର ଜଣେ ବରିଷ୍ଠ ନେତାଙ୍କ ପୁଅ ଥିବା ସୂଚନା ମିଳିଛି। ଏନେଇ ୪ଟି ମାମଲା ରୁଜୁ ହୋଇଛି।
ଦିବ୍ୟଶଙ୍କର ଇସ୍ତଫା ଦାବିରେ ୪ଦିନ ହେଲା ରାଜ୍ୟରେ ରାଜନୈତିକ ଘମାସାନ୍ ଚାଲିଥିଲେ ବି ସରକାର ଯେପରି ନିର୍ବିକାର। ଦିବ୍ୟଶଙ୍କର କୌଣସି ପ୍ରତିକ୍ରିୟା ଦେଉନାହାନ୍ତି କି ଦଳ ସୁପ୍ରିମୋ ତାଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହାନ୍ତି। ତେବେ କାହିଁକି ମନ୍ତ୍ରୀଙ୍କ ପ୍ରତି ଏତେ ଦରଦ?
ବାରିପଦାରେ ବିଜେପି, ଜେଏମ୍ଏମ୍ କର୍ମୀଙ୍କୁ ନିସ୍ତୁକ ମାଡ଼ ମରାଯାଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କଳା ପତାକା ପ୍ରଦର୍ଶନ ଉଦ୍ୟମ ବେଳେ ନିସ୍ତୁକ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି।
ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟାକାଣ୍ଡର ପ୍ରତିବାଦରେ ଆଜି ବଲାଙ୍ଗୀର ବନ୍ଦ ପାଳନ କରାଯାଉଛି। ବିଜେପି ପକ୍ଷରୁ ସକାଳ ୬ଟାରୁ ସା ୬ଟା ଯାଏଁ ୧୨ ଘଂଟିଆ ବଲାଙ୍ଗିର ବନ୍ଦ ଡାକରା ଦିଆଯାଇଛି
ମହାଲିଙ୍ଗ ସ୍କୁଲ ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ । ଜିଲ୍ଲା ବିଜେପି ପକ୍ଷରୁ ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି।
ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ଗଢ଼ିବେ ନୂଆ ଦଳ। ଏ ନେଇ ଗତକାଲି ସେ ଘୋଷଣା କରିଛନ୍ତି। ଯଦି ଚାଷୀ ଆନ୍ଦୋଳନର ସମାଧାନ ତାଙ୍କ ହିତରେ ରୁହେ ତେବେ ସେ ଆସନ୍ତା ନିର୍ବାଚନରେ ପଞ୍ଜାବରେ ବିଜେପି ସହ ବୁଝାମଣା ନେଇ ବିଚାର କରିବେ
ଶିକ୍ଷୟିତ୍ରୀ ମମିତା ନିଖୋଜ ମାମଲାରେ ଆଜି କଳାହାଣ୍ଡି ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ କଳାହାଣ୍ଡି ବନ୍ଦ ଡାକରା ଦେଇଛି ବିଜେପି। ମାମଲାରେ କାର୍ଯ୍ୟାନୁଷ୍ଠାନ ସହ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବି କରିଛି ଜିଲ୍ଲା ବିଜେପି
ପୌର ଓ ପଂଚାୟତ ନିର୍ବାଚନରେ ଅନୁସୂଚିତ ଜାତି, ଜନଜାତି, ପଛୁଆ ବର୍ଗଙ୍କ ନିମନ୍ତେ ସଂରକ୍ଷଣ ସୀମା ସର୍ବାଧିକ ୫୦ ପ୍ରତିଶତ ରଖିବା ନିମନ୍ତେ ରାଜ୍ୟ ସରକାର ଓଡ଼ିଶା ମ୍ୟୁନିସପାଲ ଆଇନ-୧୯୫୦ ଏବଂ ଓଡ଼ିଶା ମ୍ୟୁନିସପାଲ କର୍ପୋରେସନ ଆଇନ-୨୦୦୩ ସମେତ ଓଡ଼ିଶା ଗ୍ରାମପଂଚାୟତ ଆଇନ-୧୯୬୪, ଓଡ଼ିଶା ପଂଚାୟତ ସମିତି ଆଇନ-୧୯୯୯ ଓ ଓଡ଼ିଶା ଜିଲ୍ଲା ପରିଷଦ ଆଇନ-୧୯୯୧ରେ ସଂଶୋଧନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ବହୁ ଚର୍ଚ୍ଚିତ ପାରଳାଖେମୁଣ୍ଡି ଏସିଏଫ୍ ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ମାମଲାକୁ ନେଇ ତଦନ୍ତ ବ୍ୟବସ୍ଥା ଉପରେ ବର୍ଷିଛି ବିଜେପି । ସୌମ୍ୟ ରଞ୍ଜନ ମୃତ୍ୟୁ ମାମଲା ଘଟଣାରେ କ୍ରାଇମବ୍ରାଞ୍ଚ ମାସେ ଧରି ତଦନ୍ତ କରିବା ପରେ ମଧ୍ୟ ବର୍ତ୍ତମାନ ସୁଦ୍ଧା ଅସଲ ଅଭିଯୁକ୍ତଙ୍କୁ ଧରି ପାରିନଥିବାର ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି ।
ପୁଣି ମୟୂରଭଂଜ ଜିଲ୍ଲା ପ୍ରଶାସନ ଉପରେ ବର୍ଷିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ । କହିଲେ ଜିଲ୍ଲାପାଳ, ଜିଲ୍ଲା ବିଜେଡି ସଭାପତି ଭଳି କାର୍ଯ୍ୟ କରୁଛନ୍ତି । ଜଣେ କେନ୍ଦ୍ରମନ୍ତ୍ରୀଙ୍କୁ କିଭଳି ସମ୍ମାନ ଦିଆଯାଏ ଜିଲ୍ଲାପାଳ ତାହା ଜାଣିନାହାନ୍ତି।
କଂଗ୍ରେସ ଭବନ ଭଙ୍ଗାରୁଜା ନେଇ ମୁହଁ ଖୋଲିଲେ କଂଗ୍ରେସର ବରିଷ୍ଠ ନେତା ତଥା ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ। କହିଲେ, ଆମ ଅଫିସ୍ରେ ବେଳେ ବେଳେ ଏମିତି ଭଙ୍ଗାରୁଜା ଅନେକ ସମୟରେ ହୁଏ
୨ ମାସ ପୂର୍ବରୁ ଧାନ ଓ ଚାଉଳ କିଣା ନେଇ କେନ୍ଦ୍ର ଡକାଇଥିବା ବୈଠକରେ ସବୁ ରାଜ୍ୟର ସଚିବ ଥିଲେ। ଓଡ଼ିଶାର ଖାଦ୍ୟ ଯୋଗାଣ ସଚିବ କାହିଁକି ଚୁପ ବସିଥିଲେ ବୋଲି ପ୍ରଶ୍ନ କରିଛି ବିଜେପି। କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗ ଉଠାଇ ମୁଖ୍ୟମନ୍ତ୍ରୀ ନାମକୁ ମାତ୍ର ଚିଠି ଲେଖୁଛନ୍ତି ବୋଲି କହିଛି।
କଂଗ୍ରେସ-ତୃଣମୂଳ କଂଗ୍ରେସ ମଧ୍ୟରେ ବଢୁଛି ବିବାଦ। କଂଗ୍ରେସର ବରିଷ୍ଠ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ବୟାନକୁ ନେଇ ଏବେ ଜୋରସୋରରେ ଚାଲିଛି ଚର୍ଚ୍ଚା। କଂଗ୍ରେସ ଦଳରେ ଲାଗୁଥିବା କନ୍ଦଳ ପାଇଁ ସେ ସିଧାସଳଖ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍ସିର ମୁଖ୍ୟ ମମତା ବାନାର୍ଜୀଙ୍କୁ ଦାୟୀ କରିଛନ୍ତି। ଏହାସହ ସେ କହିଛନ୍ତି ନିଜାର ରାଜନୈତିକ ଉଦ୍ଦେଶ୍ୟ ପାଇଁ ମମତା ଏପରି ହୀନ ରାଜନୀତି କରୁଛନ୍ତି।
ବିଜେପି ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟଙ୍କ ନୂଆ ତାଲିକା ଘୋଷଣା ହୋଇଛି। ଜାତୀୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଭାବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ,ମୂରଲୀ ମନୋହର ଯୋଶୀଙ୍କ ସମେତ ଅମିତ ଶାହା ଓ ରାଜନାଥ ସିଂ ପ୍ରମୁଖ ରହିଛନ୍ତି
ବିଜେପି ଏହାର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟି ସଦସ୍ୟଙ୍କ ନାଁ ଘୋଷଣା କରିଛି। ଏଥର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ କମିଟିରେ ମାନେକା ଗାନ୍ଧି ଓ ବରୁଣ ଗାନ୍ଧିଙ୍କୁ ସାମିଲ କରାଯାଇ ନାହିଁ। କମିଟିରେ ବିନୟ କଟିୟାରଙ୍କୁ ମଧ୍ୟ ସ୍ଥାନ ମିଳିନି।
ଜୟରାମ ପାଙ୍ଗି କୋରାପୁଟ ଏବଂ ଦକ୍ଷିଣ ଓଡ଼ିଶାର ଜଣେ ବରିଷ୍ଠ ଓ ଟାଣୁଆ ନେତା। ବିଜେଡିରୁ ସାଂସଦ ଏବଂ ପରେ ଗତ ନିର୍ବାଚନରେ ସେ ବିଜେପିରେ ସାମିଲ ହୋଇଥିଲେ।