ପଞ୍ଚାୟତିରାଜ ଦିବସକୁ ବିଜେପି ୩୧୪ ବ୍ଲକ ଆଗରେ ଭ୍ରଷ୍ଟାଚାର ଦିବସଭାବେ ପାଳନ କରିବ । ହାତରେ କଳା କପଡା ବାନ୍ଧି ଦଳ ବିରୋଧ ପ୍ରଦର୍ଶନ କରିବ ବୋଲି କହିଛି ।
ସ୍ଥିତି ସୁଧାରିବାକୁ ମୁଖ୍ୟମନ୍ତ୍ରୀ ଗସ୍ତ କରୁଥିବାର ଚର୍ଚ୍ଚା । ବିରୋଧୀ କହିଲେ-ଫରକ୍ ପଡ଼ିବନି ନବୀନଙ୍କ ଗସ୍ତ ।
ଆସନ୍ତାକାଲି ସବୁ ଏସ୍ପି ଓ ଡିସିପି ଅଫିସ ଘେରାଉ । କାଉଣ୍ଟରରେ ଗ୍ୟାସ୍ ଦର ବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି ।
ମୁଖପାତ୍ର ନହୋଇଥିଲେ ବି ଦଳୀୟ କାର୍ଯ୍ୟାଳୟରେ ସାମ୍ବାଦିକ ସମ୍ମିଳନୀ କରି ରୋଷେଇ ଗ୍ୟାସ୍ ଦର ବୃଦ୍ଧି କରିଥିବାରୁ କେନ୍ଦ୍ରକୁ କଡ଼ା ସମାଲୋଚନା କରିଛନ୍ତି। କହିଥିଲେ, ଏ ପ୍ରସଙ୍ଗରେ କାହିଁକି ଓଡ଼ିଶା ବିଜେପି ନେତାଏ କିଛି କହୁନାହାଁନ୍ତି?
କର୍ମୀଙ୍କ ଉପରେ ପୋଲିସର ଆକ୍ରମଣ ସୁଚିନ୍ତିତ ଯୋଜନା ଓ ଷଡ଼ଯନ୍ତ୍ର ଥିଲା ବୋଲି ଆଜି ଏକ ସମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରିଛି ଦଳ ।
କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଲୋକସଭା ସାଂସଦ ରାହୁଲ ଗାନ୍ଧୀ ଛତିଶଗଡ଼ର ନୂଆ ରାୟପୁରରେ କଂଗ୍ରେସର ମହାଅଧିବେଶନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କାର୍ଯ୍ୟକ୍ରମରେ ସାମିଲ ହୋଇ ରାହୁଲ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଥିବା ବେଳେ ସେ କହିଥିଲେ କି, ‘ମୋ ପାଖରେ ୫୨ ବର୍ଷ ହେଲା ଘର ନାହିଁ’ ।
କାଁ ଭାଁ ଲାଗିଛି, ଅନ୍ୟ କେଉଁଠି ନାହିଁ ଚିହ୍ନବର୍ଣ୍ଣ । ସିଜିନାଲ ଗଛ, ମରିଗଲା ବୋଲି କହିଲେ ମେୟର । ଦୁର୍ନୀତି ଗନ୍ଧ ବାରିଲେ ବିରୋଧୀ ।
କାଲି ସବୁ ଥାନାରେ FIR ଦେବ ବିଜେପି । ଶନିବାର SP ଅଫିସ ଆଗରେ ବିକ୍ଷୋଭ । ରାଜ୍ୟରେ ଚାଲିଛି ହିଟଲରୀ ଶାସନ କହିଲା କଂଗ୍ରେସ ।
ଗତକାଲିର ଘଟଣାକୁ ନେଇ ଆଜି ଆଗ ବିଜେଡି ପ୍ରେସମିଟ୍ କରି ସିଧା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରସଙ୍ଗ ଭିତରକୁ ଟାଣି ତାଙ୍କରି ଅନୁସାରେ ହିଁ ସବୁ କିଛି ହୋଇଛି ବୋଲି ଟାର୍ଗେଟ୍ କରିଛି ।
ଲୋୟର ପିଏମ୍ଜି ଖଣ୍ଡଯୁଦ୍ଧ ପରେ ବିଜେପି-ବିଜେଡି ମୁହାଁମୁହିଁ । ଧର୍ମେନ୍ଦ୍ରଙ୍କ ଇଙ୍ଗିତରେ ପୋଲିସକୁ ଆକ୍ରମଣ କରାଯାଇଛି କହିଛି ବିଜେଡି ।
ନୋଟିସ ପାଇଥିବା କହି ଅନୁଧ୍ୟାନ କରାଯାଉଛି କହିଛନ୍ତି ବାଚସ୍ପତି ।
ଦିବଙ୍ଗତ ବିଜେଡ଼ି ନେତା ବିଷ୍ଣୁ ଦାସଙ୍କ ପୁଅ ତିର୍ତ୍ତୋଲ ବିଧାୟକ ବିଜୟ ଶଙ୍କର। ଆଉ ଦିବଙ୍ଗତ ବିଜେପି ନେତା ବିଷ୍ଣୁ ସେଠୀଙ୍କ ପୁଅ ଧାମନଗର ବିଧାୟକ ସୂରଜ ସୂର୍ଯ୍ୟବଂଶୀ। ଉଭୟଙ୍କ ବୟସ ପ୍ରାୟ ସମାନ। ଦୁହେଁ ବି ଏବେ ଅଧିକାଂଶ ସମୟ ଚର୍ଚ୍ଚାରେ ରହୁଛନ୍ତି। କିନ୍ତୁ ଚର୍ଚ୍ଚାର କାରଣ ଅଲଗା ଅଲଗା। ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀ ଏଇ କଂଚା ବୟସରେ ନିଜର ରାଜନୈତିକ ପଟୁତା ପାଇଁ ଲୋକଙ୍କ ଭିତରେ ଚର୍ଚ୍ଚାରେ ରହୁଥିବା ବେଳେ, ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ନିଜର ପ୍ରେମ ଜନିତ ବିବାଦ ପାଇଁ ଏବେ ଚର୍ଚ୍ଚାରେ ରହୁଛନ୍ତି।
ପୋଲିସର ଆକ୍ରମଣକୁ କଡ଼ା ନିନ୍ଦା କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କିଛି ପୋଲିସ ଅଧିକାରୀ ଏକପାଖିଆ ନିଷ୍ପତ୍ତି ନେଉଥିବା କହିଲେ ଧର୍ମେନ୍ଦ୍ର ।
କନ୍ଧମାଳର ପୂର୍ବତନ ବିଜେଡି ସାଂସଦ ପ୍ରତ୍ୟୁଷା ରାଜେଶ୍ୱରୀ ବିଜେପିରେ ଯୋଗଦେବା ପରେ ନୟାଗଡ଼ ରାଜନୀତିରେ ମୋଡ଼ ଆସିଛି । ଅରୁଣଙ୍କ ପାଇଁ ରାସ୍ତା ଆଉ ସହଜ ହୋଇ ରହିନାହିଁ । କିଛିମାସ ପୂର୍ବରୁ ଅରୁଣଙ୍କ ନାଁ ନନେଇ ପ୍ରତ୍ୟୁଷା ମେଳି ବାନ୍ଧୁଥିଲେ, ଏବେ ଖୋଲାଖୋଲି କହୁଛନ୍ତି, ଅରୁଣ ହଟାଓ। ତା ସହିତ ସେ ଅସନ୍ତୁଷ୍ଟ ତଥା ଅରୁଣ ବିରୋଧୀ ବିଜେଡି କର୍ମୀଙ୍କୁ ଏକାଠି କରୁଛନ୍ତି
ବିଧାନସଭା ବାହାରେ ଓ ଭିତରେ ବିଜେପିର ଗର୍ଜନ । ନବ ହତ୍ୟା ପ୍ରସଙ୍ଗକୁ ନେଇ ଆଜି ବି କଂପିଥିଲା ବିଧାନସଭା ।
ରାଜ୍ୟ ସରକାର ଓ ତଦନ୍ତ ପ୍ରକ୍ରିୟାକୁ ନେଇ ପ୍ରଶ୍ନ । ଝାରସୁଗୁଡ଼ାରେ ଜୋର ଧରିଲାଣି ରାଜନୈତିକ ବୟାନବାଜି ।
କ୍ରାଇମବ୍ରାଞ୍ଚ ସତ ଲୁଚାଇ ବାଟବଣା କରୁଥିବା ଅଭିଯୋଗରେ ବର୍ଷିଲେ ବିରୋଧୀ । ନବ ହତ୍ୟା ତଦନ୍ତର ଗତିକୁ ନେଇ ସନ୍ଦେହରେ କ୍ରାଇମବ୍ରାଞ୍ଚ ।
ବିଜେପି କହିଛି, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ପଡ଼ିଛି । ଏହି ପ୍ରସଙ୍ଗ ଉପରୁ ନଜର ହଟାଇବା ପାଇଁ ବିନା ହୋମୱର୍କରେ ବିଜେଡି ଏହି ଆନ୍ଦୋଳନ କରୁଛି । ମୋଦି ସରକାର ଓଡ଼ିଶାକୁ ୨୮ଲକ୍ଷ ଘର ଦେଇଛନ୍ତି ।
ପୋଲିସ ପକ୍ଷରୁ ବିଜେପି କର୍ମୀ ମାନଙ୍କ ଉପରେ ଲାଠି ଚାଳନା କରାଯାଇଥିଲା । ଫଳରେ ଭୁବନେଶ୍ୱର ଲୋୟର ପିଏମଜିରେ ହାତାହାତି ହୋଇଥିଲେ ପୋଲିସ ଓ ବିଜେପି କର୍ମୀ । ଖାଲି ସେତିକି ନୁହେଁ ପୋଲିସର ଲାଠି ମାଡ଼ରେ କିଛି ବିଜେପି କର୍ମୀ ମାନେ ଲହୁଲୁହାଣ ମଧ୍ୟ ହୋଇଛନ୍ତି ।
ଶିକ୍ଷକଙ୍କୁ ଆନ୍ଦୋଳନରୁ ଓହରିବାକୁ ମନ୍ତ୍ରୀଙ୍କ ନିବେଦନ । ପିଲାଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ସହଯୋଗ ପାଇଁ ନିବେଦନ ।
ସିବିଆଇ ଇନକ୍ୱାରି ଦାବିରେ ଅଟଳ ବିଜେପି । ୪୫ ପୁରସ୍କାର ପାଇ ଗୋପାଳ କେମିତି ହେଲା ପାଗଳ, ଉଠିଲା ପ୍ରଶ୍ନ ।
୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟର ତିନି ପ୍ରମୁଖ ଦଳ ବୁଥ୍ ସ୍ତରର ଭୋଟର୍ଙ୍କ ପାଖେ ପହଞ୍ଚିବାକୁ ସେତିକି ଫୋକସ୍ କରୁଛନ୍ତି। ବିଜେପି ପକ୍ଷରୁ କାର୍ଯ୍ୟକର୍ତ୍ତାଙ୍କୁ ଗୁଢ଼ ମନ୍ତ୍ର ଦେଇଛନ୍ତି ନିଜେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ।
୨୪ ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜ୍ୟର ତିନି ପ୍ରମୁଖ ଦଳ ବୁଥ୍ ସ୍ତରର ଭୋଟର୍ଙ୍କ ପାଖେ ପହଞ୍ଚିବାକୁ ସେତିକି ଫୋକସ୍ କରୁଛନ୍ତି। ବିଜେପି ପକ୍ଷରୁ କାର୍ଯ୍ୟକର୍ତ୍ତାଙ୍କୁ ଗୁଢ଼ ମନ୍ତ୍ର ଦେଇଛନ୍ତି ନିଜେ କ୍ଷେତ୍ରୀୟ ପ୍ରଭାରୀ ସୁନିଲ ବଂଶଲ।
ପିଡିଏସ୍ ହିତାଧିକାରୀଙ୍କ ମନରେ ଛନକା, ସରକାରୀ ଚାଉଳରେ ମିଶିଛି ପ୍ଲାଷ୍ଟିକ୍ ଚାଉଳ। ଲମତାପୁଟରେ ହିତାଧିକାରୀ ଏ ଚାଉଳ ଧରି ବିଡିଓଙ୍କ ପାଖେ ଫେରାଦ ବି ହୋଇଛନ୍ତି । ତେଣେ ଏଭଳି ମାଳ ମାଳ ଅଭିଯୋଗ ଭିତରେ ବାଲେଶ୍ୱର ସିଏସ୍ଓଙ୍କ ପାଖରୁ ଆସିଛି ସ୍ପଷ୍ଟୀକରଣ…
କ୍ରାଇମବ୍ରାଞ୍ଚ ତଦନ୍ତର ଗତିବିଧିକୁ ନେଇ ପ୍ରଶ୍ନ ଉଠାଇଲେ ବିରୋଧୀ । ୨୬ ଦିନ ପରେ ବି ଫିଟୁନି ନବ ଦାସ ହତ୍ୟା ପଛର ରହସ୍ୟ ।