/odishatv-khabar/media/post_attachments/uploadimage/library/16_9/16_9_0/IMAGE_1677156504.jpg)
Pawan khera
କଂଗ୍ରେସର ବରିଷ୍ଠ ନେତା ତଥା ମୁଖପାତ୍ର ପବନ ଖେଡାଙ୍କୁ ଗିରଫ କରିଛି ପୋଲିସ । ଆଜି ଖେଡା ଦଳୀୟ ନେତାଙ୍କ ସହ ଦିଲ୍ଲୀରୁ ରାୟପୁର ଯାଉଥିବା ବେଳେ ତାଙ୍କୁ ଗିରଫ କରାଯାଇଛି । ସେ ବିମାନରେ ବସି ସାରିଥିଲେ ହେଁ ତାଙ୍କୁ ଲଗେଜ ଚେକିଂ ନାଁରେ ତଳକୁ ଓହ୍ଲାଇ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଏହାକୁ ନେଇ କଂଗ୍ରେସ ର ନେତାମାନେ ରନୱେ ନିକଟରେ ବିକ୍ଷୋଭ ବି କରିଥିଲେ । ସେମାନେ ବିକ୍ଷୋଭ କରୁଥିବା ବେଳେ ଆସାମ ପୋଲିସ୍ର ଗୋଟିଏ ଟିମ ସେଠାରେ ପହଞ୍ଚି ପବନ ଖେଡାଙ୍କୁ ଗିରଫ କରିଛି ।
ଖେଡା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଙ୍କ ବାପାଙ୍କ ନାଁ ନେଇ ତାଙ୍କୁ ଅପମାନିତ କରିବା ଭଳି ବୟାନ ଦେଇଥିବାରୁ ବିଜେପି ତାଙ୍କ ଗିରଫଦାରୀ ଦାବି କରିଥିଲା । ଏପରି କି ଆସାମ ବିଜେପି ର ଜଣେ ନେତା ଏନେଇ ପୋଲିସ୍ରେ ଅଭିଯୋଗ କରିଥିଲେ। ଏହି ଅଭିଯୋଗକୁ ଭିତ୍ତି କରି ପବନ ଖେଡାଙ୍କ ନାଁରେ ଆସାମର ହାଫଲଙ୍ଗ ପୋଲିସ୍ ଷ୍ଟେସନରେ ମାମଲା ହୋଇଥିଲା । ଏହାପରେ ଆଜି ଆସାମ ପୋଲିସ୍ର ଗୋଟିଏ ଟିମ୍ ଦିଲ୍ଲୀ ଆସି ଶ୍ରୀ ଖେଡାଙ୍କୁ ଏୟାରପୋର୍ଟରୁ ଗିରଫ କରିଛି।
ତେବେ କଂଗ୍ରେସ ଏପରି ଗିରଫଦାରୀକୁ ଅସାମ୍ବିଧାନିକ ବୋଲି କହିଛି । ଛତିଶଗଡ଼ର ରାୟପୁରରେ କଂଗ୍ରେସ ସମାବେଶ କରିବାକୁ ଯାଉଥିବା ବେଳେ ଏହାକୁ ଭଣ୍ଡୁର କରିବା ପାଇଁ କ୍ଷମତାସୀନ ବିଜେପି ଏପରି ଷଡ଼ଯନ୍ତ୍ର କରିଥିବା ଦଳ ପକ୍ଷରୁ ଅଭିଯୋଗ କରାଯାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)