• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଆନ୍ଦୋଳନରେ ଶିକ୍ଷକ । ପ୍ରାଥମିକ ସ୍କୁଲରେ ପଡ଼ିଛି ତାଲା । ଦାବି ପୂରଣ ନହେବା ଯାଏ ଆନ୍ଦୋଳନ ଜାରି ରହିବ। ଏଭଳି ଚେତାବନୀ ଦେଇ ଆନ୍ଦୋଳନକୁ ଓହ୍ଲାଇଛି ପ୍ରାଥମିକ ଶିକ୍ଷକ ମିଳିତ ମଞ୍ଚ । ଶିକ୍ଷକଙ୍କ ସପକ୍ଷରେ ଅଭିଭାବକ ସଂଘ ବାହାରି ଦାବି ପୂରଣ ନହେଲେ ସେମାନେ ବି ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

ସେପଟେ କିନ୍ତୁ ଆନ୍ଦୋଳନରତ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନାଲି ଆଖି ଦେଖାଇ ରାଜ୍ୟ ସରକାର ଅନୁରୋଧ କରିଛନ୍ତି । ଆନ୍ଦୋଳନକାରୀଙ୍କୁ ବୁଝାଇବା ପାଇଁ ସବୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ପ୍ରାଥମିକ ଶିକ୍ଷା ନିର୍ଦ୍ଦେଶକ । ୨୨୦ ଦିନ କାର୍ଯ୍ୟଦିବସ ପୂରଣ ନହେଲେ ପରବର୍ତ୍ତୀ ସମୟରେ ସମୂହ ଛୁଟିରେ ଥିବା ଶିକ୍ଷକ ମାନେ ଭରଣା କରିବେ ବୋଲି ଚିଠିରେ ଦର୍ଶାଯାଇଛି ।

ହେଲେ ସେପଟେ ରାଜ୍ୟବ୍ୟାପୀ ଧାରଣାରେ ବସିଥିବା ପ୍ରାଥମିକ ଶିକ୍ଷକଙ୍କ ଦାବିକୁ ସମର୍ଥନ କରିଛି ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ରାୟଗଡ଼ା ଜିଲ୍ଲା ଗସ୍ତରେ ଯାଇ ଶିକ୍ଷକଙ୍କ ଆନ୍ଦୋଳନ ସ୍ଥଳରେ ପହଞ୍ଚି ସେମାନଙ୍କ ଦାବିକୁ ଯଥାର୍ଥ ବୋଲି କହିଛନ୍ତି ।

ଏହାପରେ ଏକ ଶୋଭଯାତ୍ରାରେ ଯାଇ ଏକ ଜନସଭାରେ ଯୋଗ ଦେଇଥିଲେ ମନମୋହନ ସାମଲ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତକର ଯୋଜନା ସମ୍ପର୍କରେ ନିଜର ଅଭିଭାଷଣ ରଖିଥିଲେ । ଶେଷରେ ରାୟଗଡ଼ାରେ ଏକ କର୍ମୀ ସମ୍ମିଳନୀରେ ଯୋଗ ଦେଇ ବିଜେପି ମିଶ୍ରଣ ପର୍ବରେ ସାମିଲ ହୋଇଥିଲେ । ମିଶ୍ରଣ ପର୍ବରେ ଜିଲ୍ଲାର ଅନେକ ବିଜେଡି ଓ କଂଗ୍ରେସ କର୍ମୀ ବିଜେପିରେ ଯୋଗ ଦେଇଥିଲେ ।

  • Reported by:
  • JAGDISH DAS