/odishatv-khabar/media/post_attachments/uploadimage/library/16_9/16_9_0/IMAGE_1695462706.jpg)
Baijayant Panda
ଗଣମାଧ୍ୟମ ସଂସ୍ଥା ଆକ୍ରୋଶର ଶିକାର ହେଉଛନ୍ତି । ଆଜି କିଛି ଏଭଳି କହିଛନ୍ତି ବିଜେପି ରାଷ୍ଟ୍ରୀୟ ଉପଧ୍ୟାକ୍ଷ ବୈଜୟନ୍ତ ପଣ୍ଡା । ଗଣମାଧ୍ୟମ ସଂସ୍ଥା ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସେ ମନ୍ତବ୍ୟ ରଖିଛନ୍ତି । ଏ ସରକାରଙ୍କ ଆକ୍ରୋଶର ଶିକାର ଗଣମାଧ୍ୟମ ହେଉଛନ୍ତି । ପୂର୍ବରୁ ଅନ୍ୟ ଗଣମାଧ୍ୟମ ବି ସରକାରଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ।
Advertisment
ନାଁ ନେଇ ବି ସରକାରଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ବୈଜୟନ୍ତ । ଜଣେ ନେତାଙ୍କୁ ଆଣିଲେ, ତାଙ୍କୁ ପଦ ପଦବୀ ଦେଇ ମୁଣ୍ଡରେ ବସାଇଥିଲୋ ହଠାତ୍ କହିଲେ ତାଙ୍କ ନାଁରେ ବିଭିନ୍ନ ଅଭିଯୋଗ ରହିଛି । ତାଙ୍କ ନାଁରେ ଆସିଥିବା ଅଭିଯୋଗ କଣ ପୂର୍ବରୁ ଜଣାନଥିଲା କି ବୋଲି ପ୍ରଶ୍ନ କରିଛନ୍ତି । କେନ୍ଦ୍ରୀୟ ଯୋଜନା ରାଜ୍ୟରେ ଲୁଟ୍ ହେଉଛି, ଦୂର୍ନୀତି ବଢ଼ି ଚାଲିଛି । ଏସବୁ ଲୋକେ ଜାଣିବା ଉଚିତ ବୋଲି ଦୋହରାଇଛନ୍ତି ବୈଜୟନ୍ତ । ସେପଟେ ତାଙ୍କ ଅଭିଯୋଗ ନେଇ ବିଜେଡିର କୌଣସି ପ୍ରତିକ୍ରିୟା ମିଳିପାରିନି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)