• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

୨୪ ନିର୍ବାଚନୀ ବୈତରଣୀ ପାରି ହେବାକୁ ମହିଳାଙ୍କ ଉପରେ ଭରସା । ମହିଳା ଭୋଟକୁ ମଜଭୁତ ପାଇଁ କେନ୍ଦ୍ରରେ ବିଜେପି ବଡ଼ କାର୍ଡ ଖେଳି ମହିଳା ସଂରକ୍ଷଣ ବିଲ୍ ପାସ୍ କରିଛି । କେବଳ ଏତିକି ନୁହେଁ, ମହିଳାଙ୍କ ସହିତ ବିଜେପି ରହିଛି ବୋଲି ବାର୍ତ୍ତା ଦେବା ପାଇଁ ବଡ଼ କ୍ୟାମ୍ପେନ ପାଇଁ ବି ଯୋଜନା କରୁଛି । ପରିଣାମ ସ୍ୱରୂପ, ଏହି ନିଷ୍ପତ୍ତି ଦ୍ୱାରା ବିଜେଡି ନିର୍ଭର କରୁଥିବା ମହିଳା ଭୋଟବ୍ୟାଙ୍କ ପ୍ରଭାବିତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି । ଏହି ଚର୍ଚ୍ଚା ଆଲୋଚନା ଭିତରେ ୩ ପ୍ରମୁଖ ଦଳ ଭିତରେ ଜୋର ଧରିଛି ରାଜନୈତିକ ବୟାନବାଜି ।

୨୪ ନିର୍ବାଚନରେ ନିର୍ଣ୍ଣାୟକ ହେବ ମହିଳା ଭୋଟ୍ । ମହିଳା ଭୋଟ୍ ପାଇଁ ବିଜେପି, ବିଜେଡିର ବଡ଼ ରଣନୀତି । କିଏ ନେବ ଭୋଟ୍, କାହାକୁ ଭରସା କରିବେ ମହିଳା ? ବିଜେଡିର ମହିଳା ଭୋଟ୍ ବ୍ୟାଙ୍କ ଉପରେ ମାଡ଼ କରିବ କି କେନ୍ଦ୍ରର ମହିଳା ବିଲ୍ ? ଲୋକସଭାରୁ ରାଜ୍ୟସଭା ଯାଏଁ, ଉଭୟ ଗୃହରେ ପାରିତ ହୋଇଛି ବହୁ ପ୍ରତୀକ୍ଷିତ ବିଲ୍ ନାରୀ ଶକ୍ତି ବନ୍ଦନ ଅଧିନିୟମ । ମହିଳା ସଂରକ୍ଷଣ ବିଲ୍ ପ୍ରସଙ୍ଗକୁ କ୍ୟାମ୍ପେନ ମୋଡ଼ରେ ନେବା ପାଇଁ ବିଜେପି ତିଆରି କରିଛି ବ୍ଲୁପ୍ରିଣ୍ଟ । ମହିଳାଙ୍କ ସହ ବିଜେପି ଯେ ରହିଛି, ସେହି ବାର୍ତ୍ତା ଦେବାକୁ ସବୁଠି ବ୍ୟାପକ ପ୍ରଚାର । ପରିଣାମ ସ୍ୱରୂପ କେନ୍ଦ୍ର ସରକାରଙ୍କ ମହିଳା ସଂରକ୍ଷଣ ବିଲ୍ ବିଜେଡିର ମହିଳା ଭୋଟ୍ ବ୍ୟାଙ୍କକୁ ମାଡ଼ କରିବ ବୋଲି ଚର୍ଚ୍ଚା ହେଉଛି । ତେଣୁ SHGକୁ ସ୍କୁଟର୍ ଯୋଜନାଠୁ ଆରମ୍ଭ କରି ୠଣ ବ୍ୟବସ୍ଥା, ବିଭିନ୍ନ କ୍ଷେତ୍ରରେ ବ୍ୟବସାୟିକ ସୁବିଧା ଯୋଗାଇଦେବା ଭଳି ବ୍ୟବସ୍ଥା କରିଛି ବିଜେଡି ।

ଏପରିକି କେନ୍ଦ୍ରର ମହିଳା ସଂରକ୍ଷଣ ବିଲକୁ କାଉଣ୍ଟର ପାଇଁ ବିଜେଡି ମହିଳା କାର୍ଡ ଖେଳି ସ୍ୱାଧୀନୋତ୍ତର ଓଡ଼ିଶାରେ ବିଧାନସଭାର ପ୍ରଥମ ମହିଳା ବାଚସ୍ପତି କରିଛି ପ୍ରମିଳା ମଲ୍ଲିକଙ୍କୁ । ଯିଏ ଜଣେ ଅନୁସୂଚିତ ଜାତି ବର୍ଗର । ଆଉ ବିଜେଡି ସରକାରର ଏହି ନିଷ୍ପତ୍ତି ପରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ବିଜେଡିର ମହିଳା ବିଧାୟିକା ଟିମ୍ । ଏସବୁ ଭିତରେ ଦିଲ୍ଲୀରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବି ମହିଳା ସଶକ୍ତିକରଣ କଥା କହିଥିବାବେଳେ କଂଗ୍ରେସ ଏହାକୁ ମହିଳା ଭୋଟ୍ ପାଇଁ ହିଁ ଚାଲ୍ ବୋଲି କହିଥିବାବେଳେ ବିଜେଡି ସହ ମହିଳା ରହିଛନ୍ତି ବୋଲି ଦଳ କହିଛି ।

ସବୁବେଳେ ମହିଳା ଭୋଟକୁ ଧରି ନିର୍ବାଚନୀ ବୈତରଣୀ ପାରି ହୋଇଆସୁଛି ବିଜେଡି । ତେଣୁ କାଉଣ୍ଟର ଲାଗି ମହିଳା ସଂରକ୍ଷଣ ବିଲ୍ ଓ ତାକୁ ନେଇ ବିଜେପି କ୍ୟାମ୍ପେନିଂ ଷ୍ଟ୍ରାଟେଜୀ ତିଆରି କରିବାକୁ ଯାଉଛି । ତା’ସହ ଓଡିଶାର ଝିଅ ଦ୍ରୌପଦୀ ମୁର୍ମୁ ବି ଆଦିବାସୀ ମହିଳା ହୋଇଥିବାରୁ ବିଜେପି ଏବେ ମହିଳା କାର୍ଡ ଖେଳି ବିଜେଡିର ବଳ ଭାଙ୍ଗିବାକୁ ଉଦ୍ୟମ କରୁଛି ।

ତେବେ ଆସନ୍ତା ନିର୍ବାଚନରେ ମହିଳାଙ୍କ ଭୋଟ କାହା ଖାତାକୁ ଯିବ ? ତାକୁ ନେଇ ନାନା ଚର୍ଚ୍ଚା । ୨୦୧୯ ନିର୍ବାଚନରେ ବିଜେଡି ସଂସଦରେ ୩୩ ପ୍ରତିଶତ ଆସନ ମହିଳାଙ୍କୁ ଦେଇଥିଲା । ବିଧାନସଭାରେ ଦଳୀୟ ଭିତ୍ତିରେ ୩୩ ପ୍ରତିଶତ ମହିଳାଙ୍କୁ ସିଟ୍ ଦେବାକୁ ବିରୋଧୀ ଦାବି କରୁଛନ୍ତି । ତେଣୁ ଆଗକୁ ବିଜେଡି ବିଧାନସଭାରେ ୪୯ଟି ଆସନରେ ମହିଳାଙ୍କୁ ଟିକଟ ଦେବ ନା ଆଉ କେଉଁ ଫର୍ମୁଲା ବାହାର କରିବ ? ତା’ଉପରେ ନଜର ।

  • Reported by:
  • SIBANANDA ROUT , HARIHARA CHAND , JAGDISH DAS