• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବଢ଼ିଲା NDAର ଶକ୍ତି । ନିର୍ବାଚନ ପୂର୍ବରୁ NDAର ଶକ୍ତି ବୃଦ୍ଧି ପାଇଛି । ଆଜି ଏହି ମେଣ୍ଟରେ ସାମିଲ ହୋଇଛି ଜନତା ଦଳ ସିକ୍ୟୁଲାର ତଥା JDS । ଆଜି ଦିଲ୍ଲୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଓ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିବା ପରେ ଏହା ସ୍ପଷ୍ଟ କରିଛନ୍ତି କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ।

ଜେପି ନଡ୍ଡା ମଧ୍ୟ ଏହି ବୈଠକ ପରେ ଟ୍ୱିଟ୍ କରି ଏହା ସ୍ପଷ୍ଟ କରିଛନ୍ତି । ଏହା ଦ୍ୱାରା NDAର ଶକ୍ତି ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ୨୦୨୪ ଲୋକସଭା ନିର୍ବାଚନ ପାଇଁ କର୍ଣ୍ଣାଟକରେ ବିଜେପି ଓ ଜେଡିଏସ୍ ମଧ୍ୟରେ ମେଣ୍ଟ ସହ କିଏ କେତେ ଆସନରେ ଲଢ଼ିବେ ସେ ନେଇ ଆଲୋଚନା ହୋଇଥିବା କୁହାଯାଉଛି । ଆସନ୍ତା ଲୋକସଭା ନିର୍ବାଚନ ପାଇଁ ତାଙ୍କ ଦଳ ଜେଡିଏସ୍ ସହିତ ମେଣ୍ଟ କରିପାରେ ବୋଲି ନିକଟରେ କର୍ଣ୍ଣାଟକର ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦ୍ୟୁରପ୍ପା ସଙ୍କେତ ଦେଇଥିଲେ । ତା ପରଠାରୁ ଜେଡିଏସ୍ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏରେ ସାମିଲ ହୋଇପାରେ ବୋଲି ଆଲୋଚନା ଜୋର ଧରିଥିଲା।