/odishatv-khabar/media/post_attachments/uploadimage/library/16_9/16_9_0/IMAGE_1743336560.jpg)
Gold Chain Snatching Cases
ଭଲ ଗେଟ୍ଅପ୍ରେ ଆସୁଛନ୍ତି। ମନ୍ଦିରର ଧାଡ଼ିରେ ଠିଆ ବି ହେଉଛନ୍ତି। ଆଉ ଭିଡ଼ର ଫାଇଦା ଉଠାଇ ଆଖି ପିଛୁଳାକେ ଝାମ୍ପି ନେଉଛନ୍ତି ସୁନା ଚେନ୍। ଖାଲି ସେତିକି ନୁହେଁ ମର୍ଣ୍ଣିଂ ୱାକ୍ରେ ଯାଉଥିବା ମହିଳାଙ୍କୁ ବି କରୁଛନ୍ତି ଟାର୍ଗେଟ୍। ଲେଡି ଲୁଟେରାଙ୍କ ଚରାଭୂଇଁ ପାଲଟିଛି ବ୍ରହ୍ମପୁର ସହର।
ଚାହୁଁଚାହୁଁ ବେକରୁ କାଢ଼ି ନେଉଛନ୍ତି ସୁନା ଚେନ୍, ମାରୁଛନ୍ତି ଚମ୍ପଟ୍। ମହିଳାଙ୍କ ପଛରେ ଠିଆ ହୋଇ ମହିଳା ହିଁ କରୁଛନ୍ତି ଲୁଟ୍ପାଟ। ବାହାର ସହରରୁ ଆସି ସିଲ୍କ ସିଟିରେ ଖେଳାଇଛନ୍ତି ଆତଙ୍କ। ଆଗକୁ ଠାକୁରାଣୀ ଯାତ୍ରା ଥିବାରୁ ସୁନା ଅଳଙ୍କାର ପିନ୍ଧିବାକୁ ଭୟ କରିଲେଣି ମା’-ଭଉଣୀ। କେତେବେଳେ କିଏ କେଉଁ ରୂପରେ ଆସି ସୁନା ଅଳଙ୍କାର ଛଡ଼ାଇ ନେବ, ତାକୁ ନେଇ ଘାରିଛି ଚିନ୍ତା।
ଅଧିକ ପଢନ୍ତୁ: ସବୁ ଧରାଇଦେଲା CCTV, ଏମିତି ଥିଲା ହତ୍ୟାକାଣ୍ଡର ମାଷ୍ଟରପ୍ଲାନ୍
ନିକଟରେ ଲୁଟ୍ ମାମଲରେ ପୋଲିସ ୬ ଜଣ ମହିଳାଙ୍କୁ ଗିରଫ କରିଥିଳା । ସେମାନଙ୍କ ନିକଟରୁ ଚୋରି ହୋଇଥିବା ସୁନା ଚେନ୍ ଓ କଟର ବି ଜବତ ହୋଇଛି। ଗତ ଜାନୁଆରୀ ମାସରୁ ବର୍ତ୍ତମାନ ସୁଦ୍ଧା ସହରରେ ୧୪ଟି ସୁନା ଚେନ୍ ଲୁଟ ମାମଲା ରୁଜୁ ହୋଇଛି। ଏଥିରୁ ୧୩ଟି ମାମଲାରେ ୨୦ ଅଭିଯୁକ୍ତ ଗିରଫ ହୋଇଛନ୍ତି ।
ବ୍ରହ୍ମପୁର ଏସ୍ପି କହିଛନ୍ତି, ମନ୍ଦିର ସହ ପ୍ରତିଟି ସାହି ଗଳିରେ ସାଧା ପୋଷାକରେ ବୁଲୁଛନ୍ତି ପୋଲିସ। ଲୁଟେରାଙ୍କୁ କାବୁ କରିବାକୁ ଆରମ୍ଭ ହୋଇଛି ମର୍ଣ୍ଣିଂ ପାଟ୍ରୋଲିଂ। ମହିଳାମାନଙ୍କୁ ସତର୍କ ରହିବାକୁ ବି ପରାମର୍ଶ ଦିଆଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)