• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Santosh Kumar Sahoo

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଦ୍ବିତୀୟ ପର୍ଯ୍ୟାଟ ଟିକେଟ୍ ଘୋଷଣା ଲାଗି ବିଜେପିର କସରତ । ଆଜି ଆସିପାରେ ଦିଲ୍ଲୀ ବିଜେପିର ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ଗତକାଲି ଦିଲ୍ଲୀସ୍ଥିତ ଦଳର ମୁଖ୍ୟାଳୟରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ ବସିଥିଲା । ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ । ସେହିଭଳି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଦିଲ୍ଲୀ ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା ଏବଂ ସିଇସିର ସଦସ୍ୟମାନେ ଉପସ୍ଥିତ ଥିଲେ ।

ଏହି ବୈଠକରେ ଦିଲ୍ଲୀ ନିର୍ବାଚନ ପାଇଁ ବିଜେପି ଦ୍ବିତୀୟ ପର୍ଯ୍ୟାୟରେ ଘୋଷଣା କରିବାକୁ ଥିବା ଆଉ ୪୧ ଆସନ ପାଇଁ ପ୍ରାର୍ଥୀ ତାଲିକା ଉପରେ ଆଲୋଚନା ହୋଇଛି । ପ୍ରଥମ ପର୍ଯ୍ୟାୟରେ ଦଳ ଦିଲ୍ଲୀ ବିଧାନସଭା ଆସନ ଲାଗି ୨୯ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲା । ଯେଉଁଥିରେ ଦଳର ଅନୁଭବୀ ଓ ବରିଷ୍ଠ ନେତାମାନଙ୍କୁ ଅଗ୍ରାଧିକାର ଦେଇଥିଲା । ଦିଲ୍ଲୀକୁ ଏଥର ବିଜେପି ଦଖଲ ପାଇଁ ଜୋରସୋର ଉଦ୍ୟମ କରୁଥିବା ବେଳେ AAPକୁ କଡ଼ା ଟକ୍କର ଦେବା ଲାଗି ବିଜେପି ସବୁ ପ୍ରକାର ରଣନୀତି ଆପଣାଉଛି ।

ସୂଚନା ଅନୁସାରେ ଜାନୁଆରୀ ୭ରେ ବାଜିଥିଲା ଦିଲ୍ଲୀ ଭୋଟ୍ ବିଗୁଲ । ଦେଶ ରାଜଧାନୀର ସମସ୍ତ ୭୦ ବିଧାନସଭା ଆସନରେ ଗୋଟିଏ ଦିନରେ ହେବ ମତଦାନ । ଏନେଇ ପ୍ରେସମିଟ୍ କରି ପୂରା କାର୍ଯ୍ୟସୂଚୀ ଘୋଷଣା କରିଥିଲେ ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର । ଜାନୁଆରୀ ୧୦ରେ ପ୍ରକାଶ ପାଇଥିଲା ଦିଲ୍ଲୀ ଇଲେକ୍ସନ ପାଇଁ ବିଧିବଦ୍ଧ ବିଜ୍ଞପ୍ତି । ଜାନୁଆରୀ ୧୭ ନାମାଙ୍କନ ଦାଖଲର ଶେଷ ତାରିଖ । ପରଦିନ ସ୍କ୍ରୁଟିନି ଓ ଜାନୁଆରୀ ୨୦ ରହିଛି ନାମାଙ୍କନ ପ୍ରତ୍ୟାହାରର ଶେଷ ଦିନ । ଫେବ୍ରୁଆରୀ ୫ରେ ଭୋଟ ଗ୍ରହଣ ପରେ ଫେବ୍ରୁଆରୀ ୮ ଶନିବାର ଦିନ ହେବ ଭୋଟ୍ ଗଣତି ।

ଅଧିକ ପଢ଼ନ୍ତୁ: HMPVରେ ଆକ୍ରାନ୍ତ ହେଉଛନ୍ତି ବୟସ୍କ ଓ ଶିଶୁ; ଜାଣନ୍ତୁ ଏହାର ଲକ୍ଷଣ...

ଏଣେ ଇସିଆଇ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ବିଗୁଲ୍ ବଜାଇବା ପରେ ସରଗରମ ହୋଇଛି ରାଜଧାନୀ ରାଜନୀତି । କ୍ଷମତା ଦଖଲ ପାଇଁ ଏଥର ତିନି ପ୍ରମୁଖ ଦଳ ଆପ୍- ବିଜେପି ଓ କଂଗ୍ରେସ ପରସ୍ପରକୁ ଟକ୍କର ଦେବେ । ଗତ ଦୁଇଟି ନିର୍ବାଚନରେ ବହୁମତ ସହ ଶାସନ ଡୋରି ହାତରେ ରଖିଥିବା ଆମ ଆଦମୀ ପାର୍ଟି ପାଇଁ କିନ୍ତୁ ଏଥର କ୍ଷମତାକୁ ଫେରିବା ଏତେଟା ସହଜ ହୋଇନପାରେ । କାରଣ ରାଜ୍ୟରେ ମଦ ଦୁର୍ନୀତିଠୁ ଧରି ଅନ୍ୟ ଘୋଟାଲାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କଠୁ ନେଇ ଅନେକ ମନ୍ତ୍ରୀ ଜେଲ୍ ଯାଇଛନ୍ତି । ତାସହ ବିଷାକ୍ତ ବାୟୁ ଓ ଜଳ ପ୍ରଦୂଷଣ ଭଳି ସମସ୍ୟାରୁ ଲୋକଙ୍କୁ ମୁକ୍ତି ଦେବା ପ୍ରତିଶ୍ରୁତି ପାଣିର ଗାର ସଦୃଶ ହୋଇଛି । ବସ୍ତି ବାସିନ୍ଦାଙ୍କୁ ସାଧାରଣ ମୌଳିକ ସୁବିଧା ବି ପହଞ୍ଚାଇ ପାରିନି ଆପ୍ ସରକାର। ଏଭଳି ସ୍ଥିତିରେ ସରକାର ବିରୋଧୀ ହାୱାରୁ ଫାଇଦା ଉଠାଇବା ଚକ୍କରରେ ରହିଛି ବିଜେପି ।

ଦିଲ୍ଲୀ ବିଜେପି ନିର୍ବାଚନ ପ୍ରଭାରୀ ବୈଜୟନ୍ତ ପଣ୍ଡା କହିଛନ୍ତି- ପ୍ରଥମେ ୧୫ ବର୍ଷ କଂଗ୍ରେସ ଓ ତା ପରେ ୧୦ବର୍ଷ ଆପଦା ଥୋପି ଥିବା ସରକାରକୁ କ୍ଷମତାରୁ ହଟାଇ ଏଥର ଭାରତୀୟ ଜନତା ପାର୍ଟିକୁ ଶାସନ ଡୋର ଦେବାକୁ ଦିଲ୍ଲୀବାସୀ ମନ ସ୍ଥିର କରି ସାରିଛନ୍ତି । ତେଣେ କଂଗ୍ରେସ କହିଛି- ଅପରାଧ, ଦରଦାମ ବୃଦ୍ଧି ଓ ବେକାରୀ ସମସ୍ୟାରେ ଛଟପଟ ଦିଲ୍ଲୀବାସୀଙ୍କୁ କେବଳ ଆମ ଦଳ ହିଁ ମୁକ୍ତି ଦେଇପାରିବ । ଆପ୍‌ର ଦମ୍ଭୋକ୍ତି ଗତ ୧୦ ବର୍ଷ ଧରି ଯେଉଁ ଦିଲ୍ଲୀ ସରକାରଙ୍କ ମଡେଲ ବିଶ୍ବବ୍ୟାପୀ ଚର୍ଚ୍ଚା ହେଉଛି, ଏଥର ଜନତା ପୁଣି ଆପ୍‌କୁ ଆଶୀର୍ବାଦ କରିବେ ।

ଅଧିକ ପଢ଼ନ୍ତୁ: ସପ୍ତାହରେ ୯୦ ଘଣ୍ଟା କାମକୁ ନେଇ ତେଜିଲା ବିବାଦ: ‘ସନ୍ ଡେ’ର ନାମ ବଦଳାଇ ‘ସନ୍-ଡ୍ୟୁଟି’ ହେଉ  

OTV is now on Whatsapp

Join and get latest news update delivered to you via whatsapp

Join Now