ବିଜେପିର ରାଉରକେଲା ବିଧାନସଭା ପ୍ରାର୍ଥୀ ଦିଲୀପ ରାୟ । ଦ୍ୱିତୀୟ ତାଲିକାରେ ଦିଲୀପଙ୍କ ନାଁ ଘୋଷଣା ।
ଲକ୍ଷ୍ମୀପୁରରେ ବିଜେପି ପ୍ରଥମ ଥର ପାଇଁ ଜିତିବ କହିଲେ କୁଲେସିକା। ପ୍ରାର୍ଥୀ ଘୋଷଣା ପରେ ବିସ୍ଫୋରକ ବୟାନ ଦେଲେ କୈଳାସ କୁଲେସିକା।
୨୧ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି।
ନୂଆ ଚେହେରା ବଦଳରେ ପୁରୁଖାଙ୍କ ଉପରେ କରିଛି ଭରସା। ୨୦୧୪ରେ ଶ୍ରୀକାନ୍ତ ଜେନା ବାଲେଶ୍ୱରରୁ ହାରିବାପରେ ଦଳର ଶୃଙ୍ଖଳା ଭଙ୍ଗ ଅଭିଯୋଗରେ ୨୦୧୯ରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ନିକଟରେ ସେ ପୁଣି ଥରେ ହାତ ଧରିବା ପରେ ତାଙ୍କୁ ବାଲେଶ୍ୱର ଲୋକସଭା ଆସନରୁ ପ୍ରାର୍ଥୀ କରିଛି ଦଳ।
‘ନିର୍ବାଚନ ପରେ ପ୍ରଥମ ୧୦୦ ଦିନ ପାଇଁ କାର୍ଯ୍ୟସୂଚୀ ଚୂଡ଼ାନ୍ତ ହୋଇଛି । ବିଭିନ୍ନ ବିଭାଗର ଦକ୍ଷ ଅଫିସରଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ଦିଆଯାଇଛି ।
ଏପ୍ରିଲ୍ ୮ରେ ବିଜେଡିରୁ ଇସ୍ତଫା ଦେଇଥିଲେ ବରଗଡ଼ର ପୂର୍ବତନ ସାଂସଦ ପ୍ରଭାସ ସିଂ । ନବୀନ ନିବାସରେ ପହଞ୍ଚି ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଇସ୍ତଫା ପତ୍ର ଦେଇଥିଲେ ।
ଗତ ୧୧ ତାରିଖରେ ସେ ବିଜେଡି ଛାଡ଼ିଥିଲେ। ଜ୍ୟୋତି ପାଣିଗ୍ରାହୀ ହେଉଛନ୍ତି ରାଜ୍ୟ ମହିଳା କମିଶନର ପୂର୍ବତନ ଅଧ୍ୟକ୍ଷା।
ଏଥର ବାଲେଶ୍ବର ଦେଖିବ ଦମଦାର ଲଢ଼େଇ। କଂଗ୍ରେସ, ସାଂସଦ ପ୍ରାର୍ଥୀଭାବେ ହେଭିୱେଟ୍ ନେତା ଶ୍ରୀକାନ୍ତ ଜେନାଙ୍କ ନାଁ ଘୋଷଣା କରିବା ପରେ ଏଠି ଏବେ ତ୍ରିମୁଖୀ ଲଢେଇ ଏକପ୍ରକାର ସ୍ପଷ୍ଟ। କାରଣ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କୁ ବିଜେପି ଏଠି ମୈଦାନକୁ ଛାଡ଼ି ସାରିଥିବା ବେଳେ ବିଜେଡି ନୂଆ ମୁହଁ ଭାବେ ବିଜେପିରୁ ଆମଦାନୀ ନେତ୍ରୀ ଲେଖାଶ୍ରୀଙ୍କୁ ପ୍ରାର୍ଥୀ କରିଛି। ତେଣୁ ଏ ତିନି ଜଣଙ୍କ ଭିତରେ ଲଢ଼େଇକୁ ଅପେକ୍ଷା କରିଛି ବାଲେଶ୍ବର।
ମଧ୍ୟମ ବର୍ଗ ପରିବାରଙ୍କ ବିଶ୍ବାସ, ମହିଳା ସଶକ୍ତୀକରଣ, ଯୁବବର୍ଗଙ୍କୁ ନିଯୁକ୍ତି, ଶ୍ରମିକ ଓ କୃଷକଙ୍କୁ ସମ୍ମାନ ଭଳି ଗ୍ୟାରେଣ୍ଟି ଦେଇ ବିଜେପି ଜାରି କରିଛି ୨୦୨୪ ନିର୍ବାଚନ ପାଇଁ ଇସ୍ତାହାର। ଦଳର ସଂକଳ୍ପ ପତ୍ର, ମୋଦି କି ଗ୍ୟାରେଣ୍ଟି-୨୦୨୪କୁ ଦିଲ୍ଲୀସ୍ଥିତ ପାର୍ଟି ମୁଖ୍ୟାଳୟରେ ବରିଷ୍ଠ ନେତାଙ୍କ ଗହଣରେ ଉନ୍ମୋଚନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ଆଜି ବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନୂଆବର୍ଷ । ଆଜିଠୁ ପ୍ରଚଳିତ ହୋଇଛି ନୂଆ ପଞ୍ଜିକା । ତା’ସହ ଓଡ଼ିଆ ନବବର୍ଷରେ ବି ଲାଗିଛି ନିର୍ବାଚନୀ ଛିଟା ।
ବାଲେଶ୍ବର ଲୋକସଭା ଆସନରେ ଏଥର ରୋଚକ ଲଢ଼େଇଦଶ ବର୍ଷ ପରେ ପୁଣି ପ୍ରତାପ- ଶ୍ରୀକାନ୍ତ ଟକ୍କରଦୁଇ ପୂର୍ବତନ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ, ଶ୍ରୀକାନ୍ତ ଜେନାଙ୍କ ସହ ଭୋଟ୍ ରାଜନୀତିରେ ଖଡ଼ି ଛୁଇଁବାକୁ ଯାଉଥିବା ଲେଖାଶ୍ରୀ ସାମାନ୍ତ ସିଂହାରଙ୍କ ମଧ୍ୟରେ ଲଢ଼େଇକୁ ନେଇ ମୈଦାନ ପୂରା ଗରମ।
ମଧ୍ୟମ ବର୍ଗ ପରିବାରଙ୍କ ବିଶ୍ୱାସ, ମହିଳା ସଶକ୍ତୀକରଣ, ଯୁବବର୍ଗଙ୍କୁ ନିଯୁକ୍ତି, ଶ୍ରମିକ ଓ କୃଷକଙ୍କୁ ସମ୍ମାନ ଭଳି ଗ୍ୟାରେଣ୍ଟି ଦେଇ ବିଜେପି ଜାରି କରିଛି ୨୦୨୪ ନିର୍ବାଚନ ପାଇଁ ଇସ୍ତାହାର ।
ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ କେନ୍ଦ୍ରାପଡ଼ାରେ ବିଭିନ୍ନ ସଂଗଠନ ପକ୍ଷରୁ ହିନ୍ଦୁ ଏକତା ଶୋଭାଯାତ୍ରା ଆୟୋଜନ କରାଯାଇଛି। ଏହି ଶୋଭାଯାତ୍ରାରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସାମିଲ ହୋଇଛନ୍ତି।
ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ। ଆମର ଫୋକସ ଡିଗନିଟି ଅଫ୍ ଲାଇଫ୍ ଓ କ୍ବାଲିଟି ଅଫ୍ ଲାଇଫ୍। ଯୁବ ଭାରତର ଯୁବ ଆଙ୍କାକ୍ଷା ଆମ ସଂକଳ୍ପ ପତ୍ରରେ ପ୍ରତିଫଳିତ...
ଦେଶବାସୀଙ୍କୁ ସମ୍ବୋଧନ ବେଳେ ମୋଦି ଆହୁରି କହିଛନ୍ତି ଯେ, ଆମର ଫୋକସ ଡିଗନିଟି ଅଫ୍ ଲାଇଫ୍ ଓ କ୍ବାଲିଟି ଅଫ୍ ଲାଇଫ୍ । ଯୁବ ଭାରତର ଯୁବ ଆଙ୍କାକ୍ଷା ଆମ ସଂକଳ୍ପ ପତ୍ରରେ ପ୍ରତିଫଳିତ ହୋଇଛି । ପାଇପ ଯୋଗେ ଘରେ ଘରେ ଶସ୍ତାରେ ଗ୍ୟାସ ପହଞ୍ଚାଇବୁ ।
ସଂକଳ୍ପ ପତ୍ରରେ ବିଜେପି ଜନମଙ୍ଗଳ, ବିକାଶ ଏବଂ ବିକଶିତ ଭାରତର ରୋଡମ୍ୟାପକୁ ଫୋକସ କରିବ। ଏଥିସହ ଯୁବବର୍ଗ, ମହିଳା, କୃଷକ ଏବଂ ଦାରିଦ୍ର୍ୟ ଦୂର ଉପରେ ମଧ୍ୟ ଦଳ ପ୍ରାଧାନ୍ୟ ଦେଇଥିବା କୁହାଯାଉଛି। ସଂକଳ୍ପ ପତ୍ରର ଥିମ୍ ରହିବ, ‘ମୋଦିଙ୍କ ଗ୍ୟାରେଣ୍ଟି-ବିକଶିତ ଭାରତ ୨୦୪୭’।
ପାଟକୁରା ତିକନପୁରରେ ବିଜେପି ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ପ୍ରଚାର। ନିର୍ବାଚନୀ ପ୍ରଚାରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବୈଜୟନ୍ତ।
ବ୍ୟୋମକେଶଙ୍କ ଟିକେଟକୁ ବିରୋଧ କରୁଥିବା ଅଜୟ ଆଜି ବିଜେଡିରୁ ଇସ୍ତଫା ଦେବା ସହ ପଦ୍ମ ଧରିଛନ୍ତି ।
କରୋନା ବେଳେ ନବୀନ ବାବୁ କଳାକାରମାନଙ୍କୁ ସହାୟତା କରିନଥିଲେ, ମୋଦି କଳାକାର ମାନଙ୍କୁ ସହାୟତାର ହାତ ବଢ଼ାଇଥିଲେ।
ଆଜି ଦ୍ୱିତୀୟ ପର୍ଯ୍ୟାୟରେ ୨୫ ଜଣିଆ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା ହୋଇପାରେ। ବିଜେପି ଦୁଇଟି ପର୍ଯ୍ୟାୟରେ ରାଜ୍ୟର ସମସ୍ତ ୨୧ଟି ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରି ସାରିଥିଲା ବେଳେ, ପ୍ରଥମ ପର୍ଯ୍ୟାୟରେ ୧୧୨ଟି ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରିସାରିଛି।
କିଛି ଦିନ ପୂର୍ବରୁ ପ୍ରେମାନନ୍ଦ ନାୟକଙ୍କ ବିଧାୟକ ପଦକୁ ରଦ୍ଦ କରାଯାଇଛି। ତେଲକୋଇରୁ ବିଜେଡି ଟିକଟରେ ନିର୍ବାଚିତ ହୋଇଥିଲେ ପ୍ରେମାନନ୍ଦ ନାୟକ। ସେ ମଧ୍ୟ କିଛି ଦିନ ତଳେ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେଇଥିଲେ।
ବିଜେଡି ମୋତେ ଠକି ଦେଲା, ଟିକେଟ ଆଉ ଜଣଙ୍କୁ ବିକିଦେଲା। ମୋତେ କୋଟିଏ ଟଙ୍କା ଦେଇ ମ୍ୟାନେଜ କରିବାକୁ ଚେଷ୍ଟା କଲା। ଟିକେଟ ନମିଳିବା ପରେ ବିଜେଡି ବିରୋଧରେ ଏମିତି ସାଂଘାତିକ ଅଭିଯୋଗ ଆଣି ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି ଲକ୍ଷ୍ମୀପୁର ପୂର୍ବତନ ବିଧାୟକ କୈଳାସ କୁଲେସିକା।
ଭଦ୍ରକ ଲୋକସଭା କ୍ଷେତ୍ର ଅଧିନସ୍ଥ ଚର୍ଚ୍ଚିତ ବିଧାନସଭା ସିଟ୍ ଧାମନଗର। ୨ ଲକ୍ଷ ୪୩ ହଜାର ୭୩୪ ଜଣ ଭୋଟର । ପୂର୍ବରୁ କଂଗ୍ରେସର ଗଡ଼ ଥିବା ଏହି ନିର୍ବାଚନ ମଣ୍ଡଳୀକୁ ଦଶନ୍ଧି ଧରି କବଜାରେ ରଖିଥିଲା ବିଜେଡି। ହେଲେ ୧୯ ନିର୍ବାଚନ ଏବଂ ପରେ ୨୨ ଉପନିର୍ବାଚନରେ ଦେଖିବାକୁ ମିଳିଛି ବିଜେପିର ଦବଦବା।
କେନ୍ଦ୍ରାପଡ଼ା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରଚାର ଅଭିଯାନରେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ପ୍ରଥମେ ରାମନଗର ପହଞ୍ଚିବା ପରେ, ଦଳୀୟ କର୍ମୀ ମାନେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ ।
ରୋହନ ଆହୁରି କହିଛନ୍ତି, ସେ ନିଜ ପିତାଙ୍କ ପରାମର୍ଶରେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ମନା କରିଥିଲେ, ତାଙ୍କ ପିତା ଚାହୁଁ ନଥିଲେ ଯେ ମୁଁ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରେ ।