Advertisment

ମା’ ମାଟିଆ ମଙ୍ଗଳାଙ୍କୁ ଦର୍ଶନ କରି କେନ୍ଦ୍ରାପଡ଼ାବାସୀଙ୍କ ମଙ୍ଗଳକାମନା କଲେ ବୈଜୟନ୍ତ

ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ କେନ୍ଦ୍ରାପଡ଼ାରେ ବିଭିନ୍ନ ସଂଗଠନ ପକ୍ଷରୁ ହିନ୍ଦୁ ଏକତା ଶୋଭାଯାତ୍ରା ଆୟୋଜନ କରାଯାଇଛି। ଏହି ଶୋଭାଯାତ୍ରାରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସାମିଲ ହୋଇଛନ୍ତି।

author-image
Manoranjan Behera
ଅଦ୍ୟତନ ହୋଇଛି
Baijayant Panda

Baijayant Panda

ପଣା ସଂକ୍ରାନ୍ତି ଅବସରରେ ଆଜି କେନ୍ଦ୍ରାପଡ଼ା ରାଜନଗର ଏବଂ ମହାକାଳପଡ଼ା ଗସ୍ତ କରିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ପ୍ରଥମେ ରାଜନଗର ଗସ୍ତ କରି ମା ମାଟିଆ ମଙ୍ଗଳାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ଏହା ପରେ ମହାକାଳପଡ଼ା ରାମନଗରର ଦରିଆ ରାମଚଣ୍ଡୀ ପୀଠରେ ଅଞ୍ଚଳବାସୀଙ୍କ ସୁଖ ସମୃଦ୍ଧି କାମନା କରିଥିଲେ।

Advertisment

ଏହି ଅବସରରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଦଳୀୟ ନେତା ଓ କର୍ମୀ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ। ପବିତ୍ର ମହାବିଷୁବ ସଂକ୍ରାନ୍ତି ଅବସରରେ କେନ୍ଦ୍ରାପଡ଼ାରେ ବିଭିନ୍ନ ସଂଗଠନ ପକ୍ଷରୁ ହିନ୍ଦୁ ଏକତା ଶୋଭାଯାତ୍ରା ଆୟୋଜନ କରାଯାଇଛି। ତିନିମୁହାଣୀ ରାମମନ୍ଦିରରୁ ହଜାର ହଜାର ଶ୍ରଦ୍ଧାଳୁ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତା ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପାଖରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି। ଏହି ଶୋଭାଯାତ୍ରାରେ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ସାମିଲ ହୋଇଛନ୍ତି। ଏହି ଶୋଭାଯାତ୍ରାରେ ବିଭିନ୍ନ ବ୍ଲକ୍‌ରୁ ହଜାର ହଜାର ଶ୍ରଦ୍ଧାଳୁ, ଭିନ୍ନ ଭିନ୍ନ ହିନ୍ଦୁ ସଂଗଠନର ସଦସ୍ୟ ସାମିଲ ହୋଇଛନ୍ତି।

ଜୋର୍ ଧରିଲା ବିଜେପିର କେନ୍ଦ୍ରାପଡା ସାଂସଦ ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ନିର୍ବାଚନୀ ପ୍ରଚାର ଅଭିଯାନ। ଗତକାଲି ତିକନପୁରରେ ଅନୁଷ୍ଠିତ ସାଧାରଣ ସଭା ଓ ମିଶ୍ରଣ ପର୍ବରେ ଯୋଗ ଦେଇ ମୋଦିଙ୍କ ହାତ ମୁଠାକୁ ଟାଣ କରିବାକୁ ଆହ୍ୱାନ ଦେଇଛନ୍ତି ବୈଜୟନ୍ତ। ଏ ଅବସରରେ ବିଭିନ୍ନ ଦଳର ସରପଞ୍ଚ, ସମିତିସଭ୍ୟ ଓ ଶତାଧିକ କର୍ମୀ ବିଜେପିରେ ସାମିଲ ହୋଇଥିଲେ। ଏ ଅବସରରେ ବୈଜୟନ୍ତ ସମସ୍ତଙ୍କୁ ଦଳକୁ ସ୍ୱାଗତ କରିଥିଲେ। କାର୍ଯ୍ୟକ୍ରମରେ ବୈଜୟନ୍ତଙ୍କ ସମେତ ପାଟକୁରା ବିଧାୟକ ପାର୍ଥୀ ତେଜେଶ୍ୱର ପରିଡ଼ା ଓ ବହୁ ବିଜେପି ନେତା ଉପସ୍ଥିତ ଥିଲେ।

Advertisment

ନିର୍ବାଚନୀ ପ୍ରଚାରରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ବୈଜୟନ୍ତ। କହିଲେ, ଏଠିକାର ଯୁବକ ବାହାରକୁ କାମ କରିବାକୁ ଯାଉଛନ୍ତି, ହଇରାଣ ହେଉଛନ୍ତି। ଏମାନଙ୍କୁ ଉଦ୍ଧାର କରିବାକୁ ପ୍ରତିବର୍ଷ ଶହ ଶହ ଚିଠି ମୋ ପାଖକୁ ଆସୁଛି। ୨୪ ବର୍ଷ ଶାସନ ପରେ ବି କାହିଁକି ବାହାରକୁ କାମ ପାଇଁ ଯିବାକୁ ପଡୁଛି। ମୋତେ ୨ ଥର ପ୍ରତିନିଧିତ୍ୱ କରିବାର ସୁଯୋଗ ମିଳିଥିଲା।

ସେ ଆହୁରି କହିଛନ୍ତି, ଶିଳ୍ପ ଓ ରେଳକୁ ଗୁରୁତ୍ୱ ଦେଇଥିଲି। ରେଳ କାର୍ଯ୍ୟକାରୀ ହୋଇଗଲାଣି। ନିଯୁକ୍ତି ପାଇଁ ଶିଳ୍ପ ଦରକାର। ଏଯାଏଁ ଶିଳ୍ପ କାହିଁକି ଆସିପାରିଲାନି? କାରଣ ଏଠି ଦୁର୍ନୀତି, ନାରୀ ନିର୍ଯାତନା, ପିସି କାରବାର ଚାଲିଛି। ମୋଦିଙ୍କୁ ପ୍ରଧାନମନ୍ତ୍ରୀ ତ କରିବା, ଓଡ଼ିଶାରେ ବି ଡବଲ୍ ଇଞ୍ଜିନ ସରକାର ଆଣିବା। ଶାସକ ଦଳ ଭୋଟ୍ ମାଗିବାକୁ ଆସିଲେ ପଚାରିବେ ଉତ୍ତରାଧିକାରୀ କିଏ। ମିଛ, ଅପପ୍ରଚାର, ଧମକଚମକ ନ ଶୁଣି ପଦ୍ମରେ ଭୋଟ୍ ଦିଅନ୍ତୁ।

BJP Baijayant Panda Pana Sankranti General Elections 2024
Advertisment
Advertisment