/odishatv-khabar/media/post_attachments/uploadimage/library/16_9/16_9_0/IMAGE_1713002709.jpg)
Ajay Nayak Join BJP
ବିଜେପିରେ ମିଶିଲେ ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟଙ୍କ ମାମୁ ଅଜୟ ନାୟକ । ଚାନ୍ଦବାଲି ନିର୍ବାଚନ ମଣ୍ଡଳୀର ବରିଷ୍ଠ ବିଜେଡି ନେତା ତଥା ବିଜେଡି ରାଜ୍ୟ ସମ୍ପାଦକ ଥିଲେ ଅଜୟ ନାୟକ। ବ୍ୟୋମକେଶଙ୍କ ଟିକେଟକୁ ବିରୋଧ କରୁଥିବା ଅଜୟ ଆଜି ବିଜେଡିରୁ ଇସ୍ତଫା ଦେବା ସହ ପଦ୍ମ ଧରିଛନ୍ତି । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପୂର୍ବତନ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ ସେ ଯୋଗଦେଇଛନ୍ତି ।
ମିଶ୍ରଣ ପର୍ବରେ ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ବିଜେପି ଲୋକସଭା ପ୍ରାର୍ଥୀ ଅଭିମନ୍ୟୁ ସେଠୀ, ଧାମନଗର ବିଧାନସଭା ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ, ଦଳର ରାଜ୍ୟ ଉପସଭାପତି ବିରଞ୍ଚି ତ୍ରିପାଠୀ, ବିଜେପି ରାଜ୍ୟ ସମ୍ପାଦକ ସରୋଜ କର ପ୍ରମୁଖ ଉପସ୍ଥିତ ଥିଲେ । ତେବେ ଅଜୟଙ୍କ ବିଜେପିରେ ଯୋଗଦାନ ଏବଂ ଶଙ୍ଖଦଳକୁ ସମାଲୋଚନା ନେଇ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନି ।
ସେହିପରି ବିଜେପିରେ ଯୋଗ ଦେଇଛନ୍ତି ବରଗଡ଼ର ବିଜେଡି କର୍ମୀ । ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର, ସାଧାରଣ ସମ୍ପାଦକ ମାନସ ମହାନ୍ତି ପ୍ରମୁଖ ନେତାଙ୍କ ଉପସ୍ଥିତିରେ ବିଜେପିରେ ଯୋଗ ଦେଇଛନ୍ତି ଶତାଧିକ କର୍ମୀ । ଦଳରେ ଅଣଦେଖା ଅଭିଯୋଗ କରି ବିଜେଡି ଛାଡ଼ିଛନ୍ତି କର୍ମୀ । ବିଜେପିରେ ଯୋଗ ଦେବା ପରେ ବିଜେଡି ଉପରେ ବର୍ଷିବା ସହ ବିଜେଡି ଗଣତନ୍ତ୍ରକୁ ହତ୍ୟା କରୁଥିବା କହିଛନ୍ତି ବିଜେପିରେ ଯୋଗ ଦେଇଥିବା ନେତା l
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)