• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Swadesi Megha Mallhar Prusty

କେନ୍ଦ୍ରାପଡ଼ା ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ପ୍ରଚାର ଅଭିଯାନରେ ବିଜେପି ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା । ପ୍ରଥମେ ରାମନଗର ପହଞ୍ଚିବା ପରେ, ଦଳୀୟ କର୍ମୀ ମାନେ ପୁଷ୍ପଗୁଚ୍ଛ ଦେଇ ତାଙ୍କୁ ସ୍ୱାଗତ କରିଥିଲେ । ସେଠାରୁ ଦରିଆ-ରାମଚଣ୍ଡୀଙ୍କ ପୀଠକୁ ଯାଇ ଦର୍ଶନ କରିବା ସହ ଆଶୀର୍ବାଦ ଭିକ୍ଷା କରିଥିଲେ ବୈଜୟନ୍ତ ।

ଏ ଅବସରରେ ବିଧାନସଭା ପ୍ରାର୍ଥୀ ଦୁର୍ଗା ପ୍ରସନ୍ନ ନାୟକ ଉପସ୍ଥିତ ଥିଲେ । ପରେ ଛପାଲୀ ଠାରେ ଅନୁଷ୍ଠିତ କାର୍ଯ୍ୟକର୍ତ୍ତା ସମ୍ମିଳନୀରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ମୋଦିଙ୍କ ବାର୍ତ୍ତାକୁ ଘରେ ଘରେ ପହଞ୍ଚାଇବାକୁ ଆହ୍ୱାନ ଦେଇଥିଲେ । ଅନ୍ୟପଟେ କେନ୍ଦ୍ରାପଡ଼ାରେ ଗତ ୫ବର୍ଷ ଧରି ଅଟକିଯାଇଛି ବିକାଶର ଧାରା ।

ଏହାକୁ ପୁଣି ସଚଳ କରିବାକୁ ହେବ । ତେଣୁ ଓଡ଼ିଶାରେ ଡବଲ୍ ଇଞ୍ଜିନ ସରକାର ଦରକାର । ଗତ କିଛିଦିନ ତଳେ ଆଳିରେ ପ୍ରଚାରର ମଙ୍ଗ ଧରିଥିବା ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏଭଳି ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି, ତାଙ୍କ ପ୍ରତିନିଧିତ୍ୱ ବେଳେ କେନ୍ଦ୍ରାପଡ଼ାକୁ ରେଲୱେ ପହଞ୍ଚିବା ନେଇ ସବୁ ବ୍ୟବସ୍ଥା ସରିଥିଲା ।

ହେଲେ ସ୍ଥାନୀୟ ସମସ୍ୟା ଯୋଗୁଁ ଯେଉଁଭଳି ଶିଳ୍ପ ଦରକାର, ତାହା ହୋଇପାରିନି । ଏଥର ବିଜେପି ସାରା ଦେଶରେ ୪୦୦ ପାର୍ ଟାଗେର୍ଟ ହାସଲ କରିବ । ଏଥିରେ ଓଡ଼ିଶା ବି ସାମିଲ ହେବ ବୋଲି ଦୋହରାଇଥିଲେ ବୈଜୟନ୍ତ । ସାରା ଦେଶବାସୀ ଏବେ ମୋଦିଙ୍କୁ ୩ୟଥର ପ୍ରଧାନମନ୍ତ୍ରୀ କରିବାକୁ ଚାହୁଁଛନ୍ତି ବୋଲି କହିଛନ୍ତି ବୈଜୟନ୍ତ ।

ସାରା ଦେଶ ଭଳି କେନ୍ଦ୍ରାପଡ଼ାରେ ବି ମୋଦିଙ୍କ ପ୍ରତି ପ୍ରଚଣ୍ଡ ଜନମତ ରହିଛି । ୨୦୧୪ ତୁଳନାରେ ୧୯ରେ କେନ୍ଦ୍ରାପଡ଼ାରେ ବିଜେପିର ୪୦୦% ଭୋଟ୍‌ ବଢ଼ିଥିଲା । ବିଗତ ୫ ବର୍ଷରେ ଆମର ଭୋଟ ହାରରେ ବହୁତ ଅଭିବୃଦ୍ଧି ହୋଇଛି । ମୋଦିଙ୍କ ପ୍ରଗତି ରଥରେ ଓଡ଼ିଶା ଯୋଡ଼ି ହେବ, ଚାହାଁନ୍ତି କେନ୍ଦ୍ରାପଡ଼ାବାସୀ । ମୋଦିଙ୍କ ଅନୁଦାନ ଆଉ ହାଇଜାକ୍‌ କରିହେବନାହିଁ, ସେମାନେ ଜାଣିଗଲେଣି ବୋଲି କହିଛନ୍ତି ବୈଜୟନ୍ତ ।

ଗତ କିଛିଦିନ ତଳେ ଆଳିର ବିଲିକଣାକୁ ଗସ୍ତ କରିଥିଲେ ବୈଜୟନ୍ତ । ସେଠାରେ ପହଞ୍ଚିବା ପରେ ଶତାଧିକ ବିଜେପି କର୍ମୀ ତାଙ୍କୁ ଭବ୍ୟ ସ୍ୱାଗତ କରିଥିଲେ । ବିଜେପି ବିଧାୟକ ପ୍ରାର୍ଥୀ କୃଷ୍ଣଚନ୍ଦ୍ର ପଣ୍ଡାଙ୍କ ସମେତ ଦଳୀୟ ନେତା ଓ କର୍ମୀଙ୍କୁ ନେଇ ନିର୍ବାଚନ ରଣନୀତି ସମ୍ପର୍କରେ ବିସ୍ତୃତ ଭାବେ ଆଲୋଚନା କରିଥିଲେ ବୈଜୟନ୍ତ ।