ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେଉଛି । ୟୁଜର୍ସ ଏହାକୁ ଦେଖି ଆଶ୍ଚର୍ଯ୍ୟ ହେଉଛନ୍ତି । ଅନେକ ଏଭଳି ଘଟଣାକୁ ନିନ୍ଦା କରିବା ସହ ଚିନ୍ତା ପ୍ରକଟ ମଧ୍ୟ କରିଛନ୍ତି ।
ମୋଦି ମୋଦି ନାରା ଦେଉଥିଲେ ବିଜେପି କର୍ମୀ । ନବୀନ ନାରା ଦେଉଥିଲେ ବିଜେଡି ସମର୍ଥକ।
ଦଳର ଚରମ ଦୁର୍ଦ୍ଦିନ ସମୟରେ ଜଳେଶ୍ୱର କଂଗ୍ରେସର ସେ ମଙ୍ଗ ଧରିଥିଲେ l ଗତ ନିର୍ବାଚନ ପରଠାରୁ ଦୀର୍ଘ ୫ ବର୍ଷ ଧରି ଦଳର ସଂଗଠନକୁ ଗଢିଥିଲେ l ଜଳେଶ୍ୱରବାସୀଙ୍କ ବିଭିନ୍ନ ସମସ୍ୟା ନେଇ ଅନେକ ସଂଗ୍ରାମ ଓ ଆନ୍ଦୋଳନ କରିଥିଲେ ।
ପାନୀୟ ଜଳ ଯୋଗାଣର କିଛି ଅବ୍ୟବସ୍ଥିତ ଢ଼ାଞ୍ଚା ଆମ ସାମ୍ନାକୁ ଆସିଛି । ବସୁଧା ଯୋଜନା କେବଳ ସ୍କୁଲ କାନ୍ଥରେ ସୀମିତ। କାମ କରୁନି ପାଣିଟାଙ୍କି । ଶୁଖିଲା ପଡିଛି କୂଅ । ଆଉ ନଳକୂଅ ଖାଲି ନାମକୁ ମାତ୍ର । ଖରାକୁ ବଳି ଯାଉଛି ସବୁଦିନିଆ ପାଣି ଯୋଗାଡ ।
ମେ ୬ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପ୍ରକ୍ରିୟା ଚାଲିବ। ଦିନ ୧୧ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ପ୍ରାର୍ଥୀ ନାମାଙ୍କନ ଭରିବେ। ଆସନ୍ତା ମେ ୨୫ରେ ତୃତୀୟ ପର୍ଯ୍ୟାୟରେ କଟକ ଜିଲ୍ଲାରେ ଭୋଟ୍ ଗ୍ରହଣ ହେବ।
ଚାଲିଛି ନାମାଙ୍କନ ପର୍ବ । ଆଜି ବିଜେପିର ହେଭିୱେଟ୍ ନାମାଙ୍କନ ଦାଖଲ କରୁଛନ୍ତି । ପୁରୀରୁ ବିଜେପି ଲୋକସଭା ପ୍ରାର୍ଥୀ ସମ୍ବିତ ପାତ୍ର ବିଶାଳ ଶୋଭଯାତ୍ରାରେ ଯାଇ ନାମାଙ୍କନ ଭରିଛନ୍ତି ।
ନାମାଙ୍କନ ପ୍ରତ୍ୟାହାର ପରଠୁ ଅକ୍ଷୟ କାନ୍ତିଙ୍କ ଫୋନ୍ ଅଫ୍ ଥିଲା । ଅକ୍ଷୟ କାନ୍ତି ବିଜେପିରେ ସାମିଲ ହେବା ପଛରେ ବରିଷ୍ଠ ନେତା କୈଲାଶ ବିଜୟବର୍ଗିଙ୍କ ହାତ ଥିବା କୁହାଯାଉଛି ।
ଦକ୍ଷିଣ ଓଡ଼ିଶା ଦଖଲ ଲକ୍ଷ୍ୟରେ ବିଜେପି । ୪ ସଂସଦୀୟ କ୍ଷେତ୍ର ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟ। ୨୦୧୪ ତୁଳନାରେ ୧୯ ସାଧାରଣ ନିର୍ବାଚନରେ ସବୁଠି ଆଶାତୀତ ଭାବେ ବଢ଼ିଥିଲା ଦଳର ଭୋଟ୍ ପ୍ରତିଶତ।
ଦକ୍ଷିଣ ଓଡ଼ିଶା ଦଖଲ ଲକ୍ଷ୍ୟରେ ବିଜେପି । ୪ ସଂସଦୀୟ କ୍ଷେତ୍ର ବ୍ରହ୍ମପୁର, ଆସ୍କା, ନବରଙ୍ଗପୁର ଓ କୋରାପୁଟ। ୨୦୧୪ ତୁଳନାରେ ୧୯ ସାଧାରଣ ନିର୍ବାଚନରେ ସବୁଠି ଆଶାତୀତ ଭାବେ ବଢ଼ିଥିଲା ଦଳର ଭୋଟ୍ ପ୍ରତିଶତ।
‘ଓଡ଼ିଶାର ପୂରା ଅସ୍ମିତା ଏବେ ଖତମ୍ ହେବାକୁ ବସିଛି। ଓଡ଼ିଆ ଭାଷା, ଅସ୍ମିତା ଏବେ ସଂକଟରେ ରହିଛି। ଓଡ଼ିଶାବାସୀ ଏହାକୁ ଆଉ ବରଦାସ୍ତ କରିବେ ବୋଲି ଭାବୁନି।’
ବ୍ରହ୍ମପୁର ସମାବେଶରେ ଜେପି ନଡ୍ଡା ପ୍ରଥମେ ଜୟ ଜଗନ୍ନାଥ କହି ଭାଷଣ ଆରମ୍ଭ କରିଛନ୍ତି। ମଧୁ ବାବୁ, କୃଷ୍ଣଚନ୍ଦ୍ର ଗଜପତିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ମୋଦିଙ୍କ ବିକାଶ ପହଞ୍ଚାଇବାକୁ ଏଠାରେ ବିଜେପି ସରକାର ହେବା ଦରକାର ବୋଲି କହିଛନ୍ତି।
ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ସ୍ୱତନ୍ତ୍ର ବିମାନ ଯୋଗେ ବ୍ରହ୍ମପୁର ଯିବେ । ସେଠି ଆମ୍ବପୁଆରେ ବିଜେପିର ବିଶାଳ ସାଧାରଣ ସଭାରେ ଯୋଗ ଦେବେ ନଡ୍ଡା।
ମହାନଦୀର ଜଳ ପ୍ରଦୂଷଣ ସହ ଏବେ ବ୍ୟବହାର ଉପଯୋଗୀ ହେଉନଥିବାରୁ ଶାସକ ଦଳକୁ ଦାୟୀ କରିଛି ବିଜେପି। ମହାନଦୀରେ ସରକାର ଗୋଟିଏ ବି ବ୍ୟାରେଜ କଲେ ନାହିଁ ବୋଲି କହିଛି ବିଜେପି।
ରାଜନୀତି ସମୀକ୍ଷକଙ୍କ ମତରେ ବିଜେପିର କୃଷ୍ଣ ଚନ୍ଦ୍ର ପାତ୍ରଙ୍କ ପାଇଁ ଏହା ଶେଷ ସୁଯୋଗ ହୋଇଥିବା ବେଳେ ବିଜେଡିର ସୁଧୀର ସାମଲଙ୍କ ପାଇଁ ସମ୍ମାନର ପ୍ରଶ୍ନ । କଂଗ୍ରେସର ମହିଳା ପ୍ରାର୍ଥୀ ସୁସ୍ମିତା ସିଂହଦେଓଙ୍କ ପ୍ରଦର୍ଶନ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି ।
ଶାହଙ୍କ ପରେ ଆସୁଛନ୍ତି ନଡ୍ଡା। ଦିନକ ତଳେ ଅମିତ ଶାହ ଆସି ବିଜେପି କର୍ମୀ ଓ ନେତାଙ୍କ ଭିତରେ ଜୋଶ୍ ଭରିଥିବା ବେଳେ ଏହାକୁ ଆଉ ପାଦେ ଆଗକୁ ନେବାକୁ ଆସନ୍ତାକାଲି ବ୍ରହ୍ମପୁର ଆସୁଛନ୍ତି ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି. ନଡ୍ଡା..
ଅମିତ୍ ଶାହାଙ୍କ ଓଡ଼ିଶାରେ ସରକାର ଗଢ଼ିବାର ଦମ୍ଭୋକ୍ତି ହଠାତ୍ ବଢ଼ାଇ ଦେଇଛି ଭାଜପା ନେତା ଓ କର୍ମୀଙ୍କ ମନୋବଳ। ଯଦି ତ୍ରିପୁରାରେ ଦଳ ମାତ୍ର ୧.୪ ପ୍ରତିଶତ ଭୋଟ୍ ପାଇ ସରକାର ଗଢି ପାରିଲା, ତାହାଲେ ଓଡିଶାରେ କାହିଁକି ସମ୍ଭବ ନୁହେଁ ବୋଲି କହିବା ପରେ ଆରମ୍ଭ ହୋଇଛି ରଣନୀତି।
ଫାଷ୍ଟ ଫେଜ୍ ଇଲେକ୍ସନ ପାଇଁ କାଲି ଓଡ଼ିଶାରେ ହାଇଭୋଲଟେଜ୍ ପ୍ରଚାର। ବ୍ରହ୍ମପୁର ଆମ୍ବପୁଆରେ ସଭା କରିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନଡ୍ଡା। ସାଲେପୁରରେ କଂଗ୍ରେସର ନ୍ୟାୟ ସମାବେଶକୁ ଆସିବେ ରାହୁଲ ଗାନ୍ଧୀ।
୮ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେପି।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଆସନ୍ତାକାଲି ଭୁବନେଶ୍ୱର ବିମାନ ବନ୍ଦରରେ ଅପରାହ୍ଣ ୪ଟା ୩୦ରେ ପହଞ୍ଚିବେ ।
ବିଜେଡି ପ୍ରାର୍ଥୀ ଲମ୍ବୋଦର ନିଆଲ ବି କଳାହାଣ୍ଡି ସଂସଦୀୟ କ୍ଷେତ୍ର ଲାଗି ନୂଆ ମୁହଁ। ୨୦୧୯ ନିର୍ବାଚନରେ ସେ ଖଡ଼ିଆଳ ବିଧାନସଭା ଆସନରୁ ବିଜେଡି ଟିକେଟରେ ଲଢି ଅଳ୍ପକେ ହାରି ଯାଇଥିଲେ। କଂଗ୍ରେସର ଅଧିରାଜ ପାଣିଗ୍ରାହୀଙ୍କଠାରୁ ମାତ୍ର ୨ ହଜାର ୮୫୭ ଭୋଟରେ ପରାଜିତ ହୋଇଥିଲେ ଲମ୍ବୋଦର ନିଆଲ।
ବିଜେଡି ଆଉ ୬ ବିଧାନସଭା ଆସନରେ ପ୍ରାର୍ଥୀ ଦେଇ ନ ଥିବା ବେଳେ ବିଜେପି ୧୫ ବିଧାନସଭା ଆସନ ଓ କଂଗ୍ରେସ ୯ ବିଧାନସଭା ଓ ୨ ଲୋକସଭା ଆସନରେ ପ୍ରାର୍ଥୀ ଘୋଷଣା କରିନାହିଁ ।
ଓଡ଼ିଶାରେ ଏଥର ବିଜେପି ସରକାର। ଶାହଙ୍କ ସୋନପୁର ଗସ୍ତ ବେଳେ ହାମଲା ଓ ଭୁବନେଶ୍ବରରେ କାର୍ଯ୍ୟକର୍ତ୍ତାଙ୍କୁ ଗୁରୁଜ୍ଞାନ ପରେ ଏବେ ଏଇ ନାରାରେ ରାଜ୍ୟରେ ବିଜେଡି ଶାସନକୁ ଗାଦିଚ୍ୟୁତ କରିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି ରାଜ୍ୟ ବିଜେପି।
ଓଡ଼ିଶାରେ ଭାରତୀୟ ଜନତା ପାର୍ଟିକୁ କ୍ଷମତାକୁ ଆଣିଲେ ବଲାଙ୍ଗିର ଜିଲ୍ଲାରେ ବସାଇବୁ ଟେକ୍ସଟାଇଲ୍ ମିଲ୍। ଗତକାଲି ସୋନପୁର ନିର୍ବାଚନୀ ସଭାରେ ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏଭଳି ବଡ଼ ପ୍ରତିଶ୍ରୁତି ପରେ ସୃଷ୍ଟି ହୋଇଛି ପଶ୍ଚିମ ଓଡ଼ିଶାରେ କଂପନ।
ଚଳିତ ନିର୍ବାଚନରେ କିଭଳି ବୁଥସ୍ତରରେ ସଂଗଠିତ ହେବା ସହ ମୋଦି ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରାଯାଇ ପାରିବ, ତାଉପରେ ଗୁରୁତ୍ୱ ଦିଆଯାଇଥିଲା। ଏଥସହିତ ବୁଥସ୍ତରୀୟ କାର୍ଯ୍ୟକତାମାନଙ୍କୁ ଗୁରୁମନ୍ତ୍ର ଦେଇଥିଲେ ବୈଜୟନ୍ତ।
ଜମିଲାଣି ନିର୍ବାଚନୀ ମାହୋଲ୍, ହିଟୱେଭଠୁ ଟପିଲାଣି ପ୍ରଚାର ମୈଦାନର ତାତି। ହେଲେ ନୀଳଗିରିରେ କିନ୍ତୁ ଖାଁ ଖାଁ ପରିବେଶ। କାରଣ ସେଠି ଏଯାଏଁ ବିଧାୟକ ପ୍ରାର୍ଥୀ ଘୋଷଣା କରିନାହାନ୍ତି ବିଜେଡି, ବିଜେପି କି କଂଗ୍ରେସ।