ଆଉ ମ୍ୟାନେଜ୍ ମୁଡ୍ରେ ନାହାନ୍ତି ବିଦ୍ରୋହୀ ବିଜେଡି ନେତା । ଟିକେଟ୍ ନମିଳିବା ଜାଣି ସିଧା ପଦ୍ମ ପୋଖରୀକୁ ମାରୁଛନ୍ତି ଡିଆଁ । ଆଜି ବିଜେପିରେ ମିଶିଲେ ପ୍ରିୟଦର୍ଶୀ ମିଶ୍ର ଓ ସନ୍ତୋଷ ଜେନା ।
୨୪ ସାଧାରଣ ନିର୍ବାଚନ ପାଇଁ ଇସ୍ତାହାର କମିଟି ଘୋଷଣା କଲା ବିଜେପି । ୨୭ ଜଣିଆ ନିର୍ବାଚନ ଇସ୍ତାହାର କମିଟି ଘୋଷଣା କରିଛି ଦଳ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କମିଟିର ଅଧ୍ୟକ୍ଷ ହୋଇଛନ୍ତି ।
ଇଡି ଅଭିଯୋଗ କରିଛି ଯେ ୨୦୨୧-୨୨ରେ ଗେହଲଟ ବାରମ୍ବାର ମୋବାଇଲ୍ ନମ୍ବର ପରିବର୍ତ୍ତନ କରିଥିଲେ।
ଚକଲେଟ ହିରୋ ତଥା ପୂର୍ବତନ ବିଧାୟକ ଆକାଶ ବି ଛାଡ଼ିଲେ । ୨ ଦିନ ତଳେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଦଳ ଛାଡ଼ିଥିଲେ । ଷ୍ଟାଇଲିସ୍ ହିରୋ ଅରିନ୍ଦମ ରାୟ ବି ନିକଟରେ ବିଜେଡି ଛାଡ଼ିଥିଲେ ।
ବିଜେଡି ଛାଡ଼ି ବିଜେପିରେ ମିଶିଲେ ପ୍ରିୟଦର୍ଶୀ ମିଶ୍ର । ଶଙ୍ଖ ଛାଡ଼ି ବର୍ତ୍ତମାନ ପଦ୍ମ ଧରିଛନ୍ତି ପ୍ରିୟଦର୍ଶୀ ମିଶ୍ର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମିଶିଲେ ।
ଉଭୟ ନେତାଙ୍କର ଖୁବ୍ ଲୋକପ୍ରିୟତା ରହିଛି । ସେମାନଙ୍କର ନିଜସ୍ୱ ସଂଗଠନ ରହିଛି ।
ଖୁବଶୀଘ୍ର ଆସିପାରେ ଓଡ଼ିଶାରୁ ବାକି ଥିବା ବିଜେପିର ୩ ଲୋକସଭା ସହ ବିଧାନସଭା ପ୍ରାର୍ଥୀ ତାଲିକା । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଦିଲ୍ଲୀରେ ବସିଥିଲା କୋର୍ କମିଟି ବୈଠକ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦୀର୍ଘ ୫ ଘଣ୍ଟା ଧରି ଗୁରୁବାର ଆଲୋଚନା ହୋଇଥିଲା ।
ଟିକେଟକୁ ନେଇ ବଢୁଥିବା ଅନ୍ତର୍କନ୍ଦଳ ଭିତରେ ଶାସକ ଦଳ କିନ୍ତୁ ନିଜ ନେତାଙ୍କ ଅପେକ୍ଷା ଆମଦାନୀ ନେତାଙ୍କୁ ଦେଉଛି ବେଶି ଗୁରୁତ୍ୱ ।
କିଛି ଅଫିସର ଶାସକ ଦଳର କର୍ମୀ ସାଜି ବିରୋଧୀ ଦଳର ନେତାମାନଙ୍କୁ ଧମକ ଚମକ ଦେଉଥିବା ବିଜେପି ଏବଂ କଂଗ୍ରେସ ଅଭିଯୋଗ କରିଛି। ତେବେ ବିଜେଡି ଅଭିଯୋଗକୁ ଖଣ୍ଡନ କରିଛି।
ବିଜେଡିରୁ ଯୋଦ୍ଧା ହେଲେ ମହିଧର ରଣା । ବିଜେପିରୁ କହ୍ନେଇ ଚରଣ ନା ଓମ୍ ପ୍ରକାଶ ?
ବିଜେପିରୁ ଏକାଧିକ ଆଶାୟୀଙ୍କ ଭିତରୁ ସୁଯୋଗ କାହାକୁ ? କଂଗ୍ରେସରୁ ଶରତ ପଟ୍ଟନାୟକ ଚନ ?
ପୋଲିସ ପ୍ରଶାସନ ଉପରେ ପ୍ରଦୀପ ପାଣିଗ୍ରାହୀଙ୍କ ସାଂଘାତିକ ଅଭିଯୋଗ । ବିଜେଡିରେ ରହିବାକୁ ଧମକାଉଛନ୍ତି ତତ୍କାଳୀନ ଆଇଜି: ପ୍ରଦୀପ ପାଣିଗ୍ରାହୀ ।
ପୂର୍ବତନ ବିଧାୟକ ପ୍ରକାଶ ବେହେରା ବି ବିଜେରେ ମିଶିବା ଚର୍ଚ୍ଚା । ବିଜେଡିକୁ ଘାରିଛି ଆମଦାନୀ ନେତାଙ୍କୁ କେମିତି କରିବ ଥଇଥାନ ।
୨୦୧୯ ନିର୍ବାଚନ ପୂର୍ବରୁ ପ୍ରବଳ ଅସନ୍ତୋଷ ପ୍ରକାଶ କରି ବିଜେଡି ଛାଡ଼ି ବିଜେପିକୁ ଆସିଥିଲେ ସୁକାନ୍ତ।
ସାଲେପୁର ଓ କଟକ ଜିଲ୍ଲାରେ ପ୍ରକାଶଙ୍କ ରହିଛି ବେଶ୍ ଦବଦବା। ପ୍ରକାଶ ଏବେ ବିଜେଡିରେ ମିଶିବେ ବୋଲି ଚର୍ଚ୍ଚା ହେଉଛି।
ବୈଠକରେ ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟପାଲ୍ ସିଂ ତୋମାର ଓ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ସେହିପରି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ମଧ୍ୟ ଏହି ବୈଠକରେ ଉପସ୍ଥିତ ଥିଲେ।
ଆସିକା ଲୋକସଭା ଆସନରୁ ଚେରମାରିଆ ଗାଁର ତଥା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରି ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲେ ।
ବିଜେଡିର ପ୍ରଥମ ତାଲିକାରେ ୭୨ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି ।
ଗତ ୨୨ ତାରିଖରେ ଭର୍ତ୍ତୃହରି ବିଜେଡିରୁ ଇସ୍ତଫା ଦେବା ସହ ବିଜେଡି ଉପରେ ବର୍ଷିଥିଲେ।
ଯେଉଁଠି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଓ ବିଧାୟକ ଧ୍ରୁବ ସାହୁଙ୍କ ଉପସ୍ଥିତିରେ ବିଜେଡିରେ ମିଶିଥାନ୍ତେ ଅଂଶୁମାନ ମହାନ୍ତିଙ୍କ ଗୋଷ୍ଠୀ।
ବିଜେଡିର ପ୍ରାର୍ଥୀ ଘୋଷଣା ହେଉ ହେଉ ବିରୋଧ । କେଉଁଠି ପ୍ରତିବାଦ ତ କେଉଁଠି ସାମୂହିକ ଇସ୍ତଫା । ତେଜୁଛି ବିଭିନ୍ନ ପ୍ରାର୍ଥୀଙ୍କ ଟିକଟ୍ ପ୍ରତ୍ୟାହାର ଦାବି ।
ସିଦ୍ଧାନ୍ତଙ୍କ ଦମ୍ଭୋକ୍ତି ଏଥର ଡବଲ୍ ଇଞ୍ଜିନ ସରକାର, ବିଜେଡିର ଆକ୍ଷେପ-ଦୁହେଁ ବିଗ୍ ଜିରୋ ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ ୩ ନେତା।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି ୩ ନେତା।
ଆଜି ବିଜେପିରେ ଯୋଗ ଦେଲେ ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା।