ମୋଦି ଲହରରେ ଏଥର ବିଜେପି ସୁଇପ୍ କରିବ। ମୋଦି ସରକାରଙ୍କ ସବୁଠୁ ବଡ ସ୍ବାସ୍ଥ୍ୟ ବୀମା ସ୍କିମ୍ ଆୟୁଷ୍ମାନ ଭାରତ ଯୋଜନାରୁ ଓଡ଼ିଶା ବାସୀ ବଂଚିତ ଅଛନ୍ତି।
ପ୍ରଥମ ଦଫା ତାଲିକାରେ ୧୭ ବିଧାୟକ ରିପିଟ୍ । ଚାନ୍ଦବାଲିରୁ ଲଢିବେ ସଭାପତି ମନମୋହନ ।
ସୁନ୍ଦରଗଡ଼ରେ ଜୁଏଲଙ୍କୁ ଟକ୍କର ଦେବେ ଦିଲ୍ଲୀପ ଓ ଜନାର୍ଦ୍ଦନ । କୋରାପୁଟରେ ସପ୍ତଗିରି, କାଳୀରାମ ଓ କୌଶଲ୍ୟାଙ୍କ ଭିତରେ ଲଢ଼େଇ ।
ଭୋଟ୍ ଆଗରୁ ଭାରତୀୟ ନିର୍ବାଚନ କମିଶନଙ୍କ ପୁଣି ଏକ ବଡ଼ ଆକ୍ସନ । ଓଡ଼ିଶାର ଦୁଇ ଜିଲ୍ଲାପାଳ ଓ ପାଞ୍ଚ ଏସପିଙ୍କ ସହ କେନ୍ଦ୍ରାଞ୍ଜଳ ପୋଲିସ ଆଇଜିଙ୍କୁ ଦେଇଛନ୍ତି ବଦଳି ଆଦେଶ ।
ଜୟରାମ ପାଙ୍ଗୀ ଓ ଗିରିଧର ଗମାଙ୍ଗ ନିରାଶ ! କଂଗ୍ରେସରେ ଯୋଗ ଦେଇଥିଲେ ଜୟରାମ ପାଙ୍ଗୀ ଓ ଗିରିଧର ଗମାଙ୍ଗ ।
୧୧୨ ଜଣିଆ ପ୍ରାର୍ଥୀଙ୍କ ମଧ୍ୟରେ ୧୭ ଜଣ ବିଧାୟକଙ୍କୁ ପୁଣି ଥରେ ଟିକେଟ୍ ଦେଇଛି ଭାରତୀୟ ଜନତା ପାର୍ଟି।
ବିଧାନସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ୧୧୨ ଟି ବିଧାନସଭା ସିଟ ପ୍ରାର୍ଥୀ ଘୋଷଣା କଲା ବିଜେପି । ପୂର୍ବରୁ ସମସ୍ତ ଲୋକସଭା ସିଟ ପାଇଁ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ଆଜି ୧୧୨ ବିଧାନସଭା ସିଟ ପାଇଁ ପ୍ରାର୍ଥୀ ଘୋଷଣା କରିଛି ।
ଏବେ ଗୋଟିଏ ପରେ ଗୋଟିଏ ଜାଗାରେ ଦଳ ଛାଡୁଛନ୍ତି ବିଜେଡି ବିଦ୍ରୋହୀ । ପ୍ରଥମ ପ୍ରାର୍ଥୀ ତାଲିକାରେ ଅଧିକ ନାଁ ନବଦଳିବାରୁ ସବୁଠି ଆଶାୟୀ ଅବୁଝା ।
କେନ୍ଦୁପତ୍ର କର୍ମଚାରୀ ସଂଘର ଅଭିଯୋଗ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନି ।
ବିଜେଡିର ଆକ୍ଷେପ- ୧୪୭ ବିଧାନସଭା ପାଇଁ ପ୍ରାର୍ଥୀ ପାଉନି ରାଜ୍ୟ ବିଜେପି । ପଦ୍ମ ଦଳର କଡ଼ା ଜବାବ ଆମ ଟିକଟ୍ ଦିଲ୍ଲୀରୁ ଘୋଷଣା ହୁଏ।
କେନ୍ଦ୍ରାପଡ଼ା ଲୋକସଭା ଆସନ ଲାଗି ପ୍ରାର୍ଥୀ ଭାବେ ଘୋଷଣା ହେବା ପରେ ଆଜି ନିଜ ନିର୍ବାଚନ ମଣ୍ଡଳୀରେ ପହଞ୍ଚିଥିଲେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଅପରାହଣରେ ହେଲିକପଟର ଯୋଗେ ଭୁବନେଶ୍ୱରରୁ ଚାନ୍ଦୋଳରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଦିଆଯାଇଥିଲା ଭବ୍ୟ ସମ୍ବର୍ଦ୍ଧନା।
ବୈଜୟନ୍ତଙ୍କ ଆସିବା ଖୁସିରେ ଅନେକ ଲୋକ ନିଜର ଖୁସି ବ୍ୟକ୍ତ କରିଛନ୍ତି । ଆଉ କହିଛନ୍ତି ‘ବୈଜୟଙ୍କ ଆମ ନିଜ ଲୋକ । ସେ ଆମର ଭାରି ଘନିଷ୍ଠ । କେନ୍ଦ୍ରାପଡ଼ା ପାଇଁ ସେ ବହୁତ କିଛି କରିଛନ୍ତି ।
‘କେନ୍ଦ୍ରାପଡ଼ା ପାଇଁ ବହୁତ କିଛି କରିବାର ତାଙ୍କ ଉଦେଶ୍ୟ । ବୈଜୟନ୍ତଙ୍କ ପାଇଁ ଆଜି ଆମେ କେନ୍ଦ୍ରାପଡ଼ାବାସୀ ଘରେ ଘରେ ପାଣି ପାଇପାରୁଛୁ ।’
କେନ୍ଦ୍ରାପଡ଼ା ପାଇଁ ବିଜେପିର ଲୋକସଭା ପ୍ରାର୍ଥୀ ଘୋଷଣା ପରେ ଏହା ହେଉଛି ବୈଜୟନ୍ତ ପଣ୍ଡାଙ୍କ ପ୍ରଥମ ଗସ୍ତ ।
ପଦ୍ମ ଧରିଲେ ଅନୁଭବ ମହାନ୍ତି । ୨ ଦିନ ତଳେ ବିଜେଡିରୁ ଇସ୍ତଫା ଦେଇଥିଲେ । କିଛି ମାସ ହେଲା ବିଜେଡିର ଦଳୀୟ କାର୍ଯ୍ୟକ୍ରମରୁ ଦୂରେଇ ରହୁଥିଲେ ।
ପ୍ରାର୍ଥୀ ଚୟନ ସହ ପ୍ରଚାର କସରତ। କେଉଁ ନେତା କେଉଁଠି କରିବେ ପ୍ରଚାର। ପ୍ରଧାନମନ୍ତ୍ରୀ ମୋଦି କେଉଁଠି କରିବେ ରୋଡ୍ ଶୋ, ଶାହ କେଉଁଠି କରିବେ ସଭା । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।
ମାର୍ଚ୍ଚ ୨୭ରେ ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ଦୁଇ ଦଫାରେ ୧୫ ଜଣିଆ ଲୋକସଭା ପ୍ରାର୍ଥୀ ଓ ୭୨ ବିଧାନସଭା ପ୍ରାର୍ଥୀଙ୍କ ନାଁ। ହେଲେ ଏପଟେ ଯେମିତି ଦଳରୁ ଅସନ୍ତୁଷ୍ଟ ନେତାଙ୍କ ଘଳିଆ ପଡ଼ିଗଲାଣି। ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ସାଂସଦ, ବିଧାୟକ, ନେତା।
ପ୍ରାର୍ଥୀ ଚୟନ ସହ ପ୍ରଚାର କସରତ। କେଉଁ ନେତା କେଉଁଠି କରିବେ ପ୍ରଚାର। ପ୍ରଧାନମନ୍ତ୍ରୀ ମୋଦି କେଉଁଠି କରିବେ ରୋଡ୍ ଶୋ, ଶାହ କେଉଁଠି କରିବେ ସଭା । ରାଜ୍ୟ ବିଜେପିର ନିର୍ବାଚନ ପରିଚାଳନା ବୈଠକରେ ପ୍ରସ୍ତୁତ ହୋଇଛି ବ୍ଲୁ ପ୍ରିଣ୍ଟ ।
ମାର୍ଚ୍ଚ ୨୭ରେ ଆସିଲା ବିଜେଡିର ପ୍ରଥମ ପ୍ରାର୍ଥୀ ତାଲିକା। ଦୁଇ ଦଫାରେ ୧୫ ଜଣିଆ ଲୋକସଭା ପ୍ରାର୍ଥୀ ଓ ୭୨ ବିଧାନସଭା ପ୍ରାର୍ଥୀଙ୍କ ନାଁ। ହେଲେ ଏପଟେ ଯେମିତି ଦଳରୁ ଅସନ୍ତୁଷ୍ଟ ନେତାଙ୍କ ଘଳିଆ ପଡ଼ିଗଲାଣି। ଦଳ ଛାଡୁଛନ୍ତି ଜଣଙ୍କ ପରେ ଜଣେ ସାଂସଦ, ବିଧାୟକ, ନେତା।
ବିଜେଡି ଉପରେ ବର୍ଷିଲେ ବିଜେପିର କଟକ ଲୋକସଭା ପ୍ରାର୍ଥୀ ଭର୍ତ୍ତୃହରି ମହତାବ । କହିଲେ ଦୁର୍ଗର ପତନ ହେଉଛି । ବିଜେଡି ଭଲ ଭାବେ ଜାଣି ସାରିଲାଣି ତାଙ୍କ ସ୍ଥିତି ଆଉ ନାହିଁ ।
ଏବେ ଠିକ୍ ନିର୍ବାଚନ ପୂର୍ବରୁ ପୁଣି ଦଳ ବଦଳାଇଛନ୍ତି ସୁକାନ୍ତ।
ଅରୁଣ ଗୋଭିଲଙ୍କ ପାଇଁ ପ୍ରଚାର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଉତ୍ତରପ୍ରଦେଶ ମିରଟ ସଂସଦୀୟ କ୍ଷେତ୍ରରୁ ବିଜେପିର ପ୍ରାର୍ଥୀ ହୋଇଛନ୍ତି ପପୁଲାର୍ ରାମାୟଣ ସିରିଏଲର ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ୍ ।
ଆଉ ମ୍ୟାନେଜ୍ ମୁଡ୍ରେ ନାହାନ୍ତି ବିଦ୍ରୋହୀ ବିଜେଡି ନେତା । ଟିକେଟ୍ ନମିଳିବା ଜାଣି ସିଧା ପଦ୍ମ ପୋଖରୀକୁ ମାରୁଛନ୍ତି ଡିଆଁ । ଆଜି ବିଜେପିରେ ମିଶିଲେ ପ୍ରିୟଦର୍ଶୀ ମିଶ୍ର ଓ ସନ୍ତୋଷ ଜେନା ।
ଓଡ଼ିଶା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି । ଓଡ଼ିଶାର ବଳକା ଥିବା ୩ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେପି ।