ସାଧାରଣ ନିର୍ବାଚନରେ ଟିକେଟ ବଣ୍ଟାକୁ ନେଇ ଉଷ୍ମ ହେଉଛି ରାଜନୀତି । ଓଡ଼ିଶାରେ ଏପର୍ଯ୍ୟନ୍ତ ସମସ୍ତ ବିଧାନସଭା ଆସନରେ ତିନି ପ୍ରମୁଖ ଦଳ ସେମାନଙ୍କର ପ୍ରାର୍ଥୀ ଘୋଷଣା କରିନାହାନ୍ତି ।
ନବୀନଙ୍କ ସହ ସାମ୍ନାସାମ୍ନି ଲଢ଼ିବ ବିଜେପି । ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ମିତା ପାଇଁ ହେବ ଲଢ଼େଇ । ଓଡ଼ିଶାରେ ବିଜେପି ଏକାକୀ ଲଢ଼ିବା ନିଷ୍ପତ୍ତି ପଛରେ କାରଣକୁ ସାମ୍ନାକୁ ଆଣି, ଗତକାଲି ଦ୍ୱନ୍ଦ୍ୱ ଦୂର କରିଛନ୍ତି ଅମିତ୍ ଶାହ । ପ୍ରଥମ ଥର ପାଇଁ କେନ୍ଦ୍ରୀୟ ନେତୃତ୍ୱଙ୍କ ପକ୍ଷରୁ ଏମିତି ମନ୍ତବ୍ୟ ଆସିବା ପରେ ଉତ୍ସାହିତ ବିଜେପି ନେତା ଓ କର୍ମୀ ।
ନବୀନଙ୍କ ସହ ସାମ୍ନାସାମ୍ନି ଲଢିବ ବିଜେପି । ଓଡ଼ିଆ ଭାଷା, ସଂସ୍କୃତି ଓ ଅସ୍ମିତା ପାଇଁ ହେବ ଲଢେଇ ।
ମିଡିଆ ଓ ଅନ୍ୟ ବାଟ ଜରିଆରେ ଦ୍ୱନ୍ଦ୍ୱ ସୃଷ୍ଟି କରୁଥିଲା ବିଜେଡି। ଏବେ ଯେଉଁ ମୁହାଁମୁହିଁ ଲଢ଼େଇ ହେବ, ତାର ଫଳାଫଳ କଣ ହେବ, ତାହା ସମସ୍ତେ ଜାଣିଛନ୍ତି।
ସୁଧାଂଶୁ ଶେଖର ପରିଡ଼ାଙ୍କ ଜାଗାରେ ବିଦ୍ୟାସ୍ମିତା ମହାଳିକ ପ୍ରାର୍ଥୀ ହୋଇଛନ୍ତି । ଚିଲିକାରୁ ପ୍ରାର୍ଥୀ ହୋଇଛନ୍ତି ରଘୁନାଥ ସାହୁ । ସେଠାରେ ଆଗରୁ ବିଜେଡିର ବିଧାୟକ ଥିଲେ ପ୍ରଶାନ୍ତ ଜଗଦ୍ଦେବ। ପ୍ରଶାନ୍ତଙ୍କୁ ବିଜେଡି ଦଳରୁ ବହିଷ୍କାର କରିଛି ।
ବଡ଼ଚଣାରୁ ସରପ୍ରାଇଜ୍ କାର୍ଡ ଖେଳିଛନ୍ତି ନବୀନ। ସେଠାରେ ବିଜେଡି ପ୍ରାର୍ଥୀ ହେଲେ ବର୍ଷା ପ୍ରିୟଦର୍ଶନୀ । ଅନ୍ୟମାନଙ୍କ ମଧ୍ୟରେ ଚିଲିକାରୁ ରଘୁନାଥ ସାହୁ, କେନ୍ଦ୍ରପଡ଼ାରୁ ଗଣେଶ୍ୱର ବେହେରା, ଆନନ୍ଦପୁରରୁ ଅଭିମନ୍ୟୁ ସେଠୀ, ସାରସକଣାରୁ ଦେବାଶିଷ ମାରାଣ୍ଡି, କରଞ୍ଜିଆରୁ ବାସନ୍ତୀ ହେମ୍ବ୍ରମ, ଚମ୍ପୁଆରୁ ସନା ମହାକୁଡ଼, ରେମୁଣାରୁ ବିଦ୍ୟାସ୍ମିତା ମହାଲିକ, ସିମୁଳିଆରୁ ସୁଭାସିନି ସାହୁ ।
ବେଲଗୁଣ୍ଠା ବ୍ଲକ୍ ଉଢୁରା ଗାଁଟି ସୁରୋଡ଼ା ନିର୍ବାଚନମଣ୍ଡଳୀରେ ଯାଉଛି। ତେଣୁ ଶୁକ୍ରବାର ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ ଓ ତାଙ୍କ ପତ୍ନୀ ତଥା ବିଧାୟକ ପ୍ରାର୍ଥୀ ସଂଘମିତ୍ରା ସ୍ୱାଇଁ ପ୍ରଚାର କରିବାକୁ ଯାଇଥିଲେ।
କଂଗ୍ରେସ ଏଥର ୯ରୁ ୯୦ ନା ଜିରୋ ହେବ ବୋଲି ସେ ସମର୍ଥକଙ୍କୁ ପଚାରୁଛନ୍ତି। ତେବେ ଏନେଇ ଚିରଞ୍ଜୀବ ବିଶ୍ୱାଳ, ପ୍ରଶାନ୍ତ ମୁଦୁଲି, ବିଜେଡି କି କଂଗ୍ରେସର ପ୍ରତିକ୍ରିୟା ମିଳିପାରିନାହିଁ ।
ନ୍ୟାୟ ଦାବିରେ ରାସ୍ତାରୋକ ସହ ଥାନା ଭିତରକୁ ଧସେଇ ପଶିଲେ ଶତାଧିକ ବିଜେପି କର୍ମୀ ।
୫ ଶହ କୋଟି ଖର୍ଚ୍ଚ କରି ସାରା ଓଡ଼ିଶା ବୁଲିବା ପରେ ଏବେ ପୁଣି ମତାମତର କ’ଣ ଦରକାର ପଡ଼ିଲା ବୋଲି ବିଜେପି ପ୍ରଶ୍ନ କରିଛି ।
ସମାଜ କ’ଣ ‘ରାଜନୈତିକ ସମ୍ମୋହନ’ ଭିତରଦେଇ ଗତି କରୁଛି କି? କାରଣ ନିର୍ବାଚନୀ ଚରଣରେ ସାମାଜିକ, ଅର୍ଥନୈତିକ ଓ ନିରାପତ୍ତାକୁ ନେଇ ଯେଉଁ ଗମ୍ଭୀର ଉଦ୍ବେଗଜନକ ତଥ୍ୟ ଓ ପ୍ରସଙ୍ଗ ସବୁ ସାମ୍ନାକୁ ଆସିଛି ତାହା ରାଜ୍ୟର ବୁଦ୍ଧିଜୀବୀମାନଙ୍କୁ ଗଭୀର ଚିନ୍ତାରେ ପକାଇଛି।
ଡିଏମକେ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବିଜେପି ତାମିଲନାଡ଼ୁ ମୁଖ୍ୟ ଆନ୍ନାମଲାଇ । କୋଏମ୍ବାଟୁରୁରେ ଡିଏମକେ ହଜାରେ କୋଟି ଟଙ୍କା ସାରିଛି । ବିଜେପିକୁ ହରାଇବାକୁ ଘରକୁ ଘର ବୁଲି ଟଙ୍କା ବଣ୍ଟା ଯାଉଛି ବୋଲି କହିଛନ୍ତି ଆନ୍ନାମଲାଇ ।
ହିଂସାକାଣ୍ଡ ସତ୍ତ୍ୱେ ଲୋକେ ଭୋଟ ଦେବାକୁ ଆସୁଛନ୍ତି । ଦିନ ୧୨ଟା ସୁଦ୍ଧା ପଶ୍ଚିମବଙ୍ଗରେ ୩୩.୫୬ ପ୍ରତିଶତ ଭୋଟ ପଡ଼ିସାରିଛି । ସେହିଭଳି ମଣିପୁରରେ ୨୭.୭୪ ପ୍ରତିଶତ ଭୋଟ ଗ୍ରହଣ ସରିଛି ।
ପାଟ୍ଟଶାଣୀ ବିଜେପି ସହ ଆଲୋଚନା କରିଥିବା ମଧ୍ୟ କୁହାଯାଉଛି। ତେବେ ଏନେଇ ପାଟଶାଣୀଙ୍କ ପକ୍ଷରୁ କିଛି ପ୍ରତିକ୍ରିୟା ମିଳିପାରିନାହି।
ନୋଟାରେ ଭୋଟ୍ ଦେବାକୁ ଭୋଟରଙ୍କ ଚେତାବନୀ । ସରକାର ପ୍ରତିଶ୍ରୁତି ପାଳନ କରିନାହାନ୍ତି କହିଲା କଂଗ୍ରେସ ।
ଖୁବଶୀଘ୍ର ବିଜେପିରେ ଯୋଗଦେବେ ବିଜେଡିର ଆଉ କିଛି ହେଭିୱେଟ୍। ଭୁବନେଶ୍ୱରରେ ପହଞ୍ଚିବା ପରେ ଏହି ସୂଚନା ଦେଇଛନ୍ତି ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର ।
ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆସନ୍ତାକାଲି ପଡ଼ିବ ଭୋଟ୍। ଆଜିଠୁ ବୁଥ୍ ଅଭିମୁଖେ ଯିବେ ପୁଲିଂ ପାର୍ଟି। ପ୍ରଥମ ପର୍ଯ୍ୟାୟରେ ୧୭ ରାଜ୍ୟ ଓ ୪ କେନ୍ଦ୍ରଶାସିତ ଅଞ୍ଚଳର ମୋଟ୍ ୧୦୨ ସିଟ୍ ପାଇଁ ଭୋଟିଂ ହେବ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ନିର୍ବାଚନ ମଣ୍ଡଳୀରେ ପ୍ରଚାର ବେଳେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଗୃହମନ୍ତ୍ରୀ ଅମିତ ଶାହା, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଏବଂ ରାଷ୍ଟ୍ରୀୟ ସ୍ତରର ମହିଳା ନେତ୍ରୀ ପ୍ରଚାର ପାଇଁ ଆଗାମୀ ଦିନରେ କେନ୍ଦ୍ରାପଡା ଆସିବା କାର୍ଯ୍ୟକ୍ରମ ରହିଛି।
ପଞ୍ଚମ ପର୍ଯ୍ୟାୟରେ ବି ଦଳ ୯ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛି । ଏହା ସହ ବର୍ତ୍ତମାନ ସୁଦ୍ଧା ବିଜେଡି ଘୋଷଣା କରିଥିବା ମୋଟ ଆସନ ସଂଖ୍ୟା ହେଉଛି ୧୨୬ । ତେବେ ୧୨୬ର ସମସ୍ତ ଘର ସଂଖ୍ୟା ମିଶାଇଲେ ୯ ହେଉଛି ।
ସମ୍ବଲପୁରରୁ ପ୍ରାର୍ଥୀ ହେବା ପରଠାରୁ ପ୍ରସନ୍ନ ଅସନ୍ତୁଷ୍ଟ ଥିଲେ । ତେଣୁ ତାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଦଳ ଉଦ୍ୟମ କରିଛି ।
ଏଥର କଣ୍ଟାବାଞ୍ଜିରୁ ପ୍ରାର୍ଥୀ ହୋଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅର୍ଥାତ୍ ପୁଣି ଥରେ ପଶ୍ଚିମ ଓଡ଼ିଶାରୁ ପ୍ରାର୍ଥୀ ହୋଇଛନ୍ତି ନବୀନ ।
ଦେଶରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜି ସରୁଛି ପ୍ରଚାର । ଆସନ୍ତା ୧୯ ତାରିଖରେ ମତଦାନ । ପ୍ରଥମ ପର୍ଯ୍ୟାୟରେ ୨୧ ରାଜ୍ୟର ୧୦୨ ଲୋକସଭା ଆସନରେ ମନପସନ୍ଦର ପ୍ରାର୍ଥୀ ବାଛିବେ ମତଦାତା ।
ଆଜି ଆଉ ୧୯ ବିଧାନସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିବା ସହ ପୂର୍ବର ୨ ଆସନରେ ପ୍ରାର୍ଥୀ ବଦଳାଇଛି ବିଜେପି । ବଡ଼ କଥା ହେଲା ୧୯ ଭିତରୁ ୧୬ ଯାଗାରେ ନୂଆ ମୁହଁ। ଆଉ ବିଜେଡିରୁ ଆସିଥିବା ୫ ନେତା ପାଇଛନ୍ତି ଟିକଟ୍। ରାଉରକେଲାରୁ ହେଭିୱେଟ ଦିଲୀପ ରାୟଙ୍କୁ ଟିକେଟ ମିଳିଥିବା ବେଳେ ରଣପୁରରୁ ପ୍ରାର୍ଥୀ ପରିବର୍ତ୍ତନ କରି ସୁରମା ପାଢୀଙ୍କୁ ଦଳ ମଇଦାନକୁ ଓହ୍ଲାଇଛି ।
ରାଉରକେଲାରୁ ଲଢିବେ ଦିଲୀପ ରାୟ । ରଣପୁରରେ ପ୍ରାର୍ଥୀ ବଦଳାଇ ସୁରମା ପାଢ଼ୀଙ୍କୁ ଟିକେଟ୍ ଦେଲା ବିଜେପି । BJPର ଆଜି ଘୋଷିତ ଆଉ ୧୯ MLA ସିଟରେ ୧୬ ନୂଆ ଯୋଦ୍ଧା । ବିଜେଡିରୁ ଆସିଥିବା ୫ନେତାଙ୍କୁ ବି ସୁଯୋଗ, ରିପିଟ୍ ମାତ୍ର ୩ କ୍ୟାଣ୍ଡିଡେଟ୍ ।
ରଣପୁରରେ ପୂର୍ବରୁ ବିଜେପି ତାପସ ମାର୍ଥାଙ୍କୁ ପ୍ରାର୍ଥୀ କରିଥିବା ବେଳେ ଏବେ ଏହି ଆସନରେ ପ୍ରାର୍ଥୀ ବଦଳାଇ ଦଳ ସୁରମା ପାଢ଼ୀଙ୍କୁ ଟିକେଟ ଦେଇଛି।