• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଅଣ୍ଡା ଆକାର ଭଳି ଅଟ୍ଟାଳିକା, ଦେଖିବାକୁ ବେଶ୍ ବିଚିତ୍ର

ଦୁବାଇରେ ରାତା-ରାତି ବଡ ବଡ ବିଲଡିଂ ତଥା ଅଟ୍ଟାଳିକାମାନ ଠିଆ ହୋଇଯାଉଥିବା ବେଳେ ଦୀର୍ଘ ଦିନ ଧରି ଏକ ବିଲଡିଂର ନିର୍ମାଣ କାର୍ଯ୍ୟ ଚାଲିଥିବାକୁ ନେଇ ହୋଇଥିଲା ବେଶ ଚର୍ଚ୍ଚା । ଅଟ୍ଟାଳିକାଟି ବେଶ୍‌ ବିଚିତ୍ର ତଥା ନି‌ଆରା । ଏହାର ‌ଆକାର ଦେଖିଲେ ‌ଆପଣ ‌ଆଶ୍ଚର୍ଯ୍ୟ ହୋଇଯିବେ । ଏହା ନା ଲମ୍ବା ନା ଚଉଡା, ନା ସିଧା ନା ବଙ୍କା । ବରଂ ଏହାର ‌ଆକାର ଅଣ୍ଡା ଭଳି । ଏହାକୁ କୁହାଯାଏ ମ୍ୟୁଜିୟମ୍‌ ଅଫ୍‌ ଫ୍ୟୁଚର । ଅର୍ଥାତ୍‌ ଭବିଷ୍ୟତର ସଂଗ୍ରହାଳୟ ।

ଏହି ଅଟ୍ଟାଳିକାର ଫେ୍ରମୱାର୍କ ‌ଆୟତାକାର, ୨୪୦୦ ଷ୍ଟିଲ୍‌ ରଡରେ ନିର୍ମାଣ କରାଯାଇଥିଲା । ଏହି ଢାଞ୍ଚା ୨୦୨୮ ନଭେମ୍ବରରେ ପ୍ରସ୍ତୁତ ହୋଇଥିଲା । ସେବେ ଠାରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଢାଞ୍ଚା ଉପରେ ପ୍ୟାନେଲ ଲଗାଇବାର କାର୍ଯ୍ୟ ଚାଲିଥିଲା । ୨୦୨୦ ଅକେ୍ଟାବରରେ ଏବା ଜନସାଧାରଣଙ୍କ ପାଇଁ ଖୋଲି ଦି‌ଆଯାଇଥିଲା । ସେ ସମୟରେ ଦୁବାଇରେ ୱାଲ୍ଡ ଏକ୍ସପୋ ମଧ୍ୟ ଚାଲିଥିଲା । ଏହି ମ୍ୟୁଜିୟମର କାର୍ଯ୍ୟକାରୀ ନିଦେ୍ର୍ଦଶକଙ୍କ ଅନୁଯାୟୀ ଏହାର ‌ଆକାର ‌ଆଖି ଭଳି । ଏହି ବିଲ୍ଡିଂ ନିର୍ମାଣର ଠିକା ୨୦୧୫ରେ କିଲା ଡିଜାଇନ୍‌ ନାମକ ଏକ କମ୍ପାନୀକୁ ମିଳିଥିଲା ।

ଏହି କମ୍ପାନୀ ଅନୁଯାୟୀ ଏହି ଅଟ୍ଟାଳିକାର ବେସ୍‌ ଭାଗ ଆମ ଉପସ୍ଥିତ ଜ୍ଞାନକୁ ଦର୍ଶାଇଥାଏ । ଅନ୍ୟପଟେ ଭିତରର ଖାଲି ଅଂଶ ସେହି କଥାକୁ ଦର୍ଶାଏ, ଯାହା ଆମେ ଜାଣିନଥିବା । ଏହାରି ଭିତରେ ସଂଯୁକ୍ତ ଆରବ ଅମିରାଟ ଦ୍ରୁତ ଗତିରେ ଉନ୍ନତି କରୁଛି । ଏଠାରେ ଶହ ଶହ ଅଟ୍ଟାଳିକା ନିର୍ମାଣ ହେଉଛି । କିନ୍ତୁ ଏହି ମ୍ୟୁଜିୟମ ଅଫ୍‌ ଫୁ୍ୟଚର ବିଲକୁଲ ଭିନ୍ନ ନଜର ଆସେ । ଏହି ଢାଞ୍ଚା ଉପରେ ଯେଉଁ ପ୍ୟାନେଲ ଲାଗିଛି, ତାହା ଉପରେ ଆରବୀ ଭାଷାରେ କିଛି ଲେଖାଯାଇଛି । କିନ୍ତୁ ଲେଖାଯାଇଛି ତାହା ସମ୍ପର୍କରେ କେହି ମଧ୍ୟ ଜାଣିନାହାନ୍ତି । କିଛି ଏକ୍ସପର୍ଟମାନେ କୁହନ୍ତି ଯେ, ଏହା ଦୁବାଇର ଶାସକ ଶେଖ ମୁହମ୍ମଦ ବିନ୍‌ ରାଶିଦ ଅଲ୍‌ ମକତୁମଙ୍କ କବିତା । ହାତରେ ଖୋଦିତ ଏହି କବିତା ମ୍ୟୁଜିୟମର ଝରକା ଭଳି ମଧ୍ୟ କାମ କରିଥାଏ ।

Museum of future, dubaiMuseum of future, dubai

ଦିନ ସମୟରେ ଏହି ଲେଖା ମାଧ୍ୟମରେ ସୂର୍ଯ୍ୟକିରଣ ଏହି ମ୍ୟୁଜିୟମ୍‌ ଭିତରେ ପଡିଥାଏ । ଅନ୍ୟପଟେ ରାତିରେ ଭିତରର କିରଣ ବାହାରକୁ ପଡିଥାଏ । ଯାହା ବେଶ୍‌ ଆକର୍ଷଣୀୟ ଲାଗେ । ଏହି ମ୍ୟୁଜିୟମ୍‌ ଅଫ୍‌ ଫ୍ୟୁଚରର ଉଚ୍ଚତା ୭୮ ମିଟର । ଏଥିରେ ଆଲୋକୀକରଣ ପାଇଁ ୧୪ କିଲୋମିଟର ଲମ୍ବା ଏଲଇଡି ଲାଇଟସ୍‌ ଲଗାଯାଇଛି । ଏହି ଅଟ୍ଟାଳିକାକୁ ଦେଖିଲେ ସର୍ବପ୍ରଥମେ ମନରେ ପ୍ରଶ୍ନ ‌ଆସେ ଯେ, ଏହି ଇଂଜିନିୟରିଂର ନମୁନା କିଭଳି ନିର୍ମିତ ହେଲା । ତେବେ ଏହି ହାତ ଲେଖା କବିତା ଓ ଏହାର ‌ଆକାର ନିର୍ମାଣକାରୀଙ୍କ ପାଇଁ ସବୁଟାରୁ ବଡ ଚ୍ୟାଲେଂଜ ଥିଲା ।

ପ୍ରତିଟି ଫେ୍ରମ୍‌ ଓ ପ୍ୟାନେଲକୁ ଖାସ୍‌ ଭାବେ କଟାଯାଇଥିଲା । ଏହି ବିଲ୍ଡିଂର ପ୍ରମୁଖ ଉପଦେଶକାର ହେଉଛି ବ୍ରିଟେନର ବ୍ୟୁରୋହୈପୋଲ୍ଡ ଇଂଜିନିୟରିଂ ଫର୍ମ ନାମକ କମ୍ପାନୀ । କମ୍ପାନୀର ଆର୍କିଟେକ୍ଟ ମାନଙ୍କ ଅନୁଯାୟୀ ଏହି ବିଲ୍ଡିଂର ଡିଜାଇନ୍‌ ବିଲ୍ଡିଂ ଇନଫମେର୍ସନ୍‌ ମଡେଲିଂ ବା ବି‌ଆଇଏମ୍‌ ଦ୍ୱାରା ପ୍ରସ୍ତୁତ କରାଯାଇଥିଲା ।

ଯେଉଁଥିରେ ଆର୍ଟିଫିସି‌ଆଲ୍‌ ଇଣେ୍ଟଲିଜେନ୍ସର ସାହାଯ୍ୟ ନିଆଯାଇଥିଲା । ଫଳରେ ପ୍ରତିଟି କୋଣ ଅନୁକୋଣରେ ସଠିକ ମାପ ଲଗାଯାଇପାରିବ । ଏହାର ବିମ୍‌ ଥ୍ରିଡି ମଡେଲରେ କାମ କରିଥାଏ । ଏକ୍ସପର୍ଟଙ୍କ ଅନୁଯାୟୀ ରେଖା ଗଣିତ ସାହାଯ୍ୟରେ ଏହି ଖାସ ଡିଜାଇନ୍‌ ପ୍ରସ୍ତତ କରାଯାଇଥିଲା । ତେଣୁ ଏଥିପାଇଁ ଡିଜିଟାଲ୍‌ ଟେକନୋଲୋଜିର ସାହାଯ୍ୟ ନିଆଯାଇଛି । ତେବେ ବୈଜ୍ଞାନିକ ତଥା ଗବେଷକଙ୍କ ମତରେ ଏହା ଏକ ଇକୋ ଫେ୍ରଣ୍ଡଲୀ ଅଟ୍ଟାଳିକା । ସେଥିପାଇଁ ସମ୍ପୂଣ୍ର୍ଣ ନିର୍ମାଣ ସରିବା ପୂର୍ବରୁ ହିଁ ଏହି ବିଲଡିଂକୁ ଏଲଇଇଡି ପ୍ଲାଟିନମ୍‌ ରେଟିଂ ମିଳିସାରିଛି । ଏହି ବିଲଡିଂରେ ୧୦୨୪ଟି ପ୍ୟାନେଲ ଲଗାଯାଇଛି । ଏଥିରେ ଅଧିକରୁ ଅଧିକ ନ୍ୟାଚୁରାଲ ଲାଇଟ୍‌ ଓ ପବନର ବ୍ୟବସ୍ଥା କରାଯାଇଛି ।

ସୋଲାର ଏନର୍ଜିର ବ୍ୟବସ୍ଥା ହୋଇଛି । ଆଉ ତା ସହ ଏଠାରେ ପାଣିର ରିସାଇକେଲିଂ ପାଇଁ ମଧ୍ୟ ସମସ୍ତ ବ୍ୟବସ୍ଥା କରାଯାଇଛି । ଏହା ଭିତରେ ପ୍ଲାଷ୍ଟିକ ବ୍ୟବହାର ଉପରେ ପ୍ରତିବନ୍ଧନ ଲଗାଯିବା ସହ ସାର୍ବଜନିକ ପରିବହନର ବ୍ୟବହାର ବଢାଇବା ପାଇଁ ଏଠାରେ ପାର୍କିଂ ବ୍ୟବସ୍ଥାକୁ କମାଇ ଦିଆଯାଇଛି । ‌ଆଶା କରାଯାଉଛି ଯେ, ଏହି ମ୍ୟୁଜିୟମରୁ ପ୍ରତିବର୍ଷ ୧୦ଲକ୍ଷରୁ ଅଧିକ ପର୍ଯ୍ୟଟକ ‌ଆସିବେ । ସେଠାକାର ବୈଜ୍ଞାନିକମାନଙ୍କ ଅନୁଯାୟୀ ଏଠାରେ ‌ଆପଣ ଖରାପ ଭବିଷ୍ୟତ ନୁହେଁ । ବରଂ ଆଗାମୀ କାଲିର ସମ୍ଭାବନାକୁ ଅନୁଭବ କରିବାକୁ ଚେଷ୍ଟା କରିବେ । ଆଉ ଏହି ମ୍ୟୁଜିୟମ ଅଫ୍‌ ଫ୍ୟୁଚର ଲୋକମାନଙ୍କୁ ଭବିଷ୍ୟତର ଯାତ୍ରାରେ ନିଶ୍ଚୟ ନେଇଯିବ ।