• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ସାଇନ୍ସ ବ୍ଲଗରେ ୩୫ ଭିନ୍ନ ଭିନ୍ନ ପ୍ରକାରର ବରଫର ରହିଛି

କାହାକୁ ବରଫରେ ଖେଳିବାକୁ ଭଲ ଲାଗେ ତ ଆଉ କାହାକୁ ବରଫ ଭରା ପ୍ରାକୃତିକ ପରିବେଶ ଦେଖିବାକୁ ଭଲ ଲାଗେ । ହେଲେ ବରଫର ୪୨୧ଟି ନାଁ ଥିବ ବୋଲି ଆପଣ ଜାଣିଛନ୍ତି କି । କେବଳ ସେତକି ନୁହେଁ ବରଂ ବରଫକୁ ନେଇ ଅନେକ ରୋଚକ ତଥ୍ୟ ସବୁ ସାମ୍ନାକୁ ଆସିଛି । ତେବେ ୪୨୧ ନାଁ ସହ ଆଉ ଏକ ଆଶ୍ଚର୍ଯ୍ୟ ତଥ୍ୟ ହେଉଛି ଯେ, ବରଫର ରଙ୍ଗ ଧଳା ନୁହେଁ । ଆଶ୍ଚର୍ଯ୍ୟ ଲାଗିଲା ନା । ବରଫ କହିଲେ ଆପଣ ଧଳା ଚାଦରରେ ଆଚ୍ଛାଦିତ ସୁନ୍ଦର ପରିବେଶ ହି ପ୍ରଥମେ କଳ୍ପନା କରିବେ । କିନ୍ତୁ ବାସ୍ତବତା ହେଉଛି ଯେ ସେହି ବରଫର ରଙ୍ଗ ଧଳା ନୁହେଁ ।

ସତରେ କହିବାକୁ ଗଲେ ଏହା କ୍ରିଷ୍ଟାଲ ଭଳି । ଯାହାର ଆରପାର ଦେଇ ଆଲୋକ ବି ଗତି କରିପାରେ । ଆଉ ସେହି ଆଲୋକ ଗତି କରିବା କାରଣରୁ ହି ବରଫ ଧଳା ରଙ୍ଗର ଦୃଶ୍ୟମାନ ହୁଏ । ଏହା କେବେ କେବେ ପ୍ରଦୂଷଣ, ଧୂଆଁ ଓ ଅନ୍ୟ କିଛି ରଙ୍ଗ ମଧ୍ୟ ଧରିଦେଇଥାଏ । ଏପରିକି ଏହା ନାରଙ୍ଗୀ ଓ କଳା ରଙ୍ଗର ମଧ୍ୟ ହୋଇପାରେ ।

ଏହାଛଡା ବରଫ ଖଣ୍ଡ ଆକାରର କିଭଳି ଦେଖାଯିବ ତାହା ପବନ ଓ ତାପମାତ୍ରା ଉପରେ ନିର୍ଭର କରିଥାଏ । ହିମଖଣ୍ଡ ଉପରେ ରିସଚ୍ର୍ଚରୁ ଏ କଥା ସାମ୍ନାକୁ ଆସିଛି । ଯେତେ ବେଳେ ତାପମାତ୍ରା ମାଇନସ୍‌ ୨ ଡିଗ୍ରୀ ସେଲସିୟସ ହୁଏ, ସେତେବେଳେ ବରଫ ଜମାଟ ବାନ୍ଧେ । ଏହାଠାରୁ ତାପମାତ୍ରା କମିଲେ ଏହା କ୍ରିଷ୍ଟାଲ ଆକାରର ହୋଇଯାଏ । ତାପମାତ୍ରାରେ ଆହୁରି ପରିବର୍ତ୍ତନ ହେଲେ ଯେତେବେଳେ ହିମପାତ ହୁଏ ସେତେବେଳେ ଏହି କ୍ରିଷ୍ଟାଲ ତୁଳା ଭଳି ‌ଆକାରର ଦେଖାଯାଏ ।

ଅନେକ ସମୟରେ ହିମସ୍ଖଳନ କଥା ଆମେ ଶୁଣିଛୁ । କିନ୍ତୁ ସେ ଗୁଡିକର ଆକାରକୁ ନେଇ ଅନେକ ଦ୍ୱନ୍ଦ ଲାଗିରହିଛି । କିନ୍ତୁ ବୈଜ୍ଞାନିକମାନଙ୍କ ଅନୁଯାୟୀ ବରଫର ଗୋଲାର ଆକାର ବଢି ବି ଥାଏ । ବରଫ ଗୋଟେ ସ୍ଥାନରେ ଜମା ହୋଇ ଏହାର ଆକାର ବଡ ମଧ୍ୟ ହୋଇପାରେ ।ବରଫ ପଡିବା ପରେ, ପରିବେଶରେ ଥିବା ଧ୍ୱନିକୁ ଟାଣି ନେଇଥାଏ । ଅର୍ଥାତ୍‌ ବରଫ ପଡିବା ମାତେ୍ର ଆଖପାଖର ପରିବେଶ ଶାନ୍ତ ହୋଇଯାଏ । ଅତ୍ୟଧିକ ଗହଳି ଚହଳି ହଠାତ୍‌ ଶାନ୍ତ ମଧ୍ୟ ପଡିଯାଏ ।

କୁହାଯାଏ ଯେ, ଉତ୍ତର ଧ୍ରୁବରେ ରହୁଥିବା ବରଫର ଆଦିବାସୀ ଇନୁଇଟ ଲୋକମାନେ ବରଫର ୫୦ ପ୍ରକାରର ନାଁ ରଖିଥିଲେ । କିଛି ଲୋକ ଏହାର କେବଳ କଳ୍ପନା କହୁଥିଲେ । ତ ଆଉ କିଛି ଏହାକୁ ସତ୍ୟ ବୋଲି ମାନିଥାଆନ୍ତି । କିନ୍ତୁ ସ୍କଟଲ୍ୟାଣ୍ଡର ଏକ ରିସର୍ଚ୍ଚରୁ ଜଣାପଡିଛି ଯେ, ବରଫର ୪୨୧ ପ୍ରକାରର ନାଁ ରହିଛି ।

କୌଣସି ବରଫ ଝଡକୁ ବ୍ଲିଜାର୍ଡ କହିଲେ ଆପଣ ଭୁଲ୍‌ ମଧ୍ୟ ପ୍ରମାଣିତ ହୋଇପାରନ୍ତି । ହିମପାତ ସମୟରେ ଯଦି ଭିଜିବିଲିଟି ୨୦୦ ମିଟରରୁ କମ୍‌ ରୁହେ ‌ଆଉ ପବନର ବେଗ ୩୦ ମାଇଲ୍‌ ପ୍ରତି ଘଣ୍ଟାରୁ ଅଧିକ ରୁହେ, ତେବେ ଏହାକୁ ବରଫ ଝଡ କୁହାଯ।ଇପାରେ । କିନ୍ତୁ କମ୍‌ ରହିଲେ ଏହାକୁ କେବଳ ହମିପାତ ହି କୁହାଯାଇପାରିବ ।

ନାସାର ତମାମ ମିଶନରୁ ଗୋଟେ କଥାର ସଙେ୍କତ ମିଳିଛି ଯେ, ମଙ୍ଗଳ ଗ୍ରହର ଉତ୍ତର ଭାଗରେ ଗରମ ଦିନରେ ମଧ୍ୟ ବରଫ ଜମିଯାଇଥାଏ । ତେବେ ଅନେକ ରିସଚ୍ର୍ଚରୁ ମଧ୍ୟ ଏ କଥା ସାମ୍ନାକୁ ଆସିଛି ଯେ, ମଙ୍ଗଳ ଗ୍ରହରେ ବାଦଲ ଓ ଭୂମି ଭିତରେ ବରଫ ରହିଛି । ଏହାସହ ଏହାର ଦକ୍ଷିଣ ଭାଗରେ ମଧ୍ୟ କାର୍ବନ ଡାଇ ଅକ୍ସାଇଡରେ ନିର୍ମିତ ବରଫ ମିଳିଥାଏ ।

କେବଳ ଯେ ମଣିଷମାନଙ୍କୁ ବରଫରେ ଖେଳବାକୁ ପସନ୍ଦ ତାହା ନୁହେଁ । ବରଂ ଏକ ଖାସ୍‌ ପ୍ରଜାତିର ମାଙ୍କଡମାନଙ୍କୁ ମଧ୍ୟ ବରଫରେ ଖେଳିବାକୁ ଭଲ ଲାଗେ । ସେମାନେ ହେଉଛନ୍ତି ଜାପାନର ମକାକୁ ମାଙ୍କଡ । ଯେଉଁମାନଙ୍କୁ ସେ୍ନା ମଙ୍କି ବୋଲି ମଧ୍ୟ କୁହାଯାଏ । ସେମାନେ ସେ୍ନାର ଅତ୍ୟଧିକ ‌ଆନନ୍ଦ ଉଠାଇଥାଆନ୍ତି । ଆଉ ଏକ ରିସର୍ଚ୍ଚରୁ ଏକ ତଥ୍ୟ ସାମ୍ନାକୁ ଆସିଛି ଯେ, ଯଦି ‌ଆପଣ ସେ୍ନା ଫଲରେ ବେଶି ସମୟ ବିତାନ୍ତି, ତେବେ ‌ଆପଣଙ୍କୁ ଏକ ଖାସ ରୋଗ ହୋଇପାରେ । ଆଉ ଉତ୍ତରାଂଚଳରେ ରହୁଥିବା ଲୋକମାନେ ବିଶେଷ ଭାବେ ପ୍ରଭାବିତ ହୋଇଥାଆନ୍ତି । ଏହି ରୋଗରେ ଆପଣଙ୍କ ସ୍ମରଣ ଶକ୍ତି କମିଯିବା ସହ ଅଯଥା କଥା କହିବା ମଧ୍ୟ ଆରମ୍ଭ କରିଦେଇପାରନ୍ତି । ଏହି ସମୟରେ ଭିଟାମିନ ଏ ବିଷ ଭଳି ଆମ ଶରୀରରେ କାମ କରେ ।

story of icestory of ice

ଅନେକ ଲୋକଙ୍କୁ ହିମପାତରୁ ଡର ମଧ୍ୟ ଲାଗେ । ଏହାକୁ ଶିଓନୋଫୋବିଆ ବୋଲି କୁହାଯାଏ । ଗ୍ରୀକ୍‌ ଭାଷାରେ ବରଫକୁ ସିଓନୋ କହିଥାଆନ୍ତି । ବରଫର ରକଷ୍ଟାର କିଏ ଜାଣିଛନ୍ତି । ତେବେ ସେ ହେଉଛନ୍ତି ମହାନ ଅନ୍ୱେଷକ ଅନେର୍ଷ୍ଟ ଶୈକେଲଟନ । ସେ ନିଜର ବାହାଦୂରୀ ପାଇଁ ବେଶ୍‌ ପ୍ରସିଦ୍ଧ। ସେ ନିଜ ସହ ଅଫିମ, ଗଞ୍ଜେଇ ଓ କୋକିନ ନେଇ ଯାଆନ୍ତି । ଯାହାର ସହାୟତାରେ ତାଙ୍କର ସାଥିମାନଙ୍କୁ ସେ ସାହାଯ୍ୟ କରନ୍ତି ।

ଏକ ବିଶ୍ୱାସ ରହିଛି ଯେ, ଗୀତ ଗାଇଲେ କିମ୍ବା ବଡ ପାଟିରେ କଥା ହେଲେ ହିମସ୍ଖଳନ ହୋଇଥାଏ । କିନ୍ତୁ ଏଭଳି ହୁଏ ନାହିଁ । ବରଫର ଭାର କିମ୍ବା ପବନର ବେଗ ଦ୍ୱାରା ହିମସ୍ଖଳନ ହୋଇଥାଏ । ଗୀତ କିମ୍ବା ବଡ ପାଟିରେ କଥା ହେବା ହିମସ୍ଖଳନ ସହ କୌଣସି ସମ୍ପର୍କ ନାହିଁ ।

ତେବେ ବରଫ ବିଷୟରେ ଏତେ ତଥ୍ୟ ଜାଣିଥିଲେ ଆପଣ । କିନ୍ତୁ ଆପଣର ବ୍ରହ୍ମାଣ୍ଡର ଚମତ୍କାର ପ୍ରତିଟି ସୃଷ୍ଟିରେ ଭରି ରହିଛି । ସେହିଭଳି ବରଫକୁ ନେଇ ମଧ୍ୟ ଏତେ ଚମତ୍କାର ତଥ୍ୟ ସାମ୍ନାକୁ ଆସିପାରିଛି ।