Advertisment

Vastu Tips: ଶୋଇବା ବେଳେ କରନ୍ତୁ ନାହିଁ ଏହି ୯ଟି ଭୁଲ୍; ଦେଖାଦେବ ଅନେକ ସମସ୍ୟା

ଜଣେ ବ୍ୟକ୍ତି ନିଜର ଦୈନନ୍ଦିନ କାର୍ଯ୍ୟରେ ଏପରି କିଛି ଭୁଲ କରିଥାଆନ୍ତି ଯାହା ସେମାନଙ୍କ ପାଇଁ ଆଉ ଘର ପାଇଁ ନକାରାତ୍ମକ ଶକ୍ତି ଆଣିଥାଏ। ଏହା ସେମାନଙ୍କ ଜୀବନରେ ସମସ୍ୟା ହୋଇ ଆସିଥାଏ। ତେଣୁ, ଆଜି ଆମେ ଆପଣଙ୍କୁ ଏମିତି କିଛି କହିବୁ ଯାହା ଆମେ ନିଜେ ଆମ ଜୀବନରେ ଅନେକଗୁଡ଼ିଏ ସମସ୍ୟା ସୃଷ୍ଟି କରୁ।

author-image
Pramod Behera
ଅଦ୍ୟତନ ହୋଇଛି
Keeping these things near while sleeping increases negative energy

Keeping these things near while sleeping increases negative energy

ପ୍ରତ୍ୟେକ ବ୍ୟକ୍ତି ନିଜ ଘରେ ଆର୍ଥିକ ସମସ୍ୟା, ସ୍ୱାସ୍ଥ୍ୟ ସମସ୍ୟା ଆଦି ଦ୍ୱାରା ଅସୁବିଧାରେ ପଡ଼ନ୍ତି। ଏହି ସମସ୍ୟା ଲାଗି ରହିଲେ ଅନେକ ଭାବନ୍ତି ଯେ କେହି ବୋଧେ ତାଙ୍କ ଘର କିମ୍ବା ବ୍ୟକ୍ତିଙ୍କ ଉପରେ ଗୁଣି କରିଛି। ସେମାନଙ୍କ ଘର ଉପରେ କୌଣସି ଏକ ଖରାପ ନକାରାତ୍ମକ ପ୍ରଭାବ ଅଛି ଯାହା ତାଙ୍କ ପରିବାର ଏବଂ ତାଙ୍କ ଜୀବନକୁ ପ୍ରଭାବିତ କରୁଛି। ଏହି କାରଣରୁ ତାଙ୍କ ଘରେ ସୁଖ ଏବଂ ସମୃଦ୍ଧି ଆସୁନାହିଁ।

Advertisment

ବାସ୍ତବରେ, ଏହିସବୁ ସମସ୍ୟା ପାଇଁ କେହି କିଛି କରି ନ ଥାନ୍ତି, ବରଂ ନିଜେ ଏହାର କାରଣ ହୋଇଥାନ୍ତି। ଜଣେ ବ୍ୟକ୍ତି ନିଜର ଦୈନନ୍ଦିନ କାର୍ଯ୍ୟରେ ଏପରି କିଛି ଭୁଲ କରିଥାଆନ୍ତି ଯାହା ସେମାନଙ୍କ ପାଇଁ ଆଉ ଘର ପାଇଁ ନକାରାତ୍ମକ ଶକ୍ତି ଆଣିଥାଏ। ଏହା ସେମାନଙ୍କ ଜୀବନରେ ସମସ୍ୟା ହୋଇ ଆସିଥାଏ। ତେଣୁ, ଆଜି ଆମେ ଆପଣଙ୍କୁ ଏମିତି କିଛି କହିବୁ ଯାହା ଆମେ ନିଜେ ଆମ ଜୀବନରେ ଅନେକଗୁଡ଼ିଏ ସମସ୍ୟା ସୃଷ୍ଟି କରୁ।

ଅଧିକ ପଢ଼ନ୍ତୁ: ତୁଳସୀ ଗଛ ପାଖରେ ରଖୁଛନ୍ତି କି ଏହି ଜିନିଷ… ସାବଧାନ! ହୋଇଯିବେ କାଙ୍ଗାଳ…

Advertisment
  • ରାତିରେ ଶୋଇବା ସମୟରେ କୌଣସି ବ୍ୟକ୍ତି କଇଁଚି କିମ୍ବା ଛୁରୀ ପରି କୌଣସି ଧାରୁଆ ଜିନିଷ ରଖିବା ଉଚିତ ନୁହେଁ। ଏହାକୁ ରଖିବା ଅଶୁଭ ବୋଲି ବିବେଚନା କରାଯାଏ।
  • ଶୋଇବା ସମୟରେ ଜଣେ ବ୍ୟକ୍ତି ପାଖରେ ଟଙ୍କା, ଅଳଙ୍କାର, ଘଣ୍ଟା ଇତ୍ୟାଦି ରଖିବା ଉପଯୁକ୍ତ ବିବେଚନା କରାଯାଏ ନାହିଁ। ଏହାକୁ ନିଜଠାରୁ ଦୂରରେ ରଖି ଶୋଇବା ଉଚିତ।
  • ଶୋଇବା ସମୟରେ ପାଖରେ ପୁରୁଣା, ଭଙ୍ଗା କିମ୍ବା ଅବ୍ୟବହୃତ ଜିନିଷ ରଖିବା କ୍ଷତିକାରକ ହୋଇପାରେ। ଏହା ବ୍ୟକ୍ତି ଉପରେ ନକାରାତ୍ମକ ପ୍ରଭାବ ପକାଇଥାଏ।
  • ଯଦି ଆପଣ ରାତିରେ ନିଜ ଶୋଇବା ଘରେ କୌଣସି ଝାଡୁ ରଖନ୍ତି, ତେବେ ଏହା ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କରେ ତିକ୍ତରା ସୃଷ୍ଟି କରେ ଏବଂ ସମ୍ପର୍କ ଧୀରେ ଧୀରେ ଖରାପ ହେବାକୁ ଲାଗେ।
  • ଯଦି ଆପଣ ରାତିରେ ଶୋଇବା ସମୟରେ ନିଜ ରୁମ୍‌ରେ ମଇଳା ଜୋତା, ଚପଲ ଇତ୍ୟାଦି ରଖନ୍ତି, ତେବେ ଏହା ଘରର ସମସ୍ୟାକୁ ବଢାଇଥାଏ ଏବଂ ଧୀରେ ଧୀରେ ଘରର ଶାନ୍ତି ନଷ୍ଟ କରିଥାଏ।
  • ବାସ୍ତୁଶାସ୍ତ୍ର ଅନୁଯାୟୀ, ଶୋଇବା ଘରେ ଲାପ୍‌ଟପ୍, ସ୍ମାର୍ଟଫୋନ୍, ଟାବ୍‌ଲେଟ୍, ସ୍ମାର୍ଟ ୱାଚ୍ ଇତ୍ୟାଦି ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ ରଖିବା ଠିକ ନୁହେଁ। ଏହା ବ୍ୟତୀତ ଇଣ୍ଟରନେଟ୍ ରାଉଟର୍‌ ମଧ୍ୟ ରୁମ୍ ବାହାରେ ରହିବା ଉଚିତ।
  • ଶୋଇବା ସମୟରେ ଜଣେ ବ୍ୟକ୍ତି ନିଜ ନୋଟବୁକ୍, ବହି କିମ୍ବା ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ୍ କିମ୍ବା ଫାଇଲ୍ ଆଦୌ ନିଜ ପାଖରେ ରଖିବା ଉଚିତ ନୁହେଁ।
  • ରାତିରେ ଶୋଇବା ସମୟରେ, ପର୍ସ କିମ୍ବା ଔଷଧକୁ ତକିଆ କିମ୍ବା ଶେଜ ତଳେ ରଖନ୍ତୁ ନାହିଁ।
  • ରାତିରେ ଶୋଇବା ସମୟରେ କେବେବି ପାଣି ପାତ୍ରକୁ ମୁଣ୍ଡ ପାଖରେ ରଖନ୍ତୁ ନାହିଁ। ଏହା ଚନ୍ଦ୍ରକୁ ପ୍ରଭାବିତ କରିଥାଏ ଏବଂ ମାନସିକ ରୋଗ ସୃଷ୍ଟି କରିଥାଏ।

ଅଧିକ ପଢ଼ନ୍ତୁ: ଭୁଲ୍ ଜାଗାରେ ପାଇଖାନା ଟାଙ୍କି ନିର୍ମାଣ କରୁଛନ୍ତି କି...ଘରକୁ ଆସିବ ଏହି ଜଟିଳ ସମସ୍ୟା

Vastu Tips For Home Vastu Tips For Bedroom Vastu Tips
Advertisment
Advertisment