• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଇତିହାସର ଏକ ବଳିଷ୍ଠ ମୂକସାକ୍ଷୀ 'କଲାବନ୍ତୀନ ଦୁର୍ଗ'

ମହାରାଷ୍ଟ୍ରର ପ୍ରବଲବଡ ଦୁର୍ଗ । ମହାରାଷ୍ଟ୍ର ଇତିହାସର ଏକ ବଳିଷ୍ଠ ମୂକସାକ୍ଷୀ । ଭାରତରେ ରାଜା ମାନଙ୍କର ଏଭଳି ଅନେକ ଦୁର୍ଗ ରହିଛି, ଯାହା ବେଶ୍‌ ସୁନ୍ଦର ବି ଆଉ ଭୟଙ୍କର ତଥା ରହସ୍ୟମ ବି । ଆଉ ପ୍ରବଲଗଡ ଦୁର୍ଗ ସେହି ରହସ୍ୟମୟ ସ୍ଥାନ ଭିତରୁ ଗୋଟିଏ । ଏହାର ଅନ୍ୟନାମ କଲାବନ୍ତୀନ ଦୁର୍ଗ । ଏହି ଦୁର୍ଗକୁ ଭାରତର ସବୁଠାରୁ ଭୟଙ୍କର ଦୁର୍ଗ ବୋଲି ବିବେଚନା କରାଯାଏ । ୨୩୦୦ ଫୁଟ ଉଚ୍ଚ ଏକ ପାହାଡରେ ନିର୍ମିତ ଦୁର୍ଗକୁ ବହୁତ କମ୍‌ ଲୋକ ଯାଇଥା‌ଆନ୍ତି । ଆଉ ଯେଉଁମାନେ ଯାଆନ୍ତି ସେମାନେ ସୂର୍ଯ୍ୟାସ୍ତ ପୂର୍ବରୁ ଫେରି ଆସନ୍ତି ।

ବାସ୍ତବରେ ଏହି ଉଚ୍ଚ ଦୁର୍ଗକୁ ଯିବାର ରାସ୍ତା ବେଶ୍‌ ଭୟଙ୍କର ଓ ଦୁର୍ଗମ ହୋଇଥିବା କାରଣରୁ ଏଠାରେ ସହଜରେ କେହି ପହଁଚିପାରନ୍ତି ନାହିଁ । ଯେଉଁମାନେ ପହଁଚନ୍ତି ସେମାନେ ଅଧିକ ସମୟ ଧରି ସୋ ରେ ରହିପାରନ୍ତି ନାହିଁ । ଏହା ବ୍ୟତୀତ ଏଠାରେ ନା ବିଜୁଳି ବ୍ୟବସ୍ଥା ରହିଛି ନା ପାଣିର । ସନ୍ଧ୍ୟା ହେଲେ ଦୂର ଦୂର ପର୍ଯ୍ୟନ୍ତ ଏଠାରେ କେବଳ ଶୂନ୍ୟତା ହି ହାତକୁ ଆସିଥାଏ ।

kalavantin fort maharashtrakalavantin fort maharashtra

ଏହି ଦୁର୍ଗକୁ ଚଢିବା ପାଇଁ ଏଠାରେ ଚଟ୍ଟାଣ ଗୁଡିକୁ କାଟି କାଟି ଶିଡି ବନାଯାଇଥିଲା । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହି ଶିଡି ଗୁଡିକରେ ନା କୌଣସି ରଶି ଲାଗିଛି ନା କୌଣସି ପ୍ରକାରର ରେଲିଂ । ଅର୍ଥାତ ଏଠାରେ ଯଦି କୌଣସି ପ୍ରକାରର ଧ୍ୟାନ ହଟିବ ତେବେ ଆପଣ ଚାଲିଯିବେ ସିଧା ୨୩୦୦ ଫୁଟ ତଳକୁ । କୁହାଯାଏ ଏହି ପୋଲରୁ ପଡି ଅନେକ ଲୋକମାନଙ୍କର ମୃତ୍ୟୁ ହୋଇଛି ।

ପୂର୍ବରୁ ଏହି ଦୁର୍ଗର ନାଁ ମୁରଞ୍ଜନ ଦୁର୍ଗ ଥିଲା । କିନ୍ତୁ ଛତ୍ରପତି ଶିବାଜୀ ମହାରାଜଙ୍କ ସମୟରେ ଏହି ଦୁର୍ଗର ନାମ ପରିବର୍ତ୍ତନ ହୋଇଯାଇଥିଲା । କୁହାଯାଏ ଯେ, ଶିବାଜୀ ମହାରାଜ ରାଣୀ କଲାବନ୍ତୀଙ୍କ ନାମରେ ହି ଏହି ଦୁର୍ଗର ନାଁ ରଖିଥିଲେ । ଏହି କଲାବନ୍ତୀ ଦୁର୍ଗରୁ ଚନେ୍ଦରୀ, ମାଥେରନ, କର୍ଣ୍ଣାଲ୍‌ ଓ ଇର୍ଶାଲ ଦୁର୍ଗ ମଧ୍ୟ ନଜର ଆସିଥାଏ । ଏପରିକି ମୁମ୍ବାଇର କିଛି ସ୍ଥାନ ମଧ୍ୟ ଏହି ଦୁର୍ଗର ଶିଖରରୁ ଦୃଶ୍ୟମାନ ହୁଏ ।

kalavantin fort maharashtrakalavantin fort maharashtra

ଏହି ସ୍ଥାନକୁ ଅନେକ ପର୍ଯ୍ୟଟକ ଆସିଥାଆନ୍ତି । କିନ୍ତୁ ବର୍ଷାଦିନେ ଏହି ଦୁର୍ଗର ଉପରକୁ ଚଢିବା ବେଶ୍‌ ଭୟାନକ । ତେଣୁ ପର୍ଯ୍ୟଟକ ଏଠାକୁ ଆସିନଥାଆନ୍ତି । କୁହାଯାଏ ସୂର୍ଯ୍ୟାସ୍ତ ହେବା ପୂର୍ବରୁ ଲୋକମାନେ ଏହି ସ୍ଥାନରୁ ଫେରିଆସନ୍ତି । ସ୍ଥାନୀୟ ଲୋକମାନେ କହିଥାଆନ୍ତି ଯେ, ଶହ ଶହ ଲୋକମାନଙ୍କର ଏହି ସ୍ଥାନରେ ମୃତ୍ୟୁ ହେବା କାରଣରୁ ଏଠାରେ ନକରାତ୍ମକତା ଭରି ରହିଛି ।

ଏହି ସ୍ଥାନ ଲୋକମାନଙ୍କୁ ନିଜ ଆଡକୁ ଟାଣିଥାଏ । ଲୋକ ଏପରି ବି କୁହନ୍ତି ଯେ ଲୋକମାନେ ଏଠାରେ ସୁଇସାଇଡ୍‌ ବା ଆତ୍ମହତ୍ୟା ମଧ୍ୟ କରିବାକୁ ପଛାଇନଥାଆନ୍ତି । ତେଣୁ କୁହାଯାଏ ଏହି ଐତହାସିକ ଦୁର୍ଗ ଅନେକ ଭୟଙ୍କର କାହାଣୀର ମୂକସାକ୍ଷୀ ।

ଏହି ଦୁର୍ଗକୁ ପହଁଚିବା ମଧ୍ୟ ସେତିକି କଷ୍ଟକର । ଏହି ଦୁର୍ଗରେ କୌଣସି ପ୍ରକାରର ସୁବିଧା ସୁଯୋଗ ବା ବ୍ୟବସ୍ଥା ହୋଇପାରିନାହିଁ । ତେଣୁ ଏଠାରେ ବେଶି ସମୟ ପର୍ଯ୍ୟଟକ ରହିବାକୁ ପସନ୍ଦ ମଧ୍ୟ କରିନଥାଆନ୍ତି । ତେଣୁ ସନ୍ଧ୍ୟା ପୂର୍ବରୁ ପର୍ଯ୍ୟଟକ ଏଠାରୁ ଫେରିଆସନ୍ତି । କାରଣ ଅନ୍ଧାର ହେବା ପରେ ସେଠାରୁ ଫେରିବା କଷ୍ଟକର ହୋଇପଡେ । ତେବେ ଇତିହାସ ଓ ରହସ୍ୟ ଯାହା ବି ହୋଇଥାଉ, କିନ୍ତୁ ଏହି ସ୍ଥାନର ପ୍ରାକୃତିକ ପରିବେଶ ବେଶ୍‌ ଅଦ୍ଭୁତ ଆଉ ଆକର୍ଷଣୀୟ । ତଥାପି ଏ ସ୍ଥାନକୁ ଯିବା ପୂର୍ବରୁ ବହୁବାର ଚିନ୍ତନ କରିବାର ମଧ୍ୟ ଆବଶ୍ୟକତା ରହିଛି ।