• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ନିଆରା ଠେକୁଆ ଦ୍ୱୀପ,ଯେଉଁଠି ଦେଖିବେ ସେଇଠି ଠେକୁଆ

ଜାପାନ ଓକ୍ୟୂନୋସହିମାର ନିଆରା ଠେକୁଆ ଦ୍ୱୀପ । ଯେଉଁଠାରେ ରୁହନ୍ତି ହଜାର ହଜାର ସଂଖ୍ୟାରେ ଠେକୁଆ । ଆଉ ସେହି ଠେକୁଆ ମାନଙ୍କର ଏଠାରେ ଚାଲେ ରାଜୁତି । ଏହି ଦ୍ୱୀପ କାହାକୁ ମଧ୍ୟ ଆଶ୍ଚର୍ଯ୍ୟରେ ପକାଇ ଦେବାରେ ସକ୍ଷମ । ତେବେ ଏଠାରେ ଠେକୁଆଙ୍କ ସଂଖ୍ୟା ଅତ୍ୟଧିକ ଥିବା କାରଣରୁ ଏହାକୁ କୁହାଯାଏ ରାବିଟ୍‌ ଆଇଲ୍ୟାଣ୍ଡ । ଏହି ଦ୍ୱୀପକୁ  ନେଇ ଅନେକ କାହାଣୀ ଓ ଲୋକକଥା ରହିଛି ।

ଏହି ଆଇଲ୍ୟାଣ୍ଡକୁ ନେଇ ସବୁଠାରୁ ରୋଚକ କାହାଣୀ ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟର । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନୀ ଆମ ଏହି ସ୍ଥାନକୁ କେମିକାଲ ହଥିଆର ନିର୍ମାଣ ପାଇଁ ବ୍ୟବହାର କରୁଥିଲେ । ୧୯୨୯ରୁ ୧୯୫୪ ମଧ୍ୟରେ ଜାପାନୀ ସୈନିକମାନେ ଗୁପ୍ତ ଭାବେ ପାଖାପାଖି ୬ହଜାର ଟନର ବିଷାକ୍ତ ଗ୍ୟାସ ବନାଇଥିଲେ । ଆଉ ସେହି ଗ୍ୟାସର ପରୀକ୍ଷଣ ପାଇଁ ଏଠାକୁ କିଛି ଠେକୁଆମାନଙ୍କୁ ଅଣାଯାଇଥିଲା । କିନ୍ତୁ ସମୟ ସହ ଏଠାରେ ଠେକୁଆ ସଂଖ୍ୟା ବଢି ବଢି ଆଜି ହଜାର ହଜାର ସଂଖ୍ୟାରେ ପହଁଚିଯାଇଛି । ଆଉ ଏକ କାହାଣୀ ଅନୁଯାୟୀ ୧୯୭୧ରେ କିଛି ସ୍କୁଲ୍‌ ପିଲାମାନେ ନିଜ ସହ ଏହି ଆଇଲ୍ୟାଣ୍ଡକୁ ୮ଟି ଠେକୁଆ ନେଇ ଆସିଥିଲେ । ଆଉ ସେହି ଠେକୁଆ ଆଜି ହଜାର ହଜାର ସଂଖ୍ୟାରେ ପହଁଚିସାରିଛନ୍ତି ।

rabbit islandrabbit island

ସ୍ଥାନୀୟ ଲୋକମାନେ କୁହନ୍ତି ଯେ, ଠେକୁଆ ସଂଖ୍ୟା ଏଠାରେ ନିୟନ୍ତ୍ରଣରେ ନ ରହିବାର ଆଉ ଏକ ପ୍ରମୁଖ କାରଣ ହେଉଛି, ଏଠାରେ ଠେକୁଆଙ୍କ ଶିକାର ହୋଇପାରୁନାହିଁ । ଏପରିକି କୁକୁର କିମ୍ବା ବିଲେଇ ମଧ୍ୟ ଏହି ଆଇଲ୍ୟାଣ୍ଡ ଆଣିବାକୁ ଅନୁମତି ନାହିଁ । ତେବେ କାହାଣୀ ଯାହା ବି ହେଉ ନା କାହିଁକି ଏହି ଆଇଲ୍ୟାଣ୍ଡର ଠେକୁଆ ଲୋକମାନଙ୍କୁ ନିଜ ଆଡକୁ ଆକର୍ଷିତ କରିଥାଆନ୍ତି । ତେଣୁ ଦୂର ଦୂରରୁ ହଜାର ହଜାର ସଂଖ୍ୟାରେ ପର୍ଯ୍ୟଟକମାନେ ଏଠାରେ ପହଁଚିଥାଆନ୍ତି ।

ବର୍ତ୍ତମାନ ଏହି ‌ଆଇଲ୍ୟାଣ୍ଡ ଟୁରିଷ୍ଟ ରେସୋର୍ଟ ପାଇଁ ବେଶ୍‌ ପ୍ରସିଦ୍ଧ । ଆଉ ଏଠାକାର ଗୋଲ୍ଫ୍‌ କୋର୍ସ ପଡିଆ ମଧ୍ୟ ବିଶ୍ୱ ପ୍ରସିଦ୍ଧ । ଏଠାକାର ପରିବେଶ ମଧ୍ୟ ବେଶ୍‌ ମନମୁଗ୍ଧକର । ତେଣୁ ଏହା ନିଜ ଭଇତରେ ହି ବେଶ୍‌ ଖାସ୍‌ । ଏଠାରେ ଠେକୁଆ ଛଡା ଅନ୍ୟ ଜୀବଜନ୍ତୁ ମଧ୍ୟ ମିଳିଯାଆନ୍ତି, କିନ୍ତୁ ଠେକୁଆ ସବୁଠାରୁ ଖାସ୍‌ । ପ୍ରଥମେ ଏହି ସ୍ଥାନକୁ ମସ୍ତି ଓ ରୋମାଂଚକର ସ୍ଥାନ ବୋଲି କୁହାଯାଉଥିଲା । ଆଉ ଏବେ ଏହି ସ୍ଥାନକୁ ଗଲେ ଆପଣ ଆହୁରି ନିଆରା ଅନୁଭୂତି ସାଉଁଟିପାରିବେ । ଯାହା ଆପଣଙ୍କୁ ଜୀବନ ସାରା ମନେ ରହିବ । ସେହିଭଳି ଅନେକ ବ୍ୟବସ୍ଥା ମଧ୍ୟ ଏଠାରେ କରାଯାଇଥାଏ ।

ଏହି ଆଇଲ୍ୟାଣ୍ଡକୁ ଯାଉଥିବା ପର୍ଯ୍ୟଟକମାନଙ୍କ ମତରେ ଏହି ଠେକୁଆ ଗୁଡିକ ବେଶ୍‌ ମେଳାପୀ । କିନ୍ତୁ ପ୍ରଥମେ ସେମାନଙ୍କୁ ଡାକିବା ପାଇଁ ସେମାନଙ୍କୁ କିଛି ଦାନା ଦେବାକୁ ପଡିଥାଏ । ଏହି ଓକ୍ୟୂନୋସହିମା ଦ୍ୱୀପ ହିରୋସୀମା ନିକଟରେ ଅବସ୍ଥିତ । ଏହି ସ୍ଥାନର ନିଆରା ପରିବେଶ ଓ ଠେକୁଆମାନଙ୍କର ମସ୍ତିକୁ ପର୍ଯ୍ୟଟକମାନେ ନିଜ କ୍ୟାମେରାରେ କଏଦ୍‌ କରିବାକୁ ବିଲକୁଲ ଭୁଲନ୍ତି ନାହିଁ । ଆଉ ଏଠାରେ ଜୀବନର ନିଆରା ସ୍ମୃତିକୁ ମଧ୍ୟ ସାଉଁଟି ରଖନ୍ତି ।