• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bichitra Brahmanda

Stone henge
ରହସ୍ୟମୟ ସ୍ମାରକ, ‘ଷ୍ଟୋନ୍ ହେଞ୍ଜ’

ଯଦି ଇଂଲଣ୍ଡକୁ ଭଲ ଭାବେ ଜାଣିବାକୁ ଚାହୁଛନ୍ତି, ତେବେ ଇଂଲଣ୍ଡର ଗ୍ରାମୀଣ ଅଞ୍ଚଳ ନିଶ୍ଚୟ ଯିବା କଥା । ସେଠାରେ ଦୂର ଦୂର ପର୍ଯ୍ୟନ୍ତ ସବୁଜ ବନାନୀ । ଏଭଳି ପରିବେଶ ଆପଣ ଦେଖିଲେ କୌଣସି ନିଆରା ଦୁନିଆରେ ହଜିଯିବେ । ସେହିଭଳି ଏକ ମନମୁଗ୍ଧକର ସ୍ଥାନ ହେଉଛି ’ଷ୍ଟୋନ୍ ହେଞ୍ଜ’ । ହଜାର ହଜାର ବର୍ଷ ପୁରାତନ ଏହି ସ୍ଥାନ । ଯାହା ଆଜି ବି ରହସ୍ୟମୟ । ତେବେ କଣ ଏହି ସ୍ଥାନର ରହସ୍ୟ ଆଉ ବିଶେଷତ୍ୱ ବିଷୟରେ ଚାଲନ୍ତୁ ଜାଣିବା ।

Plitvice lake National park
ସ୍ୱପ୍ନ ରାଇଜ ନା ସୁନ୍ଦର ଉଦ୍ୟାନ !

ବେଳେ ବେଳେ ପ୍ରକୃତିକୁ ଦେଖିଲେ ଆପେ ଆପେ କଥାଟି ମନକୁ ଆସିଯାଏ ଯେ, ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖୁଥିଲେ ମନ ଭରେ ନାହିଁ । ଆଉ ଏକଥାକୁ ସପୂର୍ଣ୍ଣ ଭାବେ ପ୍ରମାଣିତ କରେ କେ୍ରାଏଶିଆର 'ପ୍ଲିଟବିସ୍‌ ହ୍ରଦ ନ୍ୟାଶନାଲ୍‌ ପାର୍କ' । ହ୍ରଦ ତ ସେମିତିରେ ବି ମନମୁଗ୍ଧକର । ହେଲେ ଏଠାରେ କଣ ବିଶେଷତା ରହିଛି । ଯାହା କାରଣରୁ ଏହା ବିଶ୍ୱ ଐତିହ୍ୟରେ ସାମିଲ ହୋଇପାରିଛି । ଚାଲନ୍ତୁ ଜାଣିବା..

PINK BEACH, INDONESIA
ବେଳାଭୂମିର ରଙ୍ଗ ଗୋଲାପୀ, ଏଠି ଦେଖିବାକୁ ମିଳେ ରେଡ୍‌ କୋରାଲ୍‌

ଆମ ବିଚିତ୍ର ବ୍ରହ୍ମାଣ୍ଡରେ ଆମେ ଭଳିକି ଭଳି ନିଆରା ସ୍ଥାନ ଦେଖିଛୁ । କେବେ ଭାବିଛନ୍ତି ଯେ, ସମୁଦ୍ର ବେଳାଭୂମି ଗୋଲାପୀ ରଙ୍ଗର ବି ହୋଇପାରିବ । ହଁ ଆଜ୍ଞା ଆମ ବିଚିତ୍ର ବ୍ରହ୍ମାଣ୍ଡରେ ସବୁ ଅସମ୍ଭବ ସମ୍ଭବ ହୋଇପାରିବ । ଆଉ ଆମରି ବିଶ୍ୱ ବ୍ରହ୍ମାଣ୍ଡରେ ହିଁ ଗୋଲାପୀ ବେଳାଭୂମି ବି ରହିଛି । ତେବେ ଚାଲନ୍ତୁ ଜାଣିବା ଏହି ବେଳାଭୂମି କେଉଁଠାରେ ରହିଛି ଆଉ ଏହାର ରଙ୍ଗ ଗୋଲାପୀ ହେବାର କାରଣ କଣ ହୋଇପାରେ ।

PAMUKKALE, TURKEY
ଉଷ୍ମ ପାଣିର ଝରଣା, ଭଲ ହୋଇଯାଏ ରୋଗ

ଦୁନିଆରେ ଏଭଳି ଅନେକ ରହସ୍ୟ ରହିଛି, ଯାହା ଆଜି ବି ସାଧାରଣ ଲୋକଟି ପାଇଁ ଅଭେଦ ରହସ୍ୟ ହୋଇ ରହିଛି । ସେଥିମଧ୍ୟରୁ କିଛି ରହସ୍ୟ ତ ଏଭଳି ଯାହା ବୈଜ୍ଞାନିକମାନଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଯାଇଛି । ସେହିଭଳି ଏକ ରହସ୍ୟ ତୁର୍କୀର ପମୁକ୍କଲେ ପାହାଡରେ ଥିବା ପ୍ରାକୃତିକ ପୋଲ । ଏହାର ରହସ୍ୟ ବୈଜ୍ଞାନିକମାନଙ୍କୁ ଦ୍ୱନ୍ଦରେ ପକାଇଛି ସତ, ହେଲେ ଏ ସ୍ଥାନର ସୌନ୍ଦର୍ଯ୍ୟ ବି ସେତିକି ବିମୋହିତ କରେ ।

mauna kea
ସମୁଦ୍ର ଗର୍ଭରେ ପର୍ବତ, ଏଭେରେଷ୍ଟ ଠାରୁ ମଧ୍ୟ ଉଚ୍ଚତମ

ଆମ ପୃଥିବୀର ୭୦ ପ୍ରତିଶତରୁ ଅଧିକ ଭାଗ ଜଳଭାଗ । ମାନବ ସଭ୍ୟତା ପୃଥିବୀ ପୃଷ୍ଠରେ ମାତ୍ର ୨୦ରୁ ୨୫ ପ୍ରତିଶତ ଭାଗରେ ହି ରହିଥାଆନ୍ତି । ଆଉ ଏହି ସ୍ଥଳ ଭାଗରେ ହିଁ ଜଙ୍ଗଲ, ମରୁଭୂମି, ପାହାଡ ଇତ୍ୟାଦି ରହିଛି । ଆଉ ସେଥିମଧ୍ୟରୁ ଏଭେରେଷ୍ଟ ପର୍ବତ ଦୁନିଆର ସବୁଠାରୁ ଉଚ୍ଚତମ ପର୍ବତ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ । ସମୁଦ୍ର ଗର୍ଭରେ ଏଭେରେଷ୍ଟ ଠାରୁ ମଧ୍ୟ ଉଚ୍ଚତମ ପର୍ବତ ବିଦ୍ୟମାନ । ଆଶ୍ଚର୍ଯ୍ୟ ହେଲେ ନା । ତେବେ ଚାଲନ୍ତୁ ଜାଣିବା ଏହି ପର୍ବତ ସମ୍ପର୍କରେ…

AGIC EYE OF THE EARTH
ଆଶ୍ଚର୍ଯ୍ୟ ପୋଖରୀ, ଦେଖିବାକୁ ଆଖି ପରି

ପୃଥିବୀର ଆଖି ଦେଖିଛନ୍ତି । କଳ୍ପନା କରନ୍ତୁ କିଭଳି ଦେଖାଯିବ । ସାଧାରଣ ଭାବେ ଆମ ଆଖି ଭଳି । ମୁଁ ଯଦି କହିବି ଏହା ଚମତ୍କାର ଭଳି ଦୃଶ୍ୟମାନ ହୁଏ, ତେବେ ଆପଣଙ୍କ କଳ୍ପନା କେତେ ଆଗକୁ ଯାଇପାରିବ । ତେବେ ଚାଲନ୍ତୁ ଜାଣିବା ବାସ୍ତବରେ କଣ ଏହି ସ୍ଥାନ । ଯାହାକୁ ଚମତ୍କାରୀ ଆଖି ସହ ତୁଳନା କରିବା ସହ ପୃଥିବୀର ଆଖି ବୋଲି କୁହାଯାଏ ।

karnak egypt
ବିଶ୍ୱର ସବୁଠାରୁ ପୁରାତନ ମନ୍ଦିର

ମିଶ୍ର ସଭ୍ୟତାର ପ୍ରାଚୀନତା ସମ୍ପର୍କରେ ଆମେ ସମସ୍ତେ ଉଣା ଅଧିକେ ଜାଣିଛୁ । ଏହି ସଭ୍ୟତା ସବୁଠାରୁ ପ୍ରାଚୀନ ଓ ଭବ୍ୟ । ସେହି କ୍ରମରେ ମିଶ୍ର, ଇଜିପ୍ଟରେ ରହିଛି ବିଶ୍ୱର ସବୁଠାରୁ ବଡ଼ ଓ ପୁରାତନ ମନ୍ଦିର । ଯାହାର ନାଁ 'କର୍ଣ୍ଣାକ' ମନ୍ଦିର ପରିସର । ଏହି ମନ୍ଦିରର ବିଶେଷତ୍ୱ ହେଉଛି ବର୍ଷକୁ କେବଳ ୨ ଥର ହିଁ ସୂର୍ଯ୍ୟକିରଣ ମନ୍ଦିରରେ ପହଞ୍ଚିଥାଏ ।

FINGER PRINT ISLAND
ଅଦ୍ଭୁତ ଦ୍ୱୀପ; ଦେଖିଲେ ଲାଗୁଛି ଟିପ ଟିହ୍ନ

ଆମ ଦେଶ ଭାରତଠାରୁ ପାଖାପାଖି ୭ହଜାର ୮୦୦ କମି ଦୂରରେ ଏକ ଦ୍ୱୀପ ରହିଛି, ଯାହା ନିଜର ଆକୃତି କାରଣରୁ ସବୁବେଳେ ଚର୍ଚ୍ଚାରେ ରହିଆସିଛି । ଆଉ ଏହି ଦ୍ୱୀପର ଏରିଏଲ ଭିଉ ବା ଆକାଶ ମାର୍ଗରୁ ଦୃଶ୍ୟ କୌଣସି ବ୍ୟକ୍ତିର ଫିଙ୍ଗର ପ୍ରିଣ୍ଟ୍‌ ବା ଟିପ ଚିହ୍ନ ଆକୃତିର । ଯାହା ବର୍ତ୍ତମାନ ସମୟରେ ଏକ ପର୍ଯ୍ୟଟନ ସ୍ଥଳୀ ହୋଇସାରିଛି ।

Tianzi Mountain
ପାହାଡ଼ ନୁହେଁ ତ ସ୍ୱର୍ଗର ଏକ ଅଂଶ, ପ୍ରତିକ୍ଷଣରେ ହୁଏ ଋତୁ ପରିବର୍ତ୍ତନ

ଦୁନିଆ ସାରା ଅନେକ ଆଶ୍ଚର୍ଯ୍ୟଜନକ ସ୍ଥାନ ରହିଛି । ଯାହା କୌଣସି ରହସ୍ୟ ଠାରୁ କମ ନୁହେଁ । ଯାହା ପର୍ଯ୍ୟଟକଙ୍କମାନଙ୍କୁ ବେଶ୍‌ ପସନ୍ଦ ଆସିଥାଏ । କିଛି ସ୍ଥାନକୁ ମଣିଷ ନିଜ ପରିଶ୍ରମରେ ନିର୍ମାଣ କରିଛି ତ ଆଉ କିଛି ସ୍ଥାନ ପ୍ରକୃତିରାଣୀର ସୃଷ୍ଟି । ‌ଆଉ ସେହିଭଳି ଏକ ସ୍ଥାନ ଚୀନର 'ତିଆଞ୍ଜି ମାଉଣ୍ଟେନ୍ଟ' । ମାର୍ବଲ ନିର୍ମିତ ଏହି ମାଉଣ୍ଟେନ ପ୍ରକୃତିର ଏକ ଅନନ୍ୟ ସୃଷ୍ଟି କହିଲେ କିଛି ଭୁଲ ହେବନାହିଁ । ତେବେ ଏହି ପର୍ବତକୁ ସ୍ୱର୍ଗର ଅଂଶ ବୋଲି ମଧ୍ୟ କୁହାଯାଏ ।

palmyra island
ରହସ୍ୟମୟ ଦ୍ୱୀପ, ଉଭାନ ହୋଇଯାଏ ଜାହାଜ

ଆଇଲ୍ୟାଣ୍ଡର ନାଁ ଶୁଣିବା ମାତ୍ରେ ‌ଆମେ ସମସ୍ତେ ଖୁବ୍‌ ଖୁସି ହୋଇଯାଉ । ମନରେ ବୁଲିବା, ଛୁଟି କଟାଇବା ଓ ଭାକେସନର ଭରପୁରା ମଜା ନେବାର କଳ୍ପନା ମନରେ ଆରମ୍ଭ ହୋଇଯାଏ । କିନ୍ତୁ ଆମ ଦୁନିଆରେ ଏଭଳି ଅନେକ ଆଇଲ୍ୟାଣ୍ଡ ରହିଛି ଯାହା ନିକଟରେ ଅନେକ କିଛି ଗବେଷଣା ଇତ୍ୟାଦି ହାର ମାନିଛି । ଆଉ ସେଭଳି , ଅନେକ ସ୍ଥାନ ରହିଛି ଯେଉଁ ସ୍ଥାନକୁ ଆମେ ଯିବାକୁ ବି ଚାହିଁବା ନାହିଁ । ସେହିଭଳି ଏକ ଖାସ୍‌ ଦ୍ୱୀପ ହେଉଛି 'ପାଲମିରା ଆଇଲ୍ୟାଣ୍ଡ' । ତେବେ ଚାଲନ୍ତୁ ଜାଣିବା କଣ ରହିଛି ଏହି ଆଇଲ୍ୟାଣ୍ଡର ରହସ୍ୟ ।

'kumari kandam'
‘କୁମାରୀ କନ୍ଦମ,’ ରହସ୍ୟମୟ ସଭ୍ୟତା, ହଜି ଯାଇଛି ସମୁଦ୍ର ଗର୍ଭରେ

ଭାରତରେ ଦକ୍ଷିଣ ଭାଗରେ ଥିବା ହିନ୍ଦ୍‌ ମହାସାଗରରେ ଥିଲା ଏକ ଐତିହାସିକ ତାମିଲ ସଭ୍ୟତା । ଯାହା ବର୍ତ୍ତମାନ ଇତିହାସ ଗର୍ଭରେ ବିଲୁପ୍ତ । ଯାହାର ନାଁ ଥିଲା 'କୁମାରୀ କନ୍ଦମ' । କେବେ ଶୁଣିଛନ୍ତି ଏହି ସଭ୍ୟତା ସମ୍ପର୍କରେ । ତେବେ ଭାବନ୍ତୁ ହଜାର ହଜାର ବର୍ଷ ପୂର୍ବର ଏହି ସଭ୍ୟତା କିଭଳି ହୋଇଥିବ । ହେଲେ ଏହା ବିଲୁପ୍ତ ହେଲା କିଭଳି । ଜାଣିବା ଏହାର ରହସ୍ୟ ।

Jellyfish lake
ନିଆରା ହ୍ରଦ, ଯେଉଁଠି ରୁହନ୍ତି କେବଳ ଜେଲି ଫିସ୍

ଆପଣ କେବେ ଜେଲି ଫିସ୍‌ ଦେଖିଛନ୍ତି । ଗଭୀର ଅଥଳ ଜଳରାଶିରେ ଏହି ଫିସ୍‌ ଦୃଶ୍ୟମାନ ହୁଅନ୍ତି । କିନ୍ତୁ କେବେ ଶୁଣିଛନ୍ତି ଗୋଟେ ଲେକ୍ ବା ହ୍ରଦ ହିଁ ସମ୍ପୂର୍ଣ୍ଣ ଭାବେ ଜେଲିଫିସ୍‌ ପାଇଁ ପ୍ରସିଦ୍ଧ ହୋଇଥିବ । ଆମ ବିଶ୍ୱରେ ଏଭଳି ଏକ ହ୍ରଦ ରହିଛି, ଯେଉଁଠି ଚାରିଆଡେ ଆପଣ କେବଳ ଜେଲିଫିସ୍‌ ହିଁ ପାଇଯିବେ । ହ୍ରଦ ଭିତରେ ଜେଲିଫିସଙ୍କ ସହ ପହଁରିବା ସହ ଏଠାକାର ଶାନ୍ତ ପରିବେଶର ମଜା ମଧ୍ୟ ନେଇପାରିବେ …

Diamond Beach, Iceland
ହୀରାର ବେଳାଭୂମି ନା ସ୍ୱର୍ଗପୁର !

ଡାଇମଣ୍ଡ ଦେଖିବାକୁ ବହୁତ ସୁନ୍ଦର ଲାଗେ ନା । ଆଉ ସମୁଦ୍ର ବେଳାଭୂମି ବି ବେଶ୍‌ ମନମୁଗ୍ଧକର ଲାଗେ । ତେବେ ଭାବନ୍ତୁ ଏହି ଦୁଇଟି ଯାକ ଯଦି ମିଶି ଯିବ ତେବେ କଣ ହେବ । ଅର୍ଥାତ୍‌ ଏକ ସୁନ୍ଦର ସମୁଦ୍ର ବେଳାଭୂମିରେ ଆପଣ ସବୁଠାରେ କେବଳ ଡାଇମଣ୍ଡ ହିଁ ଡାଇମଣ୍ଡ ପାଇଯିବେ । ଆଉ ଏହି ବେଳାଭୂମିର ବିଶେଷତ୍ୱ ହେଉଛି ପ୍ରତିକ୍ଷଣରେ ରୂପ ବଦଳାଇଥାଏ । ତେବେ ଭାବନ୍ତୁ ସ୍ଥାନର ଦୃଶ୍ୟ କେତେ ବିଚିତ୍ର ଆଉ ମନମୁଗ୍ଧକର ଲାଗିବ । ଏହିଭଳି କିଛି ଦୃଶ୍ୟ ଦେଖିବାକୁ ମିଳେ ଆଇସଲ୍ୟାଣ୍ଡର ଏକ ବେଳାଭୂମିରେ, ସତରେ କଣ ଏହି ବେଳାଭୂମିରେ ଡାଇମଣ୍ଡ ମିଳେ, ନା ଆଉ କିଛି ରହସ୍ୟ ରହିଛି…

Danxia landform china
ପାହାଡ଼, ନା ଏ ସ୍ୱର୍ଗପୁର !

ବହୁ ବର୍ଷ ଧରି ଖଣିଜ ପଦାର୍ଥ ଜମା ହେବା ଫଳରେ ଏକ ନିଆରା ସ୍ଥାନ ନିର୍ମିତ ହୋଇପାରିବ ବୋଲି କେବେ କଳ୍ପନା କରିଛନ୍ତି କି ? ତେବେ ସେହିଭଳି ଏକ ଚମତ୍କାର ସ୍ଥାନ ହେଉଛି ଚୀନର ଝ୍ୟାଙ୍ଗେ ଡାଙ୍କସିୟା ଜିଓଲୋଜିକାଲ୍‌ ପାର୍କ । ଆଉ ଏହି ସ୍ଥାନକୁ ବିଶ୍ୱର ସୁନ୍ଦର ସ୍ଥାନ ଭିତରେ ଗଣାଯାଇଥାଏ । ତେବେ ବର୍ଷର ଭିନ୍ନ ଭିନ୍ନ ସମୟରେ ଏହି ସ୍ଥାନଟି ଭିନ୍ନ ଭିନ୍ନ ରଙ୍ଗର ଦୃଶ୍ୟମାନ ହୋଇଥାଏ ।

cat island japan
ନିଆରା ଆଇଲ୍ୟାଣ୍ଡ,ଏଠି ମଣିଷ କମ୍, ବିଲେଇ ଅଧିକ

ଆପଣ କେବେ ଶୁଣିଛନ୍ତି କି ଦୁନିଆରେ ଏଭଳି କୌଣସି ସ୍ଥାନ ରହିଛି ଯେଉଁ ସ୍ଥାନରେ ମଣିଷଙ୍କ ଠାରୁ ଅଧିକ ବିଲେଇ ରହିଥିବେ । ଆଶ୍ଚର୍ଯ୍ୟ ଲାଗିଲେ ବି କଥାଟି ବିଲକୁଲ୍‌ ସତ । ଜାପାନରେ ରହିଛି ଏଭଳି ଏକ ନିଆରା ଆଇଲ୍ୟାଣ୍ଡ । ଯେଉଁଠାରେ ୨୦ ଜଣ ଲୋକ ରୁହନ୍ତି, କିନ୍ତୁ ଏଠାରେ ବିଲେଇଙ୍କ ସଂଖ୍ୟା ୧୨୦ । ଏହି ସ୍ଥାନଟି ହେଉଛି ଜାପାନର ଓଶିମା ଆଇଲ୍ୟାଣ୍ଡ ।

Abhakhzia Country
ଏମିତି ଦେଶ, ଯାହାକୁ କେହି ଜାଣନ୍ତିନି

ସମୟ ସହିତ ଆମ ଆଖପାଖ ଆମ ପରିବେଶ, ଏପରିକି ଏ ବିଶ୍ୱ ବ୍ରହ୍ମାଣ୍ଡ ବି ବଦଳିଯାଏ । କିନ୍ତୁ କିଛି ଲୋକ, କିଛି ସ୍ଥାନ ଏଭଳି ଥାଏ ଯାହା ପୁରୁଣା ସମୟର ବନ୍ଧନରୁ ମୁକ୍ତି ପାଇପାରେନାହିଁ । ସେହିଭଳି ଏକ ଦେଶ ମଧ୍ୟ ରହିଛି । ଯାହାର ନାଁ କି ସେ ଦେଶ ସମ୍ପର୍କରେ ଆପଣ କିଛି ବି ଜାଣିନଥିବେ । ନା କେବେ ସେ ଦେଶ ବିଷୟରେ ଶୁଣିଥିବେ ନା ସେଠାକୁ କେବେ ଯାଇଥିବେ । ସେହି ଦେଶର ନାଁ ହେଉଛି ଅବଖାଜିଆ । ଶୁଣିଛନ୍ତି କେବେ ଏହି ସ୍ଥାନ ସମ୍ପର୍କରେ । ତେବେ ଚାଲନ୍ତୁ ଜାଣିବା କଣ ରହିଛି ଏ ଦେଶର ରହସ୍ୟ ଓ ବିଶେଷତ୍ତ୍ୱ…

Smallest Country, Sealand
ଏମିତି ଏକ ଦେଶ, ଯେଉଁଠି ରୁହନ୍ତି ମାତ୍ର ୨୭ ଜଣ

ଆପଣ ଏଭଳି କୌଣସି ଦେଶ ସମ୍ପର୍କରେ ଜାଣିଛନ୍ତି କି, ଯେଉଁଠାରେ ଜନସଂଖ୍ୟା ମାତ୍ର ୨୭ । ଯଦି ଜାଣିନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ସେହି ନିଆରା ଦେଶର ବିଷୟରେ ଜଣେଇବୁ, ଯାହାର ନାଁ ସି-ଲ୍ୟାଣ୍ଡ । ଏହି ଦେଶଟି ଇଂଲଣ୍ଡ ନିକଟରେ ଅବସ୍ଥିତ । ବିଶ୍ୱ ଯୁଦ୍ଧ ସମୟରେ ବ୍ରିଟେନ୍ ଦ୍ୱାରା ଏହି ଦେଶର ନିର୍ମାଣ କରାଯାଇଥିଲା । କିନ୍ତୁ ପରବର୍ତ୍ତୀ ସମୟରେ ଏହା ସ୍ୱତନ୍ତ୍ର ଦେଶ ହୋଇଗଲା ,ଏପରିକି ଏହି ଦେଶର ଜାତୀୟ ସଂଗୀତ ବି ରହିଛି ଆଉ ଭିନ୍ନ ଜାତୀୟ ପତାକା ବି ରହିଛି ।

Roussanou monastery
ଖମ୍ବ ଭଳି ପାହାଡ଼, ତଥାପି ସେଠାରେ ମିଳିପାରିଛି ଜୀବନର ସନ୍ଧାନ

ଦୁନିଆରେ କେଉଁଠାରେ ସୁନ୍ଦର ସ୍ଥାନ ତ କେଉଁଠାରେ ରହିଛି ଅତି ଭୟଙ୍କର ସ୍ଥାନ, କେଉଁଠାରେ ତ ଏଭଳି ଜୀବନର ସନ୍ଧାନ ମିଳିଛି ଯେଉଁଠାରେ ବିଶ୍ୱାସ କରିପାରିବା ବି କଷ୍ଟକର । ଆଜି ଆମେ ଜାଣିବା ଏଭଳି ଏକ ସ୍ଥାନ ସମ୍ପର୍କରେ ଯେଉଁଠାରେ ମଣିଷ ରହିବା ବେଶ୍ କଷ୍ଟକର ତଥାପି ମଣିଷ ପ୍ରକୃତି ଦ୍ୱାରା ନିର୍ମିତ ପରିବେଶରେ ନିଜ ପାଇଁ ବାସସ୍ଥାନ ନିର୍ମାଣ କରିପାରିଛି । ଆଉ ସେହିଭଳି ସ୍ଥାନ ହେଉଛି ଗ୍ରୀସର 'ରାସାନୋଉ ମନେଷ୍ଟ୍ରୀ' ।

The Mysterious Island
ଏହି ଦ୍ୱୀପକୁ ଗଲେ ହୋଇଯିବେ ଅଦୃଶ୍ୟ

ପ୍ରକୃତିର ଅଦ୍ଭୁତ ଦୃଶ୍ୟ ଦେଖିବା ପାଇଁ, ନ ଚେତ୍ ଛୁଟି ବିତାଇବା ପାଇଁ ଲୋକମାନେ କୌଣସି ଅଏଲ୍ୟାଣ୍ଡକୁ ଯାଇଥାଆନ୍ତି କାରଣ ଆଏଲ୍ୟାଣ୍ଡ ବା ଦ୍ୱୀପର ସୁନ୍ଦରତା ଏଭଳି ଯେ ଲୋକମାନଙ୍କର ମନ ମୋହିନିଏ ସେ ସ୍ଥାନ କିନ୍ତୁ ଆମ ଦୁନିଆରେ ଏଭଳି ଏକ ରହସ୍ୟମୟ ଆଏଲ୍ୟାଣ୍ଡ ବି ରହିଛି, ଯେଉଁ ଆଏଲ୍ୟାଣ୍ଡକୁ ଯିବାକୁ ଥରେ ମାତ୍ର ଅନୁମତି ରହିଛି । ବାକି ୩୬୪ ଦିନ ଏଠାରେ ପହଁଚିବା ଅସମ୍ଭବ ।

chichen itza
ଚିଚେନ୍ ଇଟ୍‌ଜା, ବିଶ୍ୱର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟିଏ

ଚିଚେନ୍ ଇଟ୍‌ଜା, ମେକ୍ସିକୋର ପର୍ଯ୍ୟଟନ ଦୃଷ୍ଟିରୁ ଦ୍ୱିତୀୟ ସବୁଠାରୁ ଲୋକପ୍ରିୟ ସ୍ଥଳୀ । ଏହାଛଡା ଏହା ନୂଆ ଦୁନିଆର ସପ୍ତାଶ୍ଚର୍ଯ୍ୟ ମଧ୍ୟରୁ ଗୋଟେ। ବାସ୍ତବରେ କେଉଁ କାରଣରୁ ଏହା ସପ୍ତାଶ୍ଚର୍ଯ୍ୟରେ ସାମିଲ ହୋଇପାରିଲା ତାହା ନେଇ ମନରେ ଅନେକ ପ୍ରଶ୍ନ ଉଠିଥାଏ । ବାସ୍ତବରେ କେବଳ ଏହାର ଭବ୍ୟତା କାରଣରୁ ନା ଏହା ପଛରେ ରହିଛି ଆଉ କିଛି ରହସ୍ୟ...

BLUE LAKE, NEW ZEALAND
ସବୁଠାରୁ ସଫା ପାଣି ଥିବା ହ୍ରଦ, କେବେ ହୁଏ ନାହିଁ ଅପରିଷ୍କାର

ପ୍ରକୃତିର ପୁଟୁଳିରେ ଆଜି ବି ଏଭଳି ଅନେକ ଆଶ୍ଚର୍ଯ୍ୟ ଭରପୁର ହୋଇ ରହିଛି ଯାହା ବିଷୟରେ ମଣିଷ ଜାଣିବାରେ ସକ୍ଷମ ହୋଇପାରିନାହିଁ । ଆଜି ବି ଦୁନିଆରେ ପ୍ରକୃତିର ଏଭଳି କାରାନାମା ସାମ୍ନାକୁ ଆସୁଥାଏ, ଯେ ଆଶ୍ଚର୍ଯ୍ୟ ହେବାକୁ ଆମେ ବାଧ୍ୟ ହେଉ । ସେହିଭଳି ଏକ ସ୍ଥାନ ହେଉଛି, ନ୍ୟୁଜିଲ୍ୟାଣ୍ଡର ବ୍ଲୁ-ଲେକ୍ ।