• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ରୁନିଟ୍‌ ଆଇଲ୍ୟାଣ୍ଡ-ରେଡିଓ ଆକ୍ଟିଭ୍‌ ୱେଷ୍ଟର କେନ୍ଦ୍ରସ୍ଥଳୀ

ଆମେ ଅନେକ ଆଇଲ୍ୟାଣ୍ଡ ସମ୍ପର୍କରେ ପୂର୍ବରୁ କହିଛୁ । କିଛି ଆଇଲ୍ୟାଣ୍ଡ ଆଶ୍ଚର୍ଯ୍ୟ ସୀମା ପାର କରିଦିଏ । ହେଲେ ଆପଣ କେବେ ରୁନିଟ୍‌ ଆଇଲ୍ୟାଣ୍ଡ ସମ୍ପର୍କରେ ଶୁଣିଛନ୍ତି କେବେ । ଖୁବ୍‌ କମ୍‌ ଲୋକ ଏହି ଆଇଲ୍ୟାଣ୍ଡ ସମ୍ପର୍କରେ ଜାଣିଥିବେ ବା ଦେଖିଥିବେ । ଏହି ସ୍ଥାନଟିକୁ ବିଷାକ୍ତ ସ୍ଥାନ ବୋଲି ମଧ୍ୟ କୁହାଯାଏ । କାରଣ ଏହି ଆଇଲ୍ୟାଣ୍ଡଟି ରେଡିଓ ଆକ୍ଟିଭ୍‌ ଆଇଲ୍ୟାଣ୍ଡ ।

ଏନେୱେଟକ୍‌ ଆଟୋଲରେ ଥିବା ୪୦ଟି ଆଇଲ୍ୟାଣ୍ଡ ମଧ୍ୟରୁ ଏହା ଅନ୍ୟତମ । ଏହାକୁ ମାର୍ଶଲ୍‌ ଆଇଲ୍ୟାଣ୍ଡ ବୋଲି ମଧ୍ୟ କୁହାୟାଏ । ରେଡିଓ ଆକ୍ଟିଭ୍‌ ୱେଷ୍ଟର ସାଇଟ୍‌ ଭାବେ ଏହି ଦ୍ୱୀପକୁ ବ୍ୟବହାର କରାଯାଏ । ୟୁନାଇଟେଡ୍‌ ଷେ୍ଟଟ୍‌ସ୍‌ ଦ୍ୱାରା ୧୯୪୬ରୁ ୧୯୫୮ ମସିହା ମଧ୍ୟରେ ଏଠାରେ ଏକାଧିକ ନ୍ୟୁକ୍ଲିୟର ଟେଷ୍ଟ କରାଯାଇଛି । ଦୀର୍ଘ ସମୟ ଧରି ଏଠାରେ ନ୍ୟୁକ୍ଲିୟର ଟେଷ୍ଟ କରାଯିବା ସହ ପରବର୍ତ୍ତି ସମୟରେ ଏହା ରେଡିଓ ଆକ୍ଟିଭ୍‌ ୱେଷ୍ଟର କେନ୍ଦ୍ରସ୍ଥଳୀ ପାଲଟିଗଲା । ତେଣୁ ଏହି ସ୍ଥାନଟି ସୁରକ୍ଷା ଦୃଷ୍ଟିରୁ ପ୍ରସିଦ୍ଧ ହୋଇପାରିନାହିଁ । ଏହି ସ୍ଥାନକୁ କ୍ୟାକ୍ଟସ୍‌ ଡୋମ୍‌ ବୋଲି ମଧ୍ୟ କୁହାଯାଏ ।

Runit islandRunit island

ଏହି ଟାପୁର ଡାୟାମିଟର ୧୧୫ ମିଟର, ସମୁଦ୍ର ପତ୍ତନରେ ଏହା ୪୬ ସେଣ୍ଟିମିଟର ବା ୧୮ ଇଂଚ ମୋଟା । ତେବେ କୁହାଯାଏ ଏହି ସ୍ଥାନର କନଷ୍ଟ୍ରକସନରେ ଯେଉଁ ଆର୍ମି ଅଫିସର ମାନେ ସାମିଲ ଥିଲେ । ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବେଶ୍‌ ଜଟିଳ ହୋଇଯାଇଥିଲା । ତେଣୁ ୟୁଏସ୍‌ ସରକାର ଏହି ସ୍ଥାନକୁ ଯିବାକୁ ରୋକ୍‌ ଲଗାଇ ସାରିଛନ୍ତି । ଅନ୍ୟପଟେ ଏହି ସ୍ଥାନଟି ଅଦ୍ଭୁତ ସୁନ୍ଦରତାରେ ଭରପୁର । ଏହି ଆଇଲ୍ୟାଣ୍ଡର ଆକାର ଅନୁଯାୟୀ ଏହା ନିକଟରେ ଏକ ସମୁଦ୍ରର ଏକ ଛୋଟ ଅଂଶଟି ରହିଛି । ଯାହା ବେଶ୍‌ ଚମତ୍କାର ଓ ଅଦ୍ଭୁତ ଲାଗେ ।

ସମୁଦ୍ର ଗର୍ଭରେ ଏହି ସ୍ଥାନଟି ବାସ୍ତବରେ କୌଣସି ଆଶ୍ଚର୍ଯ୍ୟ ଠାରୁ କମ୍‌ ଲାଗେ ନାହିଁ । କିନ୍ତୁ ଏହା ଏକ ନ୍ୟକ୍ଲିୟର ଡମ୍ପିଙ୍ଗ୍‌ ଗ୍ରାଉଣ୍ଡ ହୋଇଥିବାରୁ ଏହି ସ୍ଥାନକୁ ପର୍ଯ୍ୟଟକଙ୍କୁ ବାରଣ । ତେବେ କୁହାଯାଏ ଏଠାରେ ୫୦୦ରୁ ଅଧିକ ଅଟମୋସ୍ପିୟରିକ୍‌ ନ୍ୟୁକ୍ଲିୟର ଟେଷ୍ଟ ହୋଇସାରିଛି । କଳ୍ପନା କରନ୍ତୁ ବାସ୍ତବରେ ଏହି ସ୍ଥାନଟି କେତେ ମାତ୍ରାରେ ବିଷାକ୍ତ ହୋଇଥିବ । କୁହାଯାଏ ଏଠାରେ ହେଉଥିବା ଟେଷ୍ଟ ବେଶ୍‌ ଭୟାନକ ହୋଇଥାଏ । ତେବେ ଏହି ଦ୍ୱୀପଟି କଂକ୍ରିଟରେ ନିର୍ମିତ ହୋଇଛି ।

ଏହି ବିଶାଳକାୟ ସ୍ଥାନରେ ନିମତ ଆଇଲ୍ୟାଣ୍ଡର ନିର୍ମାଣରେ ୨୫୦ ମିଲିୟନ ଡଲାର ଖର୍ଚ୍ଚ କରିଛି ସେଠାକାର ସରକାର । ଏଠାରେ ପ୍ରବେଶ କରିବାକୁ ନେଇ ଡେଂଜର ସାଇନ ମଧ୍ୟ ଦିଆଯାଇଛି । ‌ଆଜି ମଧ୍ୟ ଏହି ସ୍ଥାନକୁ ରେଡିଓ ଆକ୍ଟିଭ୍‌ ଡମ୍ପିଙ୍ଗ ୟାର୍ଡ ଭାବେ ବ୍ୟବହାର କରାଯାଏ । ତେଣୁ ଏହି ସ୍ଥାନଟି ବିଷାକ୍ତ ହୋଇସାରିଛି । ପରୀକ୍ଷଣ ପରେ ଏଠାରେ ପ୍ରାକୃତିକ ଭାବେ ଜଳ ପରିଷ୍କାର ହୋଇଯାଇଥାଏ । ତେଣୁ କିଛି ମାତ୍ରାରେ ଏଠାକାର ସମୁଦ୍ର ଜଳରେ ଜୀବନର ସନ୍ଧାନ ସମ୍ଭବ ହୋଇପାରିଛି । ତଥାପି ସ୍ଥାନର ପରିବେଶର ରକ୍ଷଣାବେକ୍ଷଣ ବର୍ତ୍ତମାନ ସମୟରେ ଜରୁରୀ ହୋଇପଡିଛି ।