• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

ଇରାନର ସ୍ଥାନୀୟ ଲୋକମାନଙ୍କୁ ଘରେ ଥିବା ଇଲେକ୍ଟ୍ରିକାଲ ଏସି ବଦଳରେ ପ୍ରାକୃତିକ ଏସି ବେଶ ପସନ୍ଦ । ଏବେ ମନରେ ପ୍ରଶ୍ନ ନିଶ୍ଚୟ ଆସିବ ଯେ, ପ୍ରାକୃତିକ ଏସି କଣ । ତେବେ ପ୍ରାକୃତିକ ଏସିର ମଜା ଇରାନ ବାସୀ ବେଶ୍‌ ଭଲ ଭାବରେ ନେଇଛନ୍ତି । କାରଣ ଏଠାରେ ହଜାର ହଜାର ବର୍ଷ ପୁରୁଣା ପ୍ରାକୃତିକ ଏସି ଦେଖିବାକୁ ମିଳେ । ଆଉ ଏସିର ଏହି ନ୍ୟାଚୁରାଲ୍‌ ଟେକନିକକୁ କୁହାଯାଏ ‘ବାଦଗୀର’ । ଏହା ବିଶେଷ ଭାବେ ଦେଖିବାକୁ ମିଳେ ଇରାନର ୟଜ୍‌ଦ୍‌ ସହରରେ ।

ମରୁଭୂମିରେ ଥିବା ଏହି ୟଜଦ୍‌ ସହରରେ ଭୟଙ୍କର ଖରା ଓ ଗରମ ହୋଇଥାଏ । ଏଠାରେ ତାପମାତ୍ରା ୪୦ ଡିଗ୍ରୀ ମଧ୍ୟ ପାର କରିଦିଏ । କିନ୍ତୁ ଏଠାରେ ଥିବା ବାଦଗୀରର ଅଗଣାରେ ବସିବା ପରେ ଜଳୁଥିବା ସୂର୍ଯ୍ୟ ମଧ୍ୟ ସାମାନ୍ୟ ଲାଗେ । ଏଠାରେ ଏତେ ଆରାମ ମିଳିଥାଏ ଯେ ଥରେ ଏଠାକୁ ଆସିଲେ ଫେରିବାକୁ କେହି ଇଚ୍ଛା କରନ୍ତି ନାହିଁ । ଏଠାରେ ବସୁ ଯେତେବେଳେ ଆଖପାଖର ପରିବେଶକୁ ଦେଖିବେ, ସେତେବେଳେ ଅନୁଭବ କରିବେ ଯେ, ମଣିଷ ଏଠାରେ ଭୀଷଣ ତାପମାତ୍ରାରୁ ରକ୍ଷା ପାଇବା ପାଇଁ ହଜାର ହଜାର ବର୍ଷ ପୂର୍ବରୁ ହି ଏହି ଟେକନିକର ଆବିଷ୍କାର କରିସାରିଥିଲା ।

‘ବାଦଗୀର’ ବା ପବନକୁ ଧରି ରଖୁଥିବା ଏଭଳି ଢାଞ୍ଚା କୌଣସି ଚିମନୀ ଭଳି । ଯାହା ୟଜଦ୍‌ ଓ ଇରାନର ମରୁଭୂମି ଅଂଚଳରେ ଥିବା ପୁରୁଣା ଘର ଗୁଡିକ ଉପରେ ଦେଖିବାକୁ ମିଳେ । ଏହା ଥଣ୍ଡା ପବନକୁ ଧରି ରଖି ତଳକୁ ନେବାର କାମ କରିଥାଏ । ଆଉ ଏହା ଫଳରେ ଘର ଗୁଡିକ ଥଣ୍ଡା ରହିଥାଏ । ଗରମ କାରଣରୁ ଯେଉଁ ଜିନିଷ ନଷ୍ଟ ହୋଇଯାଏ, ସେସବୁକୁ ମଧ୍ୟ ଏହି ବାଦଗୀର ସୁରକ୍ଷା ଦେଇଥାଏ । ଅନେକ ରିସର୍ଚ୍ଚରୁ ପ୍ରମାଣିତ ହୋଇସାରିଛି ଯେ, ‘ବାଦଗୀର’ ସାହାଯ୍ୟରେ ତାପମାତ୍ରାକୁ ୧୦ ଡିଗ୍ରୀ ପର୍ଯ୍ୟନ୍ତ କମାଇ ହୁଏ ।

Natural ac, iranNatural ac, iran

ପ୍ରାଚୀନ ସମୟରେ ଫ୍ରାନ୍ସରୁ ଆରମ୍ଭ କରି ମିଶ୍ର, ଆରବ ଓ ବେବିଲୋନର ସଭ୍ୟତା ପର୍ଯ୍ୟନ୍ତ ଏଭଳି ଆର୍କିଟେକ୍ଚରର ନିର୍ମାଣ କରାଯାଇଥିଲା ଯାହା ତାପମାତ୍ରା ତଥା ଗରମରୁ ବଂଚାଇପାରେ । ‘ବାଦଗୀର’ର ଏଭଳି ଢାଞ୍ଚାର ନମୁନା ମଧ୍ୟ-ପୂର୍ବରୁ ‌ଆରମ୍ଭ କରି ଭାରତ-ପାକିସ୍ତାନ ପର୍ଯ୍ୟନ୍ତ ଦେଖିବାକୁ ମିଳେ । ଏହି ‘ବାଦଗୀର’କୁ ଘରର ସବୁଠାରୁ ଉପରେ ନିର୍ମାଣ କରାଯାଏ । ତେଣୁ ଏଗୁଡିକର ଦେଖାଶୁଣା କରିବା ମଧ୍ୟ ସେତିକି ଚ୍ୟାଲେଞ୍ଜିଂ । ଏହି ‘ବାଦଗୀର’ର ଭାଙ୍ଗିଯିବାର ଭୟ ଅଧିକ ଥାଏ । ଇରାନର ଅନେକ ପୁରୁଣା ବାଦଗୀର ଢାଞ୍ଚା ଗୁଡିକ ଚତୁର୍ଦଶ ଶତାବ୍ଦୀ ସମୟର ବୋଲି ମଧ୍ୟ କୁହାଯ।ଏ । ଫାରସୀ କବି ନାସିର ଖୁସରୋଙ୍କ କବିତାରେ ମଧ୍ୟ ଏହି ‘ବାଦଗୀର’ ସମ୍ପର୍କରେ ବର୍ଣ୍ଣନା କରାଯାଇଛି । କୁହାଯାଏ ଏହି କବିତା ଗୁଡିକ ହି ଦେଢ ହଜାର ବର୍ଷ ପୁରୁଣା ।

ମିଶ୍ରର ଲକ୍ସର ସହରରେ ମଧ୍ୟ ୧୩୦୦ ବର୍ଷ ପୁରୁଣା କିଛି ପେଣ୍ଟିଂ ଦେଖିବାକୁ ମିଳିଥିଲା ଯେଉଁଥିରେ ବାଦଗୀର ଭଳି ସଂରଚନା ଚିତ୍ରିତ ହୋଇଛି । କିଛି ଥିଓରୀ ଅନୁଯାୟୀ ‘ବାଦଗୀର’ର ବିକାଶ ଆରବ ଦେଶ ଗୁଡିକରେ ହୋଇଥିଲା । ଯେତେବେଳେ ଆରବୀମାନେ ଇରାନ ଉପରେ ବିଜୟ ହାସଲ କଲେ ସେତେବେଳେ ଏହି ନିର୍ମାଣ କଳା ଇରାନ ତଥା ଫରାସୀ ପର୍ଯ୍ୟନ୍ତ ପହଁଚିଯାଇଥିଲା ।

ଇରାନରେ ନିର୍ମିତ ଅଧିକାଂଶ ଘର ଗୁଡିକ ଉପରେ ନିର୍ମିତ ଏହି ବାଦଗୀର ‌ଆୟତାକାରର । ଚାରିପାଖରୁ ପବନ ‌ଆସିବା ପାଇଁ ସେହିଭଳି ଢାଞ୍ଚା ପ୍ରସ୍ତୁତ କରାଯାଇଛି । ଏହାଛଡା ସ୍ଥାନୀୟ ଲୋକମାନଙ୍କ ମତରେ କିଛି କିଛି ସ୍ଥାନରେ ୬ ଓ ୮ମୁଖାର ବାଦଗୀର ମଧ୍ୟ ନିର୍ମିତ ହୋଇଛି । ଏହି ବାଦଗୀରରେ ସବୁ ଦିଗରୁ ପବନ ‌ଆସିଥାଏ । କିନ୍ତୁ ୟଜଦ୍‌ ସହର ଠାରୁ କିଛି ଦୂରରେ ଥିବା କସବେ ମେବୁଦରେ କେବଳ ଗୋଟିଏ ପାର୍ଶ୍ୱରୁ ପବନ ‌ଆସିଥିବା ‘ବାଦଗୀର’ ଢାଞ୍ଚା ମଧ୍ୟ ପ୍ରସ୍ତୁତ କରାଯାଇଥିଲା ।

‘ବାଦଗୀର’ ଢାଞ୍ଚାକୁ ଏଭଳି ପ୍ରସ୍ତୁତ କରାଯାଇଛି ଯେ, ଏହା ପରିବେଶର ପବନକୁ ଟାଣି ଏକ ସଂକୀର୍ଣ୍ଣ ରାସ୍ତା ଦେଇ ତଳକୁ ନେଇ ଯାଇଥାଏ । ଥଣ୍ଡା ପବନର ଚାପରେ ଗରମ ପବନ ଘରୁ ବାହାରକୁ ବାହାରି ଯାଇଥାଏ । ଆଉ ସେହି ଗରମ ପବନକୁ ବାହାର କରିବା ପାଇଁ ‘ବାଦଗୀର’ର ଏକ ପାର୍ଶ୍ୱରେ ଝରକା ଭଳି କବାଟ ଖୋଲି ଦିଆଯାଇଥାଏ । ଯଦି ଥଣ୍ଡା ପବନ ନ ମିଳେ ତଥାପି ‘ବାଦଗୀର’ ନିଜର କାମ କରେ । ଫଳରେ ସେଠାରେ ଘର ଗୁଡିକ ଥଣ୍ଡା ରୁହେ ।

ଏହି ୟଜଦ ସହରରେ ଅନେକ ଘର ଏବେ ବି ଭଲ ଅବସ୍ଥାରେ ରହିଛି । ସେଗୁଡିକ ମଧ୍ୟରୁ ପ୍ରସିଦ୍ଧ ଲାରିହା ହାଉସ୍‌ ଯାହା ଫରାସୀ ଆର୍କିଟେକ୍ଟର ଶାନଦାନ ନମୁନା ବୋଲି କୁହାଯାଏ । ଏଥିରେ ଖରା ଓ ଶୀତରୁ ରକ୍ଷା ପାଇବା ପାଇଁ ଭିନ୍ନ ଭିନ୍ନ ବ୍ୟବସ୍ଥା କରାଯାଇଛି । ‌ଆଜିକା ସମୟରେ ଯେପରି କୋଲ୍ଡ ଷ୍ଟୋରେଜ୍‌ ପୁରୁଣା ପଡିଯାଇଛି, ସେହିପରି ବାଦଗୀର ମଧ୍ୟ ପୁରୁଣା ପଡିଯାଇଛି । ଆଉ ଏହାର ସ୍ଥାନ ନେଇସାରିଛି ଆଧୁନିକ ଏସି । ତଥାପି ଏଠାରେ ଲୋକମାନଙ୍କର ପସନ୍ଦ ସାଜି ରହିଛି ଏହି ‘ବାଦଗୀର’ ଏହାର ପ୍ରାକୃତିକ ଗୁଣ କାରଣରୁ । ତେବେ ଏହି ‘ବାଦଗୀର’ କାରଣରୁ ହି ଇରାନର ୟଜଦ୍‌ ସହରକୁ ଭିନ୍ନ ତଥା ନୂଆ ପରିଚୟ ମିଳିପାରିଛି । ଏହି ସହର ୨୦୧୭ରେ ୟୁନେସେ୍କା ଦ୍ୱାରା ବିଶ୍ୱ ଐତିହ୍ୟରେ ସାମିଲ କରାଯାଇଛି ।

OTV is now on Whatsapp

Join and get latest news update delivered to you via whatsapp

Join Now