• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Bichitra Brahmanda

crowded island
ସବୁଠାରୁ ଜନଗହଳି ପୂର୍ଣ୍ଣ ଦ୍ୱୀପ, ମାତ୍ର ୧୧୫ଟି ଘର, ରହନ୍ତି ୧୨୦୦ ଲୋକ

ଆମ ବିଶ୍ୱରେ ଅନେକ ନିଆରା ସ୍ଥାନ ରହିଛି । ଆଉ ଏଭଳି ସ୍ଥାନ ଦେଖିଲେ ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ । ସେହିଭଳି ଏକ ନିଆରା ସହର ହେଉଛି 'ସାନ୍ତାକ୍ରୁଜ୍‌ ଡେଲ୍‌ ଇସଲୋତେ' । ଏହା ଏକ ଦ୍ୱୀପ ସହର । ଆଉ ଏଠାକାର ଜନସଂଖ୍ୟା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ମାତ୍ର ଦୁଇ ଫୁଟ ଲମ୍ବା ଏହି ଦ୍ୱୀପରେ ୧୨୦୦ ଲୋକ ବସବାସ କରନ୍ତି । ତେବେ ଏହି ଦ୍ୱୀପ ଏତେ ଜନଗହଳି ପୂର୍ଣ୍ଣ ହେଲା କିପରି । କଣ ରହିଛି ଖାସ୍‌ ଏହି ଦ୍ୱୀପରେ । ଚାଲନ୍ତୁ ଜାଣିବା ।

city of dead russia
ଏମିତି ଗାଁ, ଯିଏ ଆସେ ସେ ଆଉ ଫେରେ ନାହିଁ

ଆମ ଦୁନିଆ ରହସ୍ୟରେ ଭରପୁର । ପୃଥିବୀରେ ଏଭଳି ଅନେକ ରହସ୍ୟପୂର୍ଣ୍ଣ ସ୍ଥାନ ଅଛି, ଯେଉଁ ବିଷୟରେ ଖୁବ୍‌ କମ୍‌ ଲୋକ ଜାଣିଛନ୍ତି । ସେହିଭଳି ଏକ ରହସ୍ୟମୟ ଗାଁ ରହିଛି ଋଷରେ । କୁହାଯାଏ ଏହି ଗାଁକୁ ଯିଏ ଥରେ ଯାଏ, ସେ ଆଉ ଫେରେ ନାହିଁ । କିନ୍ତୁ ଏ କଥା କେତେ ବାସ୍ତବ, କଣ ଏହି ଗାଁର ରହସ୍ୟ । ଚାଲନ୍ତୁ ଜାଣିବା ।

Black sea
କଳା ସମୁଦ୍ର, ଯେଉଁଠି ରହିଛି ପ୍ରକୃତିର ଅମାପ ଭଣ୍ଡାର

କଳା ସମୁଦ୍ର ଦେଖିଛନ୍ତି । କଳା ସାଗରର ନାଁ ଶୁଣି ଆଶ୍ଚର୍ଯ୍ୟ ହେଲେ ନା । ସମୁଦ୍ର କଣ କଳା ହୋଇପାରେ କି । ଆମ ବିଚିତ୍ର ବିଶ୍ୱରେ ସବୁ କିଛି ସମ୍ଭବ । ଏହା ଏକ ମହାଦ୍ୱୀପ ସମୁଦ୍ର । ଯାହା ଦକ୍ଷିଣ ପୂର୍ବ ୟୁରୋପ, କକେସସ୍‌, ଓ ଅନାତୋଲିଆ ସବ ଆଏଲ୍ୟାଣ୍ଡ ସହ ଜଡିତ । ତେବେ କଣ ଏହି କଳା ସାଗର । ବାସ୍ତବରେ କଣ ହୋଇଥାଇ ପାରେ ଏହାର ରହସ୍ୟ ।

here-are-large-footprints-here-someone
ଏଇଠି ରହିଛି ବିଶାଳକାୟ ପାଦ ଚିହ୍ନ, କାହାର ...

ସାଉଥ୍‌ ଆଫ୍ରିକାରେ ରହିଛି ଏକ ବିଶାଳକାୟ ପାଦଚିହ୍ନ । ଯାହା ଅନେକ ପ୍ରଶ୍ନକୁ ସାମ୍ନାକୁ ଆଣେ । କାହାର ଏହି ପାଦଚିହ୍ନ । କିପରି ଏହି ସ୍ଥାନକୁ ଆସିଲା ଏହି ଚିହ୍ନ ଏପରି ଅନେକ ପ୍ରଶ୍ନ । ହେଲେ ସମାଧାନ ଆଜି ବି ରହସ୍ୟ ଘେରରେ । ତେବେ କଣ ହୋଇପାରେ କାରଣ, ଯାହାକୁ ନେଇ ଆଜି ବି ଚାଲିଛି ଗବେଷଣା ।

Atlantis city
ଦିନେ ଥିଲା ଭବ୍ୟର ସହର କିନ୍ତୁ ଆଜି ବୁଲୁପ୍ତ

ପ୍ରାଚୀନ ଦ୍ୱାରିକା ନଗର ଭଳି ଏକ ସହର ସମୁଦ୍ର ଭିତରେ ମିଳିଥିଲା । ସହରଟି ହେଉଛି ଆଟଲାଣ୍ଟିସ୍‌ ସହର । କୁହାଯାଏ ଏହି ସହର ବେଶ ଭବ୍ୟ ଥିଲା ଓ ଏହା ସମଗ୍ର ଏସିଆ ମହାଦେଶଠାରୁ ମଧ୍ୟ ବିଶାଳକାୟ ଥିଲା । ଏହି ସହର ସହ ଜଡିତ ଅନେକ କାହାଣୀ ପ୍ରଚଳିତ, ହେଲେ ବାସ୍ତବରେ କଣ କାରଣ ହୋଇପାରେ ଏହି ସହରର ବିଲୁପ୍ତିର ?

shanghai astronomy museum
ନିଆରା ସଂଗ୍ରହାଳୟ, ଯେଉଁଠି ବ୍ରହ୍ମାଣ୍ଡର ଅନୁଭୂତି ପାଆନ୍ତି ପର୍ଯ୍ୟଟକ

ବିଶ୍ୱର ସର୍ବବୃହତ୍‌ ଜ୍ୟୋତିର୍ବିଜ୍ଞାନ ସଂଗ୍ରହାଳୟ ରହିଛି ଚୀନ ସଂଘାଇରେ । ନିକଟ ଅତୀତରେ ସର୍ବସାଧାରଣଙ୍କ ପାଇଁ ଏହା ଖୋଲିଛି । କିନ୍ତୁ ଏହାର ଆକାରକୁ ନେଇ ଦୀର୍ଘ ଦିନ ହେବ ଏହା ଚର୍ଚ୍ଚାରେ ରହି ଆସିଛି । ଆଉ ବାସ୍ତବରେ ଏହି ସଂଗ୍ରହାଳୟ ସମସ୍ତ ପର୍ଯ୍ୟଟକଙ୍କୁ ଦେଇଥାଏ ନିଆରା ଅନୁଭୂତି । ତେବେ ବାସ୍ତବରେ କଣ ଏହା ଏକ ନିଆରା ସଂଗ୍ରହାଳୟ…ଚାଲନ୍ତୁ ଜାଣିବା

AKARMARA GHOST CITY
ଏହି ସହରରେ ମଣିଷ ନୁହେଁ,ରହନ୍ତି ଭୂତ

ଏଇ ସହର ଭୂତ ପାଇଁ ଜଣାଶୁଣା । ଆବଖାଜିଆ ଦେଶର ଆକରମାରା ହେଉଛି ଘୋଷ୍ଟ ସିଟି । ଅର୍ଥାତ୍‌ ଭୂତଙ୍କ ସହର । ଏକଦା ଏହା ଜନଗହଳି ପୂର୍ଣ୍ଣ ଖଣିର ସହର ଥିଲା । ହେଲେ ବର୍ତ୍ତମାନ ଏହା ଏକ ଘୋଷ୍ଟ ସହର ପାଲଟିଯାଇଛି । ତଥାପି ପର୍ଯ୍ୟଟକଙ୍କ ପାଇଁ ଟୁରିଷ୍ଟ ଡେଷ୍ଟିନେସନ ପାଲଟିଯାଇଛି ।

Tulao house, china
ଜଙ୍ଗଲ ଭିତରେ ବସ୍ତି ପରି ଦୁର୍ଗ

ଆମ ଦୁନିଆ ବେଶ୍‌ ରଙ୍ଗୀନ । କୌଣସି ସ୍ଥାନକୁ ଯଦି ବୁଲିବାକୁ ଯିବା, ତେବେ ଆଶ୍ଚର୍ଯ୍ୟ କଲାଭଳି ଅନେକ ଛୋଟ ବଡ ବିଚିତ୍ର ଜିନିଷ ମିଳିଯିବ । ଚୀନର ପୂର୍ବାଞ୍ଚଳ ସ୍ଥିତ ଫୁଜିୟାନ ପ୍ରାନ୍ତରେ ସେହି ଭଳି ଏକ ଆଶ୍ଚର୍ଯ୍ୟ ଜଙ୍ଗଲ ଓ ପାହାଡ ମଧ୍ୟରେ ଲୁଚି ରହିଛି । ତେବେ କଣ ହୋଇପାରେ ସେ ରହସ୍ୟ । ଚାଲନ୍ତୁ ଜାଣିବା

petra jordan
ଗୋଲାପୀ ରଙ୍ଗର ପଥରରେ ତିଆରି ହୋଇଛି ଗୋଲାପୀ ସହର, ଅନ୍ୟ ଏକ ସପ୍ତାଶ୍ଚର୍ଯ୍ୟ

ଏଇ ସହର ବାସ୍ତୁକଳା ପାଇଁ ବିଶ୍ୱପ୍ରସିଦ୍ଧ । ଗୋଲାପୀ ରଙ୍ଗର ପଥରରେ ତିଆରି ହୋଇଛି ସହର । ସେଇଥିପାଇଁ ଏହାକୁ କୁହାଯାଏ ଗୋଲାପୀ ସହର । ସକାଳ ଓ ସନ୍ଧ୍ୟା ସୂର୍ଯ୍ୟକିରଣରେ ହୋଇଯାଏ ରଙ୍ଗୀନ ରଙ୍ଗୀନ । ପ୍ରାଚୀନ ଭବ୍ୟ ସହରରେ ରହିଛି ଅନେକ ରହସ୍ୟ ।

Nong nooch garden, Thailand
ସବୁଠାରୁ ସୁନ୍ଦର ବଗିଚା, ଦେଖିଲେ ଆଖି ଲାଖି ଯିବ

ଆମ ବିଶ୍ୱରେ ସୁନ୍ଦର ସ୍ଥାନର କୌଣସି ଅଭାବ ନାହିଁ । କିଛି ପ୍ରାକୃତିକ ତ ଆଉ କିଛି ମନୁଷ୍ୟକୃତ । ଆଜି ଆମେ ଜାଣିବା ଏକ ଚମତ୍କାର ବଗିଚା ସମ୍ପର୍କରେ । ଯାହା ରହିଛି ଥାଇଲ୍ୟାଣ୍ଡରେ । ଏହି ଗାଡେର୍ନ ଥରେ ଆପଣ ବୁଲି ଆସିଲେ କୌଣସି ଭିନ୍ନ ଦୁନିଆର ଅନୁଭୂତି ପାଇଯିବେ । ସେଥିପାଇଁ ବିଶ୍ୱର ସୁନ୍ଦର ବଗିଚା ମଧ୍ୟରୁ ଏହା ଅନ୍ୟତମ । ତେବେ ଚାଲନ୍ତୁ ଜାଣିବା ଏହି ଗାଡେର୍ନ ସମ୍ପର୍କରେ…

Kumamoto castle, Japan
ଏମିତି ଦୁର୍ଗ,ଯାହାକୁ ଶତୃପକ୍ଷ କେବେ ବି ଜିତିପାରିନାହିଁ

ଆମ ଦୁନିଆରେ ଏଭଳି ଅନେକ ଦୁର୍ଗ ରହିଛି ଯାହାକୁ ଶତୃପକ୍ଷ କେବେ ବି ଜିତିପାରିନାହାନ୍ତି । ଆମ ଭାରତରେ ଥିବା ଏଭଳି ଦୁର୍ଗ ସମ୍ପର୍କରେ ତ ଆମେ ଉଣା ଅଧିକେ ଜାଣିଥିବା । ଆଜି ଆମେ ଜାଣିବା ଜାପାନର ଏକ ଦୁର୍ଗ ସମ୍ପର୍କରେ । ଏହି ଦୁର୍ଗ ଜାପାନର ୪ଟି ବଡ ଦ୍ୱୀପ ମଧ୍ୟରୁ ଗୋଟେ । କ୍ୟୁଶୁର କୁମାମୋତୋ ସହରରେ ଶହ ଶହ ବର୍ଷ ଧରି ଅଜେୟ ହୋଇ ନିଜର ଅସ୍ତିତ୍ୱକୁ ବଜାୟ ରଖିଛି । ଚାଲନ୍ତୁ ଜାଣିବା ଏହି ଦୁର୍ଗ ସମ୍ପର୍କରେ…

Katshi monastery, Georgia
ଏକାକୀ ରହୁଛନ୍ତି ୧୩୦ ଫୁଟ ଉଚ୍ଚରେ, ଭାବୁଛନ୍ତି ହେଉଛନ୍ତି ଭଗବାନଙ୍କ ନିକଟତର

ଆଜି ପର୍ଯ୍ୟନ୍ତ ଆପଣମାନେ ଅନେକ ବିଚିତ୍ର କାହାଣୀ ଶୁଣିଥିବେ । ଆମ ବିଶ୍ୱରେ ଘଟୁଥବା ଅନେକ ନିଆରା ଘଟଣା ଦୁର୍ଘଟଣା ସମ୍ପର୍କରେ ବି ଜାଣିଥିବେ । ପାହାଡ ଉପରେ ଏକାକୀ ରହୁଥିବା ଭିନ୍ନ ମଣିଷଙ୍କ କଥା କାହାଣୀ ବି ଶୁଣିଥିବେ । ଆଜି ଆମେ ଜାଣିବା ଜର୍ଜିଆର ଏଭଳି ଏକ ସ୍ଥାନ ସମ୍ପର୍କରେ ଯେଉଁଠାରେ କେବଳ ଜଣେ ହି ବ୍ୟକ୍ତି ରୁହନ୍ତି । ସ୍ଥାନଟିର ନାଁ ହେଉଛି 'କଟସଖି ପିଲାର' । ଏହା ୧୩୦ ଫୁଟ ଉଚ୍ଚ ଖମ୍ବ ଭଳି ପାହାଡ । ତେବେ ଏ ସ୍ଥାନର ବି କିଛି ରହସ୍ୟ କିମ୍ବା କାହାଣୀ ରହିଛି । ତେବେ ଚାଲନ୍ତୁ ଜାଣିବା ଏହି ନିଆରା ପିଲାର ସମ୍ପର୍କରେ…

highest post office
ବର୍ଷକରେ ୬ ମାସ ବନ୍ଦ ରହୁଛି ଡାକଘର, ତଥାପି ଲୋକଙ୍କ ଭରସା

ବିଶ୍ୱର ଅନେକ ସ୍ଥାନରେ ଉଚ୍ଚତମ ସ୍ଥାନରେ ଅନେକ ନିଆରା ନିର୍ମାଣ ଦେଖିବାକୁ ମିଳେ । ଯାହା ସବୁ ଆଶ୍ଚର୍ଯ୍ୟକୁ ନୂଆ ପରିଚୟ ଦିଏ । ସେହିକ୍ରମରେ କେବେ ଭାବିଛନ୍ତି ଦୁନିଆର ସବୁଠାରୁ ନିଆରା ପୋଷ୍ଟ ଅଫିସ୍‌ କେଉଁଠାରେ ରହିଛି । ଆଉ କେତେ ଉଚ୍ଚତାରେ । ତେବେ ଏଭଳି ଏକ ନିଆରା ପୋଷ୍ଟ ଅଫିସ୍‌ ଦେଖିବା ପାଇଁ ଆପଣଙ୍କୁ ଏକ ପାହାଡର ପାଦ ଦେଶଠାରୁ ୫ହଜାର ମିଟର ଉପରକୁ ଯିବାକୁ ପଡିବ । ଆବଡା ଖାବଡା ରାସ୍ତାରେ ପାଦରେ ଚାଲି ଚାଲି ଯିବାକୁ ପଡିବ । ସାପ ପରି ନଦୀକୁ ପାର କରିବାକୁ ପଡିବ…ଯିବାକୁ ଚାହିଁବେ କି । ତେବେ ଚାଲନ୍ତୁ ଜାଣିବା ଏହି ନିଆରା ପୋଷ୍ଟ ଅଫିସ୍ ବିଷୟରେ । 

The world's longest and deepest tunnel
ଦୁନିଆର ସବୁଠାରୁ ଲମ୍ବା ଓ ଗଭୀର ସୁଡ଼ଙ୍ଗ, ନିର୍ମାଣ ହେବାକୁ ଲାଗିଥିଲା ୨୦ ବର୍ଷ

ସ୍ୱିଜରଲ୍ୟାଣ୍ଡରେ ରହିଛି ଦୁନିଆର ସବୁଠାରୁ ଲମ୍ବା ଓ ଗଭୀର ସୁଡଙ୍ଗ । ଯାହାର ନିର୍ମାଣକୁ ୨୦ ବର୍ଷ ସମୟ ଲାଗିଥିଲା । ୫୭ କିଲୋମିଟର ଏହି ଲମ୍ବା ସୁରଙ୍ଗର ନାମ ଗୋଟହାର୍ଡ । ଯାହା ୟୁରୋପକୁ ହାଇସ୍ପିଡ୍‌ ରେଳ ସେବା ସହ ଯୋଡିଥାଏ । ତେବେ ଚାଲନ୍ତୁ ଏହି ସୁଡଙ୍ଗ ବିଷୟରେ…

dangerous railway track
ସବୁଠାରୁ ଭୟଙ୍କର ରେଳ ଧାରଣା, ନାଁ 'ଡେଭିଲ୍ ନୋଜ୍'

ଅନେକ ରେଳଧାରଣା ବା ରେଲୱେ ଟ୍ରାକ୍‌ ରହିଛି, ଯେଉଁ ଟ୍ରାକରେ ଯିବା ସମୟରେ ଯାତ୍ରୀଙ୍କ ଛାତିରେ ଛନକା ପଶିଯାଏ । ଏହି ରେଲୱେ ଟ୍ରାକରେ ଯିବା ସମୟରେ ଲୋକମାନେ ଈଶ୍ୱରଙ୍କୁ ନିଜ ସୁରକ୍ଷା ପାଇଁ ପ୍ରାର୍ଥନା ମଧ୍ୟ କରିଥାଆନ୍ତି । ଆଉ ଏଭଳି ରେଲୱେ ଟ୍ରାକ୍‌ ବା ରେଳ ଧାରଣା ଦେଖିଲେ ଆଶ୍ଚର୍ଯ୍ୟର କୌଣସି ସୀମା ରହେ ନାହିଁ । ସେହିଭଳି ଏକ ଟ୍ରାକ୍‌ ହେଉଛି 'ଡେଭିଲ ନୋଜ୍‌' ବା 'ସୈତାନର ନାକ' । ବଡ ବିଚିତ୍ର ନାଁ । ତେବେ ଚାଲନ୍ତୁ ଜାଣିବା ଏହା ପଛର ରହସ୍ୟ…

'Dead' Lake Karakul'
ଏମିତି ହ୍ରଦ, ଯେଉଁଠାରେ ଡଙ୍ଗା ମଧ୍ୟ ଯାଇପାରିବ ନାହିଁ

ଅଢେଇ କୋଟି ବର୍ଷ ପୁରୁଣା ହ୍ରଦ । ଏହାର ନାଁ କରାକୁଲ୍‌ ହ୍ରଦ । ହେଲେ ସାଧାରଣ ଭାବେ ଏହାକୁ କୁହାଯାଏ ମୃତ ହ୍ରଦ । ତେବେ କଣ ଏହି ମୃତ ହ୍ରଦ ଆଉ କାହିଁକି ଏହା ଏତେ ଖାସ୍‌ ଚାଲନ୍ତୁ ଜାଣିବା

Dangerous airport
ଏମିତି ଏୟାରପୋର୍ଟ, ଯେଉଁଠି ବିମାନ ଅବତରଣ କରିବାକୁ ଡରେ ପାଇଲଟ୍

ଆମ ଦୁନିଆରେ ଏଭଳି ବି କିଛି ଏୟାରପୋର୍ଟ ରହିଛି, ଯାହାର ଭୟର ଅନ୍ୟନାମ କହିଲେ କିଛି ଭୁଲ୍‌ ହେବ ନାହିଁ । ସାଧାରଣ ଭାବେ ଏୟାରପୋର୍ଟର ରନୱେର ଲମ୍ବ ୧୮୦୦ମିଟରରୁ ୨୪୦୦ ମିଟର ପର୍ଯ୍ୟନ୍ତ ରହିଥାଏ । ସେଠାରେ ଆମେ ସୁରକ୍ଷିତ ଅନୁଭବ କରୁ । କିନ୍ତୁ ଦୁନିଆରେ ଏଭଳି ବି ରନୱେ ରହିଛି ଯାହା ମନରେ ଭୟ ସୃଷ୍ଟି କରେ । କାରଣ ତାହା ବେଶ୍‌ ଭୟଙ୍କର ଲୋକେଶନରେ ରହିଛି ।

CAVE VILLAGE, IRAN
୧୦ ହଜାର ବର୍ଷ ପୁରୁଣା 'ଗୁମ୍ଫାର ଗାଁ'

ପାହାଡ, ପର୍ବତ ଓ ନିଜର ପ୍ରାକୃତିକ ସୁନ୍ଦରତା ପାଇଁ ବେସ୍‌ ଜଣାଶୁଣା ଇରାନ୍‌। ଏଠାକାର ଜନସଂଖ୍ୟାର ଏକ ବଡ ଭାଗ ମୈଦାନ ଅଂଚଳରେ ବସବାସ କରନ୍ତି । କିନ୍ତୁ ଏଠାକାର କିଛି ଜନସଂଖ୍ୟା ଗୁମ୍ଫା ଗୁଡିକରେ ମଧ୍ୟ ରୁହନ୍ତି । ସେହିକ୍ରମରେ ଇରାନରେ ରହିଛି ଏକ ନିଆରା ଗାଁ । ଯାହାକୁ କୁହାଯାଏ ‘ଗୁମ୍ଫାର ଗାଁ’ ।

Borra caves, visakhapatnam
ଏଇଠି ରହିଛି ସବୁଠାରୁ ବଡ଼ ଓ ପ୍ରାଚୀନ ଗୁମ୍ଫା

ଆମ ଦେଶରେ ଭାରତରେ ଭରି ରହିଛି ଅନେକ ଗୁଢ ରହସ୍ୟ । ଆଉ ସେ ସବୁ ରହସ୍ୟ ଆମକୁ ସବୁବେଳେ ଆକର୍ଷିତ କରିବା ସହ ଆଶ୍ଚର୍ଯ୍ୟ ବି କରିଥାଏ । ପ୍ରାକୃତିକ ପରିବେଶ, ଐତିହାସିକ ସଂରଚନା ଏ ସବୁ ପାଇଁ ଭାରତ ପୁରା ବିଶ୍ୱରେ ପ୍ରସିଦ୍ଧ । ସେହିଭଳି ଏକ ସ୍ଥାନ ହେଉଛି ଆନ୍ଧ୍ରପ୍ରଦେଶ ବିଶାଖାପଟନମରେ ଥିବା ବୋର୍‌ରା ଗୁମ୍ଫା । ଏହା ଭାରତର ପୂର୍ବତଟରେ ଅବସ୍ଥିତ ଓ ଅନନ୍ତଗିରି ପାହାଡର ଅଂଶ । ଏହାକୁ ଭାରତର ସବୁଠାରୁ ବଡ ଗୁମ୍ଫା ବୋଲି କୁହାଯାଏ । ଆଉ ଏହି ଗୁମ୍ଫାକୁ ନେଇ ରହିଛି ଅନେକ ରହସ୍ୟ, ଅନେକ ଲୋକକଥା । ତେବେ ଚାଲନ୍ତୁ ଜାଣିବା ସେହି ରହସ୍ୟ ଓ ଲୋକକଥା 'ବୋର୍‌ରା ଗୁମ୍ଫା'ର କାହାଣୀ ।

Amazon river
ଦୁନିଆର ସବୁଠୁ ବଡ଼ ନଦୀ, ହେଲେ ନଦୀର ଉତ୍ପତ୍ତି ନାହିଁ

କୌଣସି ନଦୀର ପରିଚୟ ତାର ଧାରା, ଆଉ କୂଳ ହୋଇପାରେ । କୁହାଯାଏ ପ୍ରକୃତିର ସବୁଠାରୁ ସୁନ୍ଦର ଓ ଚମତ୍କାର ସୃଷ୍ଟି ହେଉଛି ଆମ ବିଶ୍ୱରେ ଥିବା ନଦୀ ଓ ଏହାର ଆଖାପାଖର ପରିବେଶ । କିନ୍ତୁ ବଡରୁ ବଡ ନଦୀର ଆରମ୍ଭ ବି ଛୋଟ ଧାରାରୁ ହୋଇଥାଏ । ଆଉ ପରେ ଏକ ବଡ ନଦୀର ଆକାର ନେଇଥାଏ । ତେବେ ସବୁଠାରୁ ବଡ ନଦୀ କଥା ଆସିଲେ, ଆମାଜୋନ ନଦୀ କଥା ନିଶ୍ଚୟ ସାମ୍ନାକୁ ଆସେ । ଯାହା ଆଜି ବି ଅଭେଦ ରହସ୍ୟ ହୋଇ ରହିଛି । ଚେବେ ଚାଲନ୍ତୁ ଜାଣିବା ଆମାଜୋନ ନଦୀ ସମ୍ପର୍କରେ…

Al hutaib yemen
ଏପର୍ଯ୍ୟନ୍ତ ଏଠି କେବେ ହୋଇନି ବର୍ଷା

ଦୁନିଆରେ ଏଭଳି କିଛି ସ୍ଥାନ ରହିଛି, ଯେଉଁଠାରେ ବର୍ଷ ତମାମ ସବୁଠାରୁ ଅଧିକ ବର୍ଷା ହୋଇଥାଏ । ଯେପରିକି ମେଘାଳୟର ମାସିନରାମ ଗାଁ ଯେଉଁଠାରେ ଦୁନିଆର ସବୁଠାରୁ ଅଧିକ ବର୍ଷା ହୋଇଥାଏ । କିନ୍ତୁ କେବେ ଏଭଳି ସ୍ଥାନ ସମ୍ପର୍କରେ କେବେ ଶୁଣିଛନ୍ତି, ଯେଉଁଠାରେ ଆଜି ପର୍ଯ୍ୟନ୍ତ କେବେ ବର୍ଷା ହୋଇନାହିଁ । ଏ ସ୍ଥାନ କୌଣସି ମରୁଭୂମି ନୁହେଁ, ବରଂ ଏ ଗାଁ, ଯେଉଁଠାରେ ଲୋକମାନେ ରୁହନ୍ତି । ତେବେ ବର୍ଷା ବିନା ଏଠାରେ ଲୋକମାନେ ଜୀବନ ଯାପନ କିଭଳି କରନ୍ତି । କଣ ରହିଛି କାରଣ ବର୍ଷା ନ ହେବାର…ଜାଣିବାକୁ ଚାହାନ୍ତି ଏହି ଗାଁ ସମ୍ପର୍କରେ… ତେବେ ଚାଲନ୍ତୁ ଜାଣିବା ଏହାର ରହସ୍ୟ ।

SICILY ISLAND, ITALY
ଏଇଠି ମିଳୁଛି ୮୦ ଟଙ୍କାରେ ଘର

ମାତ୍ର ୮୦ ଟଙ୍କାରେ ଘର । ଆଶ୍ଚର୍ଯ୍ୟ ହେଲେ କି । ହଁ ଆଜ୍ଞା ୮୦ ଟଙ୍କାରେ ଘର ମିଳିବ, ଏକଥା ଶୁଣି ତ କେହି ବି ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ସତରେ କଣ ମାତ୍ର ୮୦ ଟଙ୍କାରେ ଘର ମିଳୁଛି , ଚାଲନ୍ତୁ ଜାଣିବା ୮୦ ଟଙ୍କାର ଘରର ବାସ୍ତବତା…

Rotterdam Holland
ସହରର ନାଁ ହେଉଛି ରଟରଡ୍ୟାମ୍‌, ଦେଖିଲେ ଆଖି ଲାଖି୍ ଯିବ

କୁହାଯାଏ ଦୁବାଇଠାରୁ ସୁନ୍ଦର ସ୍ଥାନ ସାରା ପୃଥିବୀରେ ଆଉ କେଉଁଠାରେ ନାହିଁ । କିନ୍ତୁ ବର୍ତ୍ତମାନ ଦୁବାଇକୁ ଟକ୍କର ଦେବାରେ ଲାଗିଛି ହଲାଣ୍ଡର ଆଉ ଏକ ସହର । ଏଭଳି ଏକ ସହର ଯାହା ସୁନ୍ଦରତାର ପରିଭାଷା । ଏହି ସହରର ନାଁ ରଟରଡ୍ୟାମ୍‌ ।

PURPLE ISLAND, SOUTH KOREA
ପର୍ପଲ୍‌ ଆଇଲ୍ୟାଣ୍ଡ, ଏଠି ସବୁ ପର୍ପଲ୍, ହେଲେ କାହିଁକି ?

ଆମ ଦୁନି‌ଆରେ ଏଭଳି ଅନେକ ସ୍ଥାନ ରହିଛି, ଯାହା ପର୍ଯ୍ୟଟନ ପାଇଁ ପ୍ରଯୁଜ୍ୟ । ସେ ମଧ୍ୟରୁ ଅନେକ ସ୍ଥାନଗୁଡିକୁ ‌ଆଖିରେ ନ ଦେଖିଲେ ବିଶ୍ୱାସ କରିବା ସମ୍ଭବ ହୋଇପାରେ ନାହିଁ । ତେବେ ସେହିଭଳି ନିଜ ଭିତରେ ନିଆରା ସ୍ଥାନ ହେଉଛି ସାଉଥ୍‌ କୋରିଆର ଏକ ଆଇଲ୍ୟାଣ୍ଡ । ଯାହାକୁ କୁହାଯାଏ ପର୍ପଲ୍‌ ଆଇଲ୍ୟାଣ୍ଡ । ତେବେ ଏକ ଆଇଲ୍ୟାଣ୍ଡ ପର୍ପଲ କଲରର କେମିତି ଆଉ କାହିଁକି ହେଲା । କଣ ରହିଛି ଏହା ପଛରେ କାହାଣୀ ଓ ଇତିହାସ ।

Rann of Kutch, gujurat
ମରୁଭୂମି ନା ଲୁଣର ମୈଦାନ୍

ଗୁଜୁରାଟରେ ଆରବ ସାଗର ଠାରୁ ୧୦୦ କିଲୋମିଟର ଦୂରରେ ଏକ ମରୁଭୂମି ଅଂଚଳରେ ବରଫ ଭଳି ଦୃଶ୍ୟମାନ ହେଉଥିବା ଲୁଣର ଏକ ବିସୃତ ମୈଦାନ ରହିଛି । ଯାହା ଉତ୍ତରରେ ପାକିସ୍ତାନର ବର୍ଡର ପର୍ଯ୍ୟନ୍ତ ବ୍ୟାପ୍ତ । ତେଣୁ ଏହାକୁ କଚ୍ଛର ରଣ ବୋଲି କୁହାଯାଏ । କଇଁଛ ଆକାରର ଏହି ଅଂଚଳ ଦୁଇ ଭାଗରେ ବିଭକ୍ତ ହୋଇଛି । ତେବେ ଏହି ସ୍ଥାନକୁ ଯାଇଥିବା ପର୍ଯ୍ୟଟକମାନେ କୁହନ୍ତି ଯେ, ଏହି ସ୍ଥାନଟି କୌଣସି ଆଶ୍ଚର୍ଯ୍ୟ ଠାରୁ କମ୍‌ ନୁହେଁ । ଆଉ ଏହା ପ୍ରକୃତିର ଚମତ୍କାରର ନିଆରା ସୃଷ୍ଟି କହିଲେ କିଛି ଭୁଲ୍‌ ହେବନାହିଁ ।