• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଏଇଠି ଅଛନ୍ତି ଦୁନିଆର ବିଚିତ୍ର ଜୀବ

ଆମ ଦୁନିଆରେ ଏଭଳି ବି କିଛି ଜୀବ ରହିଛନ୍ତି, ଯେଉଁମାନଙ୍କ ସମ୍ପର୍କରେ ‌ଆମେ ବିଶେଷ କିଛି ଜାଣିବି ନଥିବା । କିନ୍ତୁ ସେମାନେ ବଡ ବିଚିତ୍ର ହୋଇଥିବେ । ଏଭଳି ଜୀବ ଯେଉଁମାନେ ଯେ କୌଣସି ପରିସ୍ଥିତିରେ ବି କେବେ ହାରନ୍ତି ନାହିଁ । ଆଉ ସେହିଭଳି କିଛି ଜୀବନ ପତ୍ତା ମିଳିଛି ହିମାଳୟରେ ।ଏଠାରେ ଆଠଟି ଗୋଡ ଥିବା ଏକ ଜୀବ ମିଳିଯାଏ । ଯାହା ଯେ କୌଣସି ପରିସ୍ଥିତିରେ ବି ବଂଚିପାରେ । ଭୀଷଣ ଗରମ ହେଉ କିମ୍ବା ଭୟଙ୍କର ଥଣ୍ଡା । ଏହା ଜୀବିତ ରହିପାରେ । ଏପରି କି ଅନ୍ତରୀକ୍ଷରେ ମଧ୍ୟ ଏହା ବଂଚିରହିପାରେ । ଆଉ ଏହାର ନାଁ ଟାର୍ଡଗ୍ରେଟ୍ । ଟାର୍ଡଗ୍ରେଟ୍ ହିମାଳୟରେ ସମୁଦ୍ରର ଗଭୀରତାରେ ଆଗ୍ନେୟଗିରିରୁ ବାହାରିଥିବା ‌ଆବର୍ଜନା ହେଉ କିମ୍ବା ଆଣ୍ଟାର୍ଟିକାର ଥଣ୍ଡାରେ ମଧ୍ୟ ମିଳିଥାଏ । ଯେ କୌଣସି ପରିସ୍ଥିତିରେ ବଂଚିରହିବାର ଏହି ଖାସିୟତର ପ୍ରମୁଖ କାରଣ ଏହି ଜୀବ ପାଣି ବିନା ମଧ୍ୟ ରହିପାରେ । କଠିନ ସମୟରେ ଏହି ଜୀବଟି କ୍ରିପେ୍ଟାବାୟୋସିସ ଅବସ୍ଥାକୁ ଚାଲିଯାଏ ।

ଏହି ଅବସ୍ଥାରେ ଏହା ନିଜ ଶରୀରର ପାଣିକୁ ବାହାର କରିଦିଏ ଓ ଏକ ବିଶେଷ ପେ୍ରାଟିନ ଓ ସୁଗାର ଦ୍ୱାରା ନିଜ କୋଷ ଗୁ଼ଡିକୁ ବଂଚାଇ ନେଇଥାଏ । ଏହି ଜୀବର ପାଣିରେ ରହୁଥିବା ପ୍ରଜାତି ପାଣିରୁ ହି ପୁନର୍ଜୀବିତ ହୋଇଯାଏ । ଏହି ବିଶେଷତ୍ତ୍ୱ ଓ ମୋଟା ଶରୀର କାରଣରୁ ଏହି ଜୀବକୁ ୱାଚର ବିୟର ବା ପାଣି ଭାଲୁ ବୋଲି କୁହାଯାଏ । ତେବେ ଆଶ୍ଚର୍ଯ୍ୟର କଥା ହେଲା ଏହି ଜୀବର ଆକାର ଗୋଟେ ମିଲିମିଟରରୁ ବଡ ହୋଇନଥାଏ ।

ପୃଥିବୀର ସବୁଠାରୁ ଥଣ୍ଡା ପାଣି ଆଣ୍ଟର୍ଟିକାର ବରଫ ତଳେ ମିଳିଥାଏ । ଆଉ ସେହି ଦକ୍ଷିଣ ଧ୍ରୁବରେ ହି ସ୍ଥାନେ ସ୍ଥାନେ ଗରମ ପାଣି ବି ବାହାରିଥାଏ । ଆଉ ସେଭଳି ବିପରୀତ ପରିସ୍ଥିତିରେ ବି ଏକ ଜୀବ ବେଶ୍‌ ମଜାରେ ରୁହେ । ସେହି ଜୀବକୁ କୁହାଯାଏ 'ୟେତି କଙ୍କଡା' । ଲୋମଯୁକ୍ତ ଲମ୍ବା ଗୋଡ କାରଣରୁ ଏହାର ନାଁ 'ୟତି କଙ୍କଡା' ରଖାଯାଇଛି । ଏହା ଉପରେ ଏକ ଶକ୍ତ ଖୋଳ ରହିଥାଏ । ଏହି ଜୀବ ଦେଖିପାରେନାହିଁ । କିନ୍ତୁ ଏହା ସମୁଦ୍ର ପତ୍ତନ ଠାରୁ ୨ହଜାର ୩୦୦ ଫୁଟ ବା ୭୦୦ ମିଟର ତଳେ ରହିଥାଏ । ଏଠାରେ ପାଣିର ଭାରି ପେ୍ରସର ରହିଥାଏ ‌ଆଉ ସେଠାରେ ସୂର୍ଯ୍ୟ କିରଣ ମଧ୍ୟ ପହଁଚିପାରେନାହିଁ ।

ଏହି ଜୀବର ଅସ୍ତିତ୍ୱ ଏମାନେ ରହୁଥିବା ଛିଦ୍ର ଉପରେ ନିର୍ଭର କରେ । ସେଠାରୁ ୪୦୦ ଜିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ଗରମ ପାଣି ବାହାରିଥାଏ । ଏହି ପାଣିରେ କିଛି ଖଣିଜ ପଦାର୍ଥ ବି ରହିଥାଏ । ତେବେ ଏହି ଜୀବଟି ରହୁଥିବା ଛିଦ୍ରର ଚାରିପାଖରେ ବ୍ୟାକ୍ଟେରିଆ ବଢିଥାଏ । ଯାହା ଖଣିଜ ଶକ୍ତିରେ ପରିବର୍ତ୍ତିତ ହୋଇଯାଏ । ୟତି କଙ୍କଡା ସେହି ବ୍ୟାକେ୍ଟରିଆ ଗୁଡିକୁ ଖାଇ ବଂଚିରହେ । କିନ୍ତୁ ଉଭୟ ଥଣ୍ଡା ଗରମ ମିଳିତ ପରିବେଶରେ ରହିବା ପାଇଁ ନିଜକୁ ସେତିକି ମାତ୍ରାରେ ସନ୍ତୁଳନ ବନାଇବାକୁ ପଡିଥାଏ ହି ୟତି କଙ୍କଡାକୁ ।

'yati crab''yati crab'

ହିମାଳୟରେ ସମୁଦ୍ରର ଗଭୀରତାରୁ ପାହାଡର ଉଚ୍ଚତାକୁ ଗଲେ ଆଉ ଏକ ନିଆରା ଜୀବର ସନ୍ଧାନ ମିଳେ । ପାହାଡର ଶିଖରରେ ଏତେ ମାତ୍ରାରେ ଥଣ୍ଡା ଅନୁଭୂତ ହୁଏ ଯେ, ଆମର ଚମଡା ମଧ୍ୟ ଜାମ ହୋଇଯାଏ । କିନ୍ତୁ ଏହି ନିଆରା ଜୀବ ବେଶ୍‌ ସହଜରେ ଏଠାରେ ରହିପାରେ । ତେଣୁ ଏହି ନିଆରା ଜୀବକୁ ନାଁ ୟାକ୍‌ ବୋଲି କୁହାଯାଏ । ୟାକର ଲମ୍ବା ଲୋମ ତଳେ ମଧ୍ୟ ଆଉ ଦୁଇଟି ପରସ୍ତରେ ଲୋମ ରହିଥାଏ । ଫଳରେ ୟାକ୍‌ ଗରମ ଅନୁଭବ କରେ । ଏଭଳି ପ୍ରାକୃତିକ ବନେ୍ଦାବସ୍ତ ପରେ ୟାକ୍‌ ୧୮ହଜାର ଫୁଟ ବା ୫ହଜାର ୬୦୦ ମିଟର ଉପର ପର୍ଯ୍ୟନ୍ତ ହି ଯାଇପାରେ । ଏତେ ଉଚ୍ଚତାରେ ଅକ୍ସିଜେନର ମାତ୍ରା କମ୍‌ ଥାଏ । କିନ୍ତୁ ୟାକ ନିକଟରେ ଅଳ୍ପ ଅକ୍ସିଜେନରେ ରହିବାର କ୍ଷମତା ବି ରହିଛି ।

ବାସ୍ତବରେ ଆମ ବିଶ୍ୱରେ ସୃଷ୍ଟିର ଚମତ୍କରାର କୌଣସି ତୁଳନା ନାହିଁ । ଯାହା ପ୍ରତିକ୍ଷଣରେ ଆମକୁ ଆଶ୍ଚର୍ଯ୍ୟ କରେ । ସେଥିପାଇଁ ତ ଆମ ବିଶ୍ୱ ବ୍ରହ୍ମାଣ୍ଡ ବେଶ୍‌ ନିଆରା ଓ ଅତୁଳନୀୟ…