• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • 'ରିଓ ତିନ୍ତୋ' ନଦୀର ରଙ୍ଗ ଲାଲ୍

'ରିଓ ତିନ୍ତୋ'  । ଯାହାର ଅର୍ଥ ଲାଲ୍‌ ନଦୀ । ଏହା ଦକ୍ଷିଣ ପଶ୍ଚିମର ଏକ ନଦୀ ଯାହା ଅନ୍ଦଲୁସୀୟା କ୍ଷେତ୍ରରେ ଥିବା ସିଏରୋ ମୋରେନା ପାହାଡ ଶୃଙ୍ଖଳାରୁ ଆରମ୍ଭ ହୋଇ କାଦୀଜ ଘାଟି ପର୍ଯ୍ୟନ୍ତ ଯାଇଛି । ସେଠାରେ ଏହା ଆଟଲାଣ୍ଟିକ୍‌ ମହାସାଗରେ ମିଶିଥାଏ । ଏହି ନଦୀ ନିଜର ଲାଲ-ନାରଙ୍ଗୀ ପାଣି ପାଇଁ ଦୁନିଆ ସାରା ପ୍ରସିଦ୍ଧ । ପ୍ରାଚୀନ ସମୟରେ ଏହି ନଦୀର ଆଖପାଖ ଅଂଚଳରେ ତମ୍ବା, ସୁନା, ଚାନ୍ଦି ତଥା ଅନ୍ୟାନ୍ୟ ପଦାର୍ଥର ଖଣି ଚାଲୁଥିଲା ।

ଖ୍ରୀଷ୍ଟ ପୂର୍ବ ୩୦୦୦ ମସିହାରୁ ବିଭିନ୍ନ ସମୟରେ ଭିନ୍ନ ଭିନ୍ନ ସଭ୍ୟତା ଏହି ଖଣି ଗୁଡିକୁ ଚଳାଇ ଆସୁଥିଲେ । ଏହାପରେ କିଛି ସମୟ ପାଇଁ ଏଠାରେ କାମ ବନ୍ଦ ହୋଇଯାଇଥିଲା । କିନ୍ତୁ ୧୭୨୪ ଖ୍ରୀଷ୍ଟାବ୍ଦରେ ସ୍ପେନ୍ ସରକାର ଦ୍ୱାରା ଏହା ପୁଣିଥରେ ଆରମ୍ଭ ହୋଇଥିଲା । ତେବେ ଦୀର୍ଘ ବର୍ଷ ଧରି ଖନନ କାରଣରୁ ଏହି ନଦୀର ପାଣିରେ ଏସିଡ ଅଂଶର ମାତ୍ରା ବଢିଯାଇଛି । କିଛି ସ୍ଥାନରେ ଏହି ନଦୀ ପାଣିର ପିଏଚ୍‌ ୨ ମଧ୍ୟ ରହିଥାଏ । ଏହି ନଦୀ ପାଣିରେ ଏତେ ମାତ୍ରାରେ ଲୌହ ମିଶ୍ରିତ ହୋଇଯାଇଛି ଯେ, ଏହାର ରଙ୍ଗ ଲାଲ ନାରଙ୍ଗୀ ହୋଇସାରିଛି । ଆଉ ଏହି କାରଣରୁ ହି ଏହି ନଦୀର ନାମ ରିଓ ତିନେ୍ତା ଅର୍ଥାତ୍‌ ଲାଲ ରଙ୍ଗର ନଦୀ ବୋଲି ରଖାଗଲା ।

ଏହି ପାଣିରେ କିଛି ବିଶେଷ ଧରଣର ମାଇକେ୍ରାବ ମଧ୍ୟ ମିଳିଥାଏ । ଯେଉଁମାନେ ଏସିଡିକ୍‌ ପରିବେଶରେ ରହିଥାଆନ୍ତି । ଆଉ ନଦୀର ଲାଲିମା ବଢାଇବାରେ ଏହି ମାଇକେ୍ରାବ ମାନଙ୍କର ମଧ୍ୟ ଯୋଗଦାନ ରହିଛି । ୧୮୭୩ରେ ଏହି ନଦୀ ସହ ଧାତୁ ଖଣି ଗୁଡିକୁ ଚଳାଇବା ପାଇଁ ରିଓ ତିନେ୍ତା କମ୍ପାନୀ ନାମକ ଉଦେ୍ୟାଗ ଆରମ୍ଭ ହୋଇଥିଲା । ସେବେ ଠାରୁ ଏହି କମ୍ପାନୀ ସମଗ୍ର ଦୁନିଆରେ ପ୍ରସିଦ୍ଧ ହୋଇଗଲା । ଭାରତରେ ମଧ୍ୟ ଏହି କମ୍ପାନୀ ବେଶ୍‌ ସକ୍ରିୟ । ତେବେ ନଦୀର ନୀଳ ରଙ୍ଗ ସମସ୍ତଙ୍କୁ ବେଶ୍‌ ପସନ୍ଦ ।

rio tinto, spainrio tinto, spain

ଏହି ନୀଳ ପାଣିର କୂଳେ କୂଳେ ଆମେ ଏନଜୟ କରିବାକୁ ପସନ୍ଦ କରୁ । କିନ୍ତୁ ନଦୀର ରଙ୍ଗର ରିଓ ତିନେ୍ତା ଭଳି ଲାଲ ହେଲେ କଣ ହେବ । ନିଶ୍ଚତ ଭାବେ ମନରେ ପ୍ରଶ୍ନ ଉଠିବା ସ୍ୱାଭାବିକ । ତେବେ ଏହି ପାଣିରେ ପ୍ରଚୁର ମାତ୍ରାରେ ଏସିଡ୍‌ ଥିବାରୁ ଏହା ପାଣି ସମସ୍ତଙ୍କ ପାଇଁ ବେଶ୍‌ କ୍ଷତିକାରକ । ନା ଆପଣ ଏହି ପାଣିକୁ ଛୁଇଁପାରିବେ ନା ପିଇପାରିବେ, ଆଉ ନା ଏହି ପାଣିରେ ଠିଆ ହୋଇ ପ୍ରକୃତିକୁ ଉପଭୋଗ କରିପାରିବେ ।

ନାସାର ବୈଜ୍ଞାନିକମାନେ ଅନେକ ଗବେଷଣା ପରେ ଜାଣିବାକୁ ପାଇଛନ୍ତି ଯେ, ଏହି ପାଣିର ପ୍ରପର୍ଟ ମାର୍ସରେ ଥିବା ତରଳ ଅଂଶର ପ୍ରପର୍ଟ ସହ ପ୍ରାୟତଃ ଏକାଭଳି । ତେଣୁ କିଛି ବୈଜ୍ଞାନିକମାନେ ମତ ଦିଅନ୍ତି ଯେ, ଆମ ପାଖରେ ଆମ ନିଜସ୍ୱ ମାର୍ସର ଏକ ଛୋଟ ଅଂଶ ଉପଲବ୍ଧ ଅଛି । ତଥାପି ଏହା ଏକ ପର୍ଯ୍ୟଟନୀୟ ସ୍ଥାନ ହୋଇପାରିଛି । ତେବେ ବସନ୍ତ ଋତୁକୁ ଏହି ସ୍ଥାନକୁ ଯିବା ପାଇଁ ସବୁଠାରୁ ବେଷ୍ଟ ଟାଇମ୍‌ ବୋଲି କୁହାଯାଏ । ଅର୍ଥାତ୍‌ ଏପ୍ରିଲରୁ ନଭେମ୍ବର ମଧ୍ୟରେ ଏଠାକୁ ଆପଣ ବୁଲିବାକୁ ଯାଇପାରିବେ । ତେବେ ଏହି ନଦୀର ଦୃଶ୍ୟ ଏରିଏଲ ଭ୍ୟୁରେ ବେଶ୍‌ ଚମତ୍କାର ଲାଗେ । ଏହି ସ୍ଥାନଟି ଅଳ୍ପମାତ୍ରାରେ ଭୟଙ୍କର ହୋଇ ମଧ୍ୟ ପ୍ରାକୃତିକ ସୁନ୍ଦରତାରେ ଏହା ଭରପୁର…