• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଦୁନିଆର ସବୁଠାରୁ ଭୟଙ୍କର ବେଳାଭୂମି

  • ସମୁଦ୍ର ତଟ ନା ମୃତକଙ୍କ ବେଳାଭୂମି

ସମୁଦ୍ର ବେଳାଭୂମି ସବୁବେଳେ ଆମକୁ ଆକର୍ଷିତ କରେ । ସମସ୍ତେ ଚାହାଁନ୍ତି ସମୁଦ୍ର କୂଳରେ କିଛି ସମୟ ବିତାଇବାକୁ । ହେଲେ ଆମ ବିଶ୍ୱରେ ଏଭଳି ବି ବେଳାଭୂମି ରହିଛି ଯାହା ବେଶ୍‌ ଭୟଙ୍କର । ମଣିଷମାନଙ୍କ ପାଇଁ ଆଦୌ ସୁରକ୍ଷିତ ନୁହେଁ । ସେହିଭଳି ଦୁନିଆରେ ଅନେକ ବେଳାଭୂମି ରହଛି ।

ଫେ୍ଲାରିଡା ସ୍ଥିତ ନ୍ୟୁ ସ୍ମର୍ଣ୍ଣା ବେଳାଭୂମି :

ଏହା ଦୁନି‌ଆର ୧୦ଟି ସବୁଠାରୁ ଭୟଙ୍କର ବେଳାଭୂମି ମଧ୍ୟରୁ ଗୋଟିଏ । ୨୦୦୭ ମସିହାରେ ସମଗ୍ର ବିଶ୍ୱରେ ୧୧୨ଟି ସାର୍କ ଆକ୍ରମଣର ଖବର ସାମ୍ନାକୁ ଆସିଥିଲା । ଏଥିରେ ଦୁନିଆର ସବୁଠାରୁ ଅଧିକ ଘଟଣା ଏହି ସ୍ମର୍ଣ୍ଣା ବେଳାଭୂମିରେ ହିଁ ଘଟିଥିଲା । ଏହି ସମୁଦ୍ରର ପାଣିରେ କାଲି ନୋକ, ସ୍ପିନର ଓ ୱେଲ୍‌ ସାର୍କ ଦୃଶ୍ୟମାନ ହୁଏ । କିଛି ବର୍ଷ ଭିତରେ ଏଠାରେ ୨୩୮ରୁ ଅଧିକ ସାର୍କ ଆକ୍ରମଣର ଘଟଣା ସାମ୍ନାକୁ ଆସିଛି । ଏହି ନ୍ୟୁ ସ୍ମର୍ଣ୍ଣା ବିଚକୁ ଗିନିଜ୍‌ ବୁକ୍‌ ଅଫ୍‌ ୱାର୍ଲଡ୍‌ ରେକର୍ଡରେ ‘ଦ ଶାର୍କ କ୍ୟାପିଟାଲ୍‌ ଅଫ୍‌ ଦ ୱର୍ଲଡ୍‌’ ଭାବେ ନାମିତ କରାଯାଇଛି ।

କେପ୍‌ ଟ୍ରିବୁଲେସନ୍‌ ବେଳାଭୂମି:

କେପ୍‌ ଟ୍ରିବୁଲେସନ୍‌ ଏକ ସୁନ୍ଦର ବେଳାଭୂମି କିନ୍ତୁ ଏହାର ନାଁ ଦୁନିଆର ସବୁଠାରୁ ଭୟଙ୍କର ବେଳାଭୂମିର ଲିଷ୍ଟରେ ରହିଛି । ଏହି ବେଳାଭୂମିରେ ଅନେକ ପ୍ରକାରର ବିଷାକ୍ତ ଜୀବଜନ୍ତୁ ଦୃଶ୍ୟମାନ ହୁଅନ୍ତି । କୁମ୍ଭୀର, ବିଭିନ୍ନ ବିଷାକ୍ତ ସାପ ଇତ୍ୟାଦି ଏଥିରେ ସାମିଲ ହୋଇଛି । କେବଳ ସେତିକି ନୁହେଁ ବରଂ ବର୍ଷାଦିନେ ଏହି ବେଲାଭୂମିରେ ହଜାର ହଜାର ଜେଲିଫିସ୍‌ ଦେଖିବାକୁ ମିଳନ୍ତି । ଯାହା ମଣିଷମାନଙ୍କ ପାଇଁ ବେଶ୍‌ ବିଷାକ୍ତ ସାବ୍ୟସ୍ତ ହୋଇଥାଏ ।

ପ୍ରିୟା ଦେ ବୋଆ ବେଳାଭୂମି:

ପ୍ରିୟା ଦେ ବୋଆ ବ୍ରାସିଲର ମଧ୍ୟ ଏକ ପ୍ରସିଦ୍ଧ ସମୁଦ୍ର ତଟ ରହିଛି । ଯାହା ବିଖ୍ୟାତ ନୁହେଁ ବରଂ କୁଖ୍ୟାତ । ଏଠାରେ ବାରମ୍ବାର ସାର୍କ ଆକ୍ରମଣର ଘଟଣା ବେଶ୍‌ ସାମାନ୍ୟ । କିଛି ବର୍ଷ ମଧ୍ୟରେ ଏଠାରେ ମଧ୍ୟ ୫୦ରୁ ଅଧିକ ସାର୍କ ଆକ୍ରମଣ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଗୁଡିକ ବେଶ୍‌ ଭୟଙ୍କର ପ୍ରମାଣିତ ହୋଇଛି । କିନ୍ତୁ ଏହି ସବୁ କାରଣ ପାଇଁ କୁହାଯାଏ ମଣିଷ ହିଁ ଦୋଷୀ । କାରଣ ସେମାନେ ଏଠାକାର ପ୍ରାକୃତିକ ପରିବେଶକୁ ନଷ୍ଟ କରିବାର ପ୍ରୟାସ ଅନେକ ବାର କରିଥାଆନ୍ତି ।

ଶେନଝେନ ବେଳାଭୂମି:

ଶେନଝେନ ବେଳାଭୂମି ହଙ୍ଗକଙ୍ଗ ନିକଟରେ ଥିବା ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ । କିନ୍ତୁ ଏହି ବେଳାଭୂମି ବେଶ୍‌ ଭୟଙ୍କର । ଏହି ସ୍ଥାନରେ ଅନେକ ଦୁର୍ଘଟଣା କଥା ସାମ୍ନାକୁ ଆସିଥାଏ । ପର୍ଯ୍ୟଟନ ସିଜନ ସମୟରେ ଏଠାରେ ଭିଡ଼ ଅତ୍ୟଧିକ ବଢିଯାଇଥାଏ । ଆଉ ଏହି କାରଣରୁ ଏଠାରେ ଦୁର୍ଘଟଣାର ମାତ୍ରା ମଧ୍ୟ ବେଶ୍‌ ବଢିଯାଏ । ଏହା ଏକ ପ୍ରମୁଖ କାରଣ ପାଲଟି ଯାଇଛି ଏହି ବେଳାଭୂମି ଭୟଙ୍କର ହେବାର ।

ପ୍ଲାୟା ଜିପୋଲାଇଟ୍‌ ବେଳାଭୂମି:

ପ୍ଲାୟା ଜିପୋଲାଇଟ୍‌ ଏକ ସୁନ୍ଦର ସମୁଦ୍ର ବେଳାଭୂମି । ଏହା ମେକ୍ସିକୋରେ ଅବସ୍ଥିତ ।ଏହି ସମୁଦ୍ର ତଟକୁ ମୃତକଙ୍କ ବେଳାଭୂମି ବୋଲି କୁହାଯାଏ । ଏହି ବେଳାଭୂମି ନିଜ ନାଁ ପାଇଁ ପ୍ରସିଦ୍ଧ ନ ହୋଇପାରେ କିନ୍ତୁ ଏହି ସ୍ୱର୍ଗ ଭଳି ଦେଖାଯାଉଥିବା ଏହି ସ୍ଥାନଟି ପର୍ଯ୍ୟଟକଙ୍କୁ ବେସ୍‌ ଆକୃଷ୍ଟ କରେ । ଏହି ବେଳାଭୂମି ପର୍ଯ୍ୟଟକଙ୍କ ପାଇଁ ସୁରକ୍ଷିତ ନିଶ୍ଚୟ କିନ୍ତୁ ଏହାର ସମୁଦ୍ର ପାଣି ବେଶ୍‌ ଭୟଙ୍କର । କାରଣ ଏଠାରେ ଅନେକ ସମୟରେ ବଡ ବଡ ଲହରୀ ଆସିଥାଏ । ଯାହା ସବୁବେଳେ ଭୟଙ୍କର ପ୍ରମାଣିତ ହୋଇଥାଏ ।