• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ଅମରତାର ରହସ୍ୟ ସମୁଦ୍ର ଭିତରେ ପହଁରୁଛି, ନାଁ ତାହାର ଜେଲି ଫିସ୍‌ 

ଆମେ ଯେବେ ବି ଜେଲି ଫିସ୍‌ ବିଷୟରେ ଭାବୁ, ଏକ ନିଆରା ସାମୁଦ୍ରିକ ଜୀବ ଯାହାର ଆଗାମୀ ଷ୍ଟେଜ୍ ମେଡୁସା ଷ୍ଟେଜ୍ ବୋଲି ଜାଣିଥାଉ । ଏହି ଷ୍ଟେଜ୍  ହେଉଛି ଜେଲିଫିସର ଟେଣ୍ଟିକଲ୍ସ ସହ ବୋହୁଥିବା ଏକ ଅଦୃଶ୍ୟ ଫୋଟକା ଭଳି । ଜେଲିଫିସର ଛୁଆମାନେ ଅନ୍ୟ ଜୀବମାନଙ୍କ ଭଳି ଜନ୍ମ ହୁଏ ନାହିଁ । ସେମାନେ ନିଜର ଜୀବନ ଲାର୍ଭା ଭାବେ ଆରମ୍ଭ କରିଥାଆନ୍ତି ।

ଏହା ଛୋଟ ସିଗାର ଭଳି ଯାହା ପାଣିରେ ଭାସୁଥାଏ ଓ ଲାଗିରହିବା ପାଇଁ କୌଣସି ଚଟ୍ଟାଣ କିମ୍ବା ସହଜ ଜିନିଷର ସନ୍ଧାନରେ ଥାଏ । ଥରେ ସେମାନେ ନିଜ ପାଇଁ ସୁଦୃଢ ସ୍ଥାନ ବାଛିନେଲେ, ତା ପରେ ସେ ଲାର୍ବାରୁ ପଲିପରେ ପରିବର୍ତ୍ତିତ ହୋଇଯାଏ । ଏହି ପଲିପ୍‌ ନିଜର କେ୍ଲାନ ନିଜେ ବନାଇଥାଏ ଓ ଲଗାତାର ବନାଉଥାଏ । ସେହିଭଳି ଅନେକ କେ୍ଲାନ ତି‌ଆରି ହୋଇଯାଏ । କିଛି ଖାସ୍‌ ପଲିପ କେ୍ଲାନର ରୂପ ବଡ ରୂପ ଧାରଣ କରେ । ପରିସ୍ଥିତି ଭଲ ରହିଲେ ପଲିଲ୍‌ ବିଶାଳ ସଂଖ୍ୟାରେ ଏକ ବଡ ଆକାର ନେଇଯାଏ । ଏହି ବିଶାଳ ଆକାର ଭିତରୁ ଛୋଟ କଢି ଭଳି ଜେଲିଫିସ୍‌ ବାହାରିଥାଆନ୍ତି । ତେବେ ଜେଲି ଫିସର ଆରମ୍ଭ ସେତେ ମାତ୍ରାରେ ଅସାଧାରଣ ନ ହେଲେ ବି ଏହାର ମୃତ୍ୟୁ ସମୟ ବେଶ ରୋମାଂଚକର ହୋଇଯାଏ ।

ମେଡ୍ୟୁସା ଅମର ଜେଲିଫିସ୍‌ ଟୁରିଟୋପସିସ୍‌ ଡୋହର୍ନାର ଯେତେବେଳେ ମୃତ୍ୟ ଘଟେ ସେତେବେଳେ ଏହାର ଶରୀର ସମୁଦ୍ରର ଗଭୀରତାକୁ ଚାଲିଯାଏ ଓ ଧୀରେ ଧୀରେ ସଢିବାକୁ ଲାଗେ । ‌ଆଶ୍ଚର୍ଯ୍ୟଜନକ ଭାବେ ଏହାର କୋଷ ଗୁଡିକ ପୁଣିଥରେ ଏକାଠି ହୋଇଥାଏ । ଯାହା ପୁଣିଥରେ ପଲିପ ବନାଇଥାଏ । ଆଉ ଏହି ପଲିପରୁ ନୂଆ ଜେଲିଫିସ୍‌ ବାହାରିଥାଏ । ଆଉ ଏହି ପରି ମେଡୁସା ଜେଲିଫିସ୍‌ ପୁରୁଣା ଜୀବନ ଛାଡି ନୂଆ କରି ଜୀବନ ଆରମ୍ଭ କରିଥାଏ । ତେବେ ମୃତ୍ୟୁକୁ ମାତ୍‌ ଦେଉଥିବା ଏହି କଥା କୌଣସି ବୈଜ୍ଞାନିକ ଗଳ୍ପ ପରି ଲାଗେ । ତେବେ ତସମାନିଆର ଜଣେ ଜେଲିଫିସ୍‌ ରିସର୍ଚ୍ଚର ଏହିଭଳି କିଛି ତଥ୍ୟ ନିକଟରେ ଅତୀତରେ ପାଇଛନ୍ତି । ଯାହା ବାସ୍ତବରେ ହୋସ୍‌ ଉଡାଇଦେଲା ଭଳି ତଥ୍ୟ । ତେବେ କେବଳ ମେଡିସା ଜେଲିଫିସ୍‌ ଏଭଳି ଭାବେ ଅମର ତାହା ନୁହେଁ ବରଂ ଜେଲିଫିସର ଆହୁରି ୫ ପ୍ରଜାତି ଏହିଭଳି ପୁନର୍ବାର ଜୀବିତ ହୋଇ ଅମର ହୋଇଥାଆନ୍ତି ।

immortal jellyfishimmortal jellyfish

ଜେଲିଫିସର ଏହି ଅନନ୍ତ ଜୀବନରୁ କଣ ଲାଭ ମିଳିଥାଏ ‌ଆଉ ସେ ଏଭଳି କାହଁକି କରେ । ତେବେ କୁହାଯାଏ ଜେଲିଫିସ୍‌ ବୟସ ବଢିଲେ ବା କୌଣସି ରୋଗ ହେବା ଦ୍ୱାରା ଦୁର୍ବଳ ପଡିଗଲେ କିମ୍ବା କୌଣସି ବିପଦ ଅନୁଭବ କଲେ ସେ ନିଜର ଅସ୍ତିତ୍ୱ ବଂଚାଇବା ପାଇଁ ଏଭଳି ଅବିଶ୍ୱସନୀୟ ପ୍ରକ୍ରିୟାକୁ ‌ଆପଣାଇଥାଏ । ଆଉ ପୁନର୍ବାର ଜନ୍ମ ନେଇଥାଏ । ଥରେ ଏହି ପ୍ରକ୍ରିୟା ଆରମ୍ଭ ହେଲେ ଏହାର ଛତା ଭଳି ଉପର ଭାଗ ଓ ଟେଣ୍ଟିକଲ୍ସ ତରଳିବାକୁ ଲାଗିଥାଏ । ଏହା ପୁଣିଥରେ ପଲିପରେ ବଦଳିଯାଏ । ଯାହା କୌଣସି ଶକ୍ତ ଜିନିଷ ବା ସରଫେସ୍‌ ସହ ଲାଗି ପୁଣିଥରେ ଜେଲିଫିସ୍‌ ହୋଇଯାଏ । ଏହି ପ୍ରକ୍ରିୟାର ଗୋଟିଏ ଭାଗକୁ ସେଲୁଲାର ଟ୍ରାନ୍ସଡିଫରେନସିଏସନ୍‌ ମଧ୍ୟ କୁହାଯାଏ । ସତରେ ଆମ ବିଶ୍ୱ ଯେତିକି ବିଚିତ୍ର ଏହି ବିଶ୍ୱର ସଂରଚନା ଓ ସୃଷ୍ଟି ମଧ୍ୟ ସେତିକି ନିଆରା ଓ ଅଦ୍ଭୁତ ।