ଗୁରୁତରଙ୍କୁ ତୁରନ୍ତ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ରେବଣା ନୂଆଗାଁରେ ସଂକୀର୍ତ୍ତନ ଚାଲିଥିଲା ବେଳେ ଘଟିଛି । ହଠାତ୍ ଏକ ଦ୍ରୁତଗାମୀ କାର ଆସି ସଂକୀର୍ତ୍ତନ କରୁଥିବା ଲୋକଙ୍କୁ ଧକ୍କା ଦେଇଥିଲା ।
ସାମାନ୍ୟ ଅସାବଧାନତା ଯୋଗୁଁ ଅକାଳରେ ଝଡ଼ି ଯାଉଛି ଜୀବନ । ୨୦୨୦ରେ ସାରା ଦେଶରେ ୧୩ ହଜାରରୁ ଅଧିକ ଟ୍ରେନ୍ ଦୁର୍ଘଟଣା ଘଟିଥିଲା । ଆଉ ଏହି ଦୁର୍ଘଟଣାଗୁଡ଼ିକରେ ପ୍ରାୟ ୧୨୦୦୦ ଲୋକ ପ୍ରାଣ ହରାଇଥିଲେ ।
ବିବାହ ପରେ ବରକନ୍ୟା ଫେରୁଥିବା ବେଳେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ଡ୍ରାଇଭରର ମୃତ୍ୟୁ ହୋଇଥିବା ବେଳେ ବରକନ୍ୟା ଗୁରୁତର ଅଛନ୍ତି ।
ବିବାହ ଉତ୍ସବରୁ ଘରକୁ ଫେରୁଥିବା ବେଳେ ବାଟରେ ଓଲଟିଲା ବସ୍। ବସ୍ଟି ଏକ ବିବାହ ଉତ୍ସବରୁ କନ୍ୟା ପକ୍ଷ ଲୋକଙ୍କୁ ନେଇ ଘରକୁ ଫେରୁଥିବା ବେଳେ ଏହି ଦୁର୍ଘଟଣା ଘଟିଛି।
କାମାକ୍ଷାନଗର ନଦୀକୁ ଖସିଲା ଆଇରନବୋଝେଇ ଟ୍ରକ୍ । ଘଟଣାସ୍ଥଳରେ ଡ୍ରାଇଭରଙ୍କ ମୃତ ।ଟ୍ରକର ଚକା ଫାଟିବାରୁ ଦୁର୍ଘଟଣା ଘଟିଥିବା ସୂଚନା
ବ୍ରାହ୍ମଣୀ ନଦୀକୁ ଖସି ପଡ଼ିଲା ଟ୍ରକ୍। ଚାଲିଗଲା ଡ୍ରାଇଭରଙ୍କ ଜୀବନ।
ବସ୍ ଚକ ସଜାଡ଼ିବା ବେଳେ ବସ୍ ତଳେ ଚାପି ହୋଇ ଚାଲିଗଲା ଡ୍ରାଇଭରଙ୍କ ଜୀବନ। ରାସ୍ତାକଡ଼ରେ ବସ୍ ରଖି ଚକ ସଜାଡ଼ୁଥିଲେ ଡ୍ରାଇଭର।
ଦୁର୍ଘଟଣା ଯୋଗୁଁ କୋରାପୁଟ୍ ଜିଲ୍ଲା ସୁଙ୍କି ଘାଟିରେ ରାସ୍ତା ଜାମ୍.. ଦୁର୍ଘଟଣାସ୍ଥଳର ଉଭୟ ପାର୍ଶ୍ୱରେ ବହୁ ଦୂର ଯାଏ ଶହ ଶହ ଗାଡ଼ି ଅଟକି ରହିଛନ୍ତି..
ଡ୍ୟୁଟି ସାରି ଘରକୁ ଫେରିବା ସମୟରେ ବାଟରେ ଛକି ବସିଥିଲା ଯମ । ଦୁର୍ଘଟଣାରେ ୫ ଜଣଙ୍କର ଜୀବନ ଚାଲିଗଲା ।
ଲକ୍ଷ୍ୟ ଯଦି ସକାରାତ୍ମକ ଆଉ ଇଚ୍ଛାଶକ୍ତି ଯଦି ଦୃଢ.. ତେବେ ସବୁକିଛି ସମ୍ଭବ.. ଭଦ୍ରକର ନୟନାନନ୍ଦ ମହାନ୍ତି ଆଉ କଟକ ନିଆଲିର ସଂଗ୍ରାମଜିତ୍ ହାତୀ ହେଉଛନ୍ତି ଏହାର ଜ୍ୱଳନ୍ତ ଉଦାହରଣ.. ଉଭୟଙ୍କ କାହାଣୀ ଆପଣଙ୍କୁ ନିଶ୍ଚୟ ପ୍ରେରଣା ଯୋଗାଇବ..
ପିକ୍ନିକ୍ ସାରି ଘରକୁ ଫେରୁଥିବା ବେଳେ ଗାଡ଼ି ଧକ୍କାରେ ୩ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ବାଇକ୍ ଦୁର୍ଘଟଣାରେ ଆଉ ଜଣଙ୍କ ଜୀବନ ଚାଲି ଯାଇଛି। ବଲାଙ୍ଗିରରେ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ଭୟଙ୍କର ସଡ଼କ ଦୁର୍ଘଟଣାରେ ଦିବଙ୍ଗତ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ୫ ଜଣ ସମ୍ପର୍କୀୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ଏଥିରେ ୪ ଜଣ ଆହତ ହୋଇଛନ୍ତି।
ରାସ୍ତାରେ କଡ଼ରେ ଏକ ପେଟ୍ରୋଲ ଟ୍ୟାଙ୍କର ଓଲଟି ପଡ଼ିଥିଲା । ଆଉ ସେଥିରୁ ପେଟ୍ରୋଲ ନିଗିଡ଼ି ତଳେ ଅଜାଡ଼ି ହୋଇଥିଲା । ଯାହାକୁ ଲୋକ ବୋହି ନେଇଛନ୍ତି ।
ରାଜସ୍ଥାନର ବାରମେର-ଯୋଧପୁର ଜାତୀୟ ରାଜପଥରେ ଘଟିଲା ମର୍ମନ୍ତୁଦ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୮ ଜଣଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି । ଦୁର୍ଘଟଣା ପରେ ଯାତ୍ରୀବାହୀ ବସଟି ହୁତୁହୁତୁ ହୋଇ ଜଳିଯାଇଥିଲା । ଫଳରେ ନିଆଁରେ ପୋଡ଼ି ହୋଇ ୮ ଜଣ ଲୋକ ପ୍ରାଣ ହରାଇଛନ୍ତି ।
ମର୍ଣ୍ଣିଂ ୱାକ୍ କରୁଥିବା ବେଳେ ୨ ମହିଳାଙ୍କ ଉପରେ ମାଡ଼ିଗଲା ଅଜଣା ଗାଡ଼ି। ଫଳରେ ଘଟଣାସ୍ଥଳରେ ହିଁ ଉଭୟଙ୍କ ମୃତ୍ୟୁ ଘଟିଛି। ୫୭ ନମ୍ବର ଜାତୀୟ ରାଜପଥ କପାସିଆ ଛକରେ ଆଜି ସକାଳୁ ସକାଳୁ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।
ଜାମ୍ମୁ କାଶ୍ମୀରର ଡୋଡା ଠାରେ ମର୍ମନ୍ତୁତ ସଡ଼କ ଦୁର୍ଘଟଣା । ଚାଲିଗଲା ୮ ଜଣଙ୍କ ଜୀବନ । ଆଜି ସକାଳେ ଥାତ୍ରି-ଡୋଡା ରୋଡରେ ଥିବା ସୁଇ ଗାୱାରୀରେ ଏକ ସଡ଼କ ଦୁର୍ଘଟଣାରେ ୮ ଜଣ ପ୍ରାଣ ହରାଇଥିବା ବେଳେ ୧୨ରୁ ଅଧିକ ଆହତ ହୋଇଛନ୍ତି । ପ୍ରାରମ୍ଭିକ ସୂଚନା ଅନୁସାରେ ମିନିବସ୍ ଥାତ୍ରି ରୁ ଦୋଡା ଅଭିମୁଖେ ଯାଉଥିଲା
ଦ୍ରୁତ ଗତିରେ ଆସି ମହିଳା ଚାଷୀଙ୍କ ଉପରେ ଚଢ଼ଗିଲା ଟ୍ରକ୍। ମହିଳାମାନେ ଡିଭାଇଡର୍ ଉପରେ ବସିଥିବା ବେଳେ ଦ୍ରୁତ ଗତିରେ ଏକ ଟ୍ରକ୍ ଆସି ସେମାନଙ୍କ ଉପରେ ଚଢ଼ି ଯାଇଥିଲା।
ଜାତୀୟ ରାଜପଥରେ ୩ ଜଣ ମହିଳାଙ୍କ ଉପରେ ମାଡ଼ିଗଲା ଟ୍ରକ୍। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଟ୍ରକ୍ ଡ୍ରାଇଭର ଗାଡ଼ି ଧରି ଫେରାର ହୋଇ ଯାଇଛନ୍ତି।
୬ ବର୍ଷର ପିଲାକୁ ବାଘ ନେଇଗଲା । ଛତିଶଗଡ଼ ସିହାୱା ଶୀତଳା ମନ୍ଦିର ଯାଇଥିଲା ବେଳେ ଏପରି ଅଘଟଣ ଘଟିଛି । ପରିବାର ସହ ବୁଲିବାକୁ ଯାଇଥିଲା ବେଳେ ପିଲାକୁ ବାଘ ଝାମ୍ପିନେଇଥିବା ସୂଚନା ମିଳିଛି
ଦିନକୁ ଦିନ ବଢିବାରେ ଲାଗିଛି ଦୁର୍ଘଟଣା। ସ୍ଥିତି ଏମିତି ହେଲାଣି ଯେ, ଦୁର୍ଘଟଣାର ଶିକାର ହୋଇ ରାସ୍ତା ଉପରେ ହିଁ ଅନେକ ଲୋକ ପ୍ରାଣ ହରାଉଛନ୍ତି। ଯାହାକୁ ନେଇ କେନ୍ଦ୍ର ସରକାରଙ୍କର ଚିନ୍ତା ବଢିଛି। ଦୁର୍ଘଟଣାକୁ ଏଡ଼ାଇବା ପାଇଁ କେନ୍ଦ୍ରଠୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ଅନେକ ଯୋଜନା କରିଛନ୍ତି ସତ କିନ୍ତୁ କିଛି ଲାଭ ହେଉନାହିଁ।
ନୂଆପଡା ଜିଲ୍ଲା ଖଡ଼ିଆଳ ବୋଡେନ ଛକରେ ଅଭାବନୀୟ ଘଟଣା ଘଟିଛି। ଗୋଟିଏ କ୍ରେନ ତଳେ ଘଣ୍ଟାଏ ପର୍ଯ୍ୟନ୍ତ ଚାପି ହୋଇଥିଲେ ଦୁଇ ବାଇକ ଆରୋହୀ। ବଡ଼କଷ୍ଟରେ ୨ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି
ବିଦ୍ୟୁତ୍ ଆଘାତରେ ଚାଲିଗଲା ପୂରା ପରିବାର। ଟଳିପଡିଲେ ବାପା, ମାଆ ଓ ଝିଅ। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତୋ ଗାଁରେ ସନ୍ଧ୍ୟାରେ ଏହି ଦୁଃଖଦ ଘଟଣା ଘଟିଛି। ଘର ଚାର୍ଜ ହୋଇଯିବାରୁ ଅଘଟଣ ଘଟିଥିଲା
ଗଂଜାମ ଗାଙ୍ଗପୁର ଥାନା କୁଲାଙ୍ଗି-କାଳିଆଗୁଡ଼ା ରାସ୍ତାରେ ଓଲଟିଛି ନୀଳକଣ୍ଠ ନାମକ ଯାତ୍ରୀବାହୀ ବସ । ବସଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡିଛି । ନୀଳକଣ୍ଠ ନାମକ ଘରୋଇ ବସ ଟି ସୋରଡା ରୁ ଭଞ୍ଜନଗର ଅଭିମୁଖେ ଯାତ୍ରା କରୁଥିଲା । ବସ ରେ ୩୦ ରୁ ଅଧିକ ଯାତ୍ରୀ ଥିଲେ ।
ପଞ୍ଚସଖା ନଗର ପାଖ ଡ୍ରେନରୁ ଏକ ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଛାତ୍ର ଭାସିଯିବା ଘଟଣାରେ ଖୋଜାଖୋଜି ବେଳେ ଏହି ମୃତଦେହ ମିଳିଛି । ବର୍ତ୍ତମାନ ମୃତଦେହକୁ ଚିହ୍ନଟ ପାଇଁ ଉଦ୍ୟମ ଜାରି ରହିଛି । ମୃତଦେହଟିକୁ ଏମ୍ସ ଅଭିମୁଖେ ନିଆଯାଉଥିବା ସୂଚନା ମିଳିଛି । ସେପଟେ ମୃତଦେହ ଚିହ୍ନଟ ପାଇଁ ଏମ୍ସ ଯାଉଛନ୍ତି ନିକଟ ସମ୍ପର୍କୀୟ । ଉଦ୍ଧାର ମୃତଦେହରେ କ୍ଷତ ଚିହ୍ନ ଥିବା କହିଲେ ଉଦ୍ଧାରକାରୀ ଦଳ ।