ଜନ୍ମଦିନ ପାଳନ ପାଇଁ ଘରକୁ ଫେରୁଥିଲେ ଦୁଇବନ୍ଧୁ। ଦୁର୍ଘଟଣା ଘଟିବାରୁ ଡାକ୍ତରଖାନାରେ ମୃତ୍ୟୁ ସହ ଲଢ଼ି ଲଢ଼ି ଶେଷରେ ଚାଲିଗଲେ।
ହଳଦିଆପଦରରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଟ୍ରେନ୍ ଧକ୍କାରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ଲେଭଲ୍ କ୍ରସିଂ ନିକଟରେ ଏହି ଦୁର୍ଘଟଣା ଘଟିଛି। ରେଳ ଧାରଣା ଅତିକ୍ରମ କରୁଥିବା ବେଳେ ସେମାନଙ୍କୁ ଟ୍ରେନ୍ ଧକ୍କା ଦେଇଥିବା ସନ୍ଦେହ କରାଯାଉଛି।
ଖେଳୁ ଖେଳୁ ପ୍ରେସର କୁକରରେ ନିରୀହ ଦେଢ଼ ବର୍ଷର ଶିଶୁ ମୁଣ୍ଡ ଭର୍ତ୍ତି କରିଦେଇଥିଲା । ହେଲେ ମୁଣ୍ଡ ବାହାର ନକରି ପାରିବାରୁ ଛଟପଟ ହୋଇ ବିକଳ ଭାବରେ କାନ୍ଦିବାରେ ଲାଗିଲା । ପରିବାର ଲୋକଙ୍କ ଅନେକ ଚେଷ୍ଟା ପରେ ବି କୁକରୁ କୁନି ପୁଅର ମୁଣ୍ଡ ବାହାର କରିପାରିନଥିଲେ । ଏପଟେ କାନ୍ଦି କାନ୍ଦି ଅଥୟ ହୋଇଯାଉଥିଲା ଶୁଶୁଟି । ଶେଷରେ ଅନ୍ୟ ଉପାୟ ନପାଇ ତୁରନ୍ତ ହସ୍ପିଟାଲ ନେଇ ଯାଇଥିଲେ ପରିବାର ଲୋକ ।
ଏକାଠି ବସି ପରିବାର ସଦସ୍ୟମାନେ ଡିନର୍ କରୁଥିବା ବେଳେ ହଠାତ୍ ଖସି ପଡ଼ିଲା ସିଲିଂ ଫ୍ୟାନ୍। ଫ୍ୟାନ୍ଟି ଜଣେ ଶିଶୁ ଉପରେ ଖସି ପଡ଼ିଥିବା ଜଣାପଡ଼ିଛି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।
ଓଡ଼ିଶା - ଆନ୍ଧ୍ର ସୀମାନ୍ତରେ ଥିବା ଇଚ୍ଛାପୁରମ ନିକଟରେ ଜଣେ ଆର୍ମି ଯବାନଙ୍କ ଅନ୍ତିମ ସଂସ୍କାରରେ ଯୋଗଦେଇଥିଲେ। ଏହାପରେ ଶ୍ରୀକାକୁଲମ ସହରର ଜିଲ୍ଲା ମୁଖ୍ୟାଳୟକୁ ଫେରୁଥିଲେ।
ରାଜସ୍ଥାନର ଅଜ୍ମେର୍ରେ ଭୟଙ୍କର ସଡ଼କ ଦୁର୍ଘଟଣା। ଜୀବନ୍ତ ଜଳିଗଲେ ୪ ଜଣ। ଆଜି ସକାଳୁ ହିଁ ରାଜସ୍ଥାନର ଅଜମେର ଜିଲ୍ଲାରେ ଏକ ବଡ଼ ସଡ଼କ ଦୁର୍ଘଟଣା ଘଟିଛି। ସହରର ଆଦର୍ଶ ନାଗର ପୋଲିସ ଷ୍ଟେସନ ଅଞ୍ଚଳରେ ୨ ଟି ଟ୍ରେଲର ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା। ଧକ୍କା ଏହେ ତୀବ୍ର ଥିଲା ଯେ, ଉଭୟ ଟ୍ରେଲରରେ ନିଆଁ ଲାଗିଯାଇଥିଲା। ଏହି କାରଣରୁ ଟ୍ରେଲରରେ ଥିବା ୪ ଜଣ ଲୋକ ଜୀବନ୍ତ ଜଳିଯାଇଛନ୍ତି
ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ବାହାର କରିବା ପାଇଁ ବହୁ ଉଦ୍ୟମ କରିବାକୁ ପଡିଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ କାରଟି ପୂରା କଣ୍ଟେନର୍ ଭିତରକୁ ପଶିଯାଇଛି । ଫଳରେ ମୃତ ଦେହ ବାହାର କରିବକୁ ଗ୍ୟାସ କଟରରେ କାରକୁ କଟାଯାଇଥିଲା
ଘାଟିରୁ ୧୦୦ ଫୁଟ ତଳକୁ ଖସିଲା ପିଆଜ ବୋଝେଇ ଟ୍ରକ୍। ଏହି ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।
ମିଥ୍ୟା ଦୁର୍ଘଟଣା ବୀମା ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ କ୍ଷତି ପୂରଣ ବାବଦରେ ଦିଆଯାଇଥିବା ଟଙ୍କା ସୁଧ ସହିତ ଫେରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।
ମଧ୍ୟପ୍ରଦେଶ ବିଦିଶାରେ ଅଭାବନୀୟ ଘଟଣା । ଜଣେ ଶିଶୁକୁ ବଞ୍ଚାଇବାକୁ ଯାଇ କୂଅ ଭିତରେ ପଡିଗଲେ ୨୦ରୁ ଉର୍ଦ୍ଧ ଲୋକ ।
ଭୁଶୁଡିପଡିଲା ନିର୍ମାଣାଧୀନ ଜାତୀୟ ରାଜପଥର ଓଭରବ୍ରିଜ୍ । ବ୍ରିଜ ତଳେ ଚାପି ହୋଇ ରହିଛି କାର ଓ ଟ୍ରକ । ପୋଲିସ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଏହି ସଂଖ୍ୟା ବଢିବା ଆଶଙ୍କା କରାଯାଉଛି