• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଭୂତପଙ୍କାଳ ନିକଟରେ ଓଲଟିଲା ଭ୍ୟାନ । ଦୁର୍ଘଟଣାରେ ୧୬ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୪ ଜଣ ଗୁରୁତର ହୋଇଛନ୍ତି । ଆହତମାନେ ସ୍ଥାନୀୟ ନରେନ୍ଦ୍ରପୁର ଗାଁର ବୋଲି ଜଣାପଡ଼ିଛି । ସମସ୍ତଙ୍କୁ ପ୍ରଥମେ ଗଜଲବାଡ଼ି ଓ ପରେ ସୋରଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ପଠାଯାଇଛି ।

ଭ୍ୟାନଟି ଦାରିଙ୍ଗିବାଡ଼ିରୁ ବ୍ରହ୍ମପୁର ନିକଟ ନରେନ୍ଦ୍ରପୁର ଗାଁକୁ ଫେରୁଥିଲା । ତେବେ ଭୂତପଙ୍କାଳ ନିକଟରେ ଥିବା ବୁଲାଣି ରାସ୍ତାରେ ଭାରସାମ୍ୟ ହରାଇ ଗାଡ଼ିଟି ଓଲଟି ପଡ଼ିଥିଲା । ସୋରଡ଼ା ପୋଲିସ ଓ ଦମକଳ ବାହିନୀ ପହଞ୍ଚି ଆହତଙ୍କୁ ଉଦ୍ଧାର କରିଥିଲା । ଗାଡ଼ିରେ ଡ୍ରାଇଭର ସମେତ ୨୧ଜଣ ଥିଲେ। ପୁଲିସ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।