/odishatv-khabar/media/post_attachments/uploadimage/library/16_9/16_9_0/Accident_1656936935.jpg)
Accident
ନୂଆପଡ଼ା ଜିଲ୍ଲା କୋମନା ନିକଟରେ ମର୍ମନ୍ତୁଦ ଦୁର୍ଘଟଣା । ଟ୍ରକ ଧକ୍କାରେ ୪ ଜଣଙ୍କ ମୃତ୍ୟୁ । ମୃତକଙ୍କ ମଧ୍ୟରେ ଜଣେ ଶିଶୁ ଥିବା ସୂଚନା । ଏହା ସହିତ ଅନ୍ୟ ଜଣେ ଗୁରୁତର । ଗୋଟିଏ ବାଇକ୍ରେ ୫ ଜଣ ଯାଉଥିବା ବେଳେ କୋମନା ନିକଟ କ୍ରିଷ୍ଣା ଗାଁ ଛକ ନିକଟରେ ବାଇକ୍କୁ ଧକ୍କା ଦେଇଥିଲା ଟ୍ରକ । ଘଟଣାସ୍ଥଳରେ ହିଁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହସ୍ପିଟାଲରେ ଆଉ ଜଣକର ଜୀବନ ଯାଇଛି ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ୩ ଜଣ ଯୁବକ, ଜଣେ ମହିଳା ଓ ଜଣେ ଶିଶୁ ବାଇକରେ କୋମନା ପାର୍ଶ୍ୱରୁ ନୂଆପଡ଼ା ଅଭିମୁଖେ ଯାଉଥିଲେ । ତେବେ କୋମନା ନିକଟସ୍ଥ କ୍ରିଷ୍ଣା ଗାଁ ଛକରେ ବାଇକକୁ ଧକ୍କା ଦେଇଥିଲା ସମ୍ମୁଖରୁ ଆସୁଥିବା ଟ୍ରକ୍ । ଘଟଣା ସ୍ଥଳରେ ୩ ଜଣ ଯୁବକଙ୍କ ମୃତ୍ୟୁ ଘଟିଥିଲା ।
ସ୍ଥାନୀୟ ଲୋକେ ମହିଳା ଓ ଶିଶୁକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କୋମନା ମେଡିକାଲ୍ରେ ଭର୍ତ୍ତି କରିଥିଲେ । ମାତ୍ର ଶିଶୁକୁ ମୃତ ଘୋଷଣା କରିଥିଲେ ଡାକ୍ତର । ତେବେ ମହିଳାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି । ମୃତ ଓ ଆହତଙ୍କ ପରିଚୟ ମିଳିପାରି ନାହିଁ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)