• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Chandan Shishu

ପ୍ରତ୍ୟେକ ସଡ଼କ ଦୁର୍ଘଟଣା ଆକସ୍ମିକ ନୁହେଁ, କିମ୍ବା ବେପରୁଆ ଗାଡ଼ି ଚାଳନାରୁ ନୁହେଁ। ରାଜରାସ୍ତାରେ ବେଳେବେଳେ ଏମିତି ଦୁର୍ଘଟଣା ଘଟେ, ଆପଣଙ୍କ ଆଖିକୁ ଆକସ୍ମିକ ଲାଗୁଥିଲେ ବି ତାହା ଯେ ସୁଚିନ୍ତିତ ମର୍ଡରପ୍ଲଟ, ଜାଣିଲେ ଚକିତ ହେବେ। ଆଜି ଆମେ ଯାଜପୁର ଜିଲ୍ଲାର ଏମିତି ଏକ ସଡ଼କ ଦୁର୍ଘଟଣାର କାହାଣୀ ଲେଖୁଛୁ, ଯେଉଁଠି ସାମାନ୍ୟ ବଚସାରୁ ମା ଓ ଝିଅଙ୍କୁ ଟ୍ରକ୍ ମଡ଼ାଇ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଯାଜପୁର ଜିଲ୍ଲା ଜେନାପୁର ଥାନା ଅନ୍ତର୍ଗତ ବରଡ଼ା ଛକରେ ଘଟିଥିବା ଦୁର୍ଘଟଣା ହେଉଛି ହତ୍ୟାପାଇଁ ସୁଚିନ୍ତିତ ଷଡ଼ଯନ୍ତ୍ର। ଟ୍ରକ ଚପାଇ ହତ୍ୟା କରାଯାଇଛି ସୁକିନ୍ଦା ଅଞ୍ଚଳର ଅଶୋକ ଚକ୍ରବର୍ତ୍ତିୀଙ୍କ ୪୭ ବର୍ଷିୟା ପତ୍ନୀ ଶ୍ରୀତିକା ଚକ୍ରବର୍ତ୍ତି ଏବଂ ୨୪ ବର୍ଷିୟା ଝିଅ ଲିପିକା ଚକ୍ରବର୍ତ୍ତିଙ୍କୁ। ବାପାଙ୍କ ଶୁଦ୍ଧି କ୍ରିୟା ସାରି ଶୋକସନ୍ତପ୍ତ ଅବସ୍ଥାରେ ଘରକୁ ଘେରୁଥିବାବେଳେ ଶ୍ରୀତିକା ଓ ଶ୍ରୀତିକାଙ୍କ ଝିଅ ଲିପିକାଙ୍କୁ ଟ୍ରକ୍ ମଡ଼ାଇ ବରଡ଼ା ଛକରେ ମାରିଦିଆଯାଇଛି। ପୋଲିସ ଏନେଇ ନିଜ ଆଡୁ ହତ୍ୟା ମାମଲା ରୁଜୁ କରିବା ପରେ ସାମ୍ନାକୁ ଆସିଛି ସତ। ଏପରିକି ଶ୍ରୀତିକାଙ୍କ ଭାଇ ବି ଥାନାରେ ଏତଲା ଦେଇଛନ୍ତି।

ଅଭିଯୁକ୍ତ ଟ୍ରକ ଡ୍ରାଇଭରଙ୍କ ଯାହାଙ୍କ ନାଁ ଅମର ସ୍ୱାଇଁ। ଘର ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ତୋଟାକଣ ଗାଁରେ। ମିଳିଥିବା ସୂଚନା ଅନୁଯାୟୀ, ଗତକାଲି ସମୟ ସଂଧ୍ୟା ପ୍ରାୟ ସାଢ଼େ ୫ଟା। ବାପାଙ୍କ ଶୁଦ୍ଧିକ୍ରିୟା ପରେ କେନ୍ଦ୍ରାପଡ଼ା ଜିଲ୍ଲା ରାମନଗର ଗାଁରୁ ଝିଅ ଲିପିକାଙ୍କ ସହ ସ୍କୁଟର୍‌ରେ ଘରକୁ ଫେରୁଥିଲେ ଶ୍ରୀତିକା। ତେବେ ଏନ୍ଏଚ୍ ୫୩ ଆରୁହା ଛକରେ ସାଇଡମରାକୁ ନେଇ ଡ୍ରାଇଭର ଅମର ସ୍ୱାଇଁ ସହ ଶ୍ରୀତିକା ଓ ଲିପିକା ପାଟିତୁଣ୍ଡ କରିଥିଲେ। ପରେ ସ୍ଥାନୀୟ ଲୋକେ ବୁଝାସୁଝା କରିବା ପରେ ଗାଁ ଅଭିମୁଖେ ଉଭୟେ ବାହାରିଥିଲେ।

ତେବେ ଆକ୍ରୋଶର ନିଆଁରେ ଜଳୁଥିବା ଅମର କିନ୍ତୁ ଥିଲେ ନଛୋଡ଼ବନ୍ଧା। ଆରୁହା ଛକରୁ କିଛି ବାଟ ଗଲା ପରେ ମା, ଝିଅଙ୍କୁ ପିଛା କରିଥିଲେ ଅମର ଏବଂ ଆରୁହା ଛକରୁ ୧୦ କିଲୋମିଟର ଦୂର ବରଡ଼ା ଛକରେ ସିଧା ପଛପଟୁ ସେ ଟ୍ରକ୍ ଚଢ଼ାଇଦେଇଥିଲେ। ଫଳରେ ଘଟଣାସ୍ଥଳରେ ହିଁ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ଟ୍ରକ୍ ବି ଭାରସାମ୍ୟ ହରାଇ ଓଲଟିପଡ଼ିଥିଲା। ପ୍ରଥମରୁ ଏହାକୁ ଦୁର୍ଘଟଣା ବୋଲି କୁହାଯାଉଥିଲା, କିନ୍ତୁ ପୋଲିସ ତଦନ୍ତରୁ ଜଣାପଡ଼ିଥିଲା ଉଦ୍ଦେଶ୍ୟମୂଳକ ଭାବେ ହତ୍ୟା କରାଯାଇଛି। ପୋଲିସ ଏବେ ସଂପୃକ୍ତ ଟ୍ରକ ଡ୍ରାଇଭରଙ୍କୁ ଗିରଫ କରିଛି। ା

କିଛିଦିନ ତଳର ବଲାଙ୍ଗିର ଘଟଣାକୁ ଥରେ ମନେପକାନ୍ତୁ, ଟ୍ରକ ମଡ଼ାଇ ଜଣେ ଡ୍ରାଇଭର ସହର ମଝିରେ ହତ୍ୟା ଉଦ୍ୟମ କରିଥିଲା। ସମ୍ବଲପୁର ବୁର୍ଲାରେ ଜଣେ ଆଇନଜୀବୀ ଜ୍ୱାଇଁ ନିଜ ଶ୍ୱଶୁର ଓ ସମ୍ପର୍କୀୟ ଶାଳକଙ୍କୁ କାର୍ ମଡ଼ାଇ ହତ୍ୟା ଉଦ୍ୟମ କରିଥିଲେ ବିଚ୍ ବଜାରରେ। ଆଉ ଏବେ ଯାଜପୁରରେ ଘଟିଛି ଲୋମଟାଙ୍କୁରା ହତ୍ୟାକାଣ୍ଡ। ତେଣୁ ରାସ୍ତାରେ ଯିବା ଆସିବାବେଳେ ସତର୍କ ଆଉ ସାବଧାନ ରହିବା ଜରୁରୀ।

 ରିପୋର୍ଟ: ଜନ୍ମେଜୟ ଦାସ ଓ ଗୁଲାମ ଗସ୍‌