• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଫାଟିଲା ତେଲ ଟ୍ୟାଙ୍କର । ବ୍ରିଜ ଉପରୁ ତଳକୁ ଖସି ବିସ୍ଫୋରଣ ହେଲା ତେଲ ଟ୍ୟାଙ୍କର । ନୟାଗଡ ଜିଲ୍ଲା ବଡ ପଣ୍ଡୁସର ବ୍ରିଜ୍‌ରେ ତେଲ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ୪ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଜଣେ ଗୁରୁତର ହୋଇଥିବା ଜଣାପଡ଼ିଛି । ପ୍ରାଥମିକ ସୂଚନା ଅନୁସାରେ ମୃତକଙ୍କ ମଧ୍ୟରେ ୪ଜଣ ସ୍ଥାନୀୟ ଲୋକ ଥିବା ସୂଚନା ମିଳିଛି । ସେମାନେ ହେଲେ ପଙ୍କଜ ନାୟକ, ଦିପୁ ଖଟୁଆ, ସମୀର ନାୟକ ଓ ଚନ୍ଦନ ଖଟୁଆ । ସେମାନେ ଉଦ୍ଧାର ପାଇଁ ଯାଇଥିବା ବେଳେ ବିସ୍ଫୋରଣ ହୋଇଥିଲା । ଗୁରୁତରଙ୍କୁ ଚିକିତ୍ସା ପାଇଁ ପ୍ରଥମେ ନୟାଗଡ଼ ମେଡିକାଲକୁ ନିଆଯାଇଥିଲା ପରେ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି ।

ବିଳମ୍ବିତ ରାତିରେ ନୟାଗଡ ବଡ ପଣ୍ଡୁସର ବ୍ରିଜରେ ବାଡେଇ ହୋଇ ଏକ ତେଲ ଟ୍ୟାଙ୍କର ବ୍ରିଜ ତଳକୁ ଓଲଟି ପଡିଥିଲା । ଏହାପରେ ଟ୍ୟାଙ୍କରେ ନିଆଁ ଲାଗି ବିସ୍ପୋରଣ ହୋଇଥିଲା । ଏଥିରେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଖବର ପାଇ ସ୍ଥାନୀୟ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କରିଛନ୍ତି । ସ୍ଥାନୀୟ ଲୋକ ମଧ୍ୟ ପୋଲିସକୁ ଅଗ୍ନିଶମ ବାହିନୀକୁ ସହଯୋଗ କରିଛନ୍ତି ।