Advertisment

ରାତି ଅଧରେ ଶ୍ରୀମନ୍ଦିର ଚାରିକଡ଼େ ଜିପିଆର ସର୍ଭେକୁ ନେଇ ବିବାଦ: ପୁରୀ ସାଂସଦଙ୍କୁ ସମ୍ବିତ୍ ଓ ଅପରାଜିତାଙ୍କ ନିଶାନା

ରାଜ୍ୟ ସରକାରଙ୍କୁ ନରସିଂହ ମିଶ୍ର ମଧ୍ୟ ଟାର୍ଗେଟ୍ କରିଛନ୍ତି । ଶଙ୍କରାଚାର୍ଯ୍ୟ କହିଲେ, ତପଭୂମିକୁ ଭୋଗଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ ।

author-image
Prangyan Parimita
undefined

GPR Survey

ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ରାତି ଅଧରେ GPR ସର୍ଭେକୁ ନେଇ ବଡ଼ ବିବାଦ । OBCC ଚଂଚକତା କରି ଏଭଳି ସର୍ଭେ କରୁଥିବା ନେଇ ଐତିହ୍ୟ ପ୍ରକଳ୍ପ ବିରୋଧୀ ଅଭିଯୋଗ ଆଣିଥିବାବେଳେ ରାଜ୍ୟ ସରକାରଙ୍କ ମିଛ ଧରାପଡ଼ିଛି ବୋଲି କହିଛନ୍ତି। ଏହାକୁ ନେଇ ବିଜେପି ଓ କଂଗ୍ରେସ ମଧ୍ୟ ରାଜ୍ୟ ସରକାର ଏବଂ ପୁରୀ ସାଂସଦଙ୍କୁ ନିଶାନା କରିଛନ୍ତି । ଯାହାର ଜବାବ ରଖିଛି ବିଜେଡି।

Advertisment

ଗତ କାଲି ରାତି ୧୨ଟାରେ ଚାଲିଥିଲା ଶୂନଶାନ୍ ରାତିରେ ଜିପିଆର ସର୍ଭେ । କିଛି ବ୍ୟକ୍ତି ଶ୍ରୀମନ୍ଦିରର ପୂର୍ବ-ଦକ୍ଷିଣ କୋଣ କାକୁଡି ଖାଇ ପୀଠ ପାଖରୁ ଆରମ୍ଭ କରି ମନ୍ଦିର ଚାରିପାଖେ ଏକ ମେସିନ ଧରି ବୁଲୁଥିଲେ। ପୂର୍ବରୁ ଏମାର ମଠ ଜାଗାରେ ବି ବୁଲାଇ ଥିଲେ। ଏଥିରେ ନିୟୋଜିତ କର୍ମଚାରୀଙ୍କୁ ବାରମ୍ବାର ପଚାରିବାରେ, ଏହା GPR ସର୍ଭେ ବୋଲି ମାନିଥିଲେ। କହିଥିଲେ-ଓବିସିସିର ଚିଠି କ୍ରମେ ଗୁଜରାଟ ଆଇଆଇଟି ପକ୍ଷରୁ ସର୍ଭେ ହେଉଛି ।

ଜିଓକାର୍ଟ ରାଡାର ଟେକ୍ନୋଲୋଜି ପ୍ରାଇଭେଟ୍ ଲିମିଟେଡ଼ ଜରିଆରେ ୪ ଦିନରେ ସାରିବାକୁ ନିର୍ଦ୍ଦେଶ ରହିଛି । ୨ଦିନ ସର୍ଭେ ସରିଲାଣି, ଆହୁରି ୨ଦିନ ବାକି ଅଛି। ଏଠି ପ୍ରଶ୍ନ- ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ବିବାଦ ଚରମ ସୀମାରେ ଥିବାବେଳେ ରାତି ଅଧରେ କାହିଁକି ଚାଲିଛି ଜିପିଆର୍ ସର୍ଭେ? ଏହା ଦିନରେ କରାଯିବାରେ ଅସୁବିଧା କେଉଁଠି? କଣ ଲୁଚାଇବାକୁ ଚାହୁଁଛନ୍ତି ପ୍ରକଳ୍ପ ଦାୟିତ୍ୱରେ ଥିବା ସଂସ୍ଥା ଓବିସିସି ଓ ଟାଟା ପ୍ରୋଜେକ୍ଟ?

Advertisment

ସେପଟେ ଐତିହ୍ୟ ପ୍ରକଳ୍ପ ପାଇଁ ଚାଲିଥିବା ବେଆଇନ୍ ଖନନକୁ ବିରୋଧ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିବା ସାମାଜିକକର୍ମୀ ସିଧା ସିଧା କହିଛନ୍ତି- ସରକାରଙ୍କ ଗଫଲତି ଧରା ପଡ଼ିଛି। କୋର୍ଟରେ ଦାଖଲ ଜଏଣ୍ଟ ଭେରିଫିକେସନ୍ ରିପୋର୍ଟର ୯ ନମ୍ବର ପଏଣ୍ଟରେ ପ୍ରକଳ୍ପ ସ୍ଥଳରେ ଆଦୌ ଜିପିଆର୍ ସର୍ଭେ ହୋଇନଥିଲା ବୋଲି ଏଏସ୍ଆଇ ଯାହା ଦର୍ଶାଇଥିଲା ତାହା ବି ସ୍ପଷ୍ଟ ହୋଇଛି। ଏମିତିକି ବେଆଇନ୍ ଖନନ ଯୋଗୁଁ ଏମ୍ଆର ମଠ ପରିସରରୁ ମିଳିଥିବା ଭଙ୍ଗା ସିଂହ ହିଁ ଅନେକ କୀର୍ତ୍ତିରାଜି ନଷ୍ଟ ହୋଇଥିବାର ବଳିଷ୍ଠ ପ୍ରମାଣ।

ସେପଟେ ରାତି ଅଧିଆ GPR ସର୍ଭକୁ ନେଇ କଡ଼ା ଆପତ୍ତି ଉଠାଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ସମ୍ବିତ୍ କହିଛନ୍ତି ପୁରୀ ସାଂସଦ ପିନାକୀ ମିଶ୍ରଙ୍କ ମିଛ ଧରାପଡ଼ିଛି । ଗୋଟିଏ ମିଛ ଲୁଚାଇବାକୁ କିଭଳି ହଜାରେ ମିଛ କହିବାକୁ ପଡ଼େ, ତାର ବି ପ୍ରମାଣ ମିଳିଛି । GPRS ବେଳେ ASI ଅଧିକାରୀ ଅଛନ୍ତି କି ନାହିଁ ସ୍ପଷ୍ଟ କରିବା ସହ ପିନାକୀଙ୍କୁ ଫଟୋ ସହ ପ୍ରମାଣ ଭିତ୍ତିକ ତଥ୍ଯ ଦେବାକୁ ଦାବି କରିଛନ୍ତି ସମ୍ବିତ୍ ।

ସେହିପରି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ବି ଏ ପ୍ରସଙ୍ଗରେ ନିଶାନା କରି ଟ୍ବିଟ୍ ଯୋଗେ ଲେଖିଛନ୍ତି -ସାଢ଼େ ୪ କୋଟି ଓଡ଼ିଶାବାସୀ ଜାଣି ଗଲେଣି ରାଜ୍ୟ ସରକାର ଭୁଲ କରିଛନ୍ତି। ସତ୍ସାହସ ଅଛି ତ ଦିନରେ ଲୋକଙ୍କ ସାମ୍ନାରେ ସର୍ଭେ କରନ୍ତୁ। ପ୍ରଥମେ ପୁରୀ ସାଂସଦଙ୍କୁ ରାଜ୍ୟ ସରକାର ଯୋଜନା ସମ୍ପର୍କରେ କୁହନ୍ତୁ ଓ ପରେ ଆମକୁ କହିବେ ବୋଲି ଲେଖିଛନ୍ତି ଅପରାଜିତା। ସେହିପରି ରାତିଅଧିଆ ଜିପିଆରଏସ୍କୁ ନେଇ ବର୍ଷିଛନ୍ତି କଂଗ୍ରେସ ବିଧାୟକଦଳ ନେତା ନରସିଂହ ମିଶ୍ର। କହିଛନ୍ତି ଘନ ଅନ୍ଧକାରରେ ଚୋର ଓ ଡକାୟତମାନେ କାମ କରନ୍ତି। କାହିଁକି ଦିନରେ କାମ କରୁନାହାନ୍ତି ବୋଲିପ୍ରଶ୍ନ ଉଠୁଛି।

ଏଥିରେ ନିଜେ ମୁଖ୍ୟମନ୍ତ୍ରୀ ହସ୍ତକ୍ଷେପ କରନ୍ତୁ ବୋଲି ସେ ଦାବି କରିଛନ୍ତି। ସମ୍ବିତ୍ ଓ ଅପରାଜିତାଙ୍କ ନିଶାନା ନେଇ ପିନାକୀଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ବିଜେଡି ମୁଖପାତ୍ର ସୁଲତା ଦେଓ ଟ୍ୱିଟରରେ ପ୍ରତିକ୍ରିୟା ରଖି କହିଛନ୍ତି ପୁରୀ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ସମ୍ବିତ୍ ଚେଷ୍ଟା କରୁଛନ୍ତି । GPRS ପୂର୍ବରୁ ହୋଇ DPR ଏନ୍ଏମ୍ଏକୁ ଦିଆଯାଇଥିଲା । ଯେଉଁ ସେବାୟତ ଜମି ଦେଇଛନ୍ତି, ସେମାନେ କେବେ ବି କ୍ଷମା କରିବେନି । ପ୍ରକଳ୍ପକୁ ନେଇ ରାଜନୀତି କରିବା ଛାଡ଼ନ୍ତୁ ।

Srimandir Parikrama Project GPR Survey
Advertisment
Advertisment