• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ପ୍ରତ୍ୟାକ ଦିନ ଯୋଡ଼ି ହେଉଛି ନୂଆ ଫର୍ଦ୍ଦ । ତେବେ ଏହାରି ଭିତରେ ବେଆଇନ୍‌ ନିର୍ମାଣ ପ୍ରସଙ୍ଗକୁ ନେଇ ଗୋବର୍ଦ୍ଧନ ପୀଠ ମୁଖ୍ୟ ଶଙ୍କରାଚାର୍ଯ୍ୟ ମୁହଁ ଖୋଲିବା ପରେ ଏବେ ତାଙ୍କୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସରକାର ଓ ପୁରୀ ପ୍ରଶାସନର କାର୍ଯ୍ୟକୁ ନେଇ ଶଙ୍କରାଚାର୍ଯ୍ୟ ଅସନ୍ତୋଷ ପ୍ରକାଶ କରିବା ପରେ ଏବେ ବାବୁ ମାନଙ୍କର ଚେତା ପଶିଛି ।

ପ୍ରଥମେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଥିବା ବେଳେ ଆଜି ଏକ ସର୍ବଦଳୀୟ ପ୍ରତିନିଧି ମଣ୍ଡଳି ତାଙ୍କୁ ଭେଟିବାକୁ ଯାଇଛନ୍ତି । ବିଜେଡିର ଲେନିନ ମହାନ୍ତି ଏହି ପ୍ରତିନିଧି ମଣ୍ଡଳିରେ ଥିବା ବେଳେ ବିଜେପିର ଯତୀନ ମହାନ୍ତି, ସୁଦୀପ ରାୟ ପ୍ରମୁଖ ତାଙ୍କୁ ଭେଟିଛନ୍ତି । ସେହିଭଳି କଂଗ୍ରେସର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର, ସ୍ଥପତି ସୁଦର୍ଶନ ସାହୁ ପ୍ରମୁଖ ଶଙ୍କରାଚାର୍ଯ୍ୟଙ୍କୁ ଭେଟିଛନ୍ତି । ଅନ୍ୟପଟେ ସଂସ୍କୃତି ଗବେଷକ ପ୍ରଫୁଲ୍ଲ ରଥ, ଅନୀଲ ଧୀର ମଧ୍ୟ ଭେଟିଲେ । ପ୍ରତିନିଧି ଦଳଙ୍କ ସହ ASIର ଅତିରିକ୍ତ ଅଧୀକ୍ଷକ ଚିତ୍ତରଂଜନ ଦାସ ମଧ୍ୟ ସାମିଲ ଥିଲେ ।

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ପ୍ରଥମ ଥର ପାଇଁ ପୁରୀ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ମୁହଁ ଖୋଲି କହିଥିଲେ, ‘ନିର୍ମାଣ ଆଗରୁ ପ୍ରଶାସନ ତାଙ୍କ ସହ ଆଲୋଚନା କରିବାର ଆବଶ୍ୟକତା ଥିଲା । ତପଭୂମିକୁ ଭୋଗଭୂମି କରିବା ସରକାରଙ୍କ ଚିରାଚରିତ ଅଭ୍ୟାସ । ଏଭଳି ନିର୍ମାଣ ଦ୍ୱାରା ଶ୍ରୀମନ୍ଦିର ପ୍ରତି ଯେପରି କୌଣସି କ୍ଷତି ନପହଞ୍ଚିବ ସେମିତି କାର୍ଯ୍ୟ କରାଯିବା ଉଚିତ୍ ।’

ଶଙ୍କରାଚାର୍ଯ୍ୟ ଏଭଳି ବୟାନ୍ ଦେବା ପରେ ୨୨ ତାରିଖରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ତାଙ୍କୁ ଭେଟିଥିଲେ । ହେଲେ କେଉଁ ପ୍ରସଙ୍ଗରେ ସେ ଜଗଦ୍‌ଗୁରୁଙ୍କୁ ସାକ୍ଷାତ କରିଥିଲେ ସେନେଇ ଜିଲ୍ଲାପାଳ କିଛି ସୂଚନା ଦେଇନଥିଲେ ।