ବିଭିନ୍ନ ସ୍ଥାନରେ 5T ସ୍କୁଲ ରୂପାନ୍ତରଣକୁ ନେଇ ଅସନ୍ତୋଷ । ନିମ୍ନମାନର ନିର୍ମାଣ କାମକୁ ନେଇ ଆସିଲା ଅଭିଯୋଗ ।
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ କଂଗ୍ରେସ ଆଜିଠୁ ଏକ ନୂଆ ଅଭିଯାନ ଲଞ୍ଚ କରିଛି ‘ଡୋନେଟ୍ ଫର୍ ଦେଶ’ ଅର୍ଥାତ କ୍ରାଉଡ଼ ଫଣ୍ଡିଂ କ୍ୟାମ୍ପେନ । ପାର୍ଟି ଅଧ୍ୟକ୍ଷ ମଲିକାର୍ଜୁନ ଖଡ୍ଗଗେ ଦିଲ୍ଲୀରେ ଏହାର ଶୁଭାରମ୍ଭ କରିଛନ୍ତି ।
ମୋ ପରିବାର ଶହେ ବର୍ଷ ହେବ ମଦ ପ୍ରସ୍ତୁତି ଓ ବ୍ୟବସାୟରେ ସମ୍ପୃକ୍ତ ରହିଛି। ମଦ ବ୍ୟବସାୟରେ ସବୁ ନେଣଦେଣ ନଗଦ ଟଙ୍କା ବା କ୍ୟାଶ୍ ଆକାରରେ ହୋଇଥାଏ । ତେଣୁ ଏସବୁ ସେହି ଟଙ୍କା ।
ସମଗ୍ର ଦେଶର ସାମ୍ବାଦିକଙ୍କ ଅର୍ଥନୈତିକ, ସାମାଜିକ ଓ ବୃତ୍ତିଗତ କଲ୍ୟାଣ ଉଦ୍ଦେଶ୍ୟରେ ଜର୍ଣ୍ଣାଲିଷ୍ଟ ଡେଭଲପମେଣ୍ଟ କାଉନସିଲ୍ ଅଫ୍ ଇଣ୍ଡିଆ ବ୍ୟାପକ କାର୍ଯ୍ୟକ୍ରମ ହାତକୁ ନେଇଛି ।
ରାଜ୍ୟରେ ବିଜେପି କଂଗ୍ରେସକୁ ସୁରକ୍ଷା ଦେଉଛି । ଏଥିସହ ମିଛ ଓ ମନଗଢ଼ା କଥା କହି ଓଡ଼ିଶାକୁ ବଦନାମ କରାଯାଉଛି ବୋଲି କହିଛି ବିଜେଡି।
ଆଇଟି ରେଡ୍କୁ ନେଇ ଧୀରଜ ସାହୁଙ୍କ ନାଁ ଚର୍ଚ୍ଚା ଆସିବା ପରେ କଂଗ୍ରେସର ଜୟରାମ ରମେଶ କହିଛନ୍ତି, ଧୀରଜଙ୍କ ବ୍ୟବସାୟ ସହିତ କଂଗ୍ରେସର କୌଣସି ଯାଏ ଆସେ ନାହିଁ । କେବଳ ସେ ହିଁ କହିପାରିବେ, କିପରି ତାଙ୍କ ଅଫିସ ଓ ମଦ ଭାଟିରୁ ଏତେ ଟଙ୍କା ବାହାରିଛି ।
ତେଲେଙ୍ଗାନାରେ ଦଳ ଯେଉଁ ସ୍ଥିତିରେ ଥିଲା ସେଠି ଯେଉଁଭଳି ନମ୍ବର ୱାନ୍ ହୋଇପାରିଲା, ଓଡ଼ିଶାରେ ବି ତାହା ହେବ ବୋଲି କହିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ ।
ତେଲେଙ୍ଗାନାରେ ନିର୍ବାଚନ ରଣନୀତିକାର ସୁନିଲ କାନୁଗୋଲୁଙ୍କ ସଂସ୍ଥାକୁ ନିର୍ଣ୍ଣୟ ନେବା ଲାଗି କଂଗ୍ରେସ ସଂପୂର୍ଣ୍ଣ ସ୍ୱତନ୍ତ୍ରତା ଦେଇଥିବା କୁହାଯାଉଛି। ଫଳରେ କାନୁଗୋଲୁଙ୍କ ଟିମ୍ କରିଥିବା ଆଭ୍ୟନ୍ତରୀଣ ସର୍ଭେ ଅନୁସାରେ ନିର୍ବାଚନ ରଣନୀତି ପ୍ରସ୍ତୁତ କରାଯାଇଥିଲା।
କର୍ଣ୍ଣାଟକରେ କଂଗ୍ରେସ କମ୍ ବ୍ୟାକ୍ ପରେ ତେଲେଙ୍ଗାନାରେ ଦଳର ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ ପଛରେ ରହିଛି ସୁନୀଲଙ୍କ ହାତ। ତୃତୀୟ ଥର ପାଇଁ ସତ୍ତାରେ ରହିବାକୁ ଆଶା ରଖିଥିବା କେସିଆରଙ୍କ ସବୁ ଷ୍ଟ୍ରାଟେଜୀକୁ ମାତ୍ ଦେବାରେ ସଫଳ ହୋଇଛନ୍ତି ଏହି ନିର୍ବାଚନ ରଣନୀତିଜ୍ଞ।
ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓଙ୍କ ଅଭେଦ୍ୟ ଦୁର୍ଗର ପତନ । ତେଲେଙ୍ଗାନା ଗଠନ ହେବା ପରେ ପ୍ରଥମ କରି ଉଡିଲା କଂଗ୍ରେସ ବାନା । ହାର୍ ସ୍ୱୀକାର କଲା ଭାରତ ରାଷ୍ଟ୍ର ସମିତି- ବିଆରସ୍ । ମାତ୍ର ୬ ମାସର ପୂର୍ବର କଥା । ଲାଗୁଥିଲା ତେଲେଙ୍ଗାନାର ଅପ୍ରତିନ୍ଦ୍ୱନ୍ଦ୍ୱୀ ସମ୍ରାଟ କେ. ଚନ୍ଦ୍ରଶେଖର ରାଓଙ୍କ ଗଡ଼ରେ ତାଙ୍କୁ ପରାସ୍ତ କରିବା ଅସମ୍ଭବ ।
ମରୁଭୂମିରେ ପୁଣି ଫୁଟିଲା ପଦ୍ମ... ଜାରି ରହିଲା ରିୱାଜ୍, ବଦଳିଗଲା ରାଜ୍... କଂଗ୍ରେସକୁ ଫେଲ୍ କରି ପୁଣି ବିଜେପିକୁ ପଗଡ଼ି ପିନ୍ଧାଇଲା ରାଜସ୍ଥାନ । ବିଧାନସଭା ନିର୍ବାଚନରେ ମ୍ୟାଜିକ ନମ୍ବର ୧୦୦ ପାର୍ କରିବା ପରେ ପଦ୍ମ ଶିବିରରେ ଉତ୍ସବ ।
ଗୋଟିଏପଟେ ଭୋଟ୍ ଗଣତି ଚାଲିଥିବା ବେଳେ ଅନ୍ୟପଟେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ନିର୍ବାଚନ ଫଳାଫଳକୁ ନେଇ ଖାଲି ସାଧାରଣଜନତା ନୁହଁନ୍ତି, ରାଜନେତା ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ।
୫ ରାଜ୍ୟରେ ଭୋଟ୍ ଗଣତିକୁ ନେଇ ଚରମ ଉତ୍କଣ୍ଠା । ଓଡ଼ିଶା ରାଜନୀତିରେ ପ୍ରଭାବକୁ ନେଇ ତେଜିଲା ରାଜନୀତି ।
ହେରାଲ୍ଡ ମାମଲାକୁ ନେଇ ହଇଚଇ...ନିର୍ବାଚନୀ ମାହୋଲରେ ଏହି ମାମଲା ପୁଣି ଥରେ ରାଜନୀତିକୁ ସରଗରମ କରିଦେଇଛି
ପ୍ରାକୃତିକ ବିପର୍ଯ୍ୟୟ ହେଲେ ପ୍ରତ୍ୟେକ ପରିବାରକୁ ମିଳିବ ୧୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା।
ଏହାସତ୍ତ୍ୱେ ରାଜ୍ୟ ସରକାର ଶ୍ରୀମନ୍ଦିର ଚାରିଦ୍ୱାର ଏବଂ ରତ୍ନଭଣ୍ଡାର ଖୋଲିବା ନେଇ ଯଦି କୌଣସି ପଦକ୍ଷେପ ନ ନିଅନ୍ତି, ତେବେ ଆଗାମୀ ଦିନରେ ତୀବ୍ର ଆନ୍ଦୋଳନ ହେବ। ସେପଟେ ବିଜେଡି ଏହାର ଜବାବ ରଖିଛି।
ଚର୍ଚ୍ଚାରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ଓ ରାଜ୍ୟପାଳଙ୍କ ବୈଠକ । ଏହାକୁ ସୌଜନ୍ୟମୂଳକ ସାକ୍ଷାତକାର କୁହାଯାଉଥିବା ବେଳେ କଂଗ୍ରେସ କିନ୍ତୁ ଉଠାଇଛି ସାଂଘାତିକ ଅଭିଯୋଗ । ଦଳ କହିଛି ରାଜ୍ୟପାଳ ନିଜେ ନବୀନ ନିବାସ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପ୍ରୋଟୋକଲର ଉଲ୍ଲଂଘନ ।
ନଭେମ୍ବର ୧୬ରେ ଜୟରାମ କଂଗ୍ରେସରେ ଯୋଗଦେବା ନେଇ ସୂଚନା ମିଳିଛି । ଜୟରାମ ସୋସିଆଲ୍ ମିଡିଆ ଫେସବୁକରେ ଏ ସମ୍ପର୍କରେ ସୂଚନା ଦେଇଛନ୍ତି ।
ରାଜ୍ୟପାଳ ପ୍ରୋଟୋକଲ ଭାଙ୍ଗିଥିବା ଅଭିଯୋଗ କଲା କଂଗ୍ରେସ । ଅଭିଯୋଗ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।
ସଂକୀର୍ତ୍ତନ ମାଧ୍ୟମରେ ପ୍ରତିବାଦ। ଜୋର ଧରିଲାଶ୍ରୀମନ୍ଦିର ରତ୍ନଭଣ୍ଡାର ସହ ଚାରି ଦ୍ୱାର ଖୋଲା ପ୍ରସଙ୍ଗ। କଂଗ୍ରେସ ଆଜି ରାଜ୍ୟବ୍ୟାପୀ ସଂକୀର୍ତ୍ତନ ସତ୍ୟାଗ୍ରହ କରି ସରକାରଙ୍କୁ ଚେତାବନୀ ଦେଇଛି।
ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଓ ରତ୍ନ ଭଣ୍ଡାର ମରାମତି ଦାବିରେ ଜୋର ଧରିଲା ଦାବି । ଏନେଇ ଆଜି (ଗୁରୁବାର) କଂଗ୍ରେସ ପକ୍ଷରୁ ସାରା ରାଜ୍ୟରେ ସଙ୍କୀର୍ତ୍ତନ ସତ୍ୟାଗ୍ରହ ହେଉଛି ।
ହୁ ହୁ ହୋଇ ବଢ଼ି ଚାଲିଛି ପିଆଜ ଦର । ଓଡ଼ିଶା ବଜାରରେ ୮୦ଟଙ୍କା ଛୁଇଁଲାଣି ପିଆଜ ।
ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ଓ ରତ୍ନଭଣ୍ଡାର ମରାମତି ଦାବି । ୨୮ ତାରିଖ ସୁଦ୍ଧା ସରକାର ପଦକ୍ଷେପ ନନେବାରୁ ସତ୍ୟାଗ୍ରହ- କଂଗ୍ରେସ ।
ଭି.କେ. ପଣ୍ଡିଆନଙ୍କୁ ଚେଲା କୁମାରଙ୍କ ସିଧା ନିଶାନା । ଏକାଠି ହୋଇ ବରିଷ୍ଠ କଂଗ୍ରେସ ନେତାଙ୍କ ହୁଙ୍କାର ।
କାଲି କଟକରେ ପିସିସି ସଭାପତି- ମୋକିମ୍ଙ୍କମଧ୍ୟରେ ହୋଇଥିଲା ଭେଟ।