• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଓଡିଶାରେ ମଦ ମାଫିଆଙ୍କୁ ସହଯୋଗ ଲାଗି ରାଜ୍ୟ ସରକାର ଓ କଂଗ୍ରେସ ଦାୟୀ । ଓଡିଶାରେ ୫ ହଜାର କୋଟି ଟଙ୍କାର ଦୁର୍ନିତୀ ଓ ଝାଡ଼ଖଣ୍ଡର ରାଜ୍ୟସଭା କଂଗ୍ରେସ ସାଂସଦଙ୍କ ଲିଙ୍କରେ ୩୦୦ କୋଟିରୁ ଅଧିକ ନଗଦ ଜବତ ପଛରେ ବିଜେଡି ଦାୟୀ ବୋଲି ବିଜେପି ଆଣିଛି ଅଭିଯୋଗ । ଏଥିପାଇଁ ଅବକାରୀ ମନ୍ତ୍ରୀ ଅଶ୍ୱନୀ ପାତ୍ରଙ୍କ ଇସ୍ତଫା ଦାବି କରିଛି ବିଜେପି ।

ମନ୍ତ୍ରୀ ଅଶ୍ୱନୀ ପାତ୍ରଙ୍କ ନିଜ ନିର୍ବାଚନ ମଣ୍ଡଳୀ ନିଶାର ହବ ପାଲଟିଛି । ସେଥିପାଇଁ ତାଙ୍କ ଇସ୍ତଫା ସାଙ୍ଗକୁ କଂଗ୍ରେସ ଏମପି ଧିରଜ୍ ସାହୁଙ୍କ କୁଶପୁତ୍ତଳିକା ଦାହ କରି ବାଲେଶ୍ୱର ଉପ-ଜିଲ୍ଲାପାଳଙ୍କ କାଯର୍ୟାଳୟ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛି ଦଳ । ଅନ୍ୟପଟେ ଏନେଇ କଂଗ୍ରେସ ନେତା କିମ୍ବା ଅବକାରୀ ମନ୍ତ୍ରୀ ଅଶ୍ୱନୀ ପାତ୍ରଙ୍କ ପ୍ରତିକ୍ରୀୟା ମିଳିନି ।

ସେପଟେ ଓଡ଼ିଶାରେ ବିଜେପି ଓ କଂଗ୍ରେସର ଚାଲିଛି ଚୋରାପୀରତି । ଆଇଟି ମହା-ରେଡ୍ ପ୍ରସଙ୍ଗରେ ବିଜେପି ଓ କଂଗ୍ରେସକୁ ଏଭଳି କଟାକ୍ଷ କରିଛି ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଯେ, ବିଜେପି କେନ୍ଦ୍ରୀୟ ନେତୃତ୍ୱ କହୁଛନ୍ତି ଯେ କଂଗ୍ରେସ ଦୁର୍ନୀତି କରିଛି । କିନ୍ତୁ ରାଜ୍ୟରେ ବିଜେପି କଂଗ୍ରେସକୁ ସୁରକ୍ଷା ଦେଉଛି । ଏଥିସହ ମିଛ ଓ ମନଗଢ଼ା କଥା କହି ଓଡ଼ିଶାକୁ ବଦନାମ କରାଯାଉଛି ବୋଲି କହିଛି ବିଜେଡି।

ଅନ୍ୟପକ୍ଷରେ ବିଜେପି ଏହାର ଜବାବ ରଖି କହିଛି ଯେ, ଚୋର ମୁହଁ ଟାଣ ଭଳି ବିଜେଡି ଅଭିଯୋଗ କରୁଛି । ଏଥିସହ ବିଜେପି ମୁଖପାତ୍ର ଦିଲ୍ଲୀପ ମଲ୍ଲିକ ରାଜ୍ୟ ସରକାରଙ୍କ ମଦନୀତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ପଚାରିଛନ୍ତି ଯେ, ବିନା ଟେଣ୍ଡରରେ କାହିଁକି ବାରମ୍ବାର ଜଣେ ଲୋକକୁ ଲାଇସେନ୍ସ ଦିଆଯାଉଥିଲା, ଗୁଇନ୍ଦା, ଇଓଡବ୍ଲୁ, ଭିଜିଲାନ୍ସ ଓ ଅବକାରୀ ବିଭାଗ କଣ କରୁଥିଲା,ରାଜ୍ୟ ସରକାର ତାହାର ଉତ୍ତର ଦିଅନ୍ତୁ ।

ଅନ୍ୟପକ୍ଷରେ କଂଗ୍ରେସ କହିଛି ଯେ, ଉଭୟ ଦଳ ଶ୍ରେୟ ରାଜନୀତିରେ ମାତିଛନ୍ତି । କଂଗ୍ରେସ ତ କ୍ଷମତାରେ ନାହିଁ । ତେଣୁ ଏ କଳା ଟଙ୍କା ବିଜେପି ନା ବିଜେଡିର ତାହା ତଦନ୍ତ ପରେ ସ୍ପଷ୍ଟ ହୋଇଯିବ ।