/odishatv-khabar/media/post_attachments/uploadimage/library/16_9/16_9_0/____1701584916.jpg)
BJP Ahead In 3 States
କିଏ ମାରିବ ବାଜିବ ? କାହାର ଚାଲିବ ଶାସନ ? ଆଉ କିଏ ବସିବ ଶାସନ ଗାଦିରେ ? ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ ଓ ତେଲେଙ୍ଗାନାରେ ବିଧାନସଭା ନିର୍ବାଚନର ଫଳାଫଳ(Assembly Elections Results) ଆଜି ଆସିବ । ହେଲେ ପ୍ରାରମ୍ଭିକ ଟ୍ରେଣ୍ଡ୍କୁ ଦୃଷ୍ଟିରେ ରଖି ଆରମ୍ଭ ହୋଇଯାଇଛି ଅଙ୍କକଷା । ସକାଳ ୮ଟାରୁ କଡ଼ା ସୁରକ୍ଷା ମଧ୍ୟରେ ଭୋଟ୍ ଗଣତି ଆରମ୍ଭ ହୋଇଛି ।
ମଧ୍ୟପ୍ରଦେଶ, ରାଜସ୍ଥାନ ପରେ ଛତିଶଗଡ଼ରେ ବିଜେପିକୁ ବହୁମତ ମିଳିଥିବା ଦେଖିବାକୁ ମିଳିଛି । ଗୋଟିଏ ପଟେ ଭୋଟ୍ ଗଣତି ଚାଲିଥିବା ବେଳେ ଅନ୍ୟପଟେ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ନିର୍ବାଚନ ଫଳାଫଳକୁ ନେଇ ଖାଲି ସାଧାରଣଜନତା ନୁହଁନ୍ତି, ରାଜନେତା ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି ।
ପ୍ରାରମ୍ଭିକ ଟ୍ରେଣ୍ଡ୍ ଅନୁସାରେ, ୩ ରାଜ୍ୟ- ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼ରେ ବିଜେପି ଲିଡ୍ କରୁଥିବା ବେଳେ ତେଲେଙ୍ଗାନାରେ କଂଗ୍ରେସ ଆଗୁଆ ରହିଛି । ୨୩୦ ଆସନ ବିଶିଷ୍ଟ ମଧ୍ୟପ୍ରଦେଶରେ ବିଜେପି ୧୫୭ ସିଟ୍ରେ ଆଗୁଆ ଥିବାବେଳେ କଂଗ୍ରେସ ୬୯, ବିଏସ୍ପି ୩ ଓ ଅନ୍ୟାନ୍ୟ ଦଳ ୧ ଆସନରେ ଆଗୁଆ ରହିଛି ।
ସେହିପରି ରାଜସ୍ଥାନରେ ୧୯୯ ଆସନରୁ ବିଜେପି ୧୧୧, କଂଗ୍ରେସ ୬୯, ବିଏସ୍ପି ୨ ଓ ଅନ୍ୟାନ୍ୟ ଦଳ ୧୭ ଆସନରେ ଆଗୁଆ ରହିଛି । ଛତିଶଗଡ଼ରେ ୯୦ ଆସନରୁ ବିଜେପି ୪୭, କଂଗ୍ରେସ ୪୨ ଓ ଅନ୍ୟାନ୍ୟ ଦଳ ୧ ଆସନରେ ଆଗୁଆ ରହିଛି । ତେଲେଙ୍ଗାନାରେ ୧୧୯ ଆସନରୁ କଂଗ୍ରେସ ୭୧, ବିଆର୍ଏସ୍ ୩୫, ବିଜେପି ୯, ଏଆଇଏମ୍ଆଇଏମ୍ ୪ ଆସନରେ ଆଗୁଆ ରହିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)