/odishatv-khabar/media/post_attachments/uploadimage/library/16_9/16_9_0/Exit_Poll_1701441813.jpg)
Exit Poll
ରବିବାର ଆସିବ ୫ ରାଜ୍ୟର ବିଧାନସଭା ନିର୍ବାଚନ ରେଜଲ୍ଟ । ତେବେ ତା ପୂର୍ବରୁ ଉତ୍କଣ୍ଠା ବଢାଇ ଦେଇଛି ଏକ୍ଜିଟ ପୋଲ ଆକଳନ। ବୁଥ୍ ବାହୁଡା ମତ କେତେ ସତ ହେବ ତାକୁ ନେଇ ଚାଲିଛି ତର୍କବିତର୍କ । ଏଣେ ଓଡ଼ିଶା ରାଜନୀତିରେ ୫ ରାଜ୍ୟ ଫଳାଫଳର କଣ ପ୍ରଭାବ ରହିବ ତାକୁ ନେଇ ବି ଆରମ୍ଭ ହୋଇଛି ଚର୍ଚ୍ଚା । ୫ ରାଜ୍ୟର ବିଧାନସଭା ରେଜଲ୍ଟ ୨୪ ସାଧାରଣ ନିର୍ବାଚନକୁ ପ୍ରଭାବିତ କରିବ ବୋଲି କହିଛି ବିଜେଡି। ତେବେ ଓଡ଼ିଶାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରତି ଜନସମର୍ଥନ ରହିଛି ଓ ୨୪ରେ ଦଳ ପୁଣି ସରକାର ଗଢିବ ବୋଲି ଦୃଢୋକ୍ତି କରିଛି ।
ଅନ୍ୟପକ୍ଷରେ ବିଜେପି କହିଛି ଆମେ ସର୍ବାଧିକ ରାଜ୍ୟରେ ସରକାର ଗଢିବୁ ଯାହା କି ୨୪ ନିର୍ବାଚନର ଫଳାଫଳର ସୂଚକ ହେବ । ସେହିଭଳି ସମସ୍ତ ୫ ରାଜ୍ୟରେ ସରକାର ଗଢିବା ନେଇ ଦୃଢ଼ ଆତ୍ମବିଶ୍ୱାସ ରଖିଛି କଂଗ୍ରେସ ।
ଏକଜିଟ ପୋଲି ଆକଳନ ଅନୁସାରେ ରାଜସ୍ଥାନ, ମଧ୍ୟପ୍ରଦେଶ, ଛତିଶଗଡ଼, ୩ ହିନ୍ଦୀ ଭାଷୀ ରାଜ୍ୟରେ ବିଜେପି ଓ କଂଗ୍ରେସ ମଧ୍ୟରେ ହେବ କଡା ଟକ୍କର। ସେହିପରି ତେଲେଙ୍ଗାନାରେ କଂଗ୍ରେସ ବିଆରଏସଠାରୁ କ୍ଷମତା ଛଡାଇ ନେଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଅନ୍ୟପକ୍ଷରେ ଅସ୍ପଷ୍ଟ ରହିଛି ମିଜୋରାମର ଚିତ୍ର ।
ବିଧାନସଭା ନିର୍ବାଚନ ଆଞ୍ଚଳିକ ପ୍ରସଙ୍ଗ ଓ ଲୋକସଭା ନିର୍ବାଚନ ଜାତୀୟ ପ୍ରସଙ୍ଗ ଦ୍ୱାରା ପ୍ରଭାବିତ ହୁଏ ବୋଲି କୁହାଯାଏ । ତେବେ ଅନେକ ସମୟରେ ଆଞ୍ଚଳିକ ନିର୍ବାଚନ ରେଜଲ୍ଟ ସାଧାରଣ ନିର୍ବାଚନର ଫଳାଫଳ କଣ ହେବ ତାର ନମୁନା ପ୍ରସ୍ତୁତ କରେ ବୋଲି ଯୁକ୍ତି ବି ହୁଏ । ତେଣୁ ଏ ନିର୍ବାଚନ ରେଜଲ୍ଟ ୨୪ ନିର୍ବାଚନକୁ ପ୍ରଭାବିତ କରିବ ନା ନାହିଁ ତାହା ସମୟ କହିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)