ଟ୍ରେନ୍ରେ ନିଆଁ ଲାଗିଯିବା ଯୋଗୁ ୧୦ ଜଣ ଜୀଅନ୍ତା ଜଳି ଯାଇଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଗୁରୁତର ହୋଇପଡ଼ିଛନ୍ତି।
ମନ୍ତ୍ରୀ ବୋଲି କ’ଣ ସବୁ ମାଫ୍ । ଟ୍ରେନ୍ ଛାଡ଼ିଦେବା ଭୟରେ ପ୍ଲାଟଫର୍ମ ଭିତରକୁ କାର୍ ଚଢ଼ାଇ ନେଇଗଲେ ।
ଘର ଲୋକ ରାଜି ନଥିଲେ, ତଥାପି ନେଇ ଗଲେ । ଗୋଟିଏ ଘରେ ରହିଲେ, ଶାରିରୀକ ସମ୍ପର୍କ ବି ରଖିଲେ । ଏବେ ଟ୍ରେନ୍ରେ ବସାଇ ଘରକୁ ପଠାଇ ଦେଲେ । ବାହା ହେବା ଜିଦ୍ରେ ଅଟଳ ଯୁବତୀ..ସେପଟେ ଯୁବକ କହୁଛନ୍ତି ଏକାଠି ରହିବା ପରେ ବି ଆମର ନଥିଲା ଶାରିରୀକ ସମ୍ପର୍କ।
ଜଣେ ୯ ବର୍ଷର ପୁଅ ଆଗରେ ମା’କୁ ଟଣାଓଟରା କଲା ଯୁବକ । ହେଲେ ମହିଳା ଜଣକ ଏହାକୁ ବିରୋଧ କରିବାରୁ ତାଙ୍କୁ ଚଳନ୍ତା ଟ୍ରେନ୍ରୁ ଠେଲିଦେଲା । ପୋଲିସ ଆଗରେ ଏପରି ଏକ ଚାଞ୍ଚଲ୍ୟ କର ତଥ୍ୟ ଦେଇଛି ପୀଡ଼ିତାଙ୍କ ନାବାଳକ ପୁଅ ।
ଶୁଭୁଛି ବିକଳ କାନ୍ଦଣା.. କିଏ ହାତ ଠାରି ଉଦ୍ଧାର କରିବା ପାଇଁ ଡାକୁଛି ତ କିଏ ଫସିଥିବା ଘର ଲୋକଙ୍କୁ ବଞ୍ଚାଇବା ପାଇଁ ନିବେଦନ କରୁଛି । ପାକିସ୍ତାନର ନୱାବସାହା ଷ୍ଟେସନ ପାଖରେ ହଜାରା ଏକ୍ସପ୍ରେସ ଲାଇନଚ୍ୟୁତ ।
ଟ୍ରେନ୍ ଇଞ୍ଜିନ ଉପରେ ପାହାଡ଼ରୁ ପଡ଼ିଲା ବଡ଼ ପଥର । ତାଳଚେରରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ମାଲ୍ବାହୀ ଟ୍ରେନ୍ ଇଞ୍ଜିନ ଉପରେ ଏକ ବିରାଟକାୟ ପଥର ଖସିପଡ଼ିଛି । ଫଳରେ ଟ୍ରେନ୍ ଇଞ୍ଜିନ ଲାଇନଚ୍ୟୁତ ହୋଇଥିବା ବେଳେ ସୌଭାଗ୍ୟବଶତଃ ରେଲୱେ କର୍ମଚାରୀ ସୁରକ୍ଷିତ ଅଛନ୍ତି । ବଇଣ୍ଡା ଠାରୁ ଗୋଟିଏ କିମି ଦୂରରେ ଏହି ଅଘଟଣ ଘଟିଛି । ଏବେ ଘଟଣାସ୍ଥଳରେ ପହଞ୍ଚି ରେଲୱେ ଅଧିକାରୀ ସ୍ଥିତି ଅନୁଧ୍ୟାନ କରୁଛନ୍ତି ।
ମାଲ୍ବାହୀ ଟ୍ରେନ୍ ଇଞ୍ଜିନ ଉପରେ ପାହାଡ଼ରୁ ପଡ଼ିଲା ବଡ଼ ପଥର..ତାଳଚେରରୁ ସମ୍ବଲପୁର ଅଭିମୁଖେ ଯିବାବେଳେ ପଡ଼ିଲା ପଥର
ଚଳନ୍ତା ଟ୍ରେନ୍ରେ ଗୁଳିମାଡ଼। RPF କନଷ୍ଟେବଲ୍ଙ୍କ ଗୁଳିମାଡ଼ରେ ୪ ଜଣଙ୍କ ମୃତ୍ୟୁ ହୋଇଛି। । ଫାୟାରିଂ ପରେ କନଷ୍ଟେବଲ ଟ୍ରେନ୍ରୁ ଡେଇଁ ପଡ଼ିଥିଲେ।
୯୦ ମିନିଟ୍ ପୂର୍ବରୁ ଷ୍ଟେସନରେ ପହଞ୍ଚିଲା ଓ ୫ ମିନିଟ୍ ଷ୍ଟେସନରେ ରହି ଛାଡ଼ିଦେଲା ଗୋଆ ଏକ୍ସପ୍ରେସ୍। ହେଲେ ଟ୍ରେନ୍ ସିଡ୍ୟୁଲରେ ପରିବର୍ତ୍ତନ ସମ୍ପର୍କରେ ଯାତ୍ରୀଙ୍କୁ କିଛିବି ଜଣାନଥିଲା।
ଶେଷ ପର୍ଯ୍ୟାୟରେ ଷ୍ଟେସନ ଓ ଟ୍ରାକ୍ କାମ । ଷ୍ଟେସନ କାର୍ଯ୍ୟର ସମୀକ୍ଷା କଲେ ରେଳ ସୁରକ୍ଷା ଆୟୁକ୍ତ ଓ ଖୋର୍ଦ୍ଧା D.R.M ।
ରେଳ ଟିକଟ ବୁକିଂ ୱେବସାଇଟ IRCTC ରେ ଟେକ୍ନିକାଲ ତ୍ରୁଟି । ତେଣୁ ଅନଲାଇନରେ ଟିକଟ ବୁକିଂ କରି ହେଉ ନାହିଁ । ଏହା ଦ୍ୱାରା ହଜାର ହଜାର ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏପରିକି ଆପ୍ ମଧ୍ୟ ଚାଲୁ ନାହିଁ । ଟଙ୍କା କଟି ଯାଉଥିଲେ ସୁଦ୍ଧା ଟିକଟ ବୁକ୍ ହୋଇ ପାରୁନଥିବା ୟୁଜର ଅଭିଯୋଗ କରିଛନ୍ତି ।
ଟଙ୍କା କଟିଯାଉଛି, କିନ୍ତୁ ଟିକଟ୍ ବୁକ୍ ହୋଇ ପାରୁନି । ଟିକଟ ବାତିଲ ପାଇଁ 14646,0755-6610661କୁ କଲ୍ କରନ୍ତୁ ।
‘ସିଗନାଲିଂ ସର୍କିଟ ପରିବର୍ତ୍ତନରେ ତ୍ରୁଟିରୁ ଘଟିଲା ଦୁର୍ଘଟଣା । ଦୁର୍ଘଟଣାରେ ମୃତ ୨୯୫ରୁ ଚିହ୍ନଟ ଅପେକ୍ଷାରେ ୪୧ ମୃତଦେହ’, କହିଲେ ଅଶ୍ୱିନୀ
ଖାଲି ଖାଦ୍ୟ ନୁହେଁ ଭଲ ପିଇବା ପାଣି ମଧ୍ୟ ଯାତ୍ରୀଙ୍କୁ ଯୋଗାଇ ଦିଆଯିବ ବୋଲି ଘୋଷଣା କରାଯାଇଛି ।
ବାଲେଶ୍ୱର ଜିଲ୍ଲା ନୀଳଗିରି ରୋଡ୍ ଷ୍ଟେସନ ପାଖରେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମେମୁ ଟ୍ରେନ୍। ଲୋକୋ ପାଇଲଟଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଦୁର୍ଘଟଣା ଟଳି ଯାଇଛି।
ଆଜି ସକାଳେ ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍ର ଏକ କୋଚ୍ରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଏଥିରେ କୌଣସି ଯାତ୍ରୀ ଆହତ ହୋଇ ନଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି।
ବଗି ଛାଡ଼ି ପଳାଇଲା ଟ୍ରେନ୍ । ଭୁବନେଶ୍ବରରେ ବଗି ଛାଡ଼ି ମାଲବାହୀ ଟ୍ରେନର ଇଞ୍ଜିନ୍ ଆଗକୁ ପଳାଇଥିବା ସୂଚନା ମିଳିଛି
ଟ୍ରେନର ଶେଷ କମ୍ପାର୍ଟମେଣ୍ଟ୍ ପଛରେ “X” ଚିହ୍ନ ଥିବାର ଅନେକ ଯାତ୍ରୀ ନିଶ୍ଚୟ ଦେଖିଥିବେ । ଅନେକଙ୍କ ମନରେ ନିଶ୍ଚିତ ପ୍ରଶ୍ନ ଆସିଥିବ ଏହି ଚିହ୍ନର ପ୍ରକୃତ ଅର୍ଥ କ’ଣ। ଏହାର ଅର୍ଥ ବୁଝାଇବାକୁ ଯାଇ ରେଳ ମନ୍ତ୍ରଣାଳୟ ଟ୍ୱିଟରକୁ ଯାଇଥିଲା ଏବଂ ଶେଷରେ ଏହାର ଉତ୍ତର ପାଇ ଅନେକ ବ୍ୟକ୍ତିଙ୍କ ଶଙ୍କା ଦୂର ହୋଇଛି।
ରିମାଣ୍ଡ ଶେଷ ପରେ ଜେଲ୍ ଗଲେ, ଜୁଲାଇ ୨୭ରେ ପରବର୍ତ୍ତୀ ଶୁଣାଣି । ଆଜି ରିମାଣ୍ଡ ସରିଥିବା ବେଳେ ଆଉ ରିମାଣ୍ଡରେ ନେଲାନି CBI ।
ଟ୍ରେନ୍ ଟ୍ରାଜେଡିରେ NHRCଙ୍କ ରିପୋର୍ଟ ତଲବ । ଘଟଣାକୁ ନେଇ କି କାର୍ଯ୍ୟାନୁଷ୍ଠାନ ନିଆ ଯାଇଛି ମାଗିଲେ ରିପୋର୍ଟ ।
ଗିରଫ ୩ କର୍ମଚାରୀଙ୍କ ସମେତ ୭ ଜଣଙ୍କୁ ସସ୍ପେଣ୍ଡ କରାଯାଇଛି ।
କୋଲକାତାର ଏକ ଲୋକାଲ୍ ଟ୍ରେନ୍ରେ କୌଣସି ଘଟଣାକୁ ନେଇ କିଛି ମହିଳା ଗୋଷ୍ଠୀ ପରସ୍ପର ମଧ୍ୟରେ ଝଗଡ଼ା ଲାଗୁଥିବା ଦୃଶ୍ୟ ଭାଇରାଲ୍ ହୋଇଛି।
ସମସ୍ତ ୩ ଅଭିଯୁକ୍ତଙ୍କୁ କୋର୍ଟରେ ହାଜର କରାଯିବା ପରେ ୪ ଦିନ ରିମାଣ୍ଡ ଅନୁମତି ଦେଇଛନ୍ତି ସ୍ପେଶାଲ କୋର୍ଟ । ତେବେ ରିମାଣ୍ଡକୁ ବିରୋଧ କରିଛନ୍ତି ଅଭିଯୁକ୍ତମାନଙ୍କ ଓକିଲ ।
ବ୍ରହ୍ମପୁର ରେଲ୍ୱେ ଷ୍ଟେସନ ନିକଟରେ ଦିବ୍ରୁଗଡ଼-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରୁ ଧୂଆଁ ବାହାରିଥିବା ଦେଖିବାକୁ ମିଳିଛି। ଭୟଭୀତ ହୋଇ ଶହ ଶହ ସଂଖ୍ୟାରେ ଯାତ୍ରୀ ଟ୍ରେନ୍ରୁ ବାହାରି ଆସିଥିଲେ।
ବାହାନଗା ଟ୍ରେନ୍ ଟ୍ରାଜେଡି ପରେ ଟ୍ରେନ୍ ସିଗ୍ନାଲିଂ କେମିତି ତ୍ରୁଟି ଶୂନ୍ୟ ହେବ, ଏବେ ସେଇ ଚିନ୍ତା। ଆଉ ଏହାରି ଭିତରେ ଭାରତୀୟ ରେଲ୍ୱେ ପାଇଁ ବ୍ଲକ୍ ଚେନ୍ ଟେକ୍ନୋଲୋଜି ଆଧାରିତ ସିଗ୍ନାଲିଂ ସିଷ୍ଟମ ବିକାଶ କରୁଛି ଆଇଆଇଟି ଖଡ଼ଗପୁର।