Advertisment

ବାହାନଗା ଟ୍ରେନ୍ ଟ୍ରାଜେଡି : ଜେଲ ଗଲେ ୩ ଅଭିଯୁକ୍ତ

ରିମାଣ୍ଡ ଶେଷ ପରେ ଜେଲ୍ ଗଲେ, ଜୁଲାଇ ୨୭ରେ ପରବର୍ତ୍ତୀ ଶୁଣାଣି । ଆଜି ରିମାଣ୍ଡ ସରିଥିବା ବେଳେ ଆଉ ରିମାଣ୍ଡରେ ନେଲାନି CBI ।

author-image
Prangyan Parimita
ଅଦ୍ୟତନ ହୋଇଛି
Bahanaga Train Tragedy Updates

Balasore train tragedy

ବାଲେଶ୍ୱର ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ତିନି ଅଭିଯୁକ୍ତକୁ ଆଉ ରିମାଣ୍ଡରେ ନେଇନି ସିବିଆଇ । ରିମାଣ୍ଡ ସରିବା ପରେ ୩ ଜଣଙ୍କୁ କୋର୍ଟରେ ହାଜର କରିଛି ସିବିଆଇ । ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ବିଚାର ବିଭାଗୀୟ ହାଜତକୁ ଯାଇଛନ୍ତି ଗିରଫ ତିନି ଅଭିଯୁକ୍ତ । ସେମାନେ ହେଲେ ସିନିଅର ସେକ୍ସନ ଇଂଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଂଜିନିୟର ମହମ୍ମଦ ଅମିର ଖାନ୍ ଏବଂ ଟେକ୍ନିସିଆନ ପପୁ କୁମାର ।

Advertisment

ଆସନ୍ତା ୨୭ ତାରିଖରେ ହେବ ଟ୍ରେନ ଟ୍ରାଜେଡି ମାମଲାର ପରବର୍ତ୍ତୀ ଶୁଣାଣି । ସେପଟେ ସିନିୟର୍ ସେକ୍ସନ ଇଞ୍ଜିନିୟର ପକ୍ଷରୁ ଜାମିନ ଆବେଦନ ଶୁଣାଣି ଉପରେ ଅଧିକସମୟ ମାଗିଛନ୍ତି ତାଙ୍କ ଓକିଲ । ବାହାନଗା ଟ୍ରେନ ଟ୍ରାଜେଡି ମାମଲାରେ ଦୁଇଟି ପର୍ଯ୍ୟାୟରେ ଅଭିଯୁକ୍ତଙ୍କୁ ରିମାଣ୍ଡରେ ନେଇଥିଲା ସିବିଆଇ। ପ୍ରମାଣ ନଷ୍ଟ ପଛରେ ଆଉ କିଏ, ଅବହେଳା ପଛରେ ଆଉ କାହାର ହାତ ରହିଛି ଏବଂ ଘଟଣା ପଛରେ ଷଡଯନ୍ତ୍ର ରହିଛି କି ନାହିଁ, ସେନେଇ ସିବିଆଇ ଖୋଳତାଡ ଜାରି ରଖିଛି।

ଏ ପର୍ଯ୍ୟନ୍ତ ୬ଜଣକୁ ସମନ କରାଯାଇଥିବା ବେଳେ ଅଧିକାଂଶଙ୍କୁ ସିବିଆଇ ଜେରା କରିସାରିଥିବା ସୂଚନା ମିଳିଛି । ସିଆରଏସ ରିପୋର୍ଟ ଆଧାରରେ ୭ ଜଣଙ୍କୁ ସସପେଣ୍ଡ କରାଯାଇଛି । ଏମାନଙ୍କ ମଧ୍ୟରୁ ତିନି ଜଣ ଗିରଫ ହୋଇସାରିଛନ୍ତି ।

Advertisment

ଜୁନ ୨ ତାରିଖ ଦିନ ଦୁର୍ଘଟଣା ଘଟିବା ପୂର୍ବରୁ ସିଗନାଲରେ ବାରମ୍ବାର ଅସ୍ୱାଭାବିକ ବ୍ୟବହାର ଦେଖିବାକୁ ମିଳିଥିଲା । ଯେଉଁ କ୍ରସ ଓଭର ପଏଣ୍ଟରେ କରମଣ୍ଡଳ ଏକ୍ସପ୍ରେସ ଭୁଲବଶତଃ ଲୁପ୍‌ଲାଇନକୁ ଆସି ମାଲବାହୀ ଟ୍ରେନକୁ ଧକ୍କା ଦେଇଥିଲା, ଷ୍ଟେସନ ମାଷ୍ଟର ଚାହିଁଥିଲେ ତାହାକୁ ଏଡ଼ାଇ ପାରିଥାନ୍ତେ ବୋଲି କୁହାଯାଉଥିଲା । ହେଲେ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରାଯ।ଇଥିଲା  ।

ସୂଚନାଯୋଗ୍ୟ ବାହାନଗା ଦୁର୍ଘଟଣାରେ ଏଯାଏଁ ମୋଟ ୨୯୩ ଜଣଙ୍କ ମୃତ୍ୟୁ ଘଟିଛି । ଘଟଣାସ୍ଥଳରେ ୨୮୮ ଏବଂ ହସ୍ପିଟାଲରେ ୫ ଜଣଙ୍କ ମୃତ୍ୟୁ ହୋଇଥିଲା ।

Train Accident
Advertisment
Advertisment