/odishatv-khabar/media/post_attachments/uploadimage/library/16_9/16_9_0/IMAGE_1689064677.jpg)
smoke detected in Dibrugarh-Kanyakumari Vivek Express in Berhampur
ଚଳନ୍ତା ଟ୍ରେନ୍ରୁ ବାହାରିଲା ଧୂଆଁ। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ରେଲ୍ୱେ ଷ୍ଟେସନ ନିକଟରେ ଦିବ୍ରୁଗଡ଼-କନ୍ୟାକୁମାରୀ ବିବେକ ଏକ୍ସପ୍ରେସରୁ ଧୂଆଁ ବାହାରିଥିବା ଦେଖିବାକୁ ମିଳିଛି। ଟ୍ରେନ୍ର ଚକା ଜାମ୍ ହେବାରୁ ଧୂଆଁ ବହାରିବାରୁ ଯାତ୍ରୀ ଛାନିଆ ହୋଇ ପଡ଼ିଥିଲେ।
Advertisment
ଏହାପରେ ଭୟଭୀତ ହୋଇ ଶହ ଶହ ସଂଖ୍ୟାରେ ଯାତ୍ରୀ ଟ୍ରେନ୍ରୁ ବାହାରି ଆସିଥିଲେ। ଏକ୍ସପ୍ରେସ୍ର ସାଧାରଣ ବଗିରୁ ଧୂଆଁ ବାହାରିଥିବା ଜଣାପଡ଼ିଛି। ପ୍ରାୟ ୩୦ ମିନିଟ୍ ଧରି ଟ୍ରେନ୍ ଅଟକିବା ପରେ ସମସ୍ୟାର ସମାଧାନ କରାଯାଇଥିଲା।
ଚକା ଜାମ୍ ମରାମତି ସରିବା ପରେ ଟ୍ରେନ୍ ପୁଣି ଛାଡ଼ିଥିବା ସୂଚନା ମିଳିଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)